Posted inଖେଳ

କାଲିସଙ୍କ ସହ ସମ୍ପର୍କ ଛିନ୍ନ କଲା କେକେଆର

କୋଲକାତା,୧୪।୭- ଦୁଇ ଥର ଆଇପିଏଲ ଚାମ୍ପିୟନ କୋଲକାତା ନାଇଟ ରାଇଡର୍ସ (କେକେଆର) ମୁଖ୍ୟ କୋଚ୍‌ ଜ୍ୟାକ୍ସ କାଲିସ ଓ ଆସିଷ୍ଟାଣ୍ଟ କୋଚ୍‌ ସାଇମନ କ୍ୟାଟିଚଙ୍କ ସହ ସମ୍ପର୍କ ଛିନ୍ନ କରିଛି। ଏ ନେଇ ଫ୍ରାଞ୍ଚାଇଜ ପକ୍ଷରୁ ରବିବାର ଘୋଷଣା କରାଯାଇଛି। କୋଚ ଷ୍ଟାଫଙ୍କ ସ୍ଥାନରେ କାହାକୁ ନିଯୁକ୍ତ କରାଯିବ, ତାହା ସ୍ପଷ୍ଟ କରାଯାଇ ନାହିଁ। କେକେଆର ସିଇଓ ଭେଙ୍କି ମ୍ୟାଇସୋର କହିଛନ୍ତି, କାଲିସ କେକେଆର ପରିବାରର ସଦସ୍ୟ। ଭବିଷ୍ୟତରେ କାଲିସ ଆମ ଯୋଜନାର ଅଂଶ ହୋଇପାରନ୍ତି। କୋଲକାତା ଫ୍ରାଞ୍ଚାଇଜ ସହ କାଲିସ ୯ ବର୍ଷ ଧରି ଜଡ଼ିତ ରହିଥିଲେ। ପ୍ରଥମେ ଜଣେ ଖେଳାଳି, ମେଣ୍ଟର ଓ ପରେ ଦଳର କୋଚ ଭାବେ କାର୍ଯ୍ୟ କରିଥିଲେ। ସେ ୨୦୧୫ ଅକ୍ଟୋବରରେ କୋଚ୍‌ ଦାୟିତ୍ୱ ସମ୍ଭାଳିଥିଲେ। ତାଙ୍କ ତତ୍ତ୍ୱାବଧାନରେ କେକେଆର ୬୧ ମ୍ୟାଚ୍‌ ଖେଳି ୩୨ ବିଜୟ ହାସଲ କରିଛି। କ୍ରମାଗତ ୩ ଥର ପ୍ଲେ ଅପ୍ସ ଖେଳିଥିଲା। ହେଲେ ୨୦୧୯ ସଂସ୍କରଣରେ ଦଳ ବିଫଳ ହୋଇଥିଲା। ୨୦୧୧ଠାରୁ ୯ ବର୍ଷ ପର୍ଯ୍ୟନ୍ତ ଜଣେ ଖେଳାଳି, ମେଣ୍ଟର ଓ ମୁଖ୍ୟ କୋଚ୍‌ ଭାବେ ଦାୟିତ୍ୱ ସମ୍ଭାଳିବା ପରେ କିଛି ନୂଆ କରିବାକୁ ଚାହେଁ ବୋଲି କାଲିସ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଜିମ୍‌ରେ ବିରାଟଙ୍କ ଓ୍ବାର୍କ ଆଉଟ୍‌

ନୂଆଦିଲ୍ଲୀ,୨୫।୬- ଚଳିତ ବିଶ୍ୱକପ୍‌ରେ ଭାରତୀୟ ଦଳ ଗୁରୁବାର ଓ୍ବେଷ୍ଟଇଣ୍ଡିଜକୁ ଭେଟିବାକୁ ଯାଉଛି। ମାଞ୍ଚେଷ୍ଟରଠାରେ ଖେଳାଯିବାକୁ ଥିବା ମ୍ୟାଚ୍‌ ପୂର୍ବରୁ ଭାରତୀୟ ଅଧିନାୟକ ବିରାଟ କୋହଲି ଜିମ୍‌ରେ...

ଟୋକିଓ ଅଲିମ୍ପିକ୍ସ: ମାରିଙ୍କ ବଦଳରେ ଜଣେ ମହିଳାଙ୍କୁ ଦାୟିତ୍ୱ ଦିଆଯାଇପାରେ

ଟୋକିଓ,୧୭।୨(ଏପି): ଟୋକିଓ ଅଲିମ୍ପିକ ଆୟୋଜକ କମିଟି ଅଧ୍ୟକ୍ଷ ଭାବେ ୟୋଶିରୋ ମୋରିଙ୍କ ସ୍ଥାନରେ ଜଣେ ମହିଳାଙ୍କୁ ଦାୟିତ୍ୱ ଦିଆଯିବାର ସମ୍ଭାବନା ସୃଷ୍ଟି ହୋଇଛି। ୮୩ ବର୍ଷୀୟ...

ଇଣ୍ଡିଆନ ଗ୍ରାଁ ପ୍ରି ୫: ଦୂତୀଙ୍କୁ ସ୍ବର୍ଣ୍ଣ ପଦକ

ଭୁବନେଶ୍ୱର, ୧୭।୮(କ୍ରୀଡ଼ା ପ୍ରତିନିଧି)- ପଞ୍ଜାବର ପଟିଆଲାସ୍ଥିତ ଏନଏସଏନଆଇଏସଠାରେ ଶୁକ୍ରବାର ଅନୁଷ୍ଠିତ ଇଣ୍ଡିଆନ ଗ୍ରାଁ ପ୍ରି ଆଥଲେଟିକ୍‌ ମିଟ୍‌ର ୫ମ ଚରଣରେ ଓଡ଼ିଶାର ଦୂତୀ ଚାନ୍ଦ ସ୍ବର୍ଣ୍ଣ...

ଧୋନୀଙ୍କୁ ହାତଯୋଡି ନମସ୍କାର କଲେ ଏହି କ୍ରିକେଟର୍‌

ଶାରଜା,୨୩।୯: ଚଳିତବର୍ଷ ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୦ରେ ରାଜସ୍ଥାନ ରୟାଲ୍ସ ପକ୍ଷରୁ ଯୁବ ବ୍ୟାଟ୍ସମ୍ୟାନ ଯଶସ୍ବୀ ଜୟସ୍ବାଲ ଡେବ୍ୟୁ କରିଛନ୍ତି। ସେ ଚେନ୍ନାଇ ସୁପର କିଙ୍ଗ୍ସ...

ମୋହନ ବାଗାନର କ୍ରମାଗତ ୫ମ ବିଜୟ

କଲ୍ୟାଣୀ (ପଶ୍ଚିମ ବଙ୍ଗ), ୧୫ା୨ (ପି.ଟି.)-ସ୍ଥାନୀୟ କଲ୍ୟାଣୀ ଷ୍ଟାଡିୟମରେ ଶୁକ୍ରବାର ଖେଳାଯାଇଥିବା ଏକ ଆଇ-ଲିଗ୍‌ ମ୍ୟାଚରେ ମୋହନ ବାଗାନ ୬-୨ ଗୋଲରେ ନେରୋକା ଏଫ୍‌ସିକୁ ପରାସ୍ତ...

ଆଇପିଏଲରେ ଐତିହାସିକ ରେକର୍ଡ ହାସଲ କଲେ ଏହି ଖେଳାଳି

ଆଇପିଏଲ ୨୦୨୦ର ଶେଷ ଲିଗ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରି ପ୍ଲେ ଅଫରେ ପ୍ରବେଶ କରିଛି। ମୁମ୍ବାଇ ବିପକ୍ଷ କର ବା...

ଲା ଲିଗା: ମେସିଙ୍କ ନୂଆ ରେକର୍ଡ

ମାଲୋର୍କା(ସ୍ପେନ), ୧୫।୬: ଏଠାରେ ଅନୁଷ୍ଠିତ ରିଅଲ ମାଲୋର୍କା ବିପକ୍ଷ ଲା ଲିଗା ଫୁଟବଲ ମ୍ୟାଚରେ ନୂଆ ରେକର୍ଡର ଅଧିକାରୀ ହୋଇଛନ୍ତି ବାର୍ସିଲୋନା ସୁପରଷ୍ଟାର ଲିଓନେଲ ମେସି।...

ବିମାନବନ୍ଦରରେ ଧୋନୀଙ୍କ ବ୍ୟାଗ ଅଦଳ ବଦଳ

କୋଲକାତା,୧୧।୧୨- ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ବ୍ୟକ୍ତିଗତ କାରଣ ଯୋଗୁ କୋଲକାତାରେ ପହଞ୍ଚିଛନ୍ତି। ସ୍ଥାନୀୟ ସୁଭାଷ ଚନ୍ଦ୍ର ବୋଷ ଅନ୍ତର୍ଜାତୀୟ ବିମାନ ବନ୍ଦରରେ...

Advertisement

BGU

Archives

Model This Week

Why Dharitri