ଧାକୁଲି ଆଈର ଅଚଳ ଟଙ୍କା

ମନ-ମାନଚିତ୍ର/ ଡ. ନରହରି ବେହେରା
ଆମ ପାଇଁ ଧାକୁଲି ଆଈ ପରି ଭଲ ମଣିଷ ଆଉ ଦୁନିଆରେ ନାହାନ୍ତି। ଭାରି ସ୍ନେହୀ। ପ୍ରତିଦିନ ସକାଳେ ତା’ ଦୁଆରେ ପହଞ୍ଚତ୍ଗଲେ, ଆଈ ଆମକୁ ନିଶ୍ଚୟ କିଛି ଦିଏ। ଆଈର ପିଲାଝିଲା କେହି ନାହାନ୍ତି। ତେଣୁ ଆମକୁ ଦେଖିଲେ ସେ ଖୁସିରେ ଫାଟିପଡ଼େ। ସକାଳୁ ସଞ୍ଜ ଯାଏ ମାନଚିତ୍ରର ବିଭିନ୍ନ ରଙ୍ଗପରି ଦିଶୁଥିବା ଆମେ ହାଡୁଆ, ପେଟୁଆ, ସିଙ୍ଘାଣିନାକିଆ, ନାକକାନ୍ଦୁରୀ ବିଚିତ୍ରବର୍ଣ୍ଣର ନାତିନାତୁଣୀମାନେ ବିସ୍କୁଟଟିଏ କି ଚକୋଲେଟ୍‌ଟିଏ ପାଇବା ପାଇଁ ଆଈ ଘରେ ଖେଳ ଜମେଇ ଦେଉ। ସେଦିନ ଥିଲା ଫେବୃୟାରୀ ୧୪ ତାରିଖ। ସବୁଦିନ ପରି ଆମେ ଧାକୁଲି ଆଈର ଘର ଦୁଆରମୁହଁରେ ପହଞ୍ଚତ୍ବା ବେଳକୁ ସେ ସୁଁ ସୁଁ ହୋଇ କାନ୍ଦୁଥିଲା। ଧାକୁଲି ଆଈର ଏ ଅବସ୍ଥା ଆମକୁ ବହୁତ ବାଧିଲା। ଆମେ ସମସ୍ତେ ଠିଆହୋଇ ପରସ୍ପରର ମୁହଁକୁ ଚାହିଁଲୁ। ଆମକୁ ଦେଖି ଧାକୁଲି ଆଈର କାନ୍ଦଣାର ସ୍ବର ପ୍ରଥମେ ମନ୍ଦ୍ରସପ୍ତକ, ତା’ପରେ ମଧ୍ୟସପ୍ତକ, ଶେଷକୁ ତାରସପ୍ତକ ଛୁଇଁଲା। ସେ ଆମକୁ କୁଣ୍ଢେଇ ଧରି କାନ୍ଦିବାକୁ ଲାଗିଲା- ଆଲୋ କାନ୍ଦୁରୀ, ଆରେ ହାଡ଼ୁଆ, ଆରେ ପେଟା, ମୁଁ ଭାସିଗଲିରେ। ଡାକ ମାଷ୍ଟରଟା ମୋର ପନ୍ଦର ଶହ ଟଙ୍କା ନେଇଗଲା।
ଧାକୁଲି ଆଈ କାନ୍ଦି କାନ୍ଦି ଯେଉଁ ତଥ୍ୟ ପ୍ରଦାନ କଲା, ତା’ର ସାରମର୍ମ ହେଲା- କାଲି ଆଈ ପୋଷ୍ଟ ଅଫିସ୍‌ରୁ କିଛି ଟଙ୍କା ଉଠାଇ ବିଛଣା ତଳେ ରଖିଥିଲା। ଆଜି ସକାଳେ ସେଇଟଙ୍କା ନେଇ ସଉଦା ଆଣିବାକୁ ଯାଇଥିଲା। ଦୋକାନୀ ସେ ଟଙ୍କା ନେଲା ନାହିଁ। ସବୁଠାରୁ ବଡ଼ କଥା ହେଲା, ଦୋକାନୀଟା ସେହି ଟଙ୍କା ଚାଲୁନାହିଁ ବୋଲି କହି ଫେରାଇଦେଲା। ଏହି କଥାଟା ଧାକୁଲି ଆଈର ହଜମ ହେଲା ନାହିଁ। ଟଙ୍କାର କ’ଣ ହାତଗୋଡ଼ ଅଛି ଯେ ଚାଲିବ? ସତୁରି ବର୍ଷ ହେଲାଣି ସେ ତ ପୁଣି ଚାଲୁଛି! ଟଙ୍କା କ’ଣ ତା’ଠାରୁ ବୁଢ଼ୀ ହୋଇଗଲାଣି ଯେ ଚାଲିପାରୁନି? ଆଈକୁ କଥାଟା ଭଲ ଲାଗିଲା ନାହିଁ। ସେ ବଡ଼ପାଟିରେ ଦୋକାନୀ ସହ ପାଟିକଲା। ଦୋକାନୀଟା ଭଲ ମଣିଷ। ଧାକୁଲି ଆଈ କଥାରେ ରାଗିଲା ନାହିଁ, ଖାଲି ହସିଲା। ସେ ହସ ଆଈ ଦେହରେ ଛୁଞ୍ଚତ୍ପରି ଲାଗିଗଲା। ଧାକୁଲି ଆଈ ଗାଁରେ ସମସ୍ତଙ୍କ ଅପେକ୍ଷା ଗୋବିନ୍ଦକୁ ବେଶି ଭରସା କରେ। ସେ ନାତିଆଟା ଭାରି ଭଲ। ଦୁଃଖସୁଖରେ ସାହାଯ୍ୟ କରେ। ଭଲ କଥା କହେ। ଆଈ ସଉଦା ଫୋପାଡ଼ି ଦେଇ ସେହି ଟଙ୍କା ଧରି ଗୋବିନ୍ଦ ପାଖକୁ ଦୌଡ଼ିଲା। ଗୋବିନ୍ଦ ବୁଝାଇଦେଲା, ସେ ଯେଉଁ ତିନିଟା ପାଞ୍ଚଶହ ଟଙ୍କା ନେଇଥିଲା ସେଗୁଡ଼ାକ ପୁରୁଣା ଟଙ୍କା। ସରକାର ତା’କୁ ଅଚଳ କରି ଦେଇଛନ୍ତି। ବୋଧେ ପୋଷ୍ଟମାଷ୍ଟର ନୂଆ ଟଙ୍କା ବଦଳରେ ଏହି ପୁରୁଣା ଟଙ୍କା ଦେଇ ତା’କୁ ଠକି ଦେଇଛି। ଗୋବିନ୍ଦ କଥା ଶୁଣି ଧାକୁଲି ଆଈ ମୁଣ୍ଡରେ ଚଡ଼କ ପଡ଼ିଲା। କେତେ କଷ୍ଟରେ ସେ ଟଙ୍କା ସଞ୍ଚତ୍ ରଖିଥିଲା, ଶେଷକୁ ଡାକ ମାଷ୍ଟରଟା ଚଳୁ କରିଦେଲା?
ଧାକୁଲି ଆଈର ଏ କାନ୍ଦଣା ଏବଂ ଟଙ୍କା ଚାଲିଯିବା ଘଟଣା ଆମକୁ ଅସହ୍ୟ ହେଲା। ଆଈ ସହିତ ଆମେ ମିଳିମିଶି ସେ ପୋଷ୍ଟ ମାଷ୍ଟର ବିରୋଧରେ ଯୁଦ୍ଧ କରିବାକୁ ବାହାରିପଡ଼ିଲୁ। ପୋଷ୍ଟ ଅଫିସ୍‌ ଆଡ଼କୁ ମାଡ଼ିଚାଲିଛୁ, ବାଟରେ ହାବୁଡ଼ିଗଲେ ନିଧିଆ ଅଜା। ତାଙ୍କୁ ଦେଖି ଆଈ କାନ୍ଦ କାନ୍ଦ ହୋଇ କହିଲା- ସକାଳୁ ସକାଳୁ ତେମେ ମତେ କିଛି ନ କହି କୁଆଡ଼େ ଚାଲି ଯାଇଥିଲ? ଏଣେ ମୋ ଘର ବୁଡ଼ି ପାଣି ଆଣ୍ଠୁଏ। ତେମେ ଜାଣିଚ, ଏ ଡାକ ମାଷ୍ଟରଟା ମୋର…। କଥାଟାକୁ ପୂରା କରିବାକୁ ନ ଦେଇ ନିଧିଆ ଅଜା କହିଲେ- ପନ୍ଦର ଶହ ଟଙ୍କା ନେଇଯାଇଛି, ଏୟା ତ? ଧାକୁଲି ଆଈ ସହିତ ଆମେ ସମସ୍ତେ ଚମକିପଡ଼ିଲୁ। ସେ ଏ କଥା ଜାଣିଲେ କେମିତି? ନିଧିଆ ଅଜା କହିଲେ- ତୁମେମାନେ ମନଦୁଃଖ କରନି, ଘରକୁ ଚାଲ ସବୁ ପାଇଯିବ।
ଆମେ ସମସ୍ତେ ଯାଦୁ ଦେଖିବା ପରି ଅଗଣାରେ ବସିପଡ଼ିଲୁ। ନିଧିଆ ଅଜା ପନ୍ଦର ଶହ ଟଙ୍କାର ରହସ୍ୟ ଉଦ୍‌ଘାଟନ ନ କରି ଗୋଟିଏ ଥାଳିରେ ବଡ଼ ବଡ଼ ରସଗୋଲା ରଖିଲେ। ଆଈକୁ ନୂଆ ଶାଢ଼ିଟିଏ ଦେଇ ପିନ୍ଧିବାକୁ କହିଲେ। ଧାକୁଲି ଆଈ କିଛି ବୁଝିପାରିଲାନି। ଆମେ ବି ବୋକା ଭଳି ଚାହିଁଥାଉ। ଆଈ ନୂଆ ଶାଢ଼ି ପିନ୍ଧି ଆସିବା ପରେ ସମସ୍ତଙ୍କୁ ମିଠା ବଣ୍ଟା ହେଲା। ଆଈ ଏଥର ନିଜକୁ ସମ୍ଭାଳି ନ ପାରି ପଚାରିଲା- ମୋ ଟଙ୍କା କୁଆଡ଼େ ଗଲା କିଛି ନ କହି ଏ କି ନାଟ ନଗେଇଚ? ନିଧିଆ ଅଜା ହସି ହସି କହିଲେ- କାଲି ସଞ୍ଜବେଳେ ଚା ଦୋକାନୀ କହିଲା, ଆଜି ଗୋଟେ ଭଲ ଦିନ। କ’ଣ ତା’ ନାଁଟା କହିଲା ମନେପଡ଼ୁନି, ହଁ ହଁ ଭେଲେଣ୍ଟିନ୍‌ ଡେ। ଏହି ଦିନରେ ଯିଏ ଯାହାକୁ ଭଲ ପାଏ ତା’କୁ ସେ ନୂଆ ନୂଆ ଜିନିଷ କିଣି ଦେଇଥାଏ। ସେଥିପାଇଁ ଆଜି ବିଛଣା ତଳୁ ତିନିଟା ପାଞ୍ଚଶହ ଟଙ୍କିଆ ନେଇ ଯାଇଥିଲି। ତମକୁ କହିଲେ ମଜା ରହିବନି ବୋଲି କିଛି ନ କହି ଚାଲି ଯାଇଥିଲି। ବଅସ ଗଲାଣି, ତମ ସହ ଟିକିଏ ମଜା କରିବାକୁ ଭାରି ମନ ହେଲା। ଆଈ ଓଠରେ ଚେନାଏ ହସ ଖେଳିଗଲା। ସେ ହସିଦେଇ କହିଲା- ଧେତ୍‌ ତମେ ଭାରି ଇଏ। ତମେ ସିନା ଟଙ୍କା ନେଇଗଲ, ଇଏ ଟଙ୍କା କୋଉଠୁ ଆସିଲା? ନିଧିଆ ଅଜା କହିଲେ- ଏଗୁଡ଼ାକ ଆଉ ଚଳୁନି। ମୁଁ ଅମଳ ଟମଳ ପାଇଁ ଏ ଟଙ୍କା ଲୁଚେଇ ରଖିଥିଲି।ଆମେ ସମସ୍ତେ ହସିଦେଲୁ। ଆମ ଭିତରୁ ସବୁଠୁ ବଡ଼ ପିଲା ପେଟା ପାଟିକରି କହିଲା, ସତରେ ଅଜା, ତମେ କରିଦେଲ ବଢ଼ିଆ ମଜା। ଧାକୁଲି ଆଈ ଫେଁ କିନା ହସିଦେଇ କହିଲା, ଏ ଟଙ୍କା ପାଇଁ ଆଜି ମୋତେ ଏତେ ହୀନସ୍ତା ହେବାକୁ ପଡ଼ିଲା।
ବାସୁଦେବବାସ୍ୟମ୍‌, ଜଗନ୍ନାଥବିହାର, ବାଇପାସ, ଭଦ୍ରକ, ମୋ-୭୯୭୮୯୦୩୫୦୯


Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

ଏକଲବ୍ୟ ଓ ଅଙ୍ଗୁଳିମାଳ

କଲବ୍ୟଙ୍କ କାହାଣୀ ହେଉଛି ଜଣେ ନିମ୍ନଜାତିର ବନବାସୀ ବାଳକଙ୍କ କଥା। ବ୍ରାହ୍ମଣ ଗୁରୁ ଦ୍ରୋଣ ତାଙ୍କୁ ଶିଷ୍ୟ ଭାବେ ଗ୍ରହଣ କରିବାକୁ ମନା କରିଥିଲେ। ଏହା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri