କହିଲେ କହିବ କହିଲା

ଦେବେନ୍ଦ୍ର କର

କରୋନା ଲାଗି ଚାରିଆଡେ ଲକ୍‌ଡାଉନ । ଗଁ। ସହର ସବୁଆଡ ଗୋଟିଏ ଚିତ୍ର। ଅମାନିଆଙ୍କୁ ସାବାଡ କରିବାକୁ ପୋଲିସ୍‌ ଭାଇମାନେ ଏଠିସେଠି ପଇଁତରା ମାରୁଛନ୍ତି। କାମଧନ୍ଦା ବନ୍ଦ ଘରେ ବସି ବସି ମତେ ଖୁବ୍‌ ବୋର ଲାଗୁଥାଏ। ସକାଳୁ ଉଠିବା ପୁରୁଣା ଅଭ୍ୟାସ ତାକୁ ବଦଳାଇ ପାରୁନି। ସବୁଦିନ ପରି ଆଜି ବି ବଡିଭୋରୁ ଉଠି ପଡି ନିତ୍ୟକର୍ମ ସାରି ଦେଇଥାଏ। କ’ଣ କରିବି ମୋବାଇଲରେ ଖବରକାଗଜ ପଢିବାକୁ ଭାବିଲି ପୁଣି କାହିଁ ମନହେଲା ଟିକେ ଫେସ୍‌ବୁକ ଦେଖିନେବା। ଫେସ୍‌ବୁକ୍‌ ଖୋଲୁ ଖୋଲୁ ଆଖି ପଡିଲା କରୋନାକୁ ନେଇ ଏକ ଲେଖା ଉପରେ। ‘ଜୀବନ ସାରା ରୋଜଗାର କରି ମାସ ଗୋଟାକ ନିଅଣ୍ଟିଆ ବଜେଟ, ତା’ହେଲେ ମାସ ଗୋଟାଏ ରୋଜଗାର କରି କ’ଣ କୋଠା ତୋଳିବ। ସରକାରଙ୍କୁ ସହଯୋଗ କରନ୍ତୁ ଏବଂ ନିଜ ଘରେ ସୁରକ୍ଷିତ ରୁହନ୍ତୁ।’ ଏହି ବାର୍ତ୍ତାର ସତ୍ୟତା ତ ଥିଲା, ପୁଣି ଭାବିଲି ଲେଖିବା ଲୋକ ତ ଲେଖିଦେଲା ହେଲେ ମୂଳ କଥାଟା ହେଲା ଆମେ ମଧ୍ୟବିତ୍ତ କାମଦାମ ନ କଲେ ଘର ଚଳିବ କେମିତି। ଏହି ଲେଖାରେ କିଛି ପ୍ରତିକ୍ରିୟା ଦେବି। ଏଇ ସମୟରେ ବୋଉ ଘର ଭିତରୁ ଡାକ ଦେଲା ବଜାର ଯାଇ ଦି’ ପକେଟ କ୍ଷୀର ନେଇ ଆସ ଚା’ କରିବା। ବୋଉ କଥା ନ ସରଣୁ ଚଟାପଟ ଶାର୍ଟଟେ ଗଳେଇ ବାହାରି ପଡିଲି ବଜାର। କଲୋନି ରାସ୍ତାଟା ପୂରାପୂରି ଶୂନଶାନ୍‌ ପଡିଥାଏ। ଜଣେ କେହି ବି ନଜର ପଡୁ ନ ଥାନ୍ତିି। କିଛି ବାଟ ଆସିଛି ମତେ କେହି ଜଣେ ଡାକିଲେ ଦେବୁ କିରେ ଏ ଦେବୁ କୁଆଡେ ଯାଉଛୁ? ବୁଲିପଡି ଦେଖିଲି ଆମ କଲୋନିର ବିପିନବାବୁ ତାଙ୍କ ଗ୍ରୀଲ ପାଖରେ ଡାକୁଛନ୍ତି। ପାଖକୁ ଯାଇଁ ପଚାରିଲି କ’ଣ କହୁଛନ୍ତି?। ହଁ କ’ଣ କହୁଥିଲି କି ବଜାର ଆଡେ ଯାଉଛୁ ଯଦି ଆମର ଦି’ଟା ଜିନିଷ ଆଣି ଦିଅନ୍ତୁନି। ହଁ କହୁନାହାନ୍ତି, କ’ଣ ଆସିବ ମୁଁ କହିଲି। ବ୍ୟାଗ ଆଉ ପଇସାଟା ଦେଇ କହିଲେ, ଅଧ କଡାଏ ପାନ ଆଉ ଦି ପ୍ୟାକେଟ କ୍ଷୀର ଆସିବ। ବିପନବାବୁ କେବେ ତ କିଛି ବରାଦ କରନ୍ତିନି, ଆଜି ପ୍ରଥମ। ବର୍ତ୍ତମାନ ସମୟ ପରିସ୍ଥିତି ବି ସମ୍ପୂର୍ଣ୍ଣ ଭିନ୍ନ। ମନା କରିବା ଉଚିତ ମନେକଲିନି, ମୁଁ ଆସୁଛି। ଏଥର ଚୁପଚାପ୍‌ ନିଜ ରାସ୍ତାରେ ଆଗକୁ ବଢ଼ିଲି।
ବିପିନବାବୁଙ୍କ ଗୋଟିଏ ବୋଲି ପୁଅ ମଧ୍ୟପ୍ରଦେଶ ଭୋପାଳରେ ଏକ କମ୍ପାନୀରେ ଚାକିରି କରେ। ଘରେ କେବଳ ବିପିନବାବୁ ଓ ତାଙ୍କ ସ୍ତ୍ରୀ। ତରବରିଆ ଲକ୍‌ଡାଉନ ଘୋଷଣା ପରେ ପୁଅ ଆଉ ଫେରିପାରିଲା ନାହିଁ। ଏମିତିରେ ସାହି ପଡ଼ିଶାରେ କିଏ କେତେବେଳେ ଛୋଟ ମୋଟ ବୋଲ କହିଲେ ମୁଁ ଆଦୌ ମନାକରେନି। ପ୍ରଥମେ କ୍ଷୀର ପକେଟ କିଣିଦେଲି, ଏବେ ପାନଟା କିଣିବାକୁ ହେବ। ଆଖ ପାଖରେ ପାନ ଦୋକାନ କାହିଁ ନଜର ପଡୁ ନ ଥାଏ। ସବୁ ବନ୍ଦ, ଟିକେ ଅଧିକ ବାଟ ଚାଲିବାକୁ ପଡିବ। ଏପଟେ ଖରା ବି କାଟିଲାଣି। ମନେପଡିଗଲା ଆନିକଟ ପାଖରେ ସକାଳ ଓଳି ଜଣେ ପାନ ବେପାରୀ ଛିଡା ହୁଏ। ମନ ଊଣା ନ କରି ଚାଲିଲି ଆନିକଟ ପାଖକୁ। ଆଜି ଆଇଁଷ ବାର, ଦୋକାନରେ ବି ଖୁବ୍‌ ଗହଳି ଲାଗିଥାଏ। ସତରେ ଏ ଲକ୍‌ଡାଉନରେ ବି ଆଇଁଷ ଚାହିଦା କମିନି। ଦୋକାନ ସାମ୍ନାରେ ଗୋଲ ଗୋଲ ବୃତ୍ତ ଚିତ୍ର ହୋଇଥାଏ। ଗ୍ରାହକମାନେ ନିୟମ ମାନି ଗୋଲରେ ଛିଡା ହୋଇଥାନ୍ତି। ଯାହା ହଉ ପାନ ବାଲାଟା ଆଜି ବି ଛିଡା ହୋଇଛି। ଚଟାପଟ ଧାଇଁ ଯାଇ ପାନ ଅଧ କଡାଏ କିଣିଲି। ବିପିନବାବୁ ଦାଣ୍ଡ ରାସ୍ତାରେ ଛିଡା ହୋଇଥିଲେ। ହସହସ ମୁହଁରେ ତାଙ୍କ ବ୍ୟାଗଟି ଗ୍ରହଣ କଲେ ଆଉ ବଜାର ହାଲ୍‌ଚାଲ ପଚାରି ବୁଝିଲେ। ଘରେ ଚା’ କରିବ ବୋଲି ଅପେକ୍ଷା କରିଥିବ ଅଳ୍ପରେ ଉତ୍ତର ଦେଇ ଘର ଆଡକୁ ମୁହଁାଇଲି। ଘରର ଛୋଟମୋଟ କାମରେ ଦୁଇଦିନ କୁଆଡେ କଟିଗଲା ଆଦୌ ଖେୟାଲ ରହିଲା ନାହିଁ। ସେଦିନ ସକାଳୁ ସକାଳୁ କଲୋନି ରାସ୍ତାରେ ବିପିନବାବୁଙ୍କ ସହିତ ଭେଟ ହୋଇଗଲା। ଭଲମନ୍ଦ ପଚାରୁ ପଚାରୁ କହିଲେ, ଆରେ ଦେବୁ ସେଦିନ ପାନ କୋଉଠୁ ଆଣିଲୁ ଜମାରୁ ଭଲ ପଡିଲା ନାହିଁ। ମେଞ୍ଚାଏ ଛୋଟ ପତ୍ର ଥିଲା ଆଉ କେଇଟା ପାଚିଲା ପତ୍ର। ମୁଁ କହିଲି ଆନିକଟ ପାଖରୁ, ଆମ ବଜାର ଉପର ସବୁ ଦୋକାନ ବନ୍ଦ ଥିଲା। ଏଣୁ ସେଆଡେ ଯିବାକୁ ପଡିଲା। ବିପିନବାବୁ କହିଲେ, ନ ଆଣି ବରଂ ଫେରି ଆସିଥିଲେ ଭଲ ହୋଇଥାନ୍ତା। ମୋର ତ ପାନ କିଣାରେ ଆଦୌ ଅଭିଜ୍ଞତା ନାହିଁ ଏଣୁ କିଛି ନ କହି ଚୁପ୍‌ ରହିଲି। ବିପିନବାବୁ ପୁଣି କହିଲେ, ତୁ ୨୩ଟଙ୍କା କ୍ଷୀର ପ୍ୟାକେଟ କାହିଁକି ଆଣିଲୁ ୨୫ଟଙ୍କା ପ୍ୟାକେଟ ଆଣିଲୁନି। ୨୩ଟଙ୍କା କ୍ଷୀର ପ୍ୟାକେଟ ଢଙ୍କସର ପାଣି। ମୁଁ କହିଲି, ଆମର ତ ବରାବର ୨୩ଟଙ୍କା ପ୍ୟାକେଟ ଆଣୁ, ଭଲ ବି ପଡ଼େ। ନା ନା ଜମା ନୁହେଁ, ୨୫ଟଙ୍କା ପ୍ୟାକେଟ ଆଣ, ୨୩କୁ ଭୁଲିଯିବୁ। ହକ୍‌ ପଇସା ଦବ ଭଲ ଜିନିଷ କାହିଁକି ନ ଆଣିବ। ବିପିନବାବୁଙ୍କ କଣ୍ଠସ୍ବର ଟିକେ କାହିଁ ଅଡୁଆ ଅଡୁଆ ଲାଗିଲା। ମୁଁ ଆଉ କିଛି ଶୁଣିବା କହିବା ମୁଡ୍‌ରେ ନ ଥିଲି। ଗୁରୁଜନ ଲୋକ କ’ଣ ଆଉ ଯୁକ୍ତି କରିବି, ହଉ ମୁଁ ଆସୁଛି କହି ଆଗକୁ ବଢିଲି। ବାଟ ଯାକ ମୁଣ୍ଡରେ ଏଇ କିଛି କ୍ଷଣର କଥା ଗୋଳେଇ ଘାଣ୍ଟି ହେଉଥାଏ। ମନେ ମନେ ଭାବୁଥାଏ ବୋଲ ଶୁଣ ତା’ ସହିତ ଟିପ୍ପଣୀ ବି ଶୁଣ। ଆଉ ଯଦି ମୁହଁ ଖୋଲି କହିବେ କ’ଣ ନା କହିଲା। ଦେଖୁଚ ତ ବଜାର ବନ୍ଦ ସେଥିରେ ପୁଣି ଏତେ ବାଛବିଚାର। ସବୁ କଥାକୁ ମୁଣ୍ଡରୁ କାଢିବାକୁ ଚେଷ୍ଟା କଲି। ଏଥର ଚୁପଚାପ ନିଜ କାମକୁ ଧ୍ୟାନ ଦେଇ ବଜାର ରାସ୍ତା ଧରିଲି।
ମଙ୍ଗଳାବାଗ, ନିୟୋଗି କଲୋନି, କଟକ, ମୋ-୯୯୩୭୯୬୩୯୧୦


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ ଗଣତନ୍ତ୍ରରେ ଅଭାବୀ ବିକଳ୍ପ

ଏକ ଚା’ ଖଟିରେ ଦୁଇ ବନ୍ଧୁ ପରସ୍ପର ରାଜନୀତି ବିଷୟରେ ଚର୍ଚ୍ଚା କରୁଥିଲେ ଏବଂ ଜଣେ ବନ୍ଧୁ ଅନ୍ୟ ଜଣେ ବନ୍ଧୁଙ୍କ ସହିତ କଥୋପକଥନ ଛଳରେ କହୁଥା’ନ୍ତି-…

ପୁରୁଷ, ନାରୀ ଓ ସଭ୍ୟତା

ଓଡ଼ିଶା ଆଜି ନିଜକୁ ଉନ୍ନତି ପଥରେ ଆଗେଇ ନେବାକୁ ଦୃଢ଼ ଚେଷ୍ଟା କରୁଛି। ନୂଆ ରାସ୍ତା, ବଡ଼ ବଡ଼ କୋଠା, ଶିଳ୍ପ ପାର୍କ, ଡିଜିଟାଲ ସେବା, ସରକାରୀ…

ଚିତାରେ ସତୀ

ୟୁରୋପରେ ସଇତାନଙ୍କୁ ପୂଜା କରୁଥିବା ସନ୍ଦେହରେ ମହିଳାଙ୍କୁ ଡାହାଣୀ ଆଖ୍ୟା ଦେଇ ଖ୍ରୀଷ୍ଟିଆନ୍‌ ଧର୍ମଯାଜକମାନେ ସେମାନଙ୍କୁ ଜିଅନ୍ତା ପୋଡ଼ିଦେଉଥିଲେ। ଆରବରେ ଇସ୍‌ଲାମ ଛାଡ଼ିବାକୁ ମନା କରୁଥିବା ଲୋକଙ୍କୁ…

ଏଇ ଭାରତରେ

ଭାରତରେ ଜଳ ସଙ୍କଟ ବିଷୟ ଆଲୋଚନା କଲାବେଳେ ମହାରାଷ୍ଟ୍ର ଲାଟୁର ଜିଲା ସ୍ଥିତି ସାମ୍ନାକୁ ଆସେ। ତେବେ ଏହି ଜିଲାର ବଂଶଓ୍ବାରଗ୍ରାମର ଗ୍ରାମବାସୀ ଜଳସଙ୍କଟ ଦୂର କରିବାରେ…

ରୋଜଗାରିଆ ଝିଅ ଓ ବେକାର ପୁଅ

ପୁରୁଷ ଓ ନାରୀ ଭଗବାନଙ୍କର ଏକ ଅନବଦ୍ୟ ସୃଷ୍ଟି। ପୁରୁଷ ଜନ୍ମ ନିଏ ନାରୀଠାରୁ ପୁଣି ବିନା ପୁରୁଷରେ ନାରୀର ଜନ୍ମ ଅସମ୍ଭବ। କି ଅଦ୍ଭୁତ ସମନ୍ବୟ।…

ପରିମାଣାତ୍ମକ ନା ଗୁଣାତ୍ମକ ଶିକ୍ଷା

ଥରେ ଜଣେ ରାଜନେତାଙ୍କ ସହିତ ସାକ୍ଷାତ ହେଲା। ପୂର୍ବତନ ଲୋକ ସଭା ସାଂସଦ। ବର୍ତ୍ତମାନର ସରକାରୀ ଦଳର ସେ ଜଣେ ପ୍ରତିଷ୍ଠିତ ନେତା। ବିଭିନ୍ନ ସଭା ସମିତିରେ…

ଯେତିକି ପାରିବ ସେତିକି

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଏବେ ମଣିଷର ପ୍ରତିଟି ପଦକ୍ଷେପକୁ ପରିଚାଳନା କଲାଣି। ପରିବେଶ ପରିସଂସ୍ଥାନକୁ ଇକୋସିଷ୍ଟମ ବୋଲି କହିଥାଉ। ଏବେ ଏଆଇ ଇକୋସିଷ୍ଟମ…

ଏଇ ଭାରତରେ

ପକ୍ଷୀ ଜୀବନ ଏବେ ସଙ୍କଟରେ। ଜଳବାୟୁ ପରିବର୍ତ୍ତନ,ସହରୀକରଣରେ ବାସସ୍ଥାନ ଓ ଖାଦ୍ୟ ଅଭାବ ଯୋଗୁ ବଂଶବୃଦ୍ଧି ନ ହୋଇ ବହୁ ପ୍ରଜାତିର ପକ୍ଷୀ ଏବେ ବିଲୁପ୍ତିର ଦ୍ୱାରଦେଶରେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri