କସ୍‌ମୋପଲିଟାନ୍‌’ କଭର୍‌ଷ୍ଟୋରିରେ ଦୂତୀ

ଭୁବନେଶ୍ୱର, ୧୦।୭ (ବ୍ୟୁରୋ): ଅନ୍ତର୍ଜାତୀୟସ୍ତରରେ ଖ୍ୟାତିଅର୍ଜନ କରିଥିବା ଓଡ଼ିଆ କ୍ରୀଡାବିତ୍‌ ଦୂତୀ ଚାନ୍ଦ ବିଶ୍ୱର ସର୍ବାଧିକ ପ୍ରସାରିତ ଫ୍ୟାଶନ ମାଗାଜିନ୍‌ ‘କସ୍‌ମୋପଲିଟାନ୍‌’ର କଭର୍‌ ଷ୍ଟୋରିରେ ସ୍ଥାନ ପାଇବାର ଗୌରବ ଅର୍ଜନ କରିଛନ୍ତି। ବିଶ୍ୱରେ ସର୍ବାଧିକ ବିକ୍ରି ହେଉଥିବା ଏହି ଫ୍ୟାଶନ ଓ ଏଣ୍ଟରଟେନ୍‌ମେଣ୍ଟ ମାଗାଜିନ୍‌ର ଇଣ୍ଡିଆ ଏଡିଶନରେ ଦୂତୀ କଭର୍‌ ପେଜ୍‌ର ପୋଷ୍ଟର ଗାର୍ଲ ହେବାସହ ପତ୍ରିକାର ମୁଖ୍ୟପ୍ରସଙ୍ଗରେ ରହିଛନ୍ତି। ଚଳିତମାସର କସ୍‌ମୋପଲିଟାନ୍‌ ସଂସ୍କରଣରେ ଦୂତୀଙ୍କ ସମ୍ପୂର୍ଣ୍ଣ ଜୀବନ କାହାଣୀ ସ୍ଥାନ ପାଇଛି।
ଏହି ଖ୍ୟାତନାମା ଧାବିକା ଦୂତୀ ରନିଂ ଟ୍ରାକ୍‌ରେ ସ୍ପୋର୍ଟସ୍‌ ଓ୍ବେର୍‌ ପିନ୍ଧିବା ସହ ମଲ୍ଟିକଲର୍‌ ରଫଲ୍ଡ ଲେୟାର୍‌ଡ କେପ୍‌ରେ ପୋଜ୍‌ ଦେଇଛନ୍ତି। ଜଣେ କ୍ରୀଡାବିତ୍‌ ଭାବେ ସେ ନିଜକୁ କିଭଳି ଗଢି ତୋଳିଛନ୍ତି ଓ ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କ ଜୀବନ କାହାଣୀକୁ ସେ ଏହି କଭର୍‌ ଷ୍ଟୋରି ମାଧ୍ୟମରେ କହିଛନ୍ତି। ଏହାସହ କିଛିଦିନ ତଳେ ସମଲିଙ୍ଗୀ ସମ୍ପର୍କକୁ ନେଇ ଚର୍ଚ୍ଚାରେ ଥିବା ଦୂତୀଙ୍କ ନିଆରା ପ୍ରେମ କାହାଣୀକୁ ମଧ୍ୟ ଏଥିରେ ବର୍ଣ୍ଣନା କରାଯାଇଛି। ୨୦୧୮ ଏସିଆନ୍‌ ଗେମ୍‌ସରେ ଭାରତକୁ ଦୁଇଟି ରୌପ୍ୟ ପଦକ ଜିତାଇଥିବା ଦୂତୀ ଚାନ୍ଦଙ୍କୁ କସ୍‌ମୋପଲିଟାନ୍‌ ପକ୍ଷରୁ ‘ଇଣ୍ଡିଆସ୍‌ ସାଇନିଂ ଷ୍ଟାର୍‌ ଆଣ୍ଡ୍‌ ଫାଷ୍ଟ୍‌ ଓପନ୍‌ଲି-ଗେ ଆଥ୍‌ଲେଟ୍‌’ର ଆଖ୍ୟା ଦିଆଯାଇଛି। ଅର୍ଥାତ୍‌ ଭାରତର ଉଜ୍ଜ୍ୱଳ ତାରକା ଓ ପ୍ରଥମ ସମଲିଙ୍ଗୀ କ୍ରୀଡାବିତ୍‌ ଭାବେ ତାଙ୍କୁ ବର୍ଣ୍ଣନା କରାଯାଇଛି। ଗତ କିଛିମାସ ହେଲା ଦୂତୀ ନିଜର ପ୍ରେମ ସମ୍ପର୍କକୁ ନେଇ ଚର୍ଚ୍ଚାରେ ରହିଆସିଛନ୍ତି। ସେ ନିଜ ସମଲିଙ୍ଗୀ ସମ୍ପର୍କକୁ ସାଧାରଣରେ ଖୋଲାଖୋଲିଭାବେ ସ୍ବୀକାର କରିଛନ୍ତି। ଏହାଦ୍ୱାରା ଦୂତୀ କେବଳ ଟ୍ରାକ୍‌ ମଧ୍ୟରେ ଜଣେ କ୍ରୀଡାବିତ୍‌ ଭାବେ ନୁହେଁ, ବରଂ ଅନ୍ୟ ମହିଳା କ୍ରୀଡାବିତ୍‌ ଓ ସାଧାରଣ ଲୋକଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି ବୋଲି ଉଲ୍ଲେଖ କରାଯାଇଛି। ହାଇପର୍‌ଆଣ୍ଡ୍ରୋଜେନିଜିମ୍‌ ପାଇଁ ଇଣ୍ଟରନ୍ୟାଶନାଲ ଆସୋସିଏସଶନ ଅଫ୍‌ ଆଥ୍‌ଲେଟିକ୍ସ ଫେଡେରେଶନ୍‌ସ(ଆଇଏଏଏଫ୍‌)ର ନିୟମ ମୁତାବକ ୨୦୧୪ରେ ଭାରତରେ ଅନୁଷ୍ଠିତ ହୋଇଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ାରୁ ବାଦ୍‌ ପଡ଼ିବା ପରେ ଦୂତୀ ବିଶେଷଭାବେ ଚାପଗ୍ରସ୍ତ ହୋଇଥିଲେ। ତେବେ କିଛିଦିନର ପ୍ରତୀକ୍ଷା ପରେ ପୁଣିଥରେ ଟ୍ରାକ୍‌କୁ ଫେରିଥିବା ଏହି ଲୋକପ୍ରିୟ ଧାବିକା ଅନ୍ତର୍ଜାତୀୟସ୍ତରରେ ଭାରତକୁ ଅନେକଥର ଗୌରବାନ୍ବିତ କରିସାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଦିତ୍ୟ ଦାସ ମୃତ୍ୟୁ ମାମଲା: କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଲେ ଡିଜିପି

କଟକ ଅଫିସ,୩୦।୭: ସାମାଜିକ କର୍ମୀ ଆଦିତ୍ୟ ଦାସଙ୍କ ମୃତ୍ୟୁ ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ଅଭୟ। ଏନେଇ ଗୁରୁବାର...

ପ୍ରେମ ସମ୍ପର୍କକୁ ନେଇ ଦେହରେ ନିଆଁ ଲଗାଇ ଛାତ୍ରୀଙ୍କ ଆତ୍ମହତ୍ୟା

ଗଞ୍ଜାମ, ୨୮।୧୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ରମ୍ଭା ଥାନା ଅଞ୍ଚଳରେ ଶୁକ୍ରବାର ଜଣେ ନାବାଳିକା କଲେଜ ଛାତ୍ରୀ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ l...

ସଂକ୍ରମଣରେ ଲାଗୁନି ବ୍ରେକ୍‌: ଆଜି ଚିହ୍ନଟ ହେଲେ ୧୨,୮୫୨ ଆକ୍ରାନ୍ତ; ଖୋର୍ଦ୍ଧା-କଟକରୁ ସର୍ବାଧିକ

ଭୁବନେଶ୍ୱର,୨୩।୫(ବ୍ୟୁରୋ): ଲକ୍‌ଡାଉନ୍‌ ସତ୍ତ୍ୱେ ବେଲଗାମ ସ୍ଥିତିରେ କରୋନା। ଦୈନିକ ସଂକ୍ରମଣ ୧୦ ହଜାରରୁ କମିବାର ନା ନେଉନାହିଁ। ତେବେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ...

ଶପଥ ଗ୍ରହଣ କଲେ ହାଇକୋର୍ଟର ୩ ବିଚାରପତି

କଟକ ଅଫିସ ,୧୯।୧୦: ହାଇକୋର୍ଟର ୩ ନୂଆ ବିଚାରପତି ମଙ୍ଗଳବାର ଶପଥ ନେଇଛନ୍ତି। ଜଷ୍ଟିସ୍‌ ମୃଗାଙ୍କ ଶେଖର ସାହୁ, ଜଷ୍ଟିସ୍‌ ରାଧାକ୍ରିଷ୍ଣ ପଟ୍ଟନାୟକ ଏବଂ ଜଷ୍ଟିସ୍‌...

ପଲିଥିନ ବ୍ୟାନ୍‌ ପ୍ରହସନ

ଅନୁଗୋଳ ଅଫିସ, ୧୦।୧୨: ଅନୁଗୋଳ ସହରକୁ ପଲିଥିନ ମୁକ୍ତ କରିବାକୁ ଗତବର୍ଷ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଥିଲେ। ୨୦୧୯ ଅକ୍ଟୋବର ୨ରୁ ଏହି ନିୟମକୁ ସହରରେ...

ପରିଚୟ ଖୋଜାରେ ଅଟକିଛି ତଦନ୍ତ

ଭୁବନେଶ୍ୱର,୭ା୨(ବ୍ୟୁରୋ):ରାଜଧାନୀରେ ଏକାଧିକ ଅଚିହ୍ନା ବ୍ୟକ୍ତିଙ୍କ ମୃତ୍ୟୁ ଘଟଣାରେ କମିଶନରେଟ ପୋଲିସ ରହସ୍ୟ ଉନ୍ମୋଚନ କରିପାରୁନାହିଁ। ଘଟଣାକୁ ବର୍ଷ ପରେ ବର୍ଷ ବିତିଯାଉଥିଲେ ମଧ୍ୟ ମୃତ ବ୍ୟକ୍ତିଙ୍କ...

୨୩ରେ ଉତ୍କଳ ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ଉତ୍ସବ

ଭୁବନେଶ୍ୱର, ୨୨।୧୨(ବ୍ୟୁରୋ): ଉତ୍କଳ ବିଶ୍ୱବିଦ୍ୟାଳୟର ୫୨ତମ ସମାବର୍ତ୍ତନ ଉତ୍ସବ ଆସନ୍ତା ୨୩ ତାରିଖରେ ଅନୁଷ୍ଠିତ ହେବ। ଏହି ଅବସରରେ ୨୦୨୧-୨୨ ପାଇଁ ମୋଟ ୧୬୩ଜଣଙ୍କୁ ପିଏଚ୍‌ଡି...

ଆଜିଠୁ ୟୁଟ୍ୟୁବ୍‌ରେ ପାଠ ପଢ଼ିବେ ପିଲା

ଭୁବନେଶ୍ୱର,୨୧।୬(ବ୍ୟୁରୋ): ସୋମବାରଠାରୁ ପ୍ରଥମଥର ପାଇଁ ୟୁଟ୍ୟୁବ ମାଧ୍ୟମରେ ପ୍ରଥମରୁ ଦଶମ ଶ୍ରେଣୀ ଯାଏ ପାଠପଢ଼ା ହେବ। ଗଣଶିକ୍ଷା ବିଭାଗ ରାଜ୍ୟରେ ଏହି ନୂଆ ପ୍ରୟୋଗ ଆରମ୍ଭ...

Advertisement
Archives

Model This Week