କାମରେ ଆସୁନି ସହାୟକ ପ୍ରାଣୀ ଚିକିତ୍ସା କେନ୍ଦ୍ର

ଦେଓଗାଁ,୧୫ା୭(ଡି.ଏନ.ଏ.): ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକ ମକୁନ୍ଦପୁରରେ ୨୦୧୫-୧୬ ଆର୍ଥିକ ବର୍ଷରୁ ନିର୍ମିତ ସହାୟକ ପ୍ରାଣୀ ଚିକିତ୍ସା କେନ୍ଦ୍ର ଏବେ ଜନୈକ ବ୍ୟକ୍ତିଙ୍କ କବ୍‌ଜାରେ ରହିଥିବା ଅଭିଯୋଗ ହୋଇଛି। ସୋମବାର ମକୁନ୍ଦପୁର ଗ୍ରାମବାସୀ ଏ ନେଇ ଲିଖିତ ଭାବେ ପ୍ରାଣୀ ଚିକିତ୍ସା ବିଭାଗ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଗାଁର ଲାଲ ବିହାରୀ କୁଅଁର, ଉତ୍ତର ନାଗ, ଉକିଲ ନନ୍ଦ, ଗଗନ ସ୍ବାଇଁ, ମଗଶିର ବାଗ, ଲମ୍ବୋଦର ସାହୁ, ମାୟାଧର ନାଏକ, ମିତ୍ରଭାନୁ ନାଏକ, ରମେଶ ନାଏକ ପ୍ରମୁଖ ଅଭିଯୋଗ କରିଛନ୍ତି ଯେ, ଏହି ସହାୟକ ପ୍ରାଣୀଧନ ଚିକିତ୍ସା କେନ୍ଦ୍ର ଅବହେଳିତ ହୋଇପଡି ରହିଛି ା କୌଣସି ଅଧିକାରୀ କେବେ ହେଲେ ଏଠାକୁ ଆସୁ ନାହାନ୍ତି। ଏହାର ସୁଯୋଗ ନେଇ ଜଣେ ବ୍ୟକ୍ତି ଏଠାରେ ଅନାଧିକାରଭାବେ ବାସ କରୁଛନ୍ତି ା ମକୁନ୍ଦପୁର, ପୁରୁନାପାନି ଗାଁର ଚାଷୀଙ୍କ ପଶୁର ଚିକିତ୍ସା ଉଦ୍ଦେଶ୍ୟରେ ଏହି ଏଲଆଇ ସେଣ୍ଟର ସ୍ଥାପିତ ହୋଇଥିବା ବେଳେ ଜବରଦଖଲକୁ ନେଇ ବିଭାଗୀ କର୍ତ୍ତୃପକ୍ଷଙ୍କ ନୀରବତାକୁ ନେଇ ଗ୍ରାମବାସୀ ପ୍ରଶ୍ନ ଉଠାଇଛନ୍ତି। ଏ ନେଇ ଦେଓଗାଁ ପ୍ରାଣୀଧନ ଚିକିତ୍ସକ ଡା.ଶମ୍ଭୁ ପ୍ରସାଦ ସାହୁଙ୍କୁ ଯୋଗାଯୋଗ କରିବାରୁ ଗାଁଲୋକ ଏନେଇ ଜିଲା ଅଫିସରେ ଅଭିଯୋଗ କରିଥିବା ସୂଚନା ପାଇଛି। ମଙ୍ଗଳବାର ଗାଁକୁ ଯାଇ ତଦନ୍ତ କଲା ପରେ ପଦକ୍ଷେପ ନିଆଯିବ ବୋଲି କହିଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ଚାଷ ଜମିରୁ ବ୍ୟାପିଛି ନିଆଁ

ସମ୍ବଲପୁର,୯ା୩(ବ୍ୟୁରୋ): ସମଗ୍ର ରାଜ୍ୟରେ ଜଙ୍ଗଲ ଅସୁରକ୍ଷିତ। ନିଆଁ ଆଁରେ ପୋଡ଼ି ପାଉଁଶ ହେଉଛି ମୂଲ୍ୟବାନ ବୃକ୍ଷଲତା। ବିପଦରେ ବନ୍ୟପ୍ରାଣୀଙ୍କ ଜୀବନ। ସମ୍ବଲପୁର ବନଖଣ୍ଡ ମଧ୍ୟ ଏଥିରୁ...

ଧର୍ମଗଡ଼ ବିଧାନସଭା: ବିଜେଡି ଆଗୁଆ

ଭବାନୀପାଟଣା,୨୩।୫: ଧର୍ମଗଡ଼ ବିଧାନସଭା ଆସନରୁ ପ୍ରଥମ ରାଉଣ୍ଡ ଗଣତି ଶେଷ ସୁଦ୍ଧା ବିଜେଡିର ମୌଷଦୀ ବାଗ ଆଗୁଆ ରହିଛନ୍ତି। ମୌଷଦୀ ୧୫୩୮ ଭୋଟ ପାଇଥିବାବେଳେ ନିକଟତମ...

ସମ୍ବଲପୁର ଜିଲା ଚିଠି: ଶିଳାନ୍ୟାସରେ ସୀମିତ ଶୀତଳଭଣ୍ଡାର

ସମ୍ବଲପୁର ଜିଲା ସମେତ ପଶ୍ଚିମ ଓଡ଼ିଶାର ୧୦ଟି ଜିଲାର ଚାଷୀମାନଙ୍କ ଉତ୍ପାଦିତ ଶସ୍ୟ,ପନିପରିବା ତଥା ବଜାର ସୁବିଧା ପାଇଁ ଏକ ମଡର୍ନ ଟର୍ମିନାଲ ନିର୍ମାଣ ପାଇଁ...

ପଥର ସନ୍ଧିରୁ ମିଳିଲା ନାବାଳିକାଙ୍କ ମୃତଦେହ

ସମ୍ବଲପୁର,୫।୧୦(ବ୍ୟୁରୋ): ସମ୍ବଲପୁର ଜିଲା ଦଲେଇପଡ଼ା ମହାନଦୀ ଘାଟରେ ସୋମବାର ଏକ ପରିବାର ୩ ଜଣ ସଦସ୍ୟ ଭାସିଯାଇଥିଲେ। ତେବେ ବାପା ଓ ପୁଅଙ୍କ ମୃତଦେହ ଉଦ୍ଧାର...

ଅଷ୍ଟମ ଶ୍ରେଣୀ ସାହିତ୍ୟ ବହିରେ ଭୁଲ ତଥ୍ୟ

ସମ୍ବଲପୁର,୨ା୩(ବ୍ୟୁରୋ): ସମ୍ବଲପୁରୀ ନାଟକ ଓ ସିନେମା ଭୁଖାକୁ କୋଶଲି ଲେଖାଯାଇଥିବାରୁ ହୀରାଖଣ୍ଡ ସାମ୍ମୁଖ୍ୟ ପକ୍ଷରୁ ବୁଧବାର ଦୃଢ଼ ବିରୋଧ କରାଯାଇଛି। ଲୋକପ୍ରିୟ ସମ୍ବଲପୁରୀ ନାଟକ ଓ...

ଥାନାକୁ ଆଣି ଛାଡ଼ିଦେଲା ପୋଲିସ

ସମ୍ବଲପୁର,୧୩ା୮(ବ୍ୟୁରୋ): ସମ୍ବଲପୁର ଜିଲା ଯୁଯୁମୁରା ଥାନା ପୋଲିସ ଶୁକ୍ରବାର ଏକ ସ୍କ୍ରାପ୍‌ ବୋଝେଇ ଟ୍ରାକ୍ଟର ଥାନାକୁ ଆଣି ଛାଡ଼ିଦେଇଥିବା ନେଇ ଚର୍ଚ୍ଚା ଜୋର ଧରିଛି। ସ୍ଥାନୀୟ...

ଦୁର୍ଗମ ଇଲାକାରେ ପହଞ୍ଚିଲା ସ୍ବାସ୍ଥ୍ୟ ବିଭାଗ: ଦ୍ୱାର ମୁହଁରେ ଚିକିତ୍ସା ବ୍ୟବସ୍ଥା

ନୂଆପଡା ଅଫିସ,୧୭ା୫: ନୂଆପଡ଼ା ଜିଲାର ସବୁଠାରୁ ଦୁର୍ଗମ ସୁନାବେଡା ଅଭୟାରଣ୍ୟରେ ସ୍ବାସ୍ଥ୍ୟ ସେବା ଦୁର୍ଲଭ । ଲୋକେ ଆଜି ବି ସ୍ବାସ୍ଥ୍ୟ ଭଳି ମୌଳିକ ସେବାରୁ...

ପିଏମ୍‌ କେୟାରସ୍‌ ଫଣ୍ଡକୁ ଦାନ

ସୋନପୁର,୧୨।୪(ନି.ପ୍ର.): କରୋନା ମହାମାରୀର ମୁକାବିଲା କରିବା ପାଇଁ ଯୁବ ବ୍ୟବସାୟୀ ମୋନିଷ୍‌ ଅଗ୍ରଓ୍ବାଲ ୧ଲକ୍ଷ ୨ହଜାର ଟଙ୍କା ଦାନ କରିଛନ୍ତି। ଅଗ୍ରଓ୍ବାଲ ସୋନପୁର ବ୍ଲକ ଖରଜୁରାସ୍ଥିତ...

Advertisement
Archives

Model This Week