କାଠ ଚୋରା ଚାଲାଣ ବେଳେ ଚଢ଼ାଉ: ୬ ଗିରଫ

ବାଙ୍ଗିରିପୋଷି,୮।୧୨(ଡି.ଏନ.ଏ.)- ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ବନ ବିଭାଗ କର୍ମଚାରୀ ଏହି ବନାଞ୍ଚଳର ଶୀର୍ଷା ବିଟ୍‌ ଅଧୀନ ଝାରପୋଖରିଆ-ସାରସକଣା ରାସ୍ତାରେ ଶନିବାର ଚଢାଉ କରି ସୀମାନ୍ତ ମହାବିଦ୍ୟାଳୟ ସମ୍ମୁଖରୁ ଏକ କାଠଗଣ୍ଡି ବୋଝେଇ ପିକ୍‌ଅପ ଭ୍ୟାନ ଜବତ କରିଛନ୍ତି। ସେହିପରି ରାଜାଲୋକା ବିଟ୍‌ର ମାଟିଆ ବେଡା ଆଶ୍ରମ ବିଦ୍ୟାଳୟ ସମ୍ମୁଖରୁ ଶିମିଳି ପଟା ନେଇ ଯାଉଥିବା ଏକ ଅଟୋରିକ୍ସାକୁ ଜବତ କରାଯାଇଛି। ଏହି ଉଭୟ ଘଟଣାରେ ଲକ୍ଷାଧିକ ଟଙ୍କାର ଚୋରାକାଠ ଜବତ କରାଯାଇ ୬ଜଣଙ୍କୁ ଗିରଫ କରାଯାଇଛି।
ଝାରପୋଖରିଆ-ସାରସକଣା ରାସ୍ତାରେ ଚୋରାକାଠ ଚାଲାଣ ହେଥିବା ସମ୍ପର୍କରେ ସୂଚନା ପାଇ ବନ ବିଭାଗର କର୍ମଚାରୀ ଛକି ରହିଥିଲେ। ଏହି ରାସ୍ତା ଦେଇ ଆସୁଥିବା ପିକ୍‌ଅପ ଭ୍ୟାନ ବନକର୍ମଚାରୀଙ୍କୁ ଦେଖି କାଠ ନେଇ ଫେରାର ହେବାକୁ ଉଦ୍ୟମ କକରିଥିଲା। ବନାଞ୍ଚଳ ଅଧିକାରୀ ତପନ କୁମାର ଦାସଙ୍କ ନେତୃତ୍ୱରେ ବନ କର୍ମଚାରୀ ପିକଅପ୍‌ ଭ୍ୟାନକୁ ଅଟକାଇ କାଠ ଜବତ କରିବା ସହ ସେଥିରେ ଝାରପୋଖରିଆ ଥାନା ଅନ୍ତର୍ଗତ ମୁରୁଣିଆ ଗ୍ରାମର ଶ୍ରୀରାମ ମାଝୀ(୨୪), କପାଡିହା ଗ୍ରାମର କାର୍ତ୍ତିକ ପାତ୍ର(୨୬), ଗୋପିନାଥ ବିନ୍ଧାଣୀ(୩୫),ମନୋରଞ୍ଜନ ମୁଣ୍ଡା(୩୫)ଙ୍କୁ ଗିରଫ କରିଥିଲେ ା ଏହି ଭ୍ୟାନରେ ୮ ନିମ୍ବ ଗଣ୍ଡି ଓ ୫ କଇମ କାଠ ଗଣ୍ଡି ରହିଥିଲା। ଏହାର ମୂଲ୍ୟ ୭୦ ହଜାରରୁ ଲର୍ଦ୍ଧ୍ୱ ହେବ ବୋଲି ବନାଞ୍ଚଳ ଅଧିକାରୀ ଦାସ ପ୍ରକାଶ କରିଛନ୍ତି। ସେହିପରି ରାଜାଲୋକା ବିଟ୍‌ର ମାଟିଆ ବେଡା ନିକଟରୁ କାଠପଟା ବୋଝେଇ ଅଟୋକୁ ଧରାଯାଇ ଏହାକୁ ଚୋରା ଚାଲାଣ କରାଯିବା ଘଟଣାରେ ସରଗଡା ଗ୍ରାମର ବିଜୟ ପାତ୍ର(୧୯) ଓ ଯୋଗେଶ୍ୱର ପାତ୍ର(୪୦)ଙ୍କୁ ଗିରଫ କରାଯାଇଛି। ୩୩ ଖଣ୍ଡ କାଠ ପଟା ସହ ଅଟୋକୁ ଜବତ କରାଯାଇଛି ା ଉଭୟ ସ୍ଥାନରେ ଚଢାଉ ବେଳେ ଅତିରିକ୍ତ ବନାଞ୍ଚଳ ଅଧିକାରୀ ଶୈଳେନ୍ଦ୍ର ଦାଶ,ବନପାଳ ଖଗେଶ୍ୱର ସେଠୀ, ଅଙ୍କୁର ମଲ୍ଲିକ, ରଜତ ମହାନ୍ତି, ପ୍ରମିଳା ସ୍ବେତା ପ୍ରମୁଖ ଉପସ୍ଥିତ ଥିଲେ ା ଏ ନେଇ ବାଙ୍ଗିରିପୋଷି ବନାଞ୍ଚଳ ତରଫରୁ ପୃଥକ ଭାବେ ଦୁଇଟି ମାମଲା (ନଂ. ୧୦୯/୨୦୧୯ ଏବଂ ୧୧୦/୨୦୧୯) ରୁଜୁ କରାଯାଇ ଗିରଫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆମ୍ବୁଲାନ୍ସରେ ନିଆଁ ଲାଗିବା ଘଟଣା: ସାମ୍ନାକୁ ଆସିଲା ସତ, ସବୁ ବଖାଣିଲେ ଡ୍ରାଇଭର

ଉଦଳା,୧୦ା୧୦(ସନ୍ତୋଷ ବାଛିନୀ): ମୟୂରଭଞ୍ଜ ଜିଲା ଉଦଳା ମେଡିକାଲ ଭିତରେ ଆମ୍ବୁଲାନ୍ସ ଅଗ୍ନିକାଣ୍ଡ ହେବା ପଛର ସତ ଆସିଲା ସାମ୍ନାକୁ। ଉକ୍ତ ଆମ୍ବୁଲାନ୍ସର ଡ୍ରାଇଭର ଏମଭିଆଇଙ୍କ ଆଗରେ ବଖାଣିଲେ…

ବିଦ୍ୟାଳୟରେ ଅବ୍ୟବସ୍ଥା: ଚରମସୀମାରେ ଛାତ୍ରୀଛାତ୍ରଙ୍କ ଅସନ୍ତୋଷ, ବିଡିଓଙ୍କୁ ଭେଟିବାକୁ ଚାଲିଚାଲି ପଳେଇଲେ

ବାରିପଦା,୧୦ା୧୦(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ବ୍ଲକ ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟରେ ଅବ୍ୟବସ୍ଥାକୁ ନେଇ ଶନିବାର ଛାତ୍ରୀଛାତ୍ରଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?