Posted inଖେଳ

କଳିଙ୍ଗରେ ଭାରତୀୟ ହକି କ୍ୟାମ୍ପ: ୫ ଓଡ଼ିଆଙ୍କ ସହ ୩୨ ଖେଳାଳି ସାମିଲ

ଭୁବନେଶ୍ୱର, ୨୦।୫(କ୍ରୀଡ଼ା ପ୍ରତିନିଧି)- ଅଷ୍ଟ୍ରେଲିଆ ଟୁର୍‌ ଶେଷ କରି ୧୮ ଜଣିଆ ଭାରତୀୟ ହକି ଦଳ ରବିବାର ଭୁବନେଶ୍ୱରରେ ପହଞ୍ଚତ୍ଛନ୍ତି। ସେମାନଙ୍କ ସହ କୋର୍‌ ଗ୍ରୁପ୍‌ର ୧୪ ଖେଳାଳି ଯୋଗ ଦେଇଛନ୍ତି। ଏହି ୩୨ ଜଣଙ୍କୁ ନେଇ କଳିଙ୍ଗ ଷ୍ଟାଡିୟମରେ ଭାରତୀୟ ଦଳର କ୍ୟାମ୍ପ ସୋମବାରଠାରୁ ଆରମ୍ଭ ହେବ। ଏମାନଙ୍କ ମଧ୍ୟରେ ୫ ଓଡ଼ିଆ ଖେଳାଳି ସାମିଲ ଅଛନ୍ତି। ସେମାନେ ହେଲେ ବୀରେନ୍ଦ୍ର ଲାକ୍ରା, ଅମିତ ରୋହିଦାସ, ନିଲମ ସଞ୍ଜୀପ୍‌ ଖେସ୍‌, ଆଶିଷ କୁମାର ଟପ୍ନୋ ଓ ଶିଳାନନ୍ଦ ଲାକ୍ରା। ଜୁନ ୬ରୁ ଏଠାରେ ଆରମ୍ଭ ହେବାକୁ ଯାଉଥିବା ଏଫଆଇଏଚ୍‌ ସିରିଜ ଫାଇନାଲ୍ସ ପାଇଁ ଦଳ ଏଠାରେ ପ୍ରସ୍ତୁତ ହେବ।
ଅଷ୍ଟ୍ରେଲିଆ ଗସ୍ତରୁ ଫେରିଥିବା ୧୮ ଜଣଯାକ ସଦସ୍ୟଙ୍କୁ ହକି ଇଣ୍ଡିଆ କ୍ୟାମ୍ପରେ ଅପରିବର୍ତ୍ତିତ ରଖିଛି। ଏହି ଗସ୍ତରେ ଭାରତୀୟ ଦଳ ଓ୍ବେଷ୍ଟର୍ନ ଅଷ୍ଟ୍ରେଲିଆ ଥଣ୍ଡରଷ୍ଟିକ୍ସ ଓ ଅଷ୍ଟ୍ରେଲିଆ ‘ଏ’ ବିପକ୍ଷରେ ୨ଟି ମ୍ୟାଚ ଜିତିଥିବାବେଳେ ଗୋଟିଏ ଡ୍ର ରଖିଥିଲା। ପରେ ବିଶ୍ୱର ୨ ନମ୍ବର ଦଳ ଅଷ୍ଟ୍ରେଲିଆ ନିକଟରୁ ଦଳ ୨ଟି ମ୍ୟାଚ ହାରି ଯାଇଥିଲା। କ୍ୟାମ୍ପ ପାଇଁ ଗୋଲକିପର ପି.ଆର.ଶ୍ରୀଜେଶ, ସୁରଜ କରକେରା ଓ କ୍ରିଷ୍ଣନ ବାହାଦୁର ପାଠକଙ୍କୁ ସାମିଲ କରାଯାଇଛି। ସେହିପରି ଡିଫେଣ୍ଡର ହରମନପ୍ରୀତ ସିଂ, ବୀରେନ୍ଦ୍ର ଲାକ୍ରା, ସୁରେନ୍ଦର କୁମାର, ଅମିତ ରୋହିଦାସ, ବରୁଣ କୁମାର, ରୂପିନ୍ଦର ପାଲ ସିଂ, ଗୁରିନ୍ଦର ସିଂ, କୋଥାଜିତ ସିଂ ଖାଡ଼ାଙ୍ଗବାମ୍‌, ନୀଲମ ସଞ୍ଜୀବ ଖେସ୍‌, ଜରମନପ୍ରୀତ ସିଂଙ୍କୁ ଡାକରା ଦିଆଯାଇଛି। ସେହିପରି ମିଡ୍‌ଫିଲ୍ଡର ମନପ୍ରୀତ ସିଂ, ସୁମିତ, ନୀଳକାନ୍ତ ଶର୍ମା, ସଚକରନ ସିଂ, ହାର୍ଦ୍ଦିକ ସିଂ, ବିବେକ ସାଗର ପ୍ରସାଦ, ଆଶିଷ କୁମାର ଟପ୍ନୋ, ସୟଦ ନିୟାଜ ରହିମ, ରାଜକୁମାର ପାଲ ଏବଂ ଫରଓ୍ବାର୍ଡ ମନଦୀପ ସିଂ, ଆକାଶଦୀପ ସିଂ, ଶିଳାନନ୍ଦ ଲାକ୍ରା, ଗୁରସାହିବଜିତ ସିଂ, ସମସେର ସିଂ, ଏସ.ଭି. ସୁନୀଲ ଓ ଗୁରଜାନ୍ତ ସିଂଙ୍କୁ ମୁଖ୍ୟ କୋଚ୍‌ ଗ୍ରାହାମ୍‌ ରିଡ୍‌ ଏହି କ୍ୟାମ୍ପରେ ସାମିଲ କରିଛନ୍ତି।
ନିକଟରେ ଶେଷ ହୋଇଥିତ୍ବା ଅଷ୍ଟ୍ରେଲିଆ ଟୁର୍‌ ସମ୍ପର୍କରେ ରିଡ୍‌ କହିଲେ ଯେ, ”ଏହି ଗସ୍ତରୁ ଭାରତୀୟ ଦଳ ସମ୍ପର୍କରେ ଜାଣିବା ପାଇଁ ମୋତେ ବିଶେଷ ସୁଯୋଗ ମିଳିଲା। ବିଶ୍ୱର ୨ ନମ୍ବର ଦଳ ତୁଳନାରେ ଭାରତୀୟ ଦଳ କେଉଁ ସ୍ଥାନରେ ରହିଛି ତାହା ଜାଣି ପାରିଲି। ୨୦୧୮ରେ ହକି ବିଶ୍ୱକପ ପରଠାରୁ ଅଷ୍ଟ୍ରେଲିଆ ଖେଳାଳିମାନେ ଏଫଆଇଏଚ୍‌ ପ୍ରୋ -ଲିଗ୍‌ରେ ନିୟମିତ ଭାବେ ବିଶ୍ୱଶ୍ରେଣୀୟ ପ୍ରତିଦ୍ୱନ୍ଦ୍ୱୀ ବିପକ୍ଷରେ ଖେଳି ଆସୁଛନ୍ତି। ତାଙ୍କ ବିପକ୍ଷରେ ୨ଟି ମ୍ୟାଚରେ ଏହା ପ୍ରତିଫଳିତ ହେଲା। ଆମେ ଅଲିମ୍ପିକ୍ସ ଯୋଗ୍ୟତା ଉପରେ ନଜର ରଖିଥିବାରୁ ଏହି ଗସ୍ତ ବେଶ୍‌ ଉପାଦେୟ ହୋଇଛି। ଏହାବ୍ୟତୀତ ଭୁବନେଶ୍ୱରରେ ହେବାକୁ ଯାଉଥିବା ଏଫଆଇଏଚ୍‌ ସିରିଜ ଫାଇନାଲ୍ସ ପାଇଁ ମଧ୍ୟ ଭଲ ପ୍ରସ୍ତୁତି ହୋଇପାରିଛି। ବିଶ୍ୱ ଶ୍ରେଣୀୟ ଦଳ ବିପକ୍ଷରେ ଚାପ ପରିସ୍ଥିତିରେ ଖେଳାଳିଙ୍କ ପ୍ରଦର୍ଶନକୁ ମୁଁ ନିକଟରୁ ଦେଖିବା ସୁଯୋଗ ପାଇଛି। ଆମେ କେବଳ କୌଣସି ଗୋଟିଏ କ୍ୱାର୍ଟରରେ ନୁହେଁ ପୂରା ଗେମ୍‌ରେ ସ୍ଥିର ପ୍ରଦର୍ଶନ ବଜାୟ ରଖିବା ଆବଶ୍ୟକ ରହିଛି“। ଆକ୍ରମଣାତ୍ମକ ବିଭାଗରେ ଉନ୍ନତି ଉପରେ ଅଧିକ ଧ୍ୟାନ ଦିଆଯିବ ବୋଲି ୫୫ ବର୍ଷୀୟ ରିଡ୍‌ ପ୍ରକାଶ କରିଛନ୍ତି। ”ଅଷ୍ଟ୍ରେଲିଆ ପରି ଦଳ ବିପକ୍ଷରେ ଭଲ ଫଳାଫଳ ପାଇବାକୁ ହେଲେ ଆମକୁ ଚାପ ପରିସ୍ଥିତିରେ ମଧ୍ୟ ଗୋଲ ସ୍କୋର କରିବାକୁ ପଡ଼ିବ। ଏହି ସମୟରେ ଆମ ଡିଫେଣ୍ଡରଙ୍କୁ ମଧ୍ୟ ସତର୍କତାର ସହିତ ପ୍ରତିପକ୍ଷ ଦଳ ଉପରେ ନଜର ରଖିବାକୁ ହେବ। ଭୁବନେଶ୍ୱରରେ ହେବାକୁ ଥିବା କ୍ୟାମ୍ପରେ ମୁଁ ବ୍ୟକ୍ତିଗତ ଭାବେ ଏହା ଉପରେ ବିଶେଷ ଧ୍ୟାନ ଦେବି। ବିଶ୍ୱ ହକିରେ ଏବେ ପାଓ୍ବାର ଓ ସ୍ପିଡ୍‌ର ଗୁରୁତ୍ୱ ବଢ଼ି ଯାଇଛି। ତେଣୁ ଆମକୁ ଏହି ବିଭାଗରେ ଉନ୍ନତି ଆଣିବାକୁ ପଡ଼ିବ। ଏହା ଏକ ଦୀର୍ଘ ମିଆଦି ଯୋଜନା ହୋଇଥିଲେ ହେଁ ଏବେ ଏହା ଉପରେ ଫୋକସ ରହିବ“ ବୋଲି ଅଷ୍ଟ୍ରେଲିଆର ରିଡ୍‌ ପ୍ରକାଶ କରିଛନ୍ତି। ଆଗାମୀ କ୍ୟାମ୍ପରେ ଭୁବନେଶ୍ୱର ପରିବେଶ ସହିତ ଖାପ ଖୁଆଇବା ସମ୍ପର୍କରେ ରିଡ୍‌ କହିଲେ ଯେ, ”ପ୍ରଥମ ସପ୍ତାହରେ ହାଲ୍‌କା ଟ୍ରେନିଂ ଦିଆଯିବ। କାରଣ ଅଷ୍ଟ୍ରେଲିଆ ଟୁର୍‌ରେ ଯାଇଥିବା ଖେଳାଳିମାନେ କ୍ଳାନ୍ତ ଥିବାବେଳେ କୋର୍‌ ଗ୍ରୁପର ଅନ୍ୟ ଖେଳାଳିମାନେ ଗତ ୨ ସପ୍ତାହଧରି ବେଙ୍ଗାଲୁରୁଠାରେ କଠିନ ଟ୍ରେନିଂ ନେଇଛନ୍ତି। ତେଣୁ ସେମାନଙ୍କୁ ରିଫ୍ରେଶ ହେବାପାଇଁ କିଛିଦିନ ସମୟ ଲାଗିବ। ଭୁବନେଶ୍ୱରରେ ଏବେ ଭୀଷଣ ଗରମ ହେଉଛି। ତେଣୁ ଏହାକୁ ଏଡ଼ାଇବା ପାଇଁ ଆମେ ସକାଳବେଳା ଏବଂ ରାତିରେ ଅଭ୍ୟାସ କରିବାକୁ ପସନ୍ଦ କରିବୁ। ପ୍ରକାଶ ଯୋଗ୍ୟ, କ୍ୟାମ୍ପରେ ଯୋଗ ଦେଇଥିବା ୩୨ ଖେଳାଳିଙ୍କ ବ୍ୟତୀତ ଚିଙ୍ଗଲେନସାନା ସିଂ କାଙ୍ଗୁଜାମ, ଲଳିତ କୁମାର ଉପାଧ୍ୟାୟ, ରମଣଦୀପ ସିଂ ଓ ଓଡ଼ିଶାର ଦୀପସାନ ତିର୍କୀ ଏବେ ବେଙ୍ଗାଲୁରୁସ୍ଥିତ ସାଇ ସେଣ୍ଟରରେ ରିହାବିଲିଟେଶନରେ ରହିଛନ୍ତି।
କ୍ୟାମ୍ପରେ ଯୋଗ ଦେଇଥିବା ଖେଳାଳି
ଗୋଲକିପର: ପି.ଆର. ଶ୍ରୀଜେଶ, ସୁରଜ କରକେରା, କ୍ରିଷ୍ଣନ ବାହାଦୁର ପାଠକ।
ଡିଫେଣ୍ଡର: ହରମନପ୍ରୀତ ସିଂ, ବୀରେନ୍ଦ୍ର ଲାକ୍ରା, ସୁରେନ୍ଦର କୁମାର, ଅମିତ ରୋହିଦାସ, ବରୁଣ କୁମାର, ରୂପିନ୍ଦର ପାଲ୍‌ ସିଂ, ଗୁରିନ୍ଦର ସିଂ, କୋଥାଜିତ ସିଂ ଖାଡାଙ୍ଗବାମ୍‌, ନୀଲମ ସଞ୍ଜୀପ ଖେସ୍‌, ଜରମନପ୍ରୀତ ସିଂ।
ମିଡ୍‌ଫିଲ୍ଡର: ମନପ୍ରୀତ ସିଂ, ସୁମିତ, ନୀଳକାନ୍ତ ଶର୍ମା, ଜସକରନ ସିଂ, ହାର୍ଦ୍ଦିକ ସିଂ, ବିବେକ ସାଗର ପ୍ରସାଦ, ଆଶିଷ କୁମାର ଟପ୍ନୋ, ସୟଦ ନିୟାଜ ରହିମ, ରାଜକୁମାର ପାଲ୍‌।
ଫରଓ୍ବାର୍ଡ: ମନଦୀପ ସିଂ, ଆକାଶଦୀପ ସିଂ, ଶିଳାନନ୍ଦ ଲାକ୍ରା, ଗୁରସାହିବଜିତ ସିଂ, ସମସେର ସିଂ, ଅର୍ମାନ କୁରେଶି, ସୁମିତ କୁମାର, ସିମରନଜିତ ସିଂ, ଏସ.ଭି. ସୁନୀଲ, ଗୁରଜାନ୍ତ ସିଂ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

‘ଅଦ୍ଭୁତ ସୂର୍ଯ୍ୟା’! ବୈଭବ ସୂର୍ଯ୍ୟବଂଶୀଙ୍କ ପ୍ରଶଂସାରେ ଶତମୁଖ ଅମିତାଭ ବଚ୍ଚନ; କହିଲେ- ଏହି ବୟସରେ ଆମେ…

ନୂଆଦିଲ୍ଲୀ,୩୦।୫: ଆଇପିଏଲର କ୍ୱାଲିଫାୟର୍‌-୨ରେ ଶୁକ୍ରବାର ରାଜସ୍ଥାନ ରୟାଲ୍ସ (RR) ଗୁଜରାଟ ଟାଇଟନ୍ସ (GT) ହାତରୁ ପରାଜୟର ସମ୍ମୁଖୀନ ହୋଇଛି। ଏହି ପରାଜୟ ସହ ଦଳ ଟୁର୍ନାମେଣ୍ଟରୁ ବାହାରି…

IPLରୁ RR ବିଦାୟ ନେବା ପରେ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ; ଭାଇରାଲ ଭିଡିଓ ଦେଖି ପ୍ରଶଂସକଙ୍କ ଆଖିରେ ବି ଲୁହ!

ନୂଆଦିଲ୍ଲୀ,୩୦।୫: ଆଇପିଏଲ ୨୦୨୬ରେ ରାଜସ୍ଥାନ ରୟାଲ୍ସର ସଫଳତାରେ ବୈଭବ ସୂର୍ଯ୍ୟବଂଶୀ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଏହି ୧୫ ବର୍ଷୀୟ ବ୍ୟାଟସମ୍ୟାନ ଏହି ସିଜିନରେ ଲଗାତାର ଭାବରେ…

ଇତିହାସ ରଚିଲେ ବୈଭବ ସୂର୍ଯ୍ୟବଂଶୀ: ହାସଲ କଲେ IPLରେ ସବୁଠୁ ବଡ଼ ରେକର୍ଡ

ନୂଆଦିଲ୍ଲୀ,୩୦।୫:ବୈଭବ ସୂର୍ଯ୍ୟବଂଶୀ ଗୁଜରାଟ ଟାଇଟାନ୍ସ ବିପକ୍ଷରେ କ୍ୱାଲିଫାୟର ୨ରେ ଇତିହାସ ରଚିଛନ୍ତି। IPLରେ ଦ୍ରୁତତମ ୧,୦୦୦ ରନ ସ୍କୋର କରିବାରେ ପ୍ରଥମ ଭାରତୀୟ ବ୍ୟାଟସମ୍ୟାନ ହୋଇଛନ୍ତି। ସେ…

ରାଜସ୍ଥାନକୁ ହରାଇ ଫାଇନାଲ୍‌ରେ ଗୁଜରାଟ, ମେ’ ୩୧ରେ RCB ସହ ମହାମୁକାବିଲା

ନୂଆଦିଲ୍ଲୀ,୨୯।୫: ଆଇପିଏଲ୍ ୨୦୨୬ର ଦ୍ୱିତୀୟ କ୍ୱାଲିଫାୟର୍‌ରେ ଗୁଜରାଟ ଟାଇଟନ୍ସ (GT) ଚମତ୍କାର ପ୍ରଦର୍ଶନ କରି ରାଜସ୍ଥାନ ରୟାଲ୍ସ (RR) କୁ ୮ ୱିକେଟ୍‌ରେ ପରାସ୍ତ କରିଛି। ଏହି…

ପଡ଼ିଆରେ ହେଡ୍ସ-ଟେଲ୍ସକୁ ନେଇ ହଙ୍ଗାମା! କ୍ୱାଲିଫାୟର୍-୨ ରେ ଦୁଇଥର ପଡ଼ିଲା ଟସ୍,ନିଷ୍ପତ୍ତି ବଦଳାଇଦେଲା…

ନୂଆଦିଲ୍ଲୀ,୨୯।୫: ଆଇପିଏଲ୍‌ ୨୦୨୬ର ଦ୍ୱିତୀୟ କ୍ୱାଲିଫାୟର୍‌ (Qualifier-୨) ମ୍ୟାଚ୍‌ରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁଜରାଟ ଟାଇଟନ୍ସ (GT) ଏବଂ ରାଜସ୍ଥାନ ରୟାଲ୍ସ (RR) ମଧ୍ୟରେ…

ହାରିଗଲେ ସିନ୍ଧୁ, ସାତ୍ତ୍ୱିକ-ଚିରାଗ ଯୋଡ଼ି ସେମିରେ

ସିଙ୍ଗାପୁର, ୨୯ା୫: ସ୍ଥିର ପ୍ରଦର୍ଶନ ଅଭାବରୁ ଭାରତର ଷ୍ଟାର ବ୍ୟାଡ୍‌ମିଣ୍ଟନ ଖେଳାଳି ପି.ଭି. ସିନ୍ଧୁ ଏଠାରେ ଚାଲିଥିବା ସିଙ୍ଗାପୁର ଓପନ ୭୫୦ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟର ମହିଳା ସିଙ୍ଗଲ୍ସ…

ପ୍ରଥମ ଟି୨୦ ମ୍ୟାଚ୍‌ ଜିତିଲା ଭାରତ

ଚେମ୍ସ ଫୋର୍ଡ, ୨୯ା୫: ଜେମିମା ରୋଡ୍ରିଗ୍ସ ଓ ୟାସ୍ତିକା ଭାଟିଆଙ୍କ ଆକର୍ଷଣୀୟ ଅର୍ଦ୍ଧଶତକ ଏବଂ ନବାଗତ ପେସ୍‌ର ନନ୍ଦନୀ ଶର୍ମାଙ୍କ ଚମତ୍କାର ବୋଲିଂ ଦ୍ୱାରା ଭାରତ ଶୁକ୍ରବାର…

ଆଇପିଏଲ ମଝିରେ ଲକ୍ଷ୍ନୌ କଲା ବଡ଼ ଘୋଷଣା: ଅଧିନାୟକ ପଦ ଛାଡ଼ିଲେ ରିଷଭ ପନ୍ତ, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ, ୨୯।୫: ୨୦୨୬ ଆଇପିଏଲ ମଝିରେ ରିଷଭ ପନ୍ତ ଲକ୍ଷ୍ନୌ ସୁପରଜାଏଣ୍ଟସର ଅଧିନାୟକ ପଦ ଛାଡି ଦେଇଛନ୍ତି। ଶୁକ୍ରବାର ଫ୍ରାଞ୍ଚାଇଜ ସୋସିଆଲ ମିଡିଆରେ ପନ୍ତଙ୍କୁ ଅଧିନାୟକ ପଦରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri