Posted inଖେଳ

କାନାଡା ଓପନ ବ୍ୟାଡ୍‌ମିଣ୍ଟନ: କାଶ୍ୟପ ରନର୍ସ ଅପ୍‌

କାଲଗାରି,୮।୭- ପୂର୍ବତନ ରାଜ୍ୟଗୋଷ୍ଠୀ ଚାମ୍ପିୟନ ପାରୁପଲ୍ଲୀ କାଶ୍ୟପ ଚଳିତ କାନାଡା ଓପନ ୧୦୦ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟରେ ଉପବିଜେତା ଭାବେ ଅଭିଯାନ ଶେଷ କରିଛନ୍ତି। ୩ ଗେମ୍‌ ବିଶିଷ୍ଟ ଫାଇନାଲରେ କାଶ୍ୟପଙ୍କୁ ଚାଇନାର ଅଣ ସିଡ୍‌ ଲି ଶି ଫେଙ୍ଗ୍‌ ହରାଇ ପୁରୁଷ ସିଙ୍ଗଲ୍ସ ବର୍ଗର ଟାଇଟଲ ହାତେଇଛନ୍ତି। ୬ଷ୍ଠ ସିଡ୍‌ କାଶ୍ୟପ ପ୍ରଥମ ଗେମ୍‌କୁ ୨୨-୨୦ ବ୍ୟବଧାନରେ ଜିତିଥିଲେ। କିନ୍ତୁ ପରବର୍ତ୍ତୀ ଦୁଇ ଗେମ୍‌ରେ ୧୪-୨୧, ୧୭-୨୧ରେ ପରାଜୟବରଣ କରିଥିଲେ। ଫାଇନାଲରେ ଦୁଇ ଖେଳାଳିଙ୍କ ମଧ୍ୟରେ ଏକଘଣ୍ଟା ୧୬ ମିନିଟ୍‌ ଧରି ଲଢ଼େଇ ହୋଇଥିଲା। ପରାଜୟ ପରେ ୩୨ ବର୍ଷୀୟ କାଶ୍ୟପ କହିଛନ୍ତି, ଫାଇନାଲରେ କଡ଼ା ସଂଘର୍ଷ ସତ୍ତ୍ୱେ ରୌପ୍ୟ ପଦକ ପାଇଛି। ଏହା ମୋ ଶ୍ରେଷ୍ଠ ପ୍ରଦର୍ଶନ ନୁହେଁ। କିନ୍ତୁ ଚଳିତ ସପ୍ତାହରେ ମୁଁ ଭଲ ଖେଳିଛି। ସମର୍ଥନ ପାଇଁ ପ୍ରଶଂସକଙ୍କୁ ଧନ୍ୟବାଦ। ସାଥୀ ଖେଳାଳି ଏଚ୍‌.ଏସ୍‌. ପ୍ରଣୟ ଟୁର୍ନାମେଣ୍ଟରେ କ୍ୱାର୍ଟର ଫାଇନାଲରେ ହାରିଯାଇଥିଲେ ମଧ୍ୟ ସ୍ବଦେଶ ଫେରି ନ ଥିଲେ। ସେଠାରେ ସେ ଜଣେ କୋଚ୍‌ ଭାବେ କୋର୍ଟରେ କାଶ୍ୟପଙ୍କୁ ସାହାଯ୍ୟ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପଦକ ଧରି ଫେରିଲେ ଡିସ୍‌କସ୍‌ କୁଇନ୍‌ ପାର୍ବତୀ

କଟକ ଅଫିସ,୮ା୮- ଇଟାଲୀର ଟୋରିନୋ ସହରରେ ଶେଷ ହୋଇଥିବା ୟୁରୋପିଆନ ମାଷ୍ଟର୍ସ ଗେମ୍ସରେ ଭାରତ ପାଇଁ ଡବଲ ପଦକ ବିଜୟୀ ହୋଇ ଫେରିଛନ୍ତି ଅନ୍ତର୍ଜାତୀୟ ଆଥଲେଟ...

ଡବ୍ଲ୍ୟୁଟିସି ଫାଇନାଲରେ ରେଟ୍ରୋ ଲୁକ୍‌ରେ ଖେଳିବ ଟିମ୍‌ ଇଣ୍ଡିଆ

ନୂଆଦିଲ୍ଲୀ,୩୦।୫: ବିଗତ ଦିନର ଜର୍ସି ପ୍ରତି ଟିମ୍‌ ଇଣ୍ଡିଆର ଉତ୍ସାହ ବଢିବାରେ ଲାଗିଛି। ଦିନିକିଆ ଓ ଟି୨୦ ପରେ କ୍ରିକେଟର ପାରମ୍ପରିକ ଫର୍ମାଟରେ ମଧ୍ୟ ଭାରତୀୟ...

ରୋମାଞ୍ଚକ ମୋଡ଼ରେ ସେଞ୍ଚୁରିଆନ ଟେଷ୍ଟ

ସେଞ୍ଚୁରିଆନ, ୨୮।୧୨- ଏଠାରେ ଚାଲିଥିବା ଇଂଲଣ୍ଡ ଓ ଘରୋଇ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ପ୍ରଥମ ଟେଷ୍ଟ ମ୍ୟାଚ୍‌ ରୋମାଞ୍ଚକ ମୋଡରେ ପହଞ୍ଚିଛି। ଟସ ହାରି...

ଗଗନେନ୍ଦୁଙ୍କୁ ଗୁରୁଦାୟିତ୍ୱ

ଭୁବନେଶ୍ୱର, ୧୨।୬(କ୍ରୀଡ଼ା ପ୍ରତିନିଧି)-ଇଟାଲିର ନାପୋଲିଠାରେ ଓ୍ବାଲର୍‌ଡ ୟୁନିଭର୍ସିଟି ଗେମ୍ସ ଜୁଲାଇ ୩ରୁ ୧୪ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏଥିରେ ଇଣ୍ଡିଆନ ୟୁନିଭର୍ସିଟିଜ ଦଳର ୧୧୯ ଖେଳାଳି...

ଆଷ୍ଟୋନ ଆଗରଙ୍କ ହ୍ୟାଟ୍ରିକ; ଅଷ୍ଟ୍ରେଲିଆର ବୃହତ୍‌ ବିଜୟ

ଜୋହାନ୍ସବର୍ଗ,୨୨।୨- ସ୍ଥାନୀୟ ଓ୍ବାଣ୍ଡର୍ସ ଷ୍ଟାଡିୟମରେ ଅନୁଷ୍ଠିତ ପ୍ରଥମ ଟି୨୦ ମ୍ୟାଚ୍‌ରେ ଆଷ୍ଟୋନ ଆଗର ହ୍ୟାଟ୍ରିକ ଉଇକେଟ ନେଇଛନ୍ତି। ଏଥିଯୋଗୁ ଅଷ୍ଟ୍ରେଲିଆ ୧୦୭ ରନ୍‌ର ବୃହତ୍‌ ବ୍ୟବଧାନରେ...

ଗୁପ୍‌ଚୁପ୍‌ ପ୍ରସ୍ତୁତ କରୁଛନ୍ତି ଧୋନୀ

ଭାରତକୁ ୨ଟି ବିଶ୍ୱକପ୍‌ ବିଜୟୀ କରାଇଥିବା ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଏବେ କ୍ରିକେଟରୁ ନିଜକୁ ଦୂରେଇ ରଖିଛନ୍ତି। କ୍ରିକେଟ ଖେଳୁ ନ ଥିଲେ...

ଡ୍ରିମ୍ସକୁ ଘରୋଇ ଗ୍ରାଉଣ୍ଡ କରିବ ସିକିମ

କଟକ ଅଫିସ,୧୭|୫- ଆସନ୍ତା କ୍ରିକେଟ ସିଜନରେ ଡ୍ରମ୍ସକୁ ଘରୋଇ ଗ୍ରାଉଣ୍ଡ ଭାବେ ବ୍ୟବହାର କରିବ ସିକିମ। ଏଠାରେ କୋଚିଂ କ୍ୟାମ୍ପ କରିବା ସହ ମ୍ୟାଚ ଖେଳିବ।...

ଇତିହାସ ରଚିଲେ ଏହି ଅଷ୍ଟ୍ରେଲିୟ କ୍ରିକେଟର: ପଛରେ ପଡ଼ିଲେ ସଚିନ-ସେହ୍ବାଗ…

ଲାହୋର,୨୨।୩: ପାକିସ୍ତାନ ବିପକ୍ଷ ତୃତୀୟ ଟେଷ୍ଟରେ ଇତିହାସ ରଚିଛନ୍ତି ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ୍‌ ଷ୍ଟିଭ ସ୍ମିଥ୍‌। ଟେଷ୍ଟର ପ୍ରଥମ ଇନିଂସରେ ସ୍ମିଥ ୫୯ ରନର ଇନିଂସ ଖେଳି...

Advertisement
Archives

Model This Week