କଳିଙ୍ଗ ଷ୍ଟୁଡିଓ କଟ୍‌ ଇଟ୍‌…

ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପର ଆଶାଭରସା କଳିଙ୍ଗ ଷ୍ଟୁଡିଓ ନିର୍ମାଣ ଆରମ୍ଭରୁ ଏଯାବତ୍‌ କେବଳ ଝଡ଼ଝଞ୍ଜା ମଧ୍ୟରେ ସଂଗ୍ରାମ କରିଚାଲିଛି। ୧୯୭୬ରେ ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ (ଓଏଫ୍‌ଡିସି) ପ୍ରତିଷ୍ଠା ହୋଇଥିଲା। ଏହାପରେ ଆମ ରାଜ୍ୟରେ ଏକ ଫିଲ୍ମ ଷ୍ଟୁଡିଓ ସ୍ଥାପନ କରିବାକୁ ଉଦ୍ୟମ ଆରମ୍ଭ ହୋଇଥିଲା। ସେ ସମୟରେ ଏହାର ମୁଖ୍ୟ ପୁରୋଧା ସାଜିଥିଲେ ବିଶିଷ୍ଟ ପ୍ରଯୋଜକ ଧୀର ବିଶ୍ୱାଳ, ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ପ୍ରଫୁଲ୍ଲ କର ଏବଂ ଅଭିନେତା ତଥା ନିର୍ଦ୍ଦେଶକ ଗୋପାଳ ଘୋଷ। ଏପରି ଉଦ୍ୟମକୁ ପ୍ରଶଂସା କରିବା ସହ ସେତେବେଳେ ଦକ୍ଷିଣ ଚଳଚ୍ଚିତ୍ର ଜଗତର ଅନ୍ୟତମ ନାମୀ ପ୍ରଯୋଜକ ଏଲ. ଭି. ପ୍ରସାଦ ସହଯୋଗର ହାତ ବଢ଼ାଇ ଥିଲେ। ଓଏଫ୍‌ଡିସି ସହାୟତାରେ ଖଣ୍ଡଗିରି ଉପକଣ୍ଠର ଏକ ଶାନ୍ତ ପରିବେଶରେ ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ଶେଷରେ ଓଡ଼ିଶାବାସୀଙ୍କର ଏହି ସ୍ବପ୍ନ ସାକାର ହେଲା। ୧୯୮୨ରେ କଳିଙ୍ଗ ଷ୍ଟୁଡିଓ ଲୋକାର୍ପିତ ହୋଇଥିଲା। କେବଳ ଫିଲ୍ମ ଶୁଟିଂ ନୁହେଁ, ଏଡିଟିଂ ଏବଂ ଡବିଂ କାମ ମଧ୍ୟ ସେଠାରେ କରାଯାଉଥିଲା। ବିଶେଷଭାବେ ଅତ୍ୟାଧୁନିକ ଯନ୍ତ୍ରପାତି, ଉନ୍ନତ ବୈଷୟିକ ସୁବିଧାସୁଯୋଗ କେବଳ ଓଡ଼ିଶାର ନୁହେଁ ବାହାର ରାଜ୍ୟର ପ୍ରଯୋଜକଙ୍କୁ ଆକର୍ଷିତ କରିଥିଲା। ସମୟକ୍ରମେ ସେଠାରେ ଓଡ଼ିଆ ଚଳଚ୍ଚିତ୍ର ବ୍ୟତୀତ ପ୍ରାନ୍ତୀୟ ଭାଷାରେ ଅନେକ ସିନେମା ଶୁଟିଂ ଏଠାରେ ହୋଇଥିଲା। ଏହାର ଶାନ୍ତ ପରିବେଶ ଥିଲା ଅନ୍ୟତମ ଆକର୍ଷଣ। ସେତେବେଳେ ଅନେକ ଅଭିନେତା, ପ୍ରଯୋଜକ, ନିର୍ଦ୍ଦେଶକ କଳିଙ୍ଗ ଷ୍ଟୁଡିଓର ଭୂରି ଭୂରି ପ୍ରଶଂସା କରୁଥିବାର ଦେଖିବାକୁ ମିଳିଥିଲା। କିନ୍ତୁ ୧୯୯୯ ମହାବାତ୍ୟା ଏହି ଷ୍ଟୁଡିଓର ଯାହା କ୍ଷତି କରିଥିଲା ତାହା ଅବର୍ଣ୍ଣନୀୟ। ସତେବେଳେ ପାଖାପାଖି ୭୭ ଲକ୍ଷ ଟଙ୍କାର ଅତ୍ୟାଧୁନିକ ଯନ୍ତ୍ରପାତି ନଷ୍ଟ ହେବା ସହ ଷ୍ଟୁଡିଓଟି ଧ୍ୱଂସସ୍ତୂପରେ ପରିଣତ ହୋଇଯାଇଥିଲା। କିନ୍ତୁ ଟେକ୍ନିସିଆନ୍‌ଙ୍କ ଦିନରାତି ପରିଶ୍ରମ ଯୋଗୁ ମାତ୍ର ଦିନ କେଇଟା ଭିତରେ ଏହି ଷ୍ଟୁଡିଓ ଆଂଶିକ ଭାବେ କାର୍ଯ୍ୟକ୍ଷମ ହୋଇଥିଲା। ସମୟ ଗଡିଚାଲିଲା। ଉପଯୁକ୍ତ ଯତ୍ନ ଅଭାବରୁ ଏହି ଷ୍ଟୁଡିଓ ବର୍ତ୍ତମାନ ଏପରି ସ୍ତରକୁ ଚାଲିଯାଇଛି, ଯାହାର ସମ୍ପୂର୍ଣ୍ଣ ପୁନରୁଦ୍ଧାର ଜରୁରୀ ହୋଇପଡିଛି। ଏ ନେଇ ଅନେକ ସ୍ବର ଉଠାଉଥିଲେ ମଧ୍ୟ ତାହା ଆହୁରି ଦୃଢ଼ ହେବା ଦରକାର। ପ୍ରଯୋଜକମାନଙ୍କର ଶୁଭ ଦୃଷ୍ଟି ପଡ଼ିଲେ ଷ୍ଟୁଡିଓ ତାହାର ପୂର୍ବରୂପ ଫେରି ପାଇବାକୁ ବେଶି ସମୟ ଲାଗିବ ନାହିଁ। ହେଲେ ସେଭଳି ଆନ୍ତରିକତା ଦେଖିବାକୁ ମିଳୁନାହିଁ। ସମସ୍ତେ କାନ୍ଦୁଛନ୍ତି, ହେଲେ କେବଳ ଅନୁତାପର ଲୁହ ଝରାଇଲେ କିଛି ଲାଭ ନାହିଁ। ଷ୍ଟୁଡିଓର ଠିକ୍‌ ପରିଚାଳନା ପ୍ରତି ଗୁରୁତ୍ୱ ଦେବାର ଉପଯୁକ୍ତ ସମୟ ଆସିଛି। ଏଥିପାଇଁ ଏହାର କର୍ମଚାରୀ, ଓଡ଼ିଆ ଚଳଚ୍ଚିତ୍ର ନିଗମର ଅଧ୍ୟକ୍ଷ ଅଧିକ ଉତ୍ସାହିତ ହେଲେ ଏହି କାମ ଆହୁରି ଶୀଘ୍ର ତ୍ୱରାନ୍ବିତ ହୋଇପାରିବ।
ପ୍ରତିଟି ଷ୍ଟୁଡିଓ ଏକ ଲାଭଜନକ ସଂସ୍ଥା କିନ୍ତୁ ପରିଚାଳନାଗତ ଦୋଷତ୍ରୁଟି ଏହାକୁ ସ୍ଥାଣୁ କରି ଦେଇଥାଏ। କଳିଙ୍ଗ ଷ୍ଟୁଡିଓ ୧୯୯୯ ମହାବାତ୍ୟା ପରେ ଷ୍ଟୁଡିଓ ନିର୍ମାଣ ଲାଗି ଆସିଥିବା ଅର୍ଥ ଠିକ୍‌ ବିନିଯୋଗ ନ କରି କେବଳ ଆଖିଦୃଶିଆ ରଙ୍ଗ, କବାଟ ସ୍କ୍ରିନ୍‌ ଟାଣିଦେଇ ନବକଳେବର ହେଲା ବୋଲି ବାହୁସ୍ଫୋଟ ତାହା ପୁଣି ଆଜିର ଦିନରେ ବୁଝାପଡୁନି।
କଳାକାର ସଂଳାପ କହିବା ପରି ନିଗମ ଅଧ୍ୟକ୍ଷମାନେ ବିଭିନ୍ନ ବିପର୍ଯ୍ୟୟ ସମୟରେ ମନ୍ତବ୍ୟ ଦେଇ ଖବରକାଗଜର ପୃଷ୍ଠା ମଣ୍ଡନ କରି ବାଃ ବାଃ ନେବା ଆଉ କେତେଦିନ। ‘ଫନୀ’ ୨୦ବର୍ଷ ପରେ ନୂଆ ରୂପର କଳିଙ୍ଗ ଷ୍ଟୁଡିଓର ପରିକଳ୍ପନାକୁ ପୁଣି ଧ୍ୱସ୍ତବିଧ୍ୱସ୍ତ କରି ପକାଇଛି। ଓଡ଼ିଶାରେ ଚଳଚ୍ଚିତ୍ର ପ୍ରଯୋଜକମାନେ ଏକତ୍ର ହେବା, ସିନେମା ନୀତି ଘୋଷଣା ଅଧାବାଟରେ ଅଟକିବା ଆଦି କଥା କେବଳ ସଂଳାପ! ଆଉ ଓଡ଼ିଶାରେ ଓଡ଼ିଆ ଚଳଚ୍ଚିତ୍ର ନିର୍ମାଣ ହେଲେ ପ୍ରେକ୍ଷାଳୟ ନାହିଁ! ଶିଳ୍ପ ପାଇଁ ଆନୁଷଙ୍ଗିକ ଦକ୍ଷତା ବୃଦ୍ଧି ନ କରି କେବଳ କାଗଜ କଲମରେ ଫାଇଲ୍‌ ଚାଷ ଆଉ କେତେ ଦିନ କରି ପ୍ରଯୋଜକମାନଙ୍କୁ ଭଣ୍ଡେଇ ‘ଜୋକର’ ବନାଇବ, ତାହା ହିଁ ପ୍ରଶ୍ନବାଚୀ।
ମହାବାତ୍ୟା ପରେ ଫନୀ ୨୦ବର୍ଷ ମଧ୍ୟରେ ସବୁକିଛି ସର୍ବସ୍ବାନ୍ତ କରିଦେଲା। ପ୍ରଯୋଜକମାନେ ଧୈର୍ଯ୍ୟ ଧରି ଆଉ କେତେ ବର୍ଷ ପ୍ରତୀକ୍ଷା କଲେ ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପର ଅଭିବୃଦ୍ଧି ଘଟିବ! ଚଳଚ୍ଚିତ୍ର ଶିଳ୍ପ ବିଭାଗ ହାତକୁ ନେବା ପରଠାରୁ ଅଣଦେଖା କରିଆସିଛି ବୋଲି ଅଭିଯୋଗ ହେଉଛି। ଓଡ଼ିଆ ଚଳଚ୍ଚିତ୍ର ପ୍ରଯୋଜକମାନେ ବର୍ଷ ବର୍ଷ ଧରି ଉପେକ୍ଷିତ ପରେ ଆଉ ଏ ଦିଗରେ ଗୁରୁତ୍ୱ ନ ଦେଇ ଅନ୍ୟାନ୍ୟ କାର୍ଯ୍ୟରେ ଅର୍ଥ ବିନିଯୋଗ କରିବା ଶ୍ରେୟସ୍କର ମଣିଲେଣି। ଓଡ଼ିଶାରେ ଏକମାତ୍ର ସରକାରୀ ଷ୍ଟୁଡିଓର ଅବସ୍ଥା ସମ୍ପର୍କରେ ପ୍ରତି ସମୟରେ ନାନା ଅଭିଯୋଗ ହେଲେ ମଧ୍ୟ ତାହାକୁ ଚପାଇ ଦେଇ ନୀରବତା ମଧ୍ୟରେ ଆଉ ଚଳଚ୍ଚିତ୍ର ଶିଳ୍ପର ସ୍ବପ୍ନ ଦେଖିବା ଆଶା ମଉଳି ଗଲାଣି। କଳିଙ୍ଗ ଷ୍ଟୁଡିଓ ନିଗମ କଟ୍‌ ଇଟ୍‌ କହି ନୂଆ ରୂପ ନଗରୀ ସମ୍ପର୍କ ସ୍ବପ୍ନ ଦେଖିବା ଅପେକ୍ଷା ଆର୍ଥିକ ମାନ୍ଦାବସ୍ଥାରେ ନୂତନ ଦିଗପ୍ରତି ଧ୍ୟାନ ଦେଇ ଅର୍ଥ ବିନିଯୋଗ ଉତ୍ତମ ନିଷ୍ପତ୍ତି ହେବ। ଓଡ଼ିଆ ସିନେମାରୁ ଦର୍ଶକ ଦୂରେଇ ଯିବା ପରେ ପ୍ରେକ୍ଷାଳୟ ଓ ଷ୍ଟୁଡିଓର ବ୍ୟାପକ ଅବ୍ୟବସ୍ଥା ଯେବେ ବି ସୁଧାରିଲେ ଓଡ଼ିଆ ଚଳଚ୍ଚିତ୍ର ତାହା ସତ୍ତା ଫେରି ପାଇବ ତ!
-ଦିଲୀପ ହାଲି


Enter your email to get our daily news in your inbox.

All Right Reserved By Dharitri.Com

ସଞ୍ଜୟ ଦତ୍ତଙ୍କ ପାଇଁ ଅଖଣ୍ଡ ଜ୍ୟୋତି ଜାଳିଲେ ଏହି ଲୋକପ୍ରିୟ ଅଭିନେତ୍ରୀ

ବଲିଉଡ୍‌ ଅଭିନେତା ସଞ୍ଜୟ ଦତ୍ତ ଫୁସଫୁସ କ୍ୟାନସରର ତୃତୀୟ ପର୍ଯ୍ୟାୟ ଦେଇ ଗତି କରୁଛି। ଏହି ସୂଚନା ମିଳିବା ପରେ ସଞ୍ଜୟ ଦତ୍ତଙ୍କ ପାଇଁ ତାଙ୍କ...

ସକାଳେ ଜୁସ୍‌ ସନ୍ଧ୍ୟାରେ ସୁପ୍‌

ଓଡ଼ିଆ ସଙ୍ଗୀତ ଜଗତରେ ଅସୀମା ପଣ୍ଡା ଜଣେ ଚର୍ଚ୍ଚିତ ଚେହେରା। ଗତ କିଛି ବର୍ଷ ହେବ ଏହି କଣ୍ଠଶିଳ୍ପୀଙ୍କ ସ୍ବର ଓଡ଼ିଆ ଶ୍ରୋତାଙ୍କୁ ମତୁଆଲା କରି...

କନ୍ନଡ ଫିଲ୍ମ ନିର୍ଦ୍ଦେଶକ ବିଜୟ ରେଡ୍ଡିଙ୍କ ପରଲୋକ

ବେଙ୍ଗାଲୁରୁ,୧୦ ।୧୦: କନ୍ନଡ ଫିଲ୍ମର ଜଣାଶୁଣା ନିର୍ଦ୍ଦେଶକ ବିଜୟ ରେଡ୍ଡିଙ୍କର ଶୁକ୍ରବାର ରାତିରେ ୮୪ ବର୍ଷ ବୟରେ ପରଲୋକ ହୋଇଛି । ତାଙ୍କ ପୁଅ ତ୍ରିପନ...

ଲକ୍‌ଡାଉନ୍‌ରେ ରହି ଦୀପିକା ରଣବୀରଙ୍କୁ କହିଲେ ଏମିତି

ମୁମ୍ବାଇ: କରୋନା ଭାଇରସ୍‌ ଯୋଗୁ ସାରା ଦେଶରେ ଲକ୍‌ଡାଉନ୍‌ ଜାରିରହିଛି। ଏହି ପରିସ୍ଥିତିରେ ବଲିଉଡ୍‌ କଳାକାରମାନେ ଅଧିକାଂଶ ସମୟ ସୋସିଆଲ ମିଡିଆରେ ଆକ୍ଟିଭ୍‌ ରହୁଛନ୍ତି। ଘରେ...

ବିଗ୍‌ ବିଙ୍କ ସହ କେବେ ବି କାମ କରିନାହାନ୍ତି ଧକ୍‌ ଧକ୍‌ ଗର୍ଲ, କାରଣ ଜାଣିଲେ..

ବମ୍ବେ: ମହାନାୟକ ଅମିତାଭ ବଚ୍ଚନଙ୍କ ଫିଲ୍ମରେ କାମ କରିବାକୁ ଚାହିଁ ବସିଥାନ୍ତି ଅଭିନେତ୍ରୀମାନେ। ହେଲେ ବଲିଉଡ୍‌ର ଏଭଳି ଜଣେ ନାୟିକା ଅଛନ୍ତି ଯିଏ ବିଗ୍‌ ବିଙ୍କ...

କରୋନା ଯୋଦ୍ଧାଙ୍କ ପାଇଁ ପୁଣି ସହଯୋଗର ହାତ ବଢାଇଲେ ଅକ୍ଷୟ

ମୁମ୍ବାଇ: ବଲିଉଡ୍‌ ଖିଲାଡି ବୟ ଅକ୍ଷୟ କୁମାରଙ୍କ ବଦାନ୍ୟତା ପୁଣି ଦେଖିବାକୁ ମିଳିଛି। କରୋନା ଯୁଦ୍ଧରେ ଆଗଧାଡିର ଯୋଦ୍ଧା ସାଜିଥିବା ମୁମ୍ବାଇ ପୋଲିସ ପାଇଁ ଏଥର...

ହ୍ରିତିକ୍‌-ଅମିତାଭ ପାଲଟିଲେ ଟିକ୍‌ଟକ୍‌ ଷ୍ଟାର ଯୁବରାଜଙ୍କ ଫ୍ୟାନ୍‌

ବମ୍ବେ: ସୋସିଆଲ ମିଡିଆରେ ନିଜର କଳା ପ୍ରଦର୍ଶନ କରି ଅନେକେ ରାତାରାତି ଷ୍ଟାର ପାଲଟି ଯାଉଛନ୍ତି। ସେପରି ଏକ ପ୍ଲାଟଫର୍ମ ଟିକ୍‌ଟକ୍‌ରେ ନିଜର ଏକ ଭିଡିଓ...

ଝୁରି ହେଉଛନ୍ତି ରିଦ୍ଧିମା: କହିଲେ, ‘ବହୁତ ମନେ ପଡ଼ୁଛ ବାପା, ଫେରି ଆସ’

ବମ୍ବେ: ଶୋକରେ ବଲିଉଡ୍‌। ଗତ ଦୁଇ ଦିନ ମଧ୍ୟରେ ଦୁଇଜଣ ପ୍ରତିଷ୍ଠିତ କଳାକାର ଇରଫାନ୍‌ ଖାନ୍‌ ଏବଂ ଋଷି କପୁରଙ୍କୁ ବଲିଉଡ୍‌ ହରାଇଛି। ଏହାକୁ ସହଜରେ...

Play 250+ Trending Games
Archives

Model This Week

Why Dharitri