କାର୍ଯ୍ୟାଦେଶ ବଣ୍ଟନ ପରେ ବି ଆରମ୍ଭ ହୋଇନି କାମ: ଅସନ୍ତୋଷ ପ୍ରକାଶ କଲେ ବିଧାୟକ

ବାଲେଶ୍ୱର ଅଫିସ,୪।୬-ବାଲେଶ୍ୱର ସଦର ବିଧାୟକ ମଦନମୋହନ ଦତ୍ତ ମଙ୍ଗଳବାର ସଦର ବ୍ଲକକୁ ସୌଜନ୍ୟମୂଳକ ଭାବରେ ପରିଦର୍ଶନ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସମ୍ପର୍କରେ ସମୀକ୍ଷା କରିଛନ୍ତି। ଗରିବ ଲୋକଙ୍କ ସମସ୍ୟା ସମାଧାନ ଦିଗରେ ଗୁରୁତ୍ୱ ଦେବାକୁ ବିଧାୟକ ଅଧିକାରୀମାନଙ୍କୁ ଅନୁରୋଧ କରିଥିଲେ।

ପ୍ରଥମେ ସଦର ବିଡିଓ ଶଙ୍କର୍ଷଣ ବେହେରା ନବନିର୍ବାଚିତ ବିଧାୟକଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ମାନିତ କରିଥିଲେ। ଏହାପରେ ସେ ସୌଜନ୍ୟତା ଦୃଷ୍ଟିକୋଣରୁ ବ୍ଲକରେ କାମ କରୁଥିବା ସରକାରୀ ଅଧିକାରୀମାନଙ୍କ ସହ ବିଧାୟକଙ୍କୁ ପରିଚୟ କରାଇଥିଲେ। ଏହାପରେ ବିଧାୟକ ବ୍ଲକ ଉନ୍ନୟନ ପାଣ୍ଠି, ଭତ୍ତା, ତିତ୍‌ଲି ପାଣ୍ଠିର କାର୍ଯ୍ୟ ଏବଂ ଅନ୍ୟାନ୍ୟ ଉନ୍ନୟନମୂଳକ କାର୍ଯ୍ୟ ଉପରେ ତଦାରଖ କରିଥିଲେ। ଅଧିକାଂଶ ବିଭାଗର କାମ ଅଧାପନ୍ତରିଆ ଭାବେ ପଡ଼ିରହିଛି। ବିଭିନ୍ନ କାର୍ଯ୍ୟର କାର୍ଯ୍ୟାଦେଶ ବଣ୍ଟନ ହୋଇଥିବା ବେଳେ ଆଜିପର୍ଯ୍ୟନ୍ତ କାର୍ଯ୍ୟ ଆରମ୍ଭ ହୋଇ ନ ଥିବାରୁ ବିଧାୟକ ଅସନ୍ତୋଷ ପ୍ରକାଶ କରିଥିଲେ। ଅଧିକାଂଶ ମୃତ ହିତାଧିକାରୀଙ୍କ ନାମରେ ଭତ୍ତା ବଣ୍ଟନ କରାଯାଇଥିବାରୁ ବିଧାୟକ କ୍ଷୋଭ ପ୍ରକାଶ କରିଥିଲେ। ନିଷ୍ଠାର କାମ କରିବାକୁ ସେ ଅଧିକାରୀମାନଙ୍କୁ ପରାମର୍ଶ ଦେଶଥିଲେ। ବିଧାନସଭା ସରିବା ପରେ ଆଉଥରେ ବ୍ୟବସ୍ଥିତ ଢଙ୍ଗରେ ଜିଲାପାଳଙ୍କ ଉପସ୍ଥିତିରେ ଏକ ସମୀକ୍ଷା ବୈଠକ କରାଯିବ ବୋଲି ବିଧାୟକ ଦତ୍ତ ଗଣମାଧ୍ୟମକୁ ସୂଚନା ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ସଦର ବ୍ଲକ ଭାଜପା ସଭାପତି ତଥା ସମିତିସଭ୍ୟ ରବିନାରାୟଣ ବେହେରା, ଗୌରାଙ୍ଗ ଦାସ, ଅନନ୍ତ ନାୟକ, ଜିଲାପରିଷଦ ସଭ୍ୟ କୁନୁ ପଣ୍ଡାଙ୍କ ସମେତ ବହୁ ସରପଞ୍ଚ, ସମିତିସଭ୍ୟମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବର୍ଷା ଅଭାବ: ଚାଷ ଜମିରେ ଚରିଲେ ଗୋରୁ

ଔପଦା, ୨୬।୭(ଧରିତ୍ରୀ ପଣ୍ଡା)-ଜୟ ଯବାନ, ଜୟ କିଷାନ ଧ୍ୱନିରେ ଚାଷ ଅଛି ଯାହାର, କି ଆନନ୍ଦ ତାହାର ଉକ୍ତିର ଆଜି ବିପରୀତ ଦେଖାଦେଇଛି। ଧାନ ଚାଷ...

ପଶ୍ଚିମବଙ୍ଗରୁ ଆଳୁ ପରିବହନ ବନ୍ଦ:କିଲୋ ପିଛା ଏତିକି ଟଙ୍କା ଛୁଇଁଲା ଆଳୁ ଦର

ଜଳେଶ୍ୱର, ୨୬ା୭(ରବିନାରାୟଣ ପାତ୍ର):ପଶ୍ଚିମବଙ୍ଗ ସରକାର ନିଜ ରାଜ୍ୟରେ ଆଳୁ ଆବଶ୍ୟକତାକୁ ଲକ୍ଷ୍ୟ କରି ଅନ୍ୟ ରାଜ୍ୟକୁ ପରିବହନ ଉପରେ ଗତ ୬ଦିନ ତଳେ ରୋକ ଲଗାଇଛନ୍ତି।...

ଚାନ୍ଦିପୁରରୁ ଇଣ୍ଟରସେପ୍ଟର କ୍ଷେପଣାସ୍ତ୍ର ପରୀକ୍ଷଣ

ବାଲେଶ୍ୱର,୨୪ା୭: ଅବଦୁଲ୍‌ କଲାମ ଦ୍ୱୀପରୁ ବୁଧବାର ଇଣ୍ଟରସେପ୍ଟର କ୍ଷେପଣାସ୍ତ୍ର ପରୀକ୍ଷଣ ହୋଇଛି। ଅପରାହ୍ନ ୪ଟା ୧୫ ମିନିଟ୍‌ରେ ବ୍ୟାବହାରିକ ପରୀକ୍ଷଣ ହୋଇଛି। ପ୍ରଥମେ ଚାନ୍ଦିପୁରର ୩...

୫-ଟି ଓ ମୋ ସ୍କୁଲ ଅଭିଯାନରେ ୧ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ହେରଫେର: ବିଦ୍ୟାଳୟରେ ଭିଜିଲାନ୍ସ ଟେକ୍ନିକାଲ ଟିମ୍‌

ବାହାନଗା, ୨୩।୭(ଅରୂପ କୁମାର ଦାସ): ବାଲେଶ୍ୱର ଜିଲା ବାହାନଗା ବ୍ଲକ ସାଉଡୁ ପଞ୍ଚାୟତ ଥାଲସଡା ଗ୍ରାମସ୍ଥିତ ଦାମୋଦର ଉଚ୍ଚବିଦ୍ୟାଳୟରେ ୫-ଟି ଓ ମୋ ସ୍କୁଲ ଅଭିଯାନରେ...

ସ୍ତ୍ରୀଙ୍କୁ ପିଟିପିଟି ମାରିଦେଲେ ସ୍ବାମୀ, ଅଭିଯୁକ୍ତଙ୍କୁ ଅଟକ ରଖି ପୋଲିସର ପଚରାଉଚରା

ବାଲେଶ୍ୱର,୧୯ା୭(ମାନସ ବିଶ୍ୱାଳ): ବାଲେଶ୍ବର ଜିଲା ଔପଦା ବ୍ଲକ ଅଘିରାପଦା ପଞ୍ଚାୟତ ଚିଞ୍ଚିଡ଼ା ସିଂହ ସାହି ଗ୍ରାମରେ ସ୍ତ୍ରୀଙ୍କୁ ପିଟିପିଟି ହତ୍ୟା କରିଛନ୍ତି ସ୍ବାମୀ। ଔପଦା ଥାନା...

ବସ୍‌କୁ ସାଇଡ୍‌ ଦେବା ବେଳେ ଓଲଟି ପଡ଼ିଲା ବାଲି ବୋଝେଇ ଟ୍ରକ୍‌

ନୀଳଗିରି,୧୯ା୭(ପ୍ରଶାନ୍ତ କୁମାର ବିଶ୍ୱାଳ): ନୀଳଗିରି ଥାନା ଶେରଗଡ଼ ଝରଣାଘାଟି ୧୯ନଂ ରାଜ୍ୟ ରାଜପଥ ରାସ୍ତାର ୧୧ ନମ୍ବର ପୋଲ ଭାଲୁକାଶୁଣି ଛକ ନିକଟରେ ଶୁକ୍ରବାର ସକାଳେ...

ମାଛ ତରକାରୀ ରାନ୍ଧି ନ ଦେବାରୁ ମାଆଙ୍କୁ ତଣ୍ଟି ଚିପି ହତ୍ୟା କଲା ପୁଅ

ବାଲେଶ୍ୱର,୧୭।୭: କଥାରେ ଅଛି ରାଗ ମଣିଷର ବଡ଼ ଶତ୍ରୁ। ଆଉ ଏହି ରାଗ ହ୍ରିଂସ ରୂପ ଧାରଣ କଲେ ନିଜ ଜନ୍ମକଲା ମାଆକୁ ବି ଚିହ୍ନିପାରେନି।...

ବାଲେଶ୍ବରରେ ହେବନି ମହରମ ଶୋଭାଯାତ୍ରା

ବାଲେଶ୍ୱର,୧୬।୭: ଚଳିତ ବର୍ଷ ବାଲେଶ୍ବରରେ ହେବନି ମହରମ ଶୋଭାଯାତ୍ରା । କୌଣସି ସାହି କିମ୍ବା ବସ୍ତିରୁ ବାହାରିବନି ଜୁଲୁସ। ଶାନ୍ତି ଶୃଙ୍ଖଳାରେ ମହରମ ସାରିବାକୁ ପୋଲିସ...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri