କଷ୍ଟ୍ୟୁମ ଡିଜାଇନ୍‌ର ମୂଲ୍ୟ ଏବେ ଆଉ ନାହିଁ

ଫିଲ୍ମ ନିର୍ମାଣ ପୂର୍ବରୁ ଗୋଟିଏ ମିଳିତ ବୈଠକ ଡକାଯାଉଥିଲା। ପ୍ରଯୋଜକ, ନିର୍ଦ୍ଦେଶକଙ୍କ ସମେତ ବାକି ସମସ୍ତ ବିଭାଗର ଲୋକ ଉପସ୍ଥିତ ରହୁଥିଲେ। କେଉଁ ସ୍ଥାନରେ ଶୁଟିଂ ହେବ, କ’ଣ ପିନ୍ଧିଲେ ଭଲ ଦେଖାଯିବ ତାହା ଆଲୋଚନା ହେଉଥିଲା। ଶୁଟିଂର ମାସକ ପୂର୍ବରୁ ଆମେ ଚିନ୍ତାରେ ରହୁଥିଲୁ ଏହି ଫିଲ୍ମ ନିମନ୍ତେ କ’ଣ ସ୍ବତନ୍ତ୍ର ପୋଷାକ ତିଆରି କରିବୁ, ଯାହା ଏହି ଫିଲ୍ମରେ ମାର୍କେଟ ନେବ। ହେଲେ ଏବେ ସେମିତି କିଛି ନାହିଁ। ଦୁଇଦିନ ପରେ ଶୁଟିଂ ଥିବ, ଆଜି ଫୋନ କଲ ଆସୁଛି ପ୍ରସ୍ତୁତ ରୁହ ଶୁଟିଂ ପାଇଁ। ଶୁଟିଂ ଲୋକେଶନ ହଠାତ୍‌ ବଦଳାଇ ଦିଆଯାଉଛି। ସେମାନେ ଚିନ୍ତା କରୁ ବି ନାହାନ୍ତି, ଲୋକେଶନ ବଦଳିଗଲେ ତାହା ପୋଷାକ ଉପରେ ମଧ୍ୟ ପ୍ରଭାବ ପଡ଼େ। କେବଳ ପେଟ ପୋଷିବା ପାଇଁ ଏବେ ଏହି ରଙ୍ଗିନ ଦୁନିଆରେ ପୋଷାକ କାମ କରୁଛି। ନଚେତ୍‌ କଷ୍ଟ୍ୟୁମ ଡିଜାଇନ କିମ୍ବା ଡିଜାଇନରଙ୍କ ମୂଲ୍ୟ ଏବେ କିଛି ନାହିଁ କହିଲେ ଚଳେ। ଏହା ଚ୍ୟାଲେଞ୍ଜର ସହ କହିପାରିବି ଯେ, ସ୍ବପ୍ନ ସାଗର, ଯାହାକୁ ରଖିବେ ଅନନ୍ତ, ସହରୀ ବାଘ, ପୁଅ ମୋର କଳା ଠାକୁର କିମ୍ବା ଆସୁଛି ମୋ କାଳିଆ ସୁନା ଚଳଚ୍ଚିତ୍ରରେ ଯେଉଁଭଳି ଭାବେ କଷ୍ଟ୍ୟୁମ ଡିଜାଇନ କରାଯାଇଥିଲା ତାହା ବର୍ତ୍ତମାନ ସିନେ ଦୁନିଆରେ କାମ କରୁଥିବା ଆଗ ଧାଡ଼ିର ନିର୍ଦ୍ଦେଶକ କିମ୍ବା ପ୍ରଯୋଜକମାନଙ୍କ ଚିନ୍ତା କରିବାଠାରୁ ଊର୍ଦ୍ଧ୍ୱରେ। ଫିଲ୍ମ ହିଟ୍‌ କିମ୍ବା ଫ୍ଲପ୍‌ ହେବା ଦିଗରେ ପୋଷାକର ପ୍ରଭାବ ମଧ୍ୟ ରହିଥାଏ। ଏ କଥା କହିଛନ୍ତି ଓଡ଼ିଆ ଚଳଚ୍ଚିତ୍ର ଜଗତର ବର୍ଷୀୟାନ କଷ୍ଟ୍ୟୁମ ଡିଜାଇନର ନିର୍ମଳ ଦାଶ। ଏବେ ସୁଦ୍ଧା ପ୍ରାୟ ୩୦୦ ଚଳଚ୍ଚିତ୍ର ପାଇଁ ନିର୍ମଳ ପୋଷାକ ଦାୟିତ୍ୱ ତୁଲାଇ ସାରିଲେଣି। ୪୨ବର୍ଷର କ୍ୟାରିୟର ଭିତରେ ତିନିଥର ସେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଛନ୍ତି। ଏହି ରଜରେ ମୁକ୍ତିଲାଭ କରିଥିବା ତୁ ମୋ ଲଭଷ୍ଟୋରି-୨ରେ ମଧ୍ୟ ସେ ପୋଷାକ ଦାୟିତ୍ୱରେ ଥିଲେ।
କଳାଧଳା ଚଳଚ୍ଚିତ୍ର ଯାଯାବରରେ ସେ ସହକାରୀ କଷ୍ଟ୍ୟୁମ ଡିଜାଇନର ଭାବେ କାମ କରିବା ଆରମ୍ଭ କରିଥିଲେ। ମୁଖ୍ୟ ଦାୟିତ୍ୱରେ ଥାନ୍ତି ସନତ କୁମାର ଗାଙ୍ଗୁଲୀ। ହେଲେ ସନତ ଶୁଟିଂ ଅଧାରୁ କାମ କରିବେ ନାହିଁ ବୋଲି ମନା କରି ଦେଇଥିଲେ। ଫଳରେ ସବୁ ଦାୟିତ୍ୱ ନିର୍ମଳଙ୍କ କାନ୍ଧରେ ଦିଆଗଲା। ଏହା ହିଁ ତାଙ୍କ ପ୍ରଥମ ଫିଲ୍ମ। ନିର୍ମଳ କୁହନ୍ତି, ସେ ସମୟରେ ଗୋଟିଏ ଫିଲ୍ମ ନିର୍ମାଣ କରିବାକୁ ହେଲେ କ୍ୟାମେରା, ଲାଇଟ ଓ ସାଉଣ୍ଡ କଲିକତା, ବମ୍ବେ କିମ୍ବା ମାଡ୍ରାସରୁ ଆସୁଥିଲା। ପୋଷାକ ପାଇଁ ମଧ୍ୟ କଲିକତା ଉପରେ ନିର୍ଭର କରିବାକୁ ପଡ଼ୁଥିଲା। ତେଣୁ କଟକରେ ପୋଷାକ ତିଆରି କରି ଓଡ଼ିଆ ସିନେ ଜଗତରେ ଏକ ବିପ୍ଳବ ଅଣାଯାଇଥିଲା। ଫଳରେ କମ୍‌ ଖର୍ଚ୍ଚ ଓ କମ୍‌ ସମୟରେ ଗୋଟିଏ ଫିଲ୍ମ ପାଇଁ ପୋଷାକ ପ୍ରସ୍ତୁତ ସମ୍ଭବ ହୋଇଥିଲା। ଉତ୍ତରଦାୟୀ, ଦାମିନୀ, ତୁଳସୀ, ଅପା, ରାଣୀ ଭଳି ଅନେକ ଓଡ଼ିଆ ସିରିଏଲ ପାଇଁ ମଧ୍ୟ ସେ ପୋଷାକ ଦାୟିତ୍ୱ ତୁଲାଇଛନ୍ତି। ଭେଟେରାନ ମୁଭି ମେକର ବସନ୍ତ ନାୟକ ତାଙ୍କ ଚଳଚ୍ଚିତ୍ର ନାଗଫାଶଠାରୁ ଆରମ୍ଭ କରି ୧୪୩ ଆଇ ଲଭ ୟୁ ଚଳଚ୍ଚିତ୍ର ନିର୍ମାଣ ପର୍ଯ୍ୟନ୍ତ ସେ ସବୁବେଳେ ନିର୍ମଳଙ୍କୁ ହିଁ ଖୋଜିଛନ୍ତି। ୪୨ମୌଜା ବେଣ୍ଟକାରରେ ରହୁଥିବା ନିର୍ମଳ ଏବେ ବି ସିନେ ଦୁନିଆ ସହ ଜଡ଼ିତ। ତାଙ୍କ ପୁଅ ରାଜା ଦାଶ ଓଡ଼ିଆ ଚଳଚ୍ଚିତ୍ର ଜଗତର ଜଣେ ଯୁବ ନିର୍ଦ୍ଦେଶକ ଭାବେ ପରିଚିତ।
-ରିପୋର୍ଟ: କୁମାରଶ୍ରୀ ସାହୁ


Enter your email to get our daily news in your inbox.

All Right Reserved By Dharitri.Com

ରିୟାଙ୍କୁ ମିଳୁଛି ବଳାତ୍କାର ଏବଂ ହତ୍ୟାର ଧମକ: ପୋଷ୍ଟ ଶେୟାର କରି ରଖିଲେ ଏଭଳି ଜବାବ

ବମ୍ବେ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଆତ୍ମହତ୍ୟା ବୋଲି ମୁମ୍ବାଇ ପୋଲିସ ଏକପ୍ରକାର ସ୍ପଷ୍ଟ କରିଛି। ହେଲେ ଏହାକୁ ମାନିବାକୁ ପ୍ରଶଂସକ ଏକ ପ୍ରକାର...

ବାଜପେୟୀଙ୍କ ବାୟୋପିକରେ ମୁଖ୍ୟ ଭୂମିକାରେ ନଜର ଆସିବେ ଏହି ଅଭିନେତା

ମୁମ୍ବାଇ: ବଲିଉଡରେ ପ୍ରତିବର୍ଷ ନିର୍ମାଣ ହେଉଛି ଜଣେ ଜଣେ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ବାୟୋପିକ୍ । ତେବେ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରି ବାଜପେୟୀଙ୍କ ଉପରେ...

ଖୁବ୍‌ଶୀଘ୍ର ବିବାହ କରିବେ ଏହି ଯୋଡି

ବଲିଉଡ୍‌ରେ ବିବାହ ବିବାହ ଋତୁ ଚାଲିଛି । ନିକଟରେ ଆଲିଆ ଭଟ୍ଟଙ୍କ ବିବାହ ହୋଇସାରିଛି। ବର୍ତ୍ତମାନ ଏହି ତାଲିକାରେ ଆଉ ଏକ ନାମ ଯୋଡି ହେବାକୁ...

ଛେଳି ଚରାଉଛନ୍ତି ସାରା

ବଲିଉଡ ଅଭିନେତ୍ରୀ ସାରା ଅଲି ଖାନ ଫିଲ୍ମ ଜଗତରେ ତଥା ସୋସିଆଲ ମିଡିଆରେ ବେଶ୍‌ ସକ୍ରିୟ। ସେ ପ୍ରାୟତଃ ସୋସିଆଲ ମିଡିଆରେ ନିଜର ଭିଡିଓ ଏବଂ...

‘ନାଗିନ୍‌-୪’ରେ ରଶ୍ମୀ

ବମ୍ବେ: ଦୀର୍ଘଦିନ ପରେ ଟେଲି ପରଦାକୁ ଫେରୁଛନ୍ତି ଅଭିନେତ୍ରୀ ରଶ୍ମୀ ଦେଶାଇ। ଏକତା କପୁରଙ୍କ ଶୋ’ ‘ନାଗିନ୍‌-୪’ରେ ନଜର ଆସିବେ ସେ। ଶୋ’ରୁ କିଛି ଫଟୋ...

ଫଟୋ ଶେୟାର କରି ଖୁସି ଖବର ଦେଲେ ଅଭିନେତ୍ରୀ

ସାଉଥ୍‌ ଅଭିନେତ୍ରୀ ପ୍ରଣିତା ସୁଭାଷ ଖୁବ୍‌ଶୀଘ୍ର ମା’ ହେବାକୁ ଯାଉଛନ୍ତି । ଅଭିନେତ୍ରୀ ତାଙ୍କ ସ୍ବାମୀଙ୍କ ସହ ଇନ୍‌ଷ୍ଟାଗ୍ରାମରେ ଫଟୋ ଶେୟାର କରି ଏହି ଖୁସି...

ସରୋଜ ଖାଁଙ୍କ ଶୋକ ସଭାରେ ଯୋଗ ଦେବେନି ମାଧୁରୀ !

ମୁମ୍ବାଇ: ବଲିଉଡ୍‌ର ବେଷ୍ଟ କୋରିଓଗ୍ରାଫର ଭାବେ ଜଣାଶୁଣା ସରୋଜ ଖାଁ ଏବେ ପାଲଟି ଯାଇଛନ୍ତି ଅଫେରା ରାଇଜର ପଥିକ। ହେଲେ ପଛରେ ଛାଡି ଯାଇଛନ୍ତି ଅନେକ...

୩୧ ବର୍ଷରେ ତମନ୍ନା: ବାହୁବଳୀ ରାତାରାତି କରିଥିଲା ସୁପରଷ୍ଟାର

ମୁମ୍ବାଇ,୨୧।୧୨: ସାଉଥ୍‌ ଫିଲ୍ମରୁ ବଲିଉଡ୍‌ରେ ପାଦ ଥାପିଥିବା ସୁନ୍ଦରୀ ଅଭିନେତ୍ରୀ ତମନ୍ନା ଭାଟିଆ ସୋମବାର ୩୧ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୮୯ ଡିସେମ୍ବର ୨୧ରେ ସେ...

Advertisement
Archives

Model This Week