କାର୍ଯ୍ୟରେ ଅବହେଳା: ବିଏଲଓ ନିଲମ୍ବିତ: ୨୭ଜଣଙ୍କୁ କାରଣ ଦର୍ଶାଅ ନୋଟିସ

ବାଲେଶ୍ୱର ଅଫିସ,୬।୧୧: ଗତ ସେପ୍ଟେମ୍ବର ୧୫ରୁ ଆରମ୍ଭ କରାଯାଇଥିବା ଭୋଟର ପରିଚୟ ପତ୍ର ଯାଞ୍ଚ କାର୍ଯ୍ୟକ୍ରମ ଚଳିତ ମାସ ୧୮ତାରିଖ ସୁଦ୍ଧା ସାରିବାକୁ ସମୟସୀମା ନିର୍ଦ୍ଧାରିତ ହୋଇଛି। ଆସନ୍ତା ୨୫ ତାରିଖରେ ନୂତନ ଭୋଟର ତାଲିକା ପ୍ରକାଶ ପାଇବ ବୋଲି ନିର୍ବାଚନ କମିଶନ ମଧ୍ୟ ଘୋଷଣା କରିଛନ୍ତି। ଏଥିପାଇଁ ଜିଲାରେ ଭୋଟର ପରିଚୟ ଯାଞ୍ଚ କାର୍ଯ୍ୟକ୍ରମରେ ବହୁ ସରକାରୀ ଅଧିକାରୀ ନିୟୋଜିତ ହୋଇଛନ୍ତି। କିନ୍ତୁ ରେମୁଣା ବିଧାନସଭା ନିର୍ବାଚନମଣ୍ଡଳୀରେ ଏହି କାର୍ଯ୍ୟରେ ଅବହେଳା କରାଯାଇଥିବା ନେଇ ତନାଘନା ଆରମ୍ଭ ହୋଇଛି। ତଦନ୍ତ ପରେ ବୁଥ୍‌ ନଂ.୭ରେ କାର୍ଯ୍ୟ କରୁଥିବା ବୁଥ୍‌ସ୍ତରୀୟ ଅଧିକାରୀ (ବିଏଲ୍‌ଓ) ସୁକାନ୍ତି ମିଶ୍ରଙ୍କୁ କାର୍ଯ୍ୟରେ ଅବହେଳା ପାଇଁ ଉପଜିଲାପାଳ ନୀଲୁ ମହାପାତ୍ର ନିଲମ୍ବିତ କରିଛନ୍ତି। ଏଥିସହ ନିୟୋଜିତ ୨୫ଜଣ ସ୍କୁଲ ଶିକ୍ଷୟିତ୍ରୀଶିକ୍ଷକ ଓ ୨ଜଣ ଅଙ୍ଗନୱାଡ଼ି କର୍ମୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ଏଥିତ୍ପୂର୍ବରୁ କେତେକ କାର୍ଯ୍ୟରେ ଅନିୟମିତତା ନେଇ ତାଗିଦ କରାଯାଇଥିଲା। କିନ୍ତୁ ଏଥିରେ ଅବହେଳା କରାଯିବା କାରଣରୁ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିବା କୁହାଯାଉଛି। କାର୍ଯ୍ୟରେ ଅବହେଳା କରିଥିବାରୁ ସେମାନଙ୍କ ବିରୋଧରେ କାହିଁକି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯିବ ତାହାର କୈଫିୟତ ୩ଦିନ ମଧ୍ୟରେ ଜଣାଇବାକୁ ଅନ୍ୟ କର୍ମଚାରୀଙ୍କୁ ନୋଟିସ ଜାରି କରାଯାଇଥିବା ବିଭାଗ ସୂତ୍ରରୁ ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଟାଙ୍ଗିରି ଗ୍ରାମରେ ଦନ୍ତା ଆତଙ୍କ: ଶୁଣ୍ଢରେ ଟେକି ବୃଦ୍ଧାଙ୍କୁ କଚାଡ଼ି ମାରିଲା ହାତୀ

କେନ୍ଦୁଝର,୩୦।୧୧(ସ୍ବ.ପ୍ର.): କେନ୍ଦୁଝର ଜିଲା ତେଲକୋଇ ବନାଞ୍ଚଳ ଟାଙ୍ଗିରି ଗ୍ରାମରେ ଶନିବାର ସକାଳେ ଏକ ଦନ୍ତାହାତୀ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି। ସେହିଭଳି ଅନ୍ୟଜଣେ ବୃଦ୍ଧା...

ଏଣିକି ଏକା ବେଞ୍ଚରେ ସମାନ ମାମଲାର ଜାମିନ ଆବେଦନ

କଟକ ଅଫିସ,୨୨ା୫: ସୁପ୍ରିମକୋର୍ଟଙ୍କ ଗତ ୧୫ ତାରିଖର ନିର୍ଦ୍ଦେଶନାମା ଆଧାରରେ ଓଡ଼ିଶା ହାଇକୋର୍ଟ ଜାମିନ ଆବେଦନ ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶନାମା ଜାରି କରିଛନ୍ତି। ହାଇକୋର୍ଟରେ...

ଘୁଙ୍ଗିନାଳ ପୋଲ ଉପରେ ୪ ଫୁଟର ବନ୍ୟାଜଳ

ଅମରପାଲି,୨୯ା୭(ପୀତାମ୍ବର ସାହୁ): ଲଗାଣବର୍ଷା ଯୋଗୁ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଭୁତିଆପାଲି ଓ ଲୁତୁରପଙ୍କ ମଝିରେ ଥିବା ଘୁଙ୍ଗିନାଳ ପୋଲ ଉପରେ ଚଳିତବର୍ଷର ପ୍ରଥମ...

ରୋଗୀଙ୍କ ଜୀବନ ସହ ଖେଳ: ଆମ୍ବୁଲାନ୍ସରେ ବର୍ଜ୍ୟବସ୍ତୁ ବୁହା

ତାଳଚେର,୮ା୮(ନି.ପ୍ର.)  ରୋଗୀଙ୍କ ଜୀବନ ରକ୍ଷାରେ ଆମ୍ବୁଲାନ୍ସର ଭୂମିକା ଗୁରୁତ୍ୱପୂର୍ଣ୍ଣ। ହେଲେ ଏନ୍‌ଟିପିସି ପରିଚାଳନାଧୀନ ତାଳଚେର ଥର୍ମାଲ (ଟିଟିପିଏସ୍‌) ହସ୍ପିଟାଲ କର୍ତ୍ତୃପକ୍ଷ ଆମ୍ବୁଲାନ୍ସରେ ବର୍ଜ୍ୟବସ୍ତୁ ପରିବହନ କରୁଛନ୍ତି।...

ସୁପ୍ରିମକୋର୍ଟ ନିର୍ଦ୍ଦେଶର ଓଲଟା ରାସ୍ତାରେ ସରକାର

ଭୁବନେଶ୍ୱର,୧୧।୮(ବ୍ୟୁରୋ): ନାଗରିକଙ୍କ ସବୁ ଅନ୍ତରଙ୍ଗ ତଥ୍ୟ ଆଧାର କାର୍ଡରେ ଲିପିବଦ୍ଧ। ଏହାକୁ ସରକାରୀ କିମ୍ବା ବେସରକାରୀ ସଂସ୍ଥା ଅପବ୍ୟବହାର କରୁଥିବାର ବହୁ ଦୃଷ୍ଟାନ୍ତ ରହିଛି। ତେଣୁ...

ବରିଷ୍ଠ ନାଗରିକଙ୍କୁ ପୋଲିସ ବାଣ୍ଟିଲା ପରିଚୟପତ୍ର: ଏକୁଟିଆ ଥିଲେ ରହିବ ସ୍ବତନ୍ତ୍ର ଦୃଷ୍ଟି: ଏସ୍‌ପି

ଅନୁଗୋଳ ଅଫିସ, ୧୩।୧୦ – ଅନୁଗୋଳ ପୋଲିସ ପକ୍ଷରୁ ଶନିବାର ମଧ୍ୟାହ୍ନରେ ବରିଷ୍ଠ ନାଗରିକମାନଙ୍କୁ ପରିଚୟପତ୍ର ପ୍ରଦାନ କରାଯାଇଛି। ଅନୁଗୋଳ ଥାନା ପରିସରରେ ଆୟୋଜିତ ଏହି...

ଖାଦ୍ୟ ସୁରକ୍ଷା ଯୋଜନା ହିତାଧିକାରୀଙ୍କୁ ଟଙ୍କା ବଣ୍ଟନ

ଭବାନୀପାଟଣା/କୋକସରା-୪ । ୪, (ଡି.ଏନ.ଏ.) : ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ଥିବା ରାଜ୍ୟର ହିତାଧିକାରୀମାନଙ୍କୁ ଓଡ଼ିଶା ସରକାର ଆଗୁଆ ୩ ମାସର ରାସନ ସାମଗ୍ରୀ...

ଆହତ ବ୍ୟକ୍ତିଙ୍କୁ ନିଜ ଗାଡ଼ିରେ ଡାକ୍ତରଖାନା ନେଲେ

ସୁନ୍ଦରଗଡ଼,୧୨।୯ (ଡି.ଏନ୍‌.ଏ): ଜଣେ ଗର୍ଭବତୀଙ୍କୁ ମାଡ଼ ମାରିଥିବା ନେଇ ଗତ କିଛିଦିନ ତଳେ ଚର୍ଚ୍ଚାରେ ଥିବା ସୁନ୍ଦରଗଡ଼ ଏସ୍‌ପି ସୌମ୍ୟା ମିଶ୍ରାଙ୍କୁ ମଙ୍ଗଳବାର ଏକ ଭିନ୍ନ...

Advertisement
Archives

Model This Week