କାର୍ଯ୍ୟକ୍ଷମ ହୋଇପାରୁନି ଉଠାଜଳସେଚନ ପଏଣ୍ଟ

ବାସୁଦେବପୁର, ୨୬।୭ (ଡି.ଏନ.ଏ.) – ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଏକ କୃଷିପ୍ରଧାନ ଅଞ୍ଚଳ। ଚଳିତ ଖରିଫ ଋତୁରେ ଚାଷକାର୍ଯ୍ୟ ପ୍ରାରମ୍ଭ ତଳି ପକାଇବାଠାରୁ ଆରମ୍ଭ କରି ଅଦ୍ୟାବଧି ଶ୍ରାବଣର ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ଆବଶ୍ୟକ ବର୍ଷା ହୋଇ ନ ଥିବାରୁ ମରୁଡ଼ି ଆଶଙ୍କା ଦେଖାଦେଇଛି। ବ୍ଲକର ମୋଟ ୩୪, ୪୦୦ ହେକ୍ଟର ଚାଷଜମି ମଧ୍ୟରୁ ୩୨ ହଜାର ହେକ୍ଟର ଜମିରେ ଧାନଚାଷ ପାଇଁ ଖରିଫଋତୁରେ ଲକ୍ଷ୍ୟଧାର୍ଯ୍ୟ ଥିବାବେଳେ ଅଦ୍ୟାବଧି ମାତ୍ର ୩୫ ଶହ ହେକ୍ଟର ଜମିରେ ପ୍ରାରମ୍ଭିକ ଚାଷ ହୋଇଛି। ଏହି ଖରିଫ ଋତୁରେ ଖରିଡି, ଆତରା, ଚବକା ଉପାୟରେ ୨୭୨୪ ହେକ୍ଟର ଜମିରେ ତଳି ପଡ଼ିଥିବାବେଳେ ୧୨ ହେକ୍ଟର ଜମିରେ ତଳି ନଷ୍ଟ ହୋଇଗଲାଣି। ଏଭଳି ସ୍ଥିତିରେ ଅଞ୍ଚଳରେ ଥିବା ଉଠାଜଳସେଚନ ପଏଣ୍ଟ କାର୍ଯ୍ୟକ୍ଷମ ହୋଇପାରୁନି। ଏଠାରେ ମାତ୍ର ୧୬ ହଜାର ହେକ୍ଟର ଜମିକୁ ଜଳସେଚନ ବ୍ୟବସ୍ଥା ଥିବାବେଳେ କେନାଲଗୁଡ଼ିକ ପୋତି ହୋଇପଡ଼ିଛି। ମରାମତି ହେଉ ନ ଥିବାରୁ କେନାଲ ପାଣି ଚାଷୀଙ୍କ ଜମିକୁ ମାଡ଼ିପାରୁ ନାହିଁ।
ପ୍ରକାଶ ଯେ, ବାସୁଦେବପୁର ଅଞ୍ଚଳର ଚାଷୀଙ୍କ ଜମିକୁ ଜଳସେଚନ ପାଇଁ ଇରମ ଓ ବାସୁଦେବପୁର କ୍ଲଷ୍ଟରରେ ମୋଟ ୨୦୮ଟି ଉଠାଜଳସେଚନ ପଏଣ୍ଟ ବ୍ୟବସ୍ଥା ରହିଛି। ସେଥିମଧ୍ୟରୁ ୧୭୫ଟି କାର୍ଯ୍ୟକ୍ଷମ ଅଛି। ୨୯ ଉଠାଜଳସେଚନ ପଏଣ୍ଟ ସ୍ଥାୟୀ ଭାବେ ଅଚଳ ଥିବାବେଳେ ୪ଟି ଅସ୍ଥାୟୀ ଭାବେ ଅଚଳ ଥିବା ଜଣାପଡ଼ିଛି। ଗୋଟିଏ ପଏଣ୍ଟର ପ୍ରାୟ ୨୦ ହେକ୍ଟରରୁ ଊର୍ଦ୍ଧ୍ୱ ଜମି ଜଳସେଚିତ କରିବାର ଦକ୍ଷତା ରହିଛି। ଏହି ସଚଳ ଉଠାଜଳସେଚନ ପଏଣ୍ଟ କାର୍ଯ୍ୟକ୍ଷମ କ୍ଷେତ୍ରରେ ବିଦ୍ୟୁତ୍‌ ବିଲ୍‌ ଚାଷୀଙ୍କ ପାଇଁ ବୋଝ ସାଜୁଛି। ୮୦ରୁ ଊର୍ଦ୍ଧ୍ୱ ପଏଣ୍ଟରେ ବିଦ୍ୟୁତ୍‌ ମିଟର ଲାଗିଥିବାବେଳେ ୧୦୦ରୁ ଊର୍ଦ୍ଧ୍ୱ ପଏଣ୍ଟରେ ବିଭାଗ ପକ୍ଷରୁ ମିଟର ଲଗାଯାଇ ନାହିଁ। ଫଳରେ ଏହି ପଏଣ୍ଟରେ ଅଧିକ ବିଲ୍‌ ଚାଷୀଙ୍କ ଉପରେ ବିଦ୍ୟୁତ୍‌ ବିଭାଗ ଲଗାଉଥିବାରୁ ପଏଣ୍ଟ ଖୋଲିବାକୁ କେହି ଆଗ୍ରହ ପ୍ରକାଶ କରୁନାହାନ୍ତି ବୋଲି ଉଠାଜଳସେଚନ ସହକାରୀ ଯନ୍ତ୍ରୀ ଭୀମସେନ ମଲ୍ଲିକ କହିଛନ୍ତି। ସମସ୍ତ ସଚଳ ଉଠାଜଳସେଚନ ପଏଣ୍ଟକୁ ଗ୍ରାମର ପାଣିପଞ୍ଚାୟତ କମିଟିକୁ ହସ୍ତାନ୍ତର କରାଯାଇଛି ବୋଲି ସେ ଜଣାଇଛନ୍ତି। ଅନ୍ୟ କେତେକ ପଏଣ୍ଟରେ ବିଦ୍ୟୁତ୍‌ ସଂଯୋଗ କାଟି ଦିଆଯାଇଥିବାରୁ ଚାଷୀମାନେ ଏହାର ସୁଫଳ ପାଇପାରୁନାହାନ୍ତି। ସେହିପରି ଇରମର ୮ଟି ପଞ୍ଜୀକୃତ ୫ ଜଣିଆ ଚାଷୀ କମିଟିକୁ ନେଇ ୪୧ଟି ସାଲୋ ନଳକୂପ ବସାଯାଇଛି। ରାଜ୍ୟ ସରକାର ୯୦ ପ୍ରତିଶତ ସବ୍‌ସିଡି ପ୍ରଦାନ କରିଥିବା ବେଳେ ଚାଷୀଙ୍କ ପକ୍ଷରୁ ୧୦ ପ୍ରତିଶତ ବ୍ୟକ୍ତିଗତ ସହାୟତା କ୍ରମେ ଏହି ଗଭୀର ନଳକୂପ ବାସୁଦେବପୁରରେ କାର୍ଯ୍ୟକ୍ଷମ ଅଛି। ସେହିପରି ଏହି ଯୋଜନାରେ ଆଉ ୧୬ଟି ସାଲୋ ନଳକୂପ ଖନନ ପ୍ରକ୍ରିୟା ଚାଲିଥିବା ଇରମ କ୍ଲଷ୍ଟର ଉଠାଜଳସେଚନ ଯନ୍ତ୍ରୀ ସତ୍ୟଚରଣ ଚକ୍ରବର୍ତ୍ତୀ ସୂଚନା ଦେଇଛନ୍ତି। ଚଳିତବର୍ଷ ନିଅଣ୍ଟିଆ ବର୍ଷା ମରୁଡ଼ି ପରିସ୍ଥିତି ସୃଷ୍ଟି କରିଛି। ତୁରନ୍ତ ସଚଳ ଥିବା ୧୭୫ ଉଠାଜଳସେଚନ ପଏଣ୍ଟକୁ ବିଦ୍ୟୁତ୍‌ ସଂଯୋଗ ଦେଇ କାର୍ଯ୍ୟକ୍ଷମ କରାଯାଇପାରିଲେ ଚାଷଜମିକୁ ପାଣି ମଡ଼ାଯାଇ ପାରନ୍ତା ଓ ଚାଷକାର୍ଯ୍ୟ ତ୍ୱରାନ୍ବିତ ହୋଇପାରନ୍ତା ବୋଲି କେତେକ ଚାଷୀ ମତପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ୱାରାଣ୍ଟାଇନ୍‌ ସେଣ୍ଟରରେ କାର୍ଯ୍ୟ କରୁଥିବା ଶିକ୍ଷକଙ୍କ କରୋନାରେ ମୃତ୍ୟୁ, ଶୋକ ପ୍ରକାଶ କଲେ ବାଚସ୍ପତି

ଦିଗପହଣ୍ଡି,୧୭।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ଫୁଲସୁନ୍ଦରୀ ସାହିର ସହକାରୀ ଶିକ୍ଷକ ବଂଶୀଧର ବେହେରାଙ୍କର ଚିକିତ୍ସାଧୀନ ଅବସ୍ଥାରେ ଶୁକ୍ରବାର କରୋନାରେ ମୃତ୍ୟୁ ଘଟିଛି। ଏ ନେଇ ଦିଗପହଣ୍ଡି...

ପଣସ ଖାଇବାକୁ ଆସି ଜଣଙ୍କ ଜୀବନ ନେଲା ହାତୀ

ବିଶୋଇ,୧୭ା୬(ଡି.ଏନ୍‌.ଏ.): ରାଇରଙ୍ଗପୁର ବନଖଣ୍ଡ ଅନ୍ତର୍ଗତ ମଣଦା ବନାଞ୍ଚଳ ଅନ୍ତର୍ଗତ ସ୍ଥାନୀୟ ଦେଓପଟା ବିଟ ଅଧୀନ ଦେଓପଟା ଗ୍ରାମରେ ଗୁରୁବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି।...

୩ୟ ରାଉଣ୍ଡ ସୁଦ୍ଧା ମୁକେଶ ପାଲ ଆଗରେ

ପାଲଲହଡ଼ା, ୨୩ା୫(ଡି.ଏନ.ଏ.)- ପାଲଲହଡ଼ା ବିଧାନସଭା ନିର୍ବାଚନମଣ୍ଡଳୀରେ ତୃତୀୟ ରାଉଣ୍ଡ ଶେଷ ସୁଦ୍ଧା ବିଜେଡିର ମୁକେଶ ପାଲ ୨୬୧ ଖଣ୍ଡ ଭୋଟରେ ଆଗରେ ଅଛନ୍ତି। ମୁକେଶ ୧୮୯୩...

ଆମ୍ବଡାଳ ପଡ଼ି ଛାତ୍ର ମୃତ

ନିରାକାରପୁର,୧୮-୧୦(ଡି.ଏନ.ଏ.):ଖୋର୍ଦ୍ଧା ଜିଲା ନିରାକାରପୁର ପଞ୍ଚାୟତସ୍ଥିତ କ୍ଷେତ୍ରବାସୀ ଏକାଡେମୀ ସ୍କୁଲରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ସ୍କୁଲ ପରିସର ମଧ୍ୟରେ ଥିବା ଏକ ଆମ୍ବଗଛର ବିରାଟ...

ନୂଆରୂପ ନେବ ଅସୁରଖୋଲ ଜଳପ୍ରପାତ : ସ୍ଥିତି ଅନୁଧ୍ୟାନ କରି ଫେରିଲେ ବିଭାଗୀୟ ଅଧିକାରୀ

କେନ୍ଦୁଝର,୨।୧୧(ସ୍ବ.ପ୍ର.)- କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ମହାଦେଇଯୋଡ଼ା ପଞ୍ଚାୟତ ନିକଟସ୍ଥ କୁଡ଼ିଆଘରା ଜଙ୍ଗଲରେ ଥିବା ମନୋରମ ଜଳପ୍ରପାତ ଅସୁରଖୋଲ ଅବହେଳିତ ଅବସ୍ଥାରେ ପଡ଼ିରହିଛି। ଏହାକୁ ପର୍ଯ୍ୟଟନ...

ଆଖି ବୁଜି ଦେଇଛି ପ୍ରଶାସନ: ଭଡା ଘରେ ଚାଲିଛି କୋଚିଂ ସେଣ୍ଟର

ମାଲକାନଗିରି,୫ା୭(ଡି.ଏନ୍‌.ଏ.)-କରୋନା ମହାମାରୀ ରୋଗ ଯେପରି ନ ବ୍ୟାପିବ, ଛାତ୍ରୀଛାତ୍ରମାନେ ସୁରକ୍ଷିତ ରହିବେ ସେଥିପାଇଁ ରାଜ୍ୟ ସରକାର ଗତ ମାର୍ଚ୍ଚରୁ ବାର୍ଷିକ ପରୀକ୍ଷା ନ କରି ସମସ୍ତ...

ଛାତ୍ରୀଙ୍କ ଉପରେ ଚଢ଼ିଗଲା ବସ୍‌, ଚାଲିଗଲା ଜୀବନ

ଢେଙ୍କାନାଳ ଅଫିସ,୯ା୧: ଢେଙ୍କାନାଳ ଜିଲା ମୋଟଙ୍ଗା ଥାନା ୫୫ ନମ୍ବର ଜାତୀୟ ରାଜପଥର ଉପର ବାଘଲୁଣ୍ଡା ଗ୍ରାମ ଛକଠାରେ ସୋମବାର ରୁଙ୍ଗ୍‌ଟା କମ୍ପାନୀ ଷ୍ଟାଫ୍‌ଙ୍କୁ ନେଇ...

ଧର୍ମେନ୍ଦ୍ର, ଜୟନାରାୟଣଙ୍କ ଆଡ଼କୁ ତଦନ୍ତ ଯାଉଛି: ପ୍ରମିଳା

ଭୁବନେଶ୍ବର, ୨୨।୨(ବ୍ୟୁରୋ): ନବ ଦାସ ହତ୍ୟା ଘଟଣାକୁ ନେଇ ବିଜେଡି ଏବଂ ଭାଜପା ମଧ୍ୟରେ ଆରୋପ ପ୍ରତ୍ୟାରୋପ ଜାରି ରହିଛି। ବିଧାନସଭାର ବଜେଟ ଅଧିବେଶନ ମଙ୍ଗଳବାରଠାରୁ...

Advertisement
Archives

Model This Week