କଳ୍‌କୀ ଭୂମିକାରେ ଭାରତୀୟ ଭୋଟର

ମାୟାଧର ନାୟକ
ଏବେ ସାରା ଭାରତରେ ଦଳମାନେ ପ୍ରାର୍ଥୀମାନଙ୍କୁ ନିର୍ବାଚନ ମଇଦାନରେ ଓହ୍ଲାଇଦେଲେଣି। ଗଲା ଏପ୍ରିଲ ୧୧ରେ ପ୍ରଥମ ଦଫା କଳିଯୁଦ୍ଧ ଆରମ୍ଭ ହୋଇଯାଇଛି। ଏଇମିତି ଦଫାକୁ ଦଫା ମେ ତୃତୀୟ ସପ୍ତାହ ପର୍ଯ୍ୟନ୍ତ ଚାଲିବ। ଶେଷରେ ମେ ୨୩ରେ ଫଳାଫଳ ଘୋଷଣା ହେବ। ମହାଭାରତ ଯୁଦ୍ଧ ୧୮ ଦିନ ଲାଗିଥିଲା। ରୁଷ ବିପ୍ଳବ ୧୦ଦିନରେ ଶେଷ ହୋଇଥିଲା। ୨୦୧୯ କଳିଯୁଦ୍ଧ ବର୍ଷବର୍ଷ ଧରି ଲାଗିରହିଛି। ଧର୍ମକୁ ଆଖିଠାରି ମିଛଟାରେ ନିର୍ବାଚନୀ ପାଲା ଚାଲିଛି। ଏ ପାଲା ଦେଢମାସ ଚାଲିବ।
ଆଜି ଏ ଦେଶର ବର୍ତ୍ତମାନଟା କି ବିକୃତ, କି ବୀଭତ୍ସ! ବିଶାଳ ବିରୋଧାଭାସର ବିଚିତ୍ର ଏ ଦେଶ, ଯାହାକୁ ଆମେ ଭାରତବର୍ଷ କହିଲେ ଉପହାସ କରିବ ଇତିହାସ- ଲଜ୍ଜା ଓ ସଂକୋଚରେ ମୁହଁ ଘୋଡାଇବେ ଆମ ପୂର୍ବପୁରୁଷ। ଏଠି ନପୁଂସକ ନାୟକହୀନ ରାଜନୀତି ଉକତ୍ଟ ଉପଦଂଶ ପରି ଆକ୍ରାନ୍ତ କରିସାରିଛି ଆମର ଏହି ଦୁର୍ଭାଗା ଦେଶକୁ। ବର୍ତ୍ତମାନର ରାଜନୀତି କ୍ଷେତ୍ରରେ ଶୋଷକ ହିଁ ସାଜିଛନ୍ତି ଶାସକ ଶ୍ରେଣୀ। ଦୁର୍ବୃତ୍ତମାନେ ହିଁ ପାଲଟିଛନ୍ତି ଦ୍ୱାରପାଳ! ମାଫିଆ ହୋଇଛି ମୁଖିଆ- ଗୁଣ୍ଡା ବନିଛି ମୁଣ୍ଡିଆଳ- ମେଣ୍ଢା ପାଲଟିଛି ଭେଣ୍ଡା- ଗବ୍ବର ହୋଇଛି ମାତବର୍‌- ଜିରୋ ହୋଇଛି ହିରୋ।
ଶାସକମାନଙ୍କ ଆଖିରେ କୁମ୍ଭୀରର ଅଶ୍ରୁଳ ବିଜ୍ଞପ୍ତି ଦେଖି ଭୁଆଁ ବୁଲୁଛି ଭାରତୀୟ ଜନତା। ସ୍ବର୍ଣ୍ଣକଙ୍କଣଧାରୀ କ୍ଷୁଧିତ ବ୍ୟାଘ୍ରର ବାହ୍ୟ ବୈରାଗ୍ୟରେ ପ୍ରତାରିତ ହେଉଛି ଆଜିର ପ୍ରଲୁବ୍‌ଧ ଯୁବସମାଜ। ଚଞ୍ଚକ ରାଜନୀତି ଚଳୁ କରିବାକୁ ବସିଛି ସାରାଦେଶକୁ। ରାଜନୈତିକ ଦୁର୍ନୀତି ଓ ଭ୍ରଷ୍ଟାଚାର ସହିତ ଅର୍ଥନୈତିକ ଶୋଷଣର ଗଢିଉଠିଛି ଖୋଲାଖୋଲି ସମ୍ପର୍କ। ଭିନ୍ନ ଭିନ୍ନ ନାଁ ଓ ଦଳ ଦଖଲ କରିନେଇଛନ୍ତି ଭିନ୍ନ ଭିନ୍ନ କିଆରି। ଜନସ୍ବାର୍ଥ ନୁହେଁ- ଆମତ୍ସ୍ବାର୍ଥ ଓ ନ୍ୟସ୍ତସ୍ବାର୍ଥ ହିଁ ଆଜି ଏକମାତ୍ର ଆଭିମୁଖ୍ୟ। ସେଥିପାଇଁ ଆଜି ନେତାମୁଣ୍ଡରେ ଟୋପି, ଜନତା ମଥାରେ ଥୋପି! ନେତାର ଚାଲିଛି- ବିଧାନସଭା, ରାଜ୍ୟସଭା, ଲୋକ ସଭା- ଜନତାର କେବଳ ଶୋକସଭା।
ଆଜିର ରାଜନୀତି ରୁଗ୍‌ଣ, ଅର୍ଥନୀତି ଋଣୀ, ଧର୍ମ ଧୂସର। ଏହି ଅବସ୍ଥା ଏକ ଅରାଜକତା ଓ ଅତିଷ୍ଠ ଅବ୍ୟବସ୍ଥା ଛଡା ଆଉ କ’ଣ ହୋଇପାରେ? ଏହି ଅବାଞ୍ଛନୀୟ ଅବସ୍ଥାରୁ ହିଁ ଜନ୍ମନିଏ ଆତଙ୍କବାଦ, ଅନ୍ଧବିଶ୍ୱାସ, ଅନ୍ଧାକାନୁନ୍‌ର ବିଷାକ୍ତ ବାତାବରଣ। ବିଷମଞ୍ଜି ଆଜି ପାଲଟି ସାରିଛି ବିଶାଳ ବିଷବୃକ୍ଷ। ଏ ବୃକ୍ଷର ଫଳାହାର ଏକ ପ୍ରାତ୍ୟହିକ ପ୍ରାତଃରାସରେ ପରିଣତ ହୋଇଛି ଆମ ସମସ୍ତଙ୍କ ପକ୍ଷରେ। ଭାରତବର୍ଷର ପ୍ରତ୍ୟେକ ଗାଁ ଗୋଟିଏ ଭାତହାଣ୍ଡିର ଚାଉଳ। ସେଇ ସ୍ଥାଣୁତ୍ୱ, ସ୍ଥବିରତା ଓ ଶୀତଳଶୂନ୍ୟତା ସବୁଠି ସଞ୍ଚରିତ। ଏହା ନିଶ୍ଚିତପକ୍ଷରେ ଯେକୌଣସି ରାଜନୈତିକ ଦଳ, ଯିଏ ଶାସନ ଓ କ୍ଷମତା ବଣ୍ଟୁଆରିର ମୁକୁଳା ମଇଦାନରେ ଜର୍ସି ପିନ୍ଧିବାକୁ ଆଗେଇଆସୁଛି- ତାହାପାଇଁ ମସ୍ତବଡ ଚ୍ୟାଲେଞ୍ଜ। ମାତ୍ର ଏହି ଚ୍ୟାଲେଞ୍ଜକୁ ସାମ୍ନା କରିବାର ଯୋଗ୍ୟତା ଆଜି କେତୋଟି ଦଳ ଭିତରେ ରହିଛି? ସ୍ବାଧୀନ ଭାରତବର୍ଷରେ ଅସଲ ଶାସକ ଦଳ ଏପର୍ଯ୍ୟନ୍ତ ଏକ ଉତ୍କଟ ପ୍ରଶ୍ନବାଚୀ। କୌଣସି ଦଳ ଗଣତାନ୍ତ୍ରିକ ମୂଲ୍ୟବୋଧର ମାନଦଣ୍ଡରେ ଉତ୍ତୀର୍ଣ୍ଣ ହୋଇପାରି ନାହିଁ। ଗୋଟାଏ ଶବ୍ଦ ଏକ ସବୁଠି ପ୍ରତିଧ୍ୱନିତ- ହାଇକମାଣ୍ଡ୍‌! ଏ ହାଇକମାଣ୍ଡ୍‌ମାନଙ୍କ ଛାଇରେ ନାହିକଟା ନାବାଳକ ଭାରତବର୍ଷର ଭବିଷ୍ୟତ ଆମ ରାଜନୀତିରେ ବଜାଇଚାଲିଛି ଏକ ଶିଶୁମୃତ୍ୟୁଭୟର ସତର୍କଘଣ୍ଟି!
ବର୍ତ୍ତମାନ ପରିପ୍ରେକ୍ଷୀରେ କୌଣସି ଗୋଟିଏ ନିର୍ଦ୍ଦିଷ୍ଟ ରାଜନୈତିକ ଦଳକୁ କ୍ଷମତାର ଗୋଟି ଚଳାଇବାକୁ ଛାଡିଦେଇ ଦେଶବାସୀ ଚୁପଚାପ୍‌ ବସିରହିବା ଆଦୌ ନିରାପଦ ନୁହେଁ। ପରିଚ୍ଛନ୍ନ ଭାବମୂର୍ତ୍ତି ଓ ପ୍ରଭାବଶାଳୀ ବ୍ୟକ୍ତିମାନଙ୍କୁ ଚିହ୍ନଟ କରାଯାଇ ଦେଶ ଓ ଜନଗଣଙ୍କ ଉଜ୍ଜ୍ୱଳ ଭବିଷ୍ୟତର ସୁରକ୍ଷାକଳ୍ପେ ଯଦି ଏକ ସଂକଳ୍ପବଦ୍ଧ ସମ୍ମିଳିତ ରାଜନୈତିକ ମହାଶକ୍ତି ଠିଆହୋଇ ପାରନ୍ତା, ତା’ହେଲେ ଭାରତବର୍ଷ ପାଇଁ ପ୍ରସ୍ତୁତ ହୋଇପାରନ୍ତା ପ୍ରକୃତ ମୁକ୍ତିମାର୍ଗ। ଜନଗଣଙ୍କୁ ଅନ୍ଧକାରରେ ରଖି, ରାଷ୍ଟ୍ରୀୟ ମର୍ଯ୍ୟାଦାକୁ ପଦାନତ କରି କୌଣସି ରାଜନୈତିକ ଦଳକୁ ଗଣତନ୍ତ୍ର ନାଁରେ ଗାଦିରେ ଠାକୁର କରାଇ ବସାଇଦେଉଥିବା ଯାଏ- ଆମେ କେବଳ ଏକ ସୁବିଧାବାଦର ସଡକରେ ମୋରମ୍‌ ବିଛେଇ ଚାଲୁଥିବା ମାତ୍ର। ଏବେ ନକାରାମତ୍କ ନେତୃତ୍ୱ ଅଧିକାଂଶ ରାଜନୈତିକ ଦଳର ସାଧାରଣ ବ୍ୟାଧି ଏବଂ ଏ ବ୍ୟାଧି ଉକତ୍ଟ ଭାବେ ସଂକ୍ରାମକ ହୋଇ ପୂରା ଦେଶଟାକୁ ଦଳର ଜଳଖିଆ ଥାଳିରେ ପରଷି ଦେବାପାଇଁ ପୂରା ତୟାର- ଏହାଠାରୁ ବଳି ଦୁର୍ଭାଗ୍ୟଜନକ ଅଘଟଣ ଆଉ କ’ଣ ଥାଇପାରେ?
ଆଜି ମନ୍ଦିର-ମସ୍‌ଜିଦକୁ ନେଇ ଝଗଡା। ଧର୍ମ-ଅଧର୍ମକୁ ନେଇ ବିବାଦ। ସୀମା-ସନ୍ତ୍ରାସକୁ ନେଇ ତୁମ୍ବିତୋଫାନ। ରାଷ୍ଟ୍ର, ଧର୍ମ, ପତାକା, ଜାତୀୟତା ଇତ୍ୟାଦିକୁ ଆଳକରି ସାରା ପୃଥିବୀରେ ସମ୍ପ୍ରତି ପୁଞ୍ଜିବାଦ ତା’ର ଚକ୍ରାନ୍ତରେ ଚମକତ୍ାରିତା ପ୍ରଦର୍ଶନ କରିଚାଲିଛି। ମାଟିଠୁଁ ମଣିଷକୁ ଅଲଗା କରିଦିଆଯାଉଛି। ଲକ୍ଷ୍ୟଠୁ ଲୋଚନକୁ ଦୂରେଇ ରଖାଯାଉଛି। ସ୍ବପ୍ନଠୁ ସଂକଳ୍ପକୁ ହଟେଇ ନିଆଯାଉଛି। ସବୁସ୍ତରରେ ଲେଲିହାନ୍‌ ଲୋଳଜିହ୍ବା ବିସ୍ତାର କରିଚାଲିଛି ଅତିଷ୍ଠ ଅସନ୍ତୋଷର ଅଗ୍ନିଶିଖା। ଅଥଚ ଗଦିରେ ଘୁମେଇ ଗାଦିରେ ବସିଥିବା ଆଜିର ଶାସକ ଶ୍ରେଣୀ, ଖଟରେ ଶୋଇ ମଠରେ ମାମଲତି କରୁଥିବା ଯାଜକବୃନ୍ଦ, କୁର୍ସିରେ ବସି ଆର୍ଶି ଆଗରେ ଚେହେରା ନଚାଉଥିବା ଦୁର୍ନୀତିଗ୍ରସ୍ତ ପ୍ରଶାସକବର୍ଗ ସମକାଳୀନ ସମାଜର ଏ ଉକତ୍ଟ ଅସୁସ୍ଥତା ପ୍ରତି ଏକାନ୍ତ ଉଦାସୀନ।
ଆମେ କଂସେଇମାନଙ୍କୁ କରିଛୁ କର୍ଣ୍ଣଧାର। ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ଅଜବ ଗୋଟାଏ ଅଜଗରୀ ରାଜନୀତି ବିସ୍ତାର କରିସାରିଛି ତାହାର ଭୟଙ୍କର ଫଣା। ଜଘନ୍ୟ ଜନଜହ୍ଲାଦମାନଙ୍କ ପ୍ରଚଣ୍ଡ ଫୁତ୍‌କାର ଭିତରେ ମିଳେଇ ଯାଉଛି ପ୍ରବଞ୍ଚିତ ଜନଗଣଙ୍କ ଛିନ୍ନଭିନ୍ନ ଚିକତ୍ାର! ବାପ ଯାଉଛି ଦାଦନକୁ, ମା’ ଗୋଟୋଉଛି ଗୋବର, ପିଲା ବିକ୍ରି ହେଉଛି ବିଚ୍‌ ବଜାରରେ। ଦଳମାନେ ବାଣ୍ଟିଚାଲିଛନ୍ତି ଫମ୍ପା ପ୍ରତିଶ୍ରୁତିର ପାମ୍ପରା ପାମ୍ପଲେଟ୍‌। ହାଣମୁହଁକୁ ମୁହଁାଇ ଚାଲିଥିବା ଆମର ଏଇ ଯୁଗଯୁଗର ଐତିହ୍ୟମୟ ଦେଶ ଓ ସମାଜଜୀବନକୁ କ’ଣ ନିଶ୍ଚିହ୍ନ ହେବାପାଇଁ ଆମେ ଛାଡିଦେବା? ଗୋଟାଏ କୁରୁକ୍ଷେତ୍ରରେ ଦିନେ ମୂଳପୋଛ ହୋଇଯାଇଥିଲା ମହାଭାରତ। ଆଜି ଆମ ସାମ୍ନାରେ ସହସ୍ର କୁରୁକ୍ଷେତ୍ର, ଆମର ଏଇ ମହାନ୍‌ ଭାରତକୁ କ’ଣ ଆମେ ଆଜି ବଳି ପକେଇଦେବା ତା’ ଭିତରେ?
ଦେଶର ଭବିଷ୍ୟତ ନିର୍ଭର କରୁଛି ୨୦୧୯ ନିର୍ବାଚନ ଉପରେ। ଆଗକୁ ଭୟଙ୍କର ବିପଦ। ଯିଏ ଯାହା ପ୍ରତିଶ୍ରୁତି ଦେଉଛି, ସେସବୁ ଅବାନ୍ତର ପ୍ରତିଶ୍ରୁତିର ଉଚ୍ଚତା ଏଭରେଷ୍ଟକୁ ଟପିଗଲାଣି। ସ୍ବୟଂ ଭଗବାନ ଯଦି ପ୍ରଧାନମନ୍ତ୍ରୀ କି ମୁଖ୍ୟମନ୍ତ୍ରୀର ଦାୟିତ୍ୱ ନିଅନ୍ତି, ସେ ବି ଟଙ୍କାରେ ଅଣେ ପ୍ରତିଶ୍ରୁତି ପାଳନ କରିପାରିବେ କି ନାହିଁ ସନ୍ଦେହ! କାରଣ ଭାରତବର୍ଷର ଏହି ଭୟଙ୍କର ପୂତିଗନ୍ଧମୟ ସମାଜବ୍ୟବସ୍ଥାରେ ଯିଏ ଯାହା କହୁ ପଛକେ ମାଟି କାମୁଡ଼ି ପଡ଼ିରହିଥିବା ଏ ଭାରତୀୟ ମହାଜାତିର ଅସଲ ଇଚ୍ଛା କଦାପି ପୂରଣ କରିପାରିବେ ନାହିଁ। ଯାହା ବି କରାଯିବ ସବୁ ସେଇ ପୁଞ୍ଜିବାଦର ସ୍ବାର୍ଥରେ। ଦେଶର ପରିବର୍ତ୍ତନ, ଜନଗଣଙ୍କର ବିକାଶ ବ୍ୟବସ୍ଥାର ପରିବର୍ତ୍ତନ ପାଇଁ ମହାଯୁଦ୍ଧରେ ଅବତୀର୍ଣ୍ଣ ହେବାକୁ ପଡିବ। ଏ ନିର୍ବାଚନର ଭୋଟରମାନଙ୍କୁ କଳ୍‌କୀ ଅବତାରର ଭୂମିକା ନିର୍ବାହ କରିବାକୁ ହେବ। କୋଟିକୋଟି ଗରିବ ଚାଷୀ, ଶ୍ରମିକ, ଯୁବକ, ବିସ୍ଥାପିତ ନରନାରୀ, ନିରନ୍ନ ନିରୀହ ମଣିଷମାନଙ୍କୁ ଗଣତନ୍ତ୍ରର ହତିଆର ଭାବେ ବ୍ୟବହାର କରି ଏବେ ନୂତନ ପିଢ଼ିର ରଣନୀତିଜ୍ଞମାନଙ୍କୁ ଘୋଷଣା କରିବାକୁ ପଡ଼ିବ ଯେ ଦେଶଦ୍ରୋହୀମାନଙ୍କ ମୁଖାରେ ଶକ୍ତ ଆଘାତ ଦେବାର ସମୟ ଆସିଯାଇଛି। ସେ ଦେଶଦ୍ରୋହୀମାନଙ୍କୁ ଖୋଜିବାକୁ ହେଲେ ବିଦେଶ ଯିବାକୁ ପଡ଼ିବ ନାହିଁ- ଦୂର ସୀମାନ୍ତରେ ପାଦ ପକାଇବାର କ୍ଳେଶ ବରଣ କରିବାକୁ ହେବ ନାହିଁ। ସେମାନେ ଅଛନ୍ତି ଆମ ଆଗରେ-ପଛରେ-ଏକଡ଼-ସେକଡ଼-ଚାରିକଡ଼। ଏଇ ଦେଶ ଭିତରେ, ଆମ ଆଖିର ପରିଧିରେ, ନାକ ସାମ୍ନାରେ। ସେମାନଙ୍କ ସଂହାର ସକାଶେ ଭାରତୀୟ ଭୋଟର ଏବେ କଳ୍‌କୀର ଭୂମିକା ନେବା ଦରକାର।
ଯାଜପୁରରୋଡ, ଯାଜପୁର, ମୋ : ୯୮୬୧୦୩୪୧୬୩


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ସହରର ଡମ୍ପୟାର୍ଡ କଥା ଶୁଣିଲେ ଲୋକେ ନାକ ଟେକନ୍ତି। ସେହି ପୂତ୍ତିଗନ୍ଧମୟ ସ୍ଥାନ ବାଟ ଦେଇ ଯିବାକୁ ଘୃଣା କରନ୍ତି। କିନ୍ତୁ ମାଙ୍ଗାଲୋର ବାସିନ୍ଦା ଜିଥ୍‌...

ବିପଦରେ ଚାଷବାସ

ବାଦଲ ଭୂୟାଁ   ଓଡ଼ିଶାରେ ପ୍ରାୟତଃ ଚାଷ କାର୍ଯ୍ୟ ପାଇଁ ନିୟୋଜିତ ପାରମ୍ପରିକ ଶ୍ରମିକମାନଙ୍କ ସଂଖ୍ୟା କମିଯାଉଛି। ଏଠାରେ ଧାନରୁଆ, ବଛାରେ ନିୟୋଜିତ ହେଉଛନ୍ତି ପଶ୍ଚିମବଙ୍ଗରୁ...

ଆମ ଭବିଷ୍ୟତ ବଂଶଧରଙ୍କ ଆକାର

ଡ. ନିଖିଳାନନ୍ଦ ପାଣିଗ୍ରାହୀ   ବହୁ ବର୍ଷ ପୂର୍ବେ ଆମ ପୂର୍ବଜ ସିମ୍ପାଞ୍ଜିଙ୍କଠାରୁ ଆମେ ବିବର୍ତ୍ତିତ ହୋଇ ଆଧୁନିକ ମଣିଷ (ହୋମୋ ସେପିଆନ) ହୋଇଛନ୍ତି। ଏହି...

ଉପଚେତାବନୀ

୨୦୨୪ ଲୋକ ସଭା ନିର୍ବାଚନ ପୂର୍ବରୁ ଭାରତୀୟ ଜନତା ପାର୍ଟି (ଭାଜପା) କେନ୍ଦ୍ରରେ ଏକାକୀ ସରକାର ଗଠନ କରିବାର ଆସ୍ପର୍ଦ୍ଧା ଦେଖାଇଥିଲା। ନିଜେ ୩୭୦ ଏବଂ...

ଏଇ ଭାରତରେ

ଅନାଥଙ୍କ ସାହାରା ପାଲଟିଛନ୍ତି ଲାମା ଥୁପଟେନ ଫୁନ୍‌ଷ୍ଟୋକ। ଅରୁଣାଚଳ ପ୍ରଦେଶରେ ସେ ମଞ୍ଜୁଶ୍ରୀ ବିଦ୍ୟାପୀଠ ପ୍ରତିଷ୍ଠା କରି ୩୦୦ ଅନାଥ ପିଲାଙ୍କୁ ମାଗଣାରେ ପଢ଼ାଉଛନ୍ତି। ସେଠାରେ...

ଆଇସିୟୁ-ସଂଶୟ ଓ ସମ୍ଭାବନା

ଡ. ମୌସୁମୀ ପରିଡ଼ା   ବର୍ଦ୍ଧିତ ଜନସଂଖ୍ୟା ଓ ପରିବର୍ତ୍ତିତ ଜଳବାୟୁ ପାଇଁ ଆମ ଦେଶର ଲୋକମାନେ ଜଟିଳରୁ ଜଟିଳତମ ରୋଗର ଶିକାର ହେଉଛନ୍ତି। ଚିକିତ୍ସା...

ଶ୍ରୀଜଗନ୍ନାଥ ସଂସ୍କୃତିରେ ପରିବାର

ଡ. ପ୍ରଫୁଲ୍ଲ କୁମାର ସାହୁ   ଶ୍ରୀଜଗନ୍ନାଥଙ୍କୁ କେନ୍ଦ୍ର କରି ଗଢ଼ି ଉଠିଛି ଓଡ଼ିଆ ଜାତିର ସାମାଜିକ ରୀତିନୀତି ଓ ସାଂସ୍କୃତିକ ପରମ୍ପରା। ଅର୍ଥାତ୍‌ ଓଡ଼ିଆ...

ଧର୍ମୀୟ ସ୍ୱାଧୀନତା

ଭାରତୀୟମାନଙ୍କର ଧର୍ମୀୟ ସ୍ୱାଧୀନତା ଅଛି କି? ଅର୍ଥାତ୍‌ ସେମାନେ ଅନ୍ୟମାନଙ୍କୁ ସେମାନଙ୍କର ଧର୍ମକୁ ନିମନ୍ତ୍ରଣ କରିବାର ଅଧିକାର ଏବଂ ସେମାନଙ୍କର ଧର୍ମକୁ ସହଜରେ ଛାଡ଼ିବାର ଅଧିକାର...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri