କାର୍ଯ୍ୟକ୍ଷମ ହେଉନି ଆହାର କେନ୍ଦ୍ର

ଚମ୍ପୁଆ,୨।୨(ଡି.ଏନ.ଏ)-କେନ୍ଦୁଝର ଜିଲା ଚମ୍ପୁଆ ଏନ୍‌ଏସି ଅନ୍ତର୍ଗତ ବେସରକାରୀ ବସ୍‌ଷ୍ଟାଣ୍ଡ ନିକଟରେ ନିର୍ମିତ ନୂତନ ଆହାରକେନ୍ଦ୍ର କାର୍ଯ୍ୟକ୍ଷମ ହେଉ ନ ଥିବା ଅଭିଯୋଗ ହୋଇଛି। ଉକ୍ତ ଆହାରକେନ୍ଦ୍ର ସମ୍ମୁଖରେ ଡ୍ରେନ୍‌ ସ୍ଲାବ ପଡି ନ ଥିବା ଓ ପାଚେରି ନ ଥିବାରୁ ଏହା ଖୋଲା ଯାଇପାରୁ ନାହିଁ ବୋଲି ବିଭାଗୀୟ କର୍ମଚାରୀଙ୍କ ପକ୍ଷରୁ କୁହାଯାଇଛି।
ସୂଚନା ଅନୁସାରେ, ପ୍ରାୟ ୨୪ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟ ଅଟକଳରେ ଉକ୍ତ ବସ୍‌ଷ୍ଟାଣ୍ଡ କଡ଼ରେ ଏକ ନୂତନ ଆହାରକେନ୍ଦ୍ର ନିର୍ମାଣ କରାଯାଇଛି। ପୂର୍ବରୁ ସରକାରଙ୍କ ପକ୍ଷରୁ ପୁରୁଣା ସେଲ୍‌ଟାକ୍ସ ଗେଟ୍‌ ନିକଟରେ ଏକ ଅସ୍ଥାୟୀ ଘରେ କାର୍ଯ୍ୟକ୍ଷମ ରହିଛି। ଏହାର ସ୍ଥାୟୀ ସମାଧାନ ଲାଗି ଏନ୍‌ଏସି ପକ୍ଷରୁ ବସ୍‌ଷ୍ଟାଣ୍ଡକୁ ଲାଗି ଏକ ନୂତନ ଆହାରକେନ୍ଦ୍ର ଆବଶ୍ୟକ ସୁବିଧା ଥାଇ ନିର୍ମାଣ କରାଯାଇଥିଲା। ବସ୍‌ଷ୍ଟାଣ୍ଡ ନିକଟରେ ଆହାରକେନ୍ଦ୍ର ନିର୍ମାଣ କରାଗଲେ ଆର୍ଥିକ ଦୁର୍ବଳ ଓ ବସ୍‌ ଯାତ୍ରୀମାନେ ଏହାର ସୁଫଳ ପାଇପାରିବେ। ଏହି ଉଦ୍ଦେଶ୍ୟ ନେଇ ପୂର୍ତ୍ତ ବିଭାଗ ପକ୍ଷରୁ ୨୪ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟ କରାଯାଇ ଆହାରକେନ୍ଦ୍ର ନିର୍ମାଣ ପରେ ଏନ୍‌ଏସିକୁ ହସ୍ତାନ୍ତର କରାଯାଇଥିଲା। ବର୍ଷ ଆରମ୍ଭରୁ ଏହା ହସ୍ତାନ୍ତର କରାଯାଇଥିଲେ ମଧ୍ୟ ଅଦ୍ୟାବଧି ଖୋଲାଯାଇ ନ ଥିବା ଦେଖିବାକୁ ମିଳିଛି। ଏ ସମ୍ପର୍କରେ ଭାରପ୍ରାପ୍ତ ନିର୍ବାହୀ ଅଧିକାରୀ ସୂର୍ଯ୍ୟମଣି ପାଟଯୋଶୀଙ୍କୁ ପଚାରିବାରୁ କହିଛନ୍ତି, ହାଇଜେନିକ ବ୍ୟବସ୍ଥା ଓ ବାଉଣ୍ଡାରୀ ଆଦି କରିବା ପାଇଁ ଉପରିସ୍ଥ ଅଧିକାରୀ ନିର୍ଦ୍ଦେଶ ଦେଇଛନ୍ତି। ଖୁବ୍‌ଶୀଘ୍ର ଉକ୍ତ କାର୍ଯ୍ୟ ଶେଷ କରି ଆହାରକେନ୍ଦ୍ର ଖୋଲାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଦାଦନ ଖଟିବାକୁ ଯାଇ ୪ ଯୁବକ ନିର୍ଯାତନାର ଶିକାର

ପାଟଣା,୧୦।୮(ସ୍ବ.ପ୍ର.)-କେନ୍ଦୁଝର ଜିଲା ପାଟଣା ଥାନା ବଡ଼ବିଲ ପଞ୍ଚାୟତ ଟଭାସରୁଆ ଗ୍ରାମର ୪ଜଣ ଯୁବକ ୩ ଜଣ ଦଲାଲଙ୍କ ଜରଆରେ ଦିଲ୍ଲୀ ଯାଇ ପରେ ରାଜସ୍ଥାନର ଆଇସ୍କ୍ରିମ...

ପାଟଣା ବ୍ଲକର ପ୍ରଥମ ଡେଙ୍ଗୁ ରୋଗୀ ଚିହ୍ନଟ

ପାଟଣା,୩୦।୮(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକରେ ପ୍ରଥମ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ସେ ହେଲେ ଟାଙ୍ଗରପଡ଼ା  ଗ୍ରାମ ଗୋପାଳ ସାହିର ଶୈଳେନ୍ଦ୍ର ବାରିକଙ୍କ ପୁଅ...

ଆନନ୍ଦପୁର ବିଧାୟକଙ୍କୁ କରୋନା

କେନ୍ଦୁଝର, ୫।୯(ସ୍ବ.ପ୍ର.)-କେନ୍ଦୁଝର ଜିଲା ଆନନ୍ଦପୁର ବିଧାୟକ ଭାଗିରଥୀ ସେଠୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏ ନେଇ ସେ ନିଜେ ଶନିବାର ଟୁଇଟ କରି ସୂଚନା ଦେଇଛନ୍ତି।...

ସଫେଇ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

କେନ୍ଦୁଝର, ୫।୯:(ସ୍ବ.ପ୍ର.): ବିଭିନ୍ନ ସମସ୍ୟାକୁ ନେଇ ଆଉଟ ସୋର୍ସିଙ୍ଗ ସଂସ୍ଥା ଦ୍ୱାରା ନିଯୁକ୍ତି ପାଇଥିବା ସଫେଇ କର୍ମଚାରୀମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି। ପରେ ସିଡିଏମଓ ଡ଼କ୍ଟର...

ସିଗାରେଟ୍‌ ଦେବାରେ ବିଳମ୍ବ ହେବାରୁ ଫୁଟିଲା ଗୁଳି, ଜଣେ ଗୁରୁତର

କେନ୍ଦୁଝର,୨୭ା୪(ସ୍ବ.ପ୍ର.): କେନ୍ଦୁଝର ଜିଲା ହରିଚନ୍ଦନପୁର ଥାନା ଖଡ଼ିବାହାଳୀ ଛକରେ ସିଗାରେଟ ଦେବାରେ ବିଳମ୍ବ ହେବାରୁ ଦୋକାନୀଙ୍କୁ ଗୁଳିମାଡ଼ ଘଟଣା ଉକ୍ତ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।...

ହାତୀ-ମଣିଷ ତିକ୍ତତା ରୋକିବା ପାଇଁ ନୂଆ ପ୍ରୟାସ

କେନ୍ଦଝର,୧୭ା୯(ସ୍ବ.ପ୍ର.): କେନ୍ଦୁଝର ଜିଲାରେ ହାତୀ ଓ ମଣିଷ ମଧ୍ୟରେ ତିକ୍ତତା ରୋକିବା ପାଇଁ ନାନା ପଦକ୍ଷେପ ଗ୍ରହଣ କରାଯାଉଛି। ହାତୀ ଜଙ୍ଗଲ ଛାଡ଼ି ଜନବସତି ମୁହାଁ...

ଗୁରୁବେଡା ଜଙ୍ଗଲରେ ହାତୀ ମୃତ୍ୟୁ ଘଟଣା: ତଦନ୍ତ କଲେ ଆଡିସନାଲ ପିସିସିଏଫ

କେନ୍ଦୁଝର, ଯୋଡା ୧୫।୬(ସ୍ବ.ପ୍ର.)/(ଡି.ଏନ.ଏ.)-କେନ୍ଦୁଝର ଜିଲା ଚମ୍ପୁଆ ରେଞ୍ଜ ଯୋଡା ସେକ୍ସନର ଗୁରୁବେଡା ଗ୍ରାମ ପାଖ ବୈତରଣୀ (ଖ) ସଂରକ୍ଷିତ ଜଙ୍ଗଲରେ ରବିବାର ୨ହାତୀଙ୍କ ମୃତଦେହ ଠାବ...

ପାଟଣା, ସାହାରପଡ଼ା ବ୍ଲକ ଅଧ୍ୟକ୍ଷା ପଦ ଦଖଲ କଲା ବିଜେଡି

ପାଟଣା,୧୨ା୩(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକରେ ସୁକାନ୍ତି ନାଏକ ଓ ସାହାରପଡ଼ା ବ୍ଲକରେ ରୀନା ନାଏକ ବ୍ଲକ ଅଧ୍ୟକ୍ଷା ଭାବେ ନିର୍ବାଚିତ ହୋଇଛନ୍ତି। ଶନିବାର କଡ଼ା...

Advertisement
Archives

Model This Week