କାର ଅଟକାଇ କାଚ ଭାଙ୍ଗିଲେ ଟ୍ରାଫିକ୍‌ କନଷ୍ଟେବଳ: ଯୁବ କଂଗ୍ରେସ ପକ୍ଷରୁ ଥାନା ଘେରାଉ

ଭୁବନେଶ୍ୱର,୨୭ା୭(ବ୍ୟୁରୋ): ରାଜଧାନୀରେ ଶୁକ୍ରବାର ପୂର୍ବାହ୍ନ ପ୍ରାୟ ୧୦ଟାରେ ଜୟଦେବ ବିହାର ଛକ ନିକଟରେ ଜଣେ ଟ୍ରାଫିକ୍‌ କନଷ୍ଟେବଳଙ୍କ ଦାଦାଗିରି ଦେଖିବାକୁ ମିଳିଛି। ୟୁନିଟ୍‌-୮ ବିପି କଲୋନୀରେ ରହୁଥିବା ବାଦଲ ମହାନ୍ତି ନାମକ ଯୁବକଙ୍କ ଗାଡିକୁ ଅଟକାଇଥିଲେ। ପରେ ଗାଡିର କାଚ ଖୋଲିବାକୁ କହିଥିଲେ। ସେ ଗାଡିର କାଚ ଖୋଲିବାକୁ ବିଳମ୍ବ କରିବାରୁ ତାଙ୍କ ଗାଡିର କାଚକୁ ବିଧା ମାରିବା ସହ ମିରରକୁ ଭାଙ୍ଗି ଦେଇଥିଲେ। ଏହାକୁ ବାଦଲ ପ୍ରତିବାଦ କରିଥିଲେ ମଧ୍ୟ ସେ ତାଙ୍କୁ ମାଡ ମାରିବାକୁ ହାତ ଉଠାଇବା ସହ ଗାଳିଗୁଲଜ କରିଥିଲେ। ଟ୍ରାଫିକ୍‌ କନଷ୍ଟେବଳଙ୍କ ଏପରି ବ୍ୟବହାର ପାଇଁ ବାଦଲ ନୟାପଲ୍ଲୀ ଥାନାରେ ଏକ ଅଭିଯୋଗ କରିଥିଲେ। ପୋଲିସ ଅଭିଯୋଗ କରିଥିଲେ ମଧ୍ୟ କୌଣସି ମାମଲା ରୁଜୁ ନ କରି ଟ୍ରାଫିକ୍‌ ଥାନାକୁ ପଠାଇ ଦେଇଥିଲା। ଶେଷରେ ଉକ୍ତ କନଷ୍ଟେବଳଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଯୁବ କଂଗ୍ରେସର ଏକାଧିକ କର୍ମୀ ଏଜି ଛକ ନିକଟରେ ଥିବା ଟ୍ରାଫିକ୍‌ ଥାନା ଘେରାଉ କରିଥିଲେ। ସେଠାରେ ଉତ୍ତେଜନା ପରିସ୍ଥିତି ହେବାରୁ କ୍ୟାପିଟାଲ ଥାନା ଅଧିକାରୀ, ଜୋନ୍‌ ଏସିପି, ଟ୍ରାଫିକ୍‌ ଏସିପି ଓ ଇନ୍ସପେକ୍ଟର ପହଞ୍ଚି ସେମାନଙ୍କୁ ବୁଝାଶୁଝା କରିବା ସହ କାର୍ଯ୍ୟାନୁଷ୍ଠାନ କରିବାପାଇଁ ଟ୍ରାଫିକ ଥାନା ଏସିପି କେ.କେ ପାଣିଗ୍ରାହୀ ପ୍ରତିଶ୍ରୁତି ଦେବା ପରେ ଧାରଣରୁ ଉଠିଥିଲେ।
ସୂଚନା ଅନୁଯାୟୀ, ବାଦଲ ୧୦ଟାରେ ଚନ୍ଦ୍ରଶେଖରପୁରରୁ ୟୁନିଟ୍‌-୮ସ୍ଥିତ ଘରକୁ ଇନୋଭା (ଓଡି-୦୨ଆର-୧୯୧୯) ଯୋଗେ ଫେରୁଥିଲେ। ଜୟଦେବ ବିହାର ଛକ ନିକଟରେ ଜଣେ ଟ୍ରାଫିକ୍‌ କନଷ୍ଟେବଳ ଗାଡିକୁ ଅଟକାଇ ଦେଇଥିଲେ। ପରେ ବାଦଲଙ୍କୁ ବାହାରକୁ ଆସିବା ପାଇଁ କହିଥିଲେ। କିନ୍ତୁ ସେ ବାହାରିବାରେ ବିଳମ୍ବ କରିବାରୁ କନଷ୍ଟେବଳ ତାଙ୍କ ଗାଡିର କାଚକୁ ବାଡେଇବା ସହ ମିରରକୁ ସମ୍ପୂର୍ଣ୍ଣ ଭାବେ ବାଡେଇ ଭାଙ୍ଗି ଦେଇଥିଲେ। ଏହାଦେଖି ବାଦଲ ଗାଡି ଭିତରୁ ବାହାରି ତୁରନ୍ତ ଏହାର ପ୍ରତିବାଦ କରିଥିଲେ। ହେଲେ କନ୍‌ଷ୍ଟେବଳ ନିଜର ଭୁଲ ସ୍ବୀକାର କରିବା ବଦଳରେ ବାଦଲଙ୍କୁ ଗାଳିଗୁଲଜ କରିବା ସହ ମାରିବା ପାଇଁ ହାତ ଉଠାଇଥିଲେ। ଟ୍ରାଫିକ ପୋଲିସଙ୍କ ଏଭଳି କାର୍ଯ୍ୟଦେଖି ସେଠାରେ ଥିବା ଲୋକେ ତାଜୁବ ହୋଇଯାଇଥିଲେ। ଶେଷରେ ବାଦଲ ନୟାପଲ୍ଲୀ ଥାନାରେ ଅଭିଯୋଗ କରିବା ସହ ସେ ଜଣେ ଯୁବ କଂଗ୍ରେସ କର୍ମୀ ହୋଇଥିବାରୁ ଅନ୍ୟ କର୍ମୀମାନଙ୍କୁ ଡ଼ାକି ଟ୍ରାଫିକ ଥାନା ଘେରାଉ କରି କାର୍ଯ୍ୟାନୁଷ୍ଠାନ ଦାବିରେ ଅଡି ବସିଥିଲେ। ଶେଷରେ କନଷ୍ଟେବଳ ଜଣଙ୍କ କ୍ଷମା ମାଗିବା ସହ ତଦନ୍ତ କରାଯାଇ ପଦକ୍ଷେପ ନିଆଯିବାକୁ ଟ୍ରାଫିକ ଥାନା ଏସିପି ପ୍ରତିଶ୍ରୁତି ଦେବା ପରେ ଧାରଣାରୁ ଉଠିଥିଲେ। ଏ ନେଇ ଟ୍ରାଫିକ ଏସିପି କେ.କେ ପାଣିଗ୍ରାହୀ କହିଛନ୍ତି, ଯୁବକ ଜଣଙ୍କର ଡ୍ରାଇଭିଂ ଲାଇସେନ୍ସ ନ ଥିବାରୁ କନଷ୍ଟେବଳ ଅଟକାଇଥିଲେ। କନଷ୍ଟେବଳ ତାଙ୍କ ଗାଡିର ମିରର ଭାଙ୍ଗିବା ଭୁଲ କଥା। ଏ ଘଟଣାର ତଦନ୍ତ କରାଯାଇ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଧାରେ ଅଟକିଲା ଧାନମଣ୍ଡି ନିର୍ମାଣ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ରାଜ୍ୟରେ ଅଧିକ ଧାନ ଉତ୍ପାଦନ ଯୋଗୁ ଜିଲାର ଏଭଳି ପରିଚୟ ରହିଛି। ହେଲେ ଏଠାରେ ଚାଷ, ଚାଷୀଙ୍କ…

ଖରାଦିନେ ଫ୍ରିଜରେ ଜମୁଛି କି ମୋଟା ବରଫ ସ୍ତର? କରନ୍ତୁନି ହେୟଜ୍ଞାନ, ଏହି ୪ ଉପାୟରେ…

ଗ୍ରୀଷ୍ମ ଋତୁରେ ଫ୍ରିଜ ପ୍ରତ୍ୟେକ ଘରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ପାଲଟିଯାଏ। ମାତ୍ର ଅନେକ ସମୟରେ ଲୋକମାନେ ଏକ ବଡ଼ ସମସ୍ୟାର ସମ୍ମୁଖୀନ ହୁଅନ୍ତି। ସେଇଟି ହେଉଛି…

ବରଗଡ଼ ଟାଉନ କେନାଲର ହେବ ସୌନ୍ଦର୍ଯ୍ୟକରଣ, ନିର୍ମାଣ ହେବ ବକ୍ସ କଣ୍ଡୁଇଟ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ କେନାଲର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ସହିତ କେନାଲ ଉପରେ ବକ୍ସ କଣ୍ଡୁଇଟ ନିର୍ମାଣ ହେବ। ରବିବାର ସନ୍ଧ୍ୟାରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ…

ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ, ଗାଡି ସହ ଡ୍ରାଇଭର ଫେରାର

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ସଦର ଥାନା ଅଧୀନ ଗୋବିନ୍ଦପୁର ଛକ ନିକଟରେ ରବିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ…

ଅଧରାତିରେ ପ୍ରେମିକାଙ୍କୁ ଭେଟିବାକୁ ଲୁଚିଛପି ଯାଇଥିଲେ ପ୍ରେମିକ, ଗାଁ  ଲୋକଙ୍କ ହାବୁଡ଼ରେ ପଡ଼ିବା ପରେ…

ପାଟନା,୧୭।୫: ବିହାରର ମୁଜାଫରପୁର ଜିଲାରୁ ଏକ ଚକିତ କଲା ଭଳି ଖବର ସାମ୍ନାକୁ ଆସିଛି। ରାତିର ଅନ୍ଧାରରେ ପ୍ରେମିକାକୁ ଦେଖା କରିବାକୁ ଆସିଥିବା ଜଣେ ପ୍ରେମିକକୁ ଗ୍ରାମବାସୀ…

ବଜ୍ରପାତରେ ଚାଲିଗଲା ଶ୍ରମିକଙ୍କ ଜୀବନ, ୨ ଆହତ

କୁଆଁରମୁଣ୍ଡା,୧୭ା୫(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ରାଏବୋଗା ଥାନା ଝୁନୁମୁରରେ ରହି ଦିନ ମଜୁରିଆ ଭାବେ କାମ କରୁଥିବା ବୁଧୁଆ ବାଗେ(୩୧)ଙ୍କ ବଜ୍ରପାତରେ ମୃତ୍ୟୁ ଘଟିଛି। ତାଙ୍କ…

ପରିବାରଲୋକଙ୍କୁ ଅଟକ ରଖି କୋଦାଳରେ ଆକ୍ରମଣ କରିଥିଲେ ଯୁବକ, ବାନ୍ଧିଲା ପୋଲିସ

ଆନନ୍ଦପୁର,୧୭ା୫(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ପୌରପାଳିକା ଫକୀରପୁର ଗ୍ରାମର ପ୍ରଶାନ୍ତ କୁମାର ଦାସ ପରିବାର ଲୋକଙ୍କୁ ଆକ୍ରମଣ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି…

‘୩ ପରୀକ୍ଷା, ଜଣେ ମନ୍ତ୍ରୀ…’ଧର୍ମେନ୍ଦ୍ରଙ୍କୁ କାହିଁକି ବରଖାସ୍ତ କରୁନାହାନ୍ତି ମୋଦି; ବର୍ଷିଲେ…

ନୂଆଦିଲ୍ଲୀ,୧୭।୫: ଲୋକ ସଭାର ବିରୋଧୀ ଦଳ ନେତା ତଥା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ରବିବାର  ପୁଣି ନିଟ୍‌(NEET) ପେପର ଲିକ୍‌ ମାମଲା ଏବଂ ଶିକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri