କାମରେ ଆସୁନି ୮୦ ଲକ୍ଷ ଟଙ୍କାର ଛାତ୍ରାବାସ : ଆବେଦନ କରୁଛନ୍ତି, ରହିବାକୁ ଅମଙ୍ଗ

ଭୁବନ, ୧୮।୭ – ଯୋଜନାହୀନ ଭାବେ ଜଙ୍ଗଲିଆ ପରିବେଶରେ ନିର୍ମାଣ କରି ଦିଆଗଲା ଛାତ୍ରାବାସ। ହେଲେ ଜନବସତିଠାରୁ ଦୂରରେ ତିଆରି ହୋଇଥିବା ହଷ୍ଟେଲ କ୍ୟାମ୍ପସରେ ପିଲାମାନେ ନିଜକୁ ସୁରକ୍ଷିତ ମଣିବେ ତ, ଏହି ପ୍ରଶ୍ନ କାହା ମୁଣ୍ଡକୁ ଜୁଟିଲାନି। ଏବେ ନିଃଶୁଳ୍କରେ ଛାତ୍ରାବାସରେ ରହିବାକୁ ସୁଯୋଗ ଦିଆଗଲେ ବି କେହି ରାଜି ହେଉନାହାନ୍ତି। ଦୂରଦୃଷ୍ଟି ଅଭାବରୁ ୮୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟରେ ନିର୍ମିତ ବାଜି ରାଉତ ସ୍ମୃତି କଲେଜ ଛାତ୍ରାବାସ ଉଦ୍‌ଘାଟନର ୩ବର୍ଷ ପରେ ବି ଲାଗୁଛି ଖଁା ଖଁା।
ଢେଙ୍କାନାଳ ଜିଲା କାମାକ୍ଷାନଗର ଉପଖଣ୍ଡର ଅନ୍ୟତମ ପୁରାତନ କଲେଜ ହେଉଛି ବାଜି ରାଉତ ସ୍ମୃତି ମହାବିଦ୍ୟାଳୟ। ୧୯୭୬ରେ ଆରମ୍ଭ ହୋଇଥିବା ଏହି କଲେଜରେ ଯୁକ୍ତ ୨, ଯୁକ୍ତ ୩ ବିଭାଗ ଖୋଲିଛି। କଳା, ବାଣିଜ୍ୟ, ବିଜ୍ଞାନରେ ୧୫୦୦ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ଅଧ୍ୟୟନ କରୁଛନ୍ତି। ସମ୍ମାନ (ଅନର୍ସ) ଉପଲବ୍ଧ ଥିବାରୁ ଜିଲା ତଥା ସୀମାନ୍ତ ଜିଲାର ପିଲା ଏଠାକୁ ଆକୃଷ୍ଟ ହୋଇ ଆସୁଛନ୍ତି। ଏହି କ୍ରମରେ ହାରାହାରି ୭୦% ଛାତ୍ରୀଛାତ୍ର ବାହାରର। ସେମାନଙ୍କ ରହିବା ଲାଗି ୨୦୦୨ ଓ ୨୦୧୨ରେ ସରକାରଙ୍କ ବିଭିନ୍ନ ଅନୁଦାନରୁ ୮୦ଲକ୍ଷରୁ ଊଦ୍ଧର୍‌ବ ଟଙ୍କା ବ୍ୟୟରେ ୨ଟି ଛାତ୍ରାବାସ ନିର୍ମାଣ କରାଯାଇଛି। ୩ବର୍ଷ ତଳେ ଏହା ଉଦ୍‌ଘାଟିତ ହୋଇଛି। ଏଠାରେ ୬୦ ଜଣ ଛାତ୍ରୀ ଏବଂ ୬୦ ଜଣ ଛାତ୍ରଙ୍କ ଲାଗି ରହିବା ସୁବିଧା ରହିଛି। ସରକାରଙ୍କ ନିୟମ ଅନୁଯାୟୀ ପ୍ରତିବର୍ଷ ନାମଲେଖା ସମୟରେ ଛାତ୍ରାବାସ ସୁବିଧା ସମ୍ପର୍କରେ କଲେଜ କର୍ତ୍ତୃପକ୍ଷ ଛାତ୍ରୀଛାତ୍ରଙ୍କୁ ଅବଗତ କରାଉଛନ୍ତି। ହେଲେ ଛାତ୍ରାବାସର ଭୌଗୋଳିକ ଚିତ୍ର ଜାଣିଲେ କେହି ରହିବାକୁ ରାଜି ହେଉନାହାନ୍ତି। ପିଲାମାନଙ୍କୁ ଛାତ୍ରାବାସ ପ୍ରତି ଆକୃଷ୍ଟ କରିବାକୁ କଲେଜ କର୍ତ୍ତୃପକ୍ଷ ୧୫ ଜଣ ପିଲାଙ୍କୁ ବିନା ଦେୟରେ ଛାତ୍ରାବାସରେ ରହିବାକୁ ସୁଯୋଗ ଦେଇଥିଲେ। ତଥାପି ଏହା ଫଳପ୍ରସୂ ହୋଇପାରିନାହିଁ। ସହରଠାରୁ ହାରାହାରି ୨ କିମି ଦୂର ନର୍ଜନ କଲେଜ କ୍ୟାମ୍ପସରେ ଥିବା ଉକ୍ତ ହଷ୍ଟେଲରେ ରହିଲେ ଅତ୍ୟାବଶ୍ୟକ ସମୟରେ ସହାୟତା ନ ମିଳିବା ଆଶଙ୍କା ଛାତ୍ରୀଛାତ୍ରଙ୍କୁ ଘାରୁଛି। ଜଙ୍ଗଲୀ ପରିବେଶ ହିଁ ପିଲାମାନଙ୍କୁ ହଷ୍ଟେଲ ପ୍ରତି ବିମୁଖ କରାଉଛି। ଅନ୍ୟପଟେ ହଷ୍ଟେଲ ସୁବିଧା ଥିବା ସତ୍ତ୍ୱେ ଛାତ୍ରୀଛାତ୍ରମାନେ ବାହାରେ ଘରଭଡ଼ା ନେଇ ଅଧିକ ଖର୍ଚ୍ଚାନ୍ତ ହେଉଛନ୍ତି। ଏହାକୁ ନେଇ ଅଭିଭାବକମାନଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ହଷ୍ଟେଲ କ୍ୟାମ୍ପସରେ ଭୟମୁକ୍ତ ବାତାବାରଣ ସୃଷ୍ଟି କରାଯାଇପାରିଲେ ଏହା ପିଲାଙ୍କୁ ଆକୃଷ୍ଟ କରିପାରିବ ବୋଲି ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଇଛି।

ଗୁରୁତ୍ୱପୂର୍ଣ୍ଣ ଅଧ୍ୟାପକ ପଦବୀ ଖାଲି:

ବାଜି ରାଉତ ସ୍ମୃତି କଲେଜରେ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ଅଧ୍ୟାପକଙ୍କ ମରୁଡ଼ି ଦେଖାଦେଇଛି। ଏବେ କଲେଜରେ ୪୬ଜଣ ଅଧ୍ୟାପିକାଅଧ୍ୟାପକ ଶିକ୍ଷାଦାନରେ ନିୟୋଜିତ ଅଛନ୍ତି। ୨୩ଜଣ ନନ୍‌ ଟିଚିଂ ଷ୍ଟାଫ୍‌ଙ୍କୁ ନିଯୁକ୍ତି ଦିଆଯାଇଛି। ସେହିପରି ୪ଜଣ ଆଡ୍‌ହକ୍‌ ଅଧ୍ୟାପକ ନିଯୁକ୍ତି ପାଇଛନ୍ତି। ରାଜନୀତି ବିଜ୍ଞାନ, ଅର୍ଥନୀତି, ଶିକ୍ଷା, ଓଡ଼ିଆ, ଇଂଲିଶ ବିଭାଗରେ ପାଠ ପଢ଼ାଇବାକୁ ଆବଶ୍ୟକ ସଂଖ୍ୟକ ଅଧ୍ୟାପିକାଅଧ୍ୟାପକ ନାହାନ୍ତି। ନିର୍ଦ୍ଧାରିତ ସମୟରେ ପାଠ୍ୟକ୍ରମ ସରୁ ନ ଥିବାରୁ ପିଲାମାନେ ପରୀକ୍ଷା ବେଳକୁ ହଇରାଣ ହେଉଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଲୋକଙ୍କ ହୃଦୟ ଜିଣିବା ଲକ୍ଷ୍ୟ

ଓଡ଼ିଶା ପ୍ରଶାସନିକ ସେବାର ବରିଷ୍ଠ ଅଧିକାରୀ ଭୂମେଶ ଚନ୍ଦ୍ର ବେହେରା। ୧୮ ମାସ ତଳେ ରାଜ୍ୟ ସରକାର ତାଙ୍କ କାନ୍ଧରେ ନ୍ୟସ୍ତ କରିଥିଲେ ରାଜ୍ୟର ଅନ୍ୟତମ...

ବନବିଭାଗ ପକ୍ଷରୁ ଚଢାଉ: ଚଉକାଠ ଜବତ, ୨ ଗିରଫ

ବଇଣ୍ଡା,୧୯।୯(ଡି.ଏନ.ଏ.)-ଆଠମଲ୍ଲିକ ବ୍ଲକ ଧଣ୍ଡାତୋପା ହାତୀଧରା ସଂରକ୍ଷିତ ଜଙ୍ଗଲରୁ ଗୁରୁବାର ସକାଳେ ବନବିଭାଗ ଚଢାଉ କରି ୨ଟି ଶାଳଗଣ୍ଡିକୁ ଜବତ କରିଛି। ଏଥିସହ ୨ ଜଣ କାଠ...

୧,୮୫,୨୧୦ ହେକ୍ଟରରେ ଖରିଫ୍‌ ଚାଷ

ଢେଙ୍କାନାଳ ଅଫିସ, ୨୨।୫ କରୋନା ପ୍ରଭାବିତ ଢେଙ୍କାନାଳ ଜିଲାରେ ଖରିଫ୍‌ ଚାଷକୁ ସୁବ୍ୟବସ୍ଥିତ କରିବାକୁ ଅଣ୍ଟା ଭିଡିଛି ପ୍ରଶାସନ। ଖରିଫ୍‌-୨୦୨୦ ନେଇ ଗୁରୁବାର ଜିଲା କାର୍ଯ୍ୟାଳୟ...

ଦିବ୍ୟାଙ୍ଗ ନାବାଳିକା ବଳାତ୍କାର ମାମଲା: ଅଭିଯୁକ୍ତଙ୍କୁ ୧୦ବର୍ଷ ଜେଲ

ଢେଙ୍କାନାଳ ଅଫିସ, ୧୧ା୭-ଢେଙ୍କାନାଳ ଜିଲା କଙ୍କଡ଼ାହାଡ଼ ଥାନା ଡଙ୍ଗାପାଳ ଗ୍ରାମରେ ୨୦୧୬ରେ ସଙ୍ଗଠିତ ଦିବ୍ୟାଙ୍ଗ ନାବାଳିକା ବଳାତ୍କାର ମାମଲାର ରାୟ ଗୁରୁବାର ପ୍ରକାଶ ପାଇଛି। ସ୍ବତନ୍ତ୍ର...

ଜୀବନ ଯୁଦ୍ଧରେ ଜୀବିକା ପ୍ରଭାବିତ

ଭୁବନ, ୨୭।୩(ଡି.ଏନ.ଏ.):କରୋନା ମହାମାରୀ ଆତଙ୍କରେ ବିଶ୍ୱ ଥରହର। ଗଡୁଛି ହଜାର ହଜାର ମୁଣ୍ଡ। ଆକ୍ରାନ୍ତଙ୍କ ସଂଖ୍ୟା କଳିବା ଅସମ୍ଭବ। କେତେବେଳେ ଆଉ କେମିତି ଏହି ମାରାତ୍ମକ...

ଆଇଆଇଏମ୍‌ସିରେ ବାୟୁ ପ୍ରଦୂଷଣ ସମ୍ପର୍କିତ କର୍ମଶାଳା:‘ସହଯୋଗ ମିଳିଲେ କମିବ ପ୍ରଦୂଷଣ’

ଢେଙ୍କାନାଳ ଅଫିସ, ୨୦ା୧୦ ଢେଙ୍କାନାଳସ୍ଥିତ ଆଇଆଇଏମ୍‌ସି ଏବଂ ଶିକାଗୋ ବିଶ୍ୱବିଦ୍ୟାଳୟ ଏନର୍ଜି ପଲିସି ଇନ୍‌ଷ୍ଟିଚ୍ୟୁଟ୍‌ର ମିଳିତ ସହଯୋଗରେ ଶୁକ୍ରବାର ବାୟୁ ପ୍ରଦୂଷଣ ସମ୍ପର୍କିତ କର୍ମଶାଳା ଅନୁଷ୍ଠିତ...

ବୃତ୍ତି ଚିନ୍ତାରେ ବନବାସୀ

କାମାକ୍ଷାନଗର, ୬।୧(ଡି.ଏନ.ଏ.) – ବଣଡଙ୍ଗରରେ ଜୀବନ। ହିଂସ୍ରଜନ୍ତୁ ସହ ମୁହାଁମୁହିଁ । ଜୀବିକା ପାଇଁ ଜୀବନ ଲାଗୁଛି ବାଜି। ଏହା ସତ୍ତ୍ୱେ ମିଳୁନି ପାରିଶ୍ରମିକ। ଶାଗମାଛ...

କପିଳାସ ପୀଠରେ ୩୦ହଜାର ଶ୍ରଦ୍ଧାଳୁ

ଢେଙ୍କାନାଳ ଅଫିସ, ୨।୧ – ଇଂଲିଶ ନବବର୍ଷର ବୁଧବାର ଥିଲା ପ୍ରଥମ ଦିନ। ଏହାକୁ ନେଇ ସବୁଠି ଦେଖାଦେଇଥିଲା ବିପୁଳ ଉତ୍ସାହ। ପରିବାର, ସାଙ୍ଗସାଥୀଙ୍କ ଶୁଭମନାସି...

Advertisement


Archives

Model This Week

Why Dharitri