କାମରେ ଆସୁନି ୮୦ ଲକ୍ଷ ଟଙ୍କାର ଛାତ୍ରାବାସ : ଆବେଦନ କରୁଛନ୍ତି, ରହିବାକୁ ଅମଙ୍ଗ

ଭୁବନ, ୧୮।୭ – ଯୋଜନାହୀନ ଭାବେ ଜଙ୍ଗଲିଆ ପରିବେଶରେ ନିର୍ମାଣ କରି ଦିଆଗଲା ଛାତ୍ରାବାସ। ହେଲେ ଜନବସତିଠାରୁ ଦୂରରେ ତିଆରି ହୋଇଥିବା ହଷ୍ଟେଲ କ୍ୟାମ୍ପସରେ ପିଲାମାନେ ନିଜକୁ ସୁରକ୍ଷିତ ମଣିବେ ତ, ଏହି ପ୍ରଶ୍ନ କାହା ମୁଣ୍ଡକୁ ଜୁଟିଲାନି। ଏବେ ନିଃଶୁଳ୍କରେ ଛାତ୍ରାବାସରେ ରହିବାକୁ ସୁଯୋଗ ଦିଆଗଲେ ବି କେହି ରାଜି ହେଉନାହାନ୍ତି। ଦୂରଦୃଷ୍ଟି ଅଭାବରୁ ୮୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟରେ ନିର୍ମିତ ବାଜି ରାଉତ ସ୍ମୃତି କଲେଜ ଛାତ୍ରାବାସ ଉଦ୍‌ଘାଟନର ୩ବର୍ଷ ପରେ ବି ଲାଗୁଛି ଖଁା ଖଁା।
ଢେଙ୍କାନାଳ ଜିଲା କାମାକ୍ଷାନଗର ଉପଖଣ୍ଡର ଅନ୍ୟତମ ପୁରାତନ କଲେଜ ହେଉଛି ବାଜି ରାଉତ ସ୍ମୃତି ମହାବିଦ୍ୟାଳୟ। ୧୯୭୬ରେ ଆରମ୍ଭ ହୋଇଥିବା ଏହି କଲେଜରେ ଯୁକ୍ତ ୨, ଯୁକ୍ତ ୩ ବିଭାଗ ଖୋଲିଛି। କଳା, ବାଣିଜ୍ୟ, ବିଜ୍ଞାନରେ ୧୫୦୦ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ଅଧ୍ୟୟନ କରୁଛନ୍ତି। ସମ୍ମାନ (ଅନର୍ସ) ଉପଲବ୍ଧ ଥିବାରୁ ଜିଲା ତଥା ସୀମାନ୍ତ ଜିଲାର ପିଲା ଏଠାକୁ ଆକୃଷ୍ଟ ହୋଇ ଆସୁଛନ୍ତି। ଏହି କ୍ରମରେ ହାରାହାରି ୭୦% ଛାତ୍ରୀଛାତ୍ର ବାହାରର। ସେମାନଙ୍କ ରହିବା ଲାଗି ୨୦୦୨ ଓ ୨୦୧୨ରେ ସରକାରଙ୍କ ବିଭିନ୍ନ ଅନୁଦାନରୁ ୮୦ଲକ୍ଷରୁ ଊଦ୍ଧର୍‌ବ ଟଙ୍କା ବ୍ୟୟରେ ୨ଟି ଛାତ୍ରାବାସ ନିର୍ମାଣ କରାଯାଇଛି। ୩ବର୍ଷ ତଳେ ଏହା ଉଦ୍‌ଘାଟିତ ହୋଇଛି। ଏଠାରେ ୬୦ ଜଣ ଛାତ୍ରୀ ଏବଂ ୬୦ ଜଣ ଛାତ୍ରଙ୍କ ଲାଗି ରହିବା ସୁବିଧା ରହିଛି। ସରକାରଙ୍କ ନିୟମ ଅନୁଯାୟୀ ପ୍ରତିବର୍ଷ ନାମଲେଖା ସମୟରେ ଛାତ୍ରାବାସ ସୁବିଧା ସମ୍ପର୍କରେ କଲେଜ କର୍ତ୍ତୃପକ୍ଷ ଛାତ୍ରୀଛାତ୍ରଙ୍କୁ ଅବଗତ କରାଉଛନ୍ତି। ହେଲେ ଛାତ୍ରାବାସର ଭୌଗୋଳିକ ଚିତ୍ର ଜାଣିଲେ କେହି ରହିବାକୁ ରାଜି ହେଉନାହାନ୍ତି। ପିଲାମାନଙ୍କୁ ଛାତ୍ରାବାସ ପ୍ରତି ଆକୃଷ୍ଟ କରିବାକୁ କଲେଜ କର୍ତ୍ତୃପକ୍ଷ ୧୫ ଜଣ ପିଲାଙ୍କୁ ବିନା ଦେୟରେ ଛାତ୍ରାବାସରେ ରହିବାକୁ ସୁଯୋଗ ଦେଇଥିଲେ। ତଥାପି ଏହା ଫଳପ୍ରସୂ ହୋଇପାରିନାହିଁ। ସହରଠାରୁ ହାରାହାରି ୨ କିମି ଦୂର ନର୍ଜନ କଲେଜ କ୍ୟାମ୍ପସରେ ଥିବା ଉକ୍ତ ହଷ୍ଟେଲରେ ରହିଲେ ଅତ୍ୟାବଶ୍ୟକ ସମୟରେ ସହାୟତା ନ ମିଳିବା ଆଶଙ୍କା ଛାତ୍ରୀଛାତ୍ରଙ୍କୁ ଘାରୁଛି। ଜଙ୍ଗଲୀ ପରିବେଶ ହିଁ ପିଲାମାନଙ୍କୁ ହଷ୍ଟେଲ ପ୍ରତି ବିମୁଖ କରାଉଛି। ଅନ୍ୟପଟେ ହଷ୍ଟେଲ ସୁବିଧା ଥିବା ସତ୍ତ୍ୱେ ଛାତ୍ରୀଛାତ୍ରମାନେ ବାହାରେ ଘରଭଡ଼ା ନେଇ ଅଧିକ ଖର୍ଚ୍ଚାନ୍ତ ହେଉଛନ୍ତି। ଏହାକୁ ନେଇ ଅଭିଭାବକମାନଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ହଷ୍ଟେଲ କ୍ୟାମ୍ପସରେ ଭୟମୁକ୍ତ ବାତାବାରଣ ସୃଷ୍ଟି କରାଯାଇପାରିଲେ ଏହା ପିଲାଙ୍କୁ ଆକୃଷ୍ଟ କରିପାରିବ ବୋଲି ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଇଛି।

ଗୁରୁତ୍ୱପୂର୍ଣ୍ଣ ଅଧ୍ୟାପକ ପଦବୀ ଖାଲି:

ବାଜି ରାଉତ ସ୍ମୃତି କଲେଜରେ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ଅଧ୍ୟାପକଙ୍କ ମରୁଡ଼ି ଦେଖାଦେଇଛି। ଏବେ କଲେଜରେ ୪୬ଜଣ ଅଧ୍ୟାପିକାଅଧ୍ୟାପକ ଶିକ୍ଷାଦାନରେ ନିୟୋଜିତ ଅଛନ୍ତି। ୨୩ଜଣ ନନ୍‌ ଟିଚିଂ ଷ୍ଟାଫ୍‌ଙ୍କୁ ନିଯୁକ୍ତି ଦିଆଯାଇଛି। ସେହିପରି ୪ଜଣ ଆଡ୍‌ହକ୍‌ ଅଧ୍ୟାପକ ନିଯୁକ୍ତି ପାଇଛନ୍ତି। ରାଜନୀତି ବିଜ୍ଞାନ, ଅର୍ଥନୀତି, ଶିକ୍ଷା, ଓଡ଼ିଆ, ଇଂଲିଶ ବିଭାଗରେ ପାଠ ପଢ଼ାଇବାକୁ ଆବଶ୍ୟକ ସଂଖ୍ୟକ ଅଧ୍ୟାପିକାଅଧ୍ୟାପକ ନାହାନ୍ତି। ନିର୍ଦ୍ଧାରିତ ସମୟରେ ପାଠ୍ୟକ୍ରମ ସରୁ ନ ଥିବାରୁ ପିଲାମାନେ ପରୀକ୍ଷା ବେଳକୁ ହଇରାଣ ହେଉଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

୫୫ନଂ. ରାଜପଥ କାର୍ଯ୍ୟ ସମ୍ପୂର୍ଣ୍ଣ ନେଇ ଅନିଶ୍ଚିତତା

ଢେଙ୍କାନାଳ,୨୬ା୪(ରତନ ନାୟାର): କଟକର ମଙ୍ଗୁଳି ଛକରୁ ଢେଙ୍କାନାଳ ଓ ଅନୁଗୋଳ ଜିଲା ଦେଇ ସମ୍ବଲପୁରକୁ ଯାଇଥିବା ୫୫ନଂ. ଜାତୀୟ ରାଜପଥର ଉନ୍ନତୀକରଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା...

ବିଜେଡି ଛାଡ଼ିଲେ ସୀମାରାଣୀ: ଭାଜପାରେ ଯୋଗଦେବା ସମ୍ଭାବନା

ଢେଙ୍କାନାଳ,୨୩ା୪(ରତନ ନାୟାର):ହିନ୍ଦୋଳ ବିଧାନସଭା ଆସନ ପାଇଁ ବିଜେଡି ପକ୍ଷରୁ ମହେଶ ସାହୁଙ୍କ ନାମ ଘୋଷଣା କରାଯିବା ପରେ ଟିକେଟ୍‌ ଆଶାୟୀ ଥିବା ୨ ଥରର ବିଧାୟିକା...

ବିଧାୟକଙ୍କ ଫେସ୍‌ବୁକ୍‌ ପୋଷ୍ଟ ନେଇ ଜୋର୍‌ଦାର ଚର୍ଚ୍ଚା

ଢେଙ୍କାନାଳ,୨୨ା୪(ରତନ ନାୟାର):ଢେଙ୍କାନାଳ ବିଧାନସଭା ନିର୍ବାଚନମଣ୍ଡଳୀର ବିଜେଡି ପ୍ରାର୍ଥୀ ତଥା ବିଧାୟକ ସୁଧୀର କୁମାର ସାମଲଙ୍କ ଏକ ଫେସ୍‌ବୁକ୍‌ ପୋଷ୍ଟକୁ ନେଇ ଜୋର୍‌ଦାର ଚର୍ଚ୍ଚା ଚାଲିଛି। ସଦର...

ଢେଙ୍କାନାଳ ସଂସଦୀୟ କ୍ଷେତ୍ରରେ ବଢ଼ିଲା ଉଷ୍ମତା, ଲଢ଼େଇରେ ସାମିଲ ୨ ନୂଆ ମୁହଁ

ଢେଙ୍କାନାଳ,୧୫ା୪(ରତନ ନାୟାର): ଢେଙ୍କାନାଳ ଲୋକ ସଭା ଆସନ ପାଇଁ ୩ ପ୍ରମୁଖ ରାଜନୈତିକ ଦଳ ବିଜେଡି, ଭାଜପା ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା ସରିଛି।...

ଅବିନାଶ, ରୁଦ୍ର ପାଣିଙ୍କୁ ଟକ୍କର ଦେବେ ସସ୍ମିତା ବେହେରା

ଢେଙ୍କାନାଳ,୧୪ା୪(ରତନ ନାୟାର)ଅଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି)ର ସମ୍ପାଦିକା ତଥା ବରିଷ୍ଠ କଂଗ୍ରେସ ନେତ୍ରୀ ସସ୍ମିତା ବେହେରାଙ୍କୁ କଂଗ୍ରେସ ଢେଙ୍କାନାଳ ଲୋକ ସଭା ଆସନରୁ ପ୍ରାର୍ଥୀ...

ନିର୍ବାଚନୀ ତାତି ବଢ଼ାଉଛି ୫୫ନଂ. ଜାତୀୟ ରାଜପଥ

ଢେଙ୍କାନାଳ,୧୨ା୪(ରତନ ନାୟାର): କଟକରୁ ଢେଙ୍କାନାଳ ଓ ଅନୁଗୋଳ ଦେଇ ସମ୍ବଲପୁରକୁ ଲମ୍ବିଥିବା ୫୫ନଂ. ଜାତୀୟ ରାଜପଥର ଅଧାପନ୍ତରିଆ ଅବସ୍ଥା ଏବେ ନିର୍ବାଚନୀ ପ୍ରସଙ୍ଗ ପାଲଟିଛି। ଢେଙ୍କାନାଳ,...

ହିନ୍ଦୋଳ ଆସନକୁ ନେଇ ଅଙ୍କ ଛିଡୁନି

ଢେଙ୍କାନାଳ,୧୧ା୪(ରତନ ନାୟାର)ଢେଙ୍କାନାଳ ଏମ୍‌ପି ନିର୍ବାଚନ ପାଇଁ ବିଜେଡି ଓ ଭାଜପା ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇସାରିଛି। ସେହିପରି ଜିଲାର ୪ ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ ଢେଙ୍କାନାଳ,...

ସନ୍ଦିଗ୍ଧ ପାରା ଉଦ୍ଧାର:ଗୋଡ଼ରେ ଲାଗିଛି ଜିପିଏସ୍‌ ଟ୍ରାକର ଭଳି ଚିପ୍‌

ଢେଙ୍କାନାଳ,୯ା୪(ରତନ ନାୟାର):ଢେଙ୍କାନାଳ ଜିଲା ଗଁଦିଆ ବ୍ଲକ ନିହଲପ୍ରସାଦ ଥାନା ଲାଉଲଇ ଗ୍ରାମର ଏକ ମନ୍ଦିର ପରିସରରୁ ସୋମବାର ଏକ ପାରାକୁ ଅଞ୍ଚଳବାସୀ ଉଦ୍ଧାର କରିଛନ୍ତି। ଉକ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri