Posted inଖେଳ

କଳିଙ୍ଗରେ ଭାରତୀୟ ହକି କ୍ୟାମ୍ପ: ୫ ଓଡ଼ିଆଙ୍କ ସହ ୩୨ ଖେଳାଳି ସାମିଲ

ଭୁବନେଶ୍ୱର, ୨୦।୫(କ୍ରୀଡ଼ା ପ୍ରତିନିଧି)- ଅଷ୍ଟ୍ରେଲିଆ ଟୁର୍‌ ଶେଷ କରି ୧୮ ଜଣିଆ ଭାରତୀୟ ହକି ଦଳ ରବିବାର ଭୁବନେଶ୍ୱରରେ ପହଞ୍ଚତ୍ଛନ୍ତି। ସେମାନଙ୍କ ସହ କୋର୍‌ ଗ୍ରୁପ୍‌ର ୧୪ ଖେଳାଳି ଯୋଗ ଦେଇଛନ୍ତି। ଏହି ୩୨ ଜଣଙ୍କୁ ନେଇ କଳିଙ୍ଗ ଷ୍ଟାଡିୟମରେ ଭାରତୀୟ ଦଳର କ୍ୟାମ୍ପ ସୋମବାରଠାରୁ ଆରମ୍ଭ ହେବ। ଏମାନଙ୍କ ମଧ୍ୟରେ ୫ ଓଡ଼ିଆ ଖେଳାଳି ସାମିଲ ଅଛନ୍ତି। ସେମାନେ ହେଲେ ବୀରେନ୍ଦ୍ର ଲାକ୍ରା, ଅମିତ ରୋହିଦାସ, ନିଲମ ସଞ୍ଜୀପ୍‌ ଖେସ୍‌, ଆଶିଷ କୁମାର ଟପ୍ନୋ ଓ ଶିଳାନନ୍ଦ ଲାକ୍ରା। ଜୁନ ୬ରୁ ଏଠାରେ ଆରମ୍ଭ ହେବାକୁ ଯାଉଥିବା ଏଫଆଇଏଚ୍‌ ସିରିଜ ଫାଇନାଲ୍ସ ପାଇଁ ଦଳ ଏଠାରେ ପ୍ରସ୍ତୁତ ହେବ।
ଅଷ୍ଟ୍ରେଲିଆ ଗସ୍ତରୁ ଫେରିଥିବା ୧୮ ଜଣଯାକ ସଦସ୍ୟଙ୍କୁ ହକି ଇଣ୍ଡିଆ କ୍ୟାମ୍ପରେ ଅପରିବର୍ତ୍ତିତ ରଖିଛି। ଏହି ଗସ୍ତରେ ଭାରତୀୟ ଦଳ ଓ୍ବେଷ୍ଟର୍ନ ଅଷ୍ଟ୍ରେଲିଆ ଥଣ୍ଡରଷ୍ଟିକ୍ସ ଓ ଅଷ୍ଟ୍ରେଲିଆ ‘ଏ’ ବିପକ୍ଷରେ ୨ଟି ମ୍ୟାଚ ଜିତିଥିବାବେଳେ ଗୋଟିଏ ଡ୍ର ରଖିଥିଲା। ପରେ ବିଶ୍ୱର ୨ ନମ୍ବର ଦଳ ଅଷ୍ଟ୍ରେଲିଆ ନିକଟରୁ ଦଳ ୨ଟି ମ୍ୟାଚ ହାରି ଯାଇଥିଲା। କ୍ୟାମ୍ପ ପାଇଁ ଗୋଲକିପର ପି.ଆର.ଶ୍ରୀଜେଶ, ସୁରଜ କରକେରା ଓ କ୍ରିଷ୍ଣନ ବାହାଦୁର ପାଠକଙ୍କୁ ସାମିଲ କରାଯାଇଛି। ସେହିପରି ଡିଫେଣ୍ଡର ହରମନପ୍ରୀତ ସିଂ, ବୀରେନ୍ଦ୍ର ଲାକ୍ରା, ସୁରେନ୍ଦର କୁମାର, ଅମିତ ରୋହିଦାସ, ବରୁଣ କୁମାର, ରୂପିନ୍ଦର ପାଲ ସିଂ, ଗୁରିନ୍ଦର ସିଂ, କୋଥାଜିତ ସିଂ ଖାଡ଼ାଙ୍ଗବାମ୍‌, ନୀଲମ ସଞ୍ଜୀବ ଖେସ୍‌, ଜରମନପ୍ରୀତ ସିଂଙ୍କୁ ଡାକରା ଦିଆଯାଇଛି। ସେହିପରି ମିଡ୍‌ଫିଲ୍ଡର ମନପ୍ରୀତ ସିଂ, ସୁମିତ, ନୀଳକାନ୍ତ ଶର୍ମା, ସଚକରନ ସିଂ, ହାର୍ଦ୍ଦିକ ସିଂ, ବିବେକ ସାଗର ପ୍ରସାଦ, ଆଶିଷ କୁମାର ଟପ୍ନୋ, ସୟଦ ନିୟାଜ ରହିମ, ରାଜକୁମାର ପାଲ ଏବଂ ଫରଓ୍ବାର୍ଡ ମନଦୀପ ସିଂ, ଆକାଶଦୀପ ସିଂ, ଶିଳାନନ୍ଦ ଲାକ୍ରା, ଗୁରସାହିବଜିତ ସିଂ, ସମସେର ସିଂ, ଏସ.ଭି. ସୁନୀଲ ଓ ଗୁରଜାନ୍ତ ସିଂଙ୍କୁ ମୁଖ୍ୟ କୋଚ୍‌ ଗ୍ରାହାମ୍‌ ରିଡ୍‌ ଏହି କ୍ୟାମ୍ପରେ ସାମିଲ କରିଛନ୍ତି।
ନିକଟରେ ଶେଷ ହୋଇଥିତ୍ବା ଅଷ୍ଟ୍ରେଲିଆ ଟୁର୍‌ ସମ୍ପର୍କରେ ରିଡ୍‌ କହିଲେ ଯେ, ”ଏହି ଗସ୍ତରୁ ଭାରତୀୟ ଦଳ ସମ୍ପର୍କରେ ଜାଣିବା ପାଇଁ ମୋତେ ବିଶେଷ ସୁଯୋଗ ମିଳିଲା। ବିଶ୍ୱର ୨ ନମ୍ବର ଦଳ ତୁଳନାରେ ଭାରତୀୟ ଦଳ କେଉଁ ସ୍ଥାନରେ ରହିଛି ତାହା ଜାଣି ପାରିଲି। ୨୦୧୮ରେ ହକି ବିଶ୍ୱକପ ପରଠାରୁ ଅଷ୍ଟ୍ରେଲିଆ ଖେଳାଳିମାନେ ଏଫଆଇଏଚ୍‌ ପ୍ରୋ -ଲିଗ୍‌ରେ ନିୟମିତ ଭାବେ ବିଶ୍ୱଶ୍ରେଣୀୟ ପ୍ରତିଦ୍ୱନ୍ଦ୍ୱୀ ବିପକ୍ଷରେ ଖେଳି ଆସୁଛନ୍ତି। ତାଙ୍କ ବିପକ୍ଷରେ ୨ଟି ମ୍ୟାଚରେ ଏହା ପ୍ରତିଫଳିତ ହେଲା। ଆମେ ଅଲିମ୍ପିକ୍ସ ଯୋଗ୍ୟତା ଉପରେ ନଜର ରଖିଥିବାରୁ ଏହି ଗସ୍ତ ବେଶ୍‌ ଉପାଦେୟ ହୋଇଛି। ଏହାବ୍ୟତୀତ ଭୁବନେଶ୍ୱରରେ ହେବାକୁ ଯାଉଥିବା ଏଫଆଇଏଚ୍‌ ସିରିଜ ଫାଇନାଲ୍ସ ପାଇଁ ମଧ୍ୟ ଭଲ ପ୍ରସ୍ତୁତି ହୋଇପାରିଛି। ବିଶ୍ୱ ଶ୍ରେଣୀୟ ଦଳ ବିପକ୍ଷରେ ଚାପ ପରିସ୍ଥିତିରେ ଖେଳାଳିଙ୍କ ପ୍ରଦର୍ଶନକୁ ମୁଁ ନିକଟରୁ ଦେଖିବା ସୁଯୋଗ ପାଇଛି। ଆମେ କେବଳ କୌଣସି ଗୋଟିଏ କ୍ୱାର୍ଟରରେ ନୁହେଁ ପୂରା ଗେମ୍‌ରେ ସ୍ଥିର ପ୍ରଦର୍ଶନ ବଜାୟ ରଖିବା ଆବଶ୍ୟକ ରହିଛି“। ଆକ୍ରମଣାତ୍ମକ ବିଭାଗରେ ଉନ୍ନତି ଉପରେ ଅଧିକ ଧ୍ୟାନ ଦିଆଯିବ ବୋଲି ୫୫ ବର୍ଷୀୟ ରିଡ୍‌ ପ୍ରକାଶ କରିଛନ୍ତି। ”ଅଷ୍ଟ୍ରେଲିଆ ପରି ଦଳ ବିପକ୍ଷରେ ଭଲ ଫଳାଫଳ ପାଇବାକୁ ହେଲେ ଆମକୁ ଚାପ ପରିସ୍ଥିତିରେ ମଧ୍ୟ ଗୋଲ ସ୍କୋର କରିବାକୁ ପଡ଼ିବ। ଏହି ସମୟରେ ଆମ ଡିଫେଣ୍ଡରଙ୍କୁ ମଧ୍ୟ ସତର୍କତାର ସହିତ ପ୍ରତିପକ୍ଷ ଦଳ ଉପରେ ନଜର ରଖିବାକୁ ହେବ। ଭୁବନେଶ୍ୱରରେ ହେବାକୁ ଥିବା କ୍ୟାମ୍ପରେ ମୁଁ ବ୍ୟକ୍ତିଗତ ଭାବେ ଏହା ଉପରେ ବିଶେଷ ଧ୍ୟାନ ଦେବି। ବିଶ୍ୱ ହକିରେ ଏବେ ପାଓ୍ବାର ଓ ସ୍ପିଡ୍‌ର ଗୁରୁତ୍ୱ ବଢ଼ି ଯାଇଛି। ତେଣୁ ଆମକୁ ଏହି ବିଭାଗରେ ଉନ୍ନତି ଆଣିବାକୁ ପଡ଼ିବ। ଏହା ଏକ ଦୀର୍ଘ ମିଆଦି ଯୋଜନା ହୋଇଥିଲେ ହେଁ ଏବେ ଏହା ଉପରେ ଫୋକସ ରହିବ“ ବୋଲି ଅଷ୍ଟ୍ରେଲିଆର ରିଡ୍‌ ପ୍ରକାଶ କରିଛନ୍ତି। ଆଗାମୀ କ୍ୟାମ୍ପରେ ଭୁବନେଶ୍ୱର ପରିବେଶ ସହିତ ଖାପ ଖୁଆଇବା ସମ୍ପର୍କରେ ରିଡ୍‌ କହିଲେ ଯେ, ”ପ୍ରଥମ ସପ୍ତାହରେ ହାଲ୍‌କା ଟ୍ରେନିଂ ଦିଆଯିବ। କାରଣ ଅଷ୍ଟ୍ରେଲିଆ ଟୁର୍‌ରେ ଯାଇଥିବା ଖେଳାଳିମାନେ କ୍ଳାନ୍ତ ଥିବାବେଳେ କୋର୍‌ ଗ୍ରୁପର ଅନ୍ୟ ଖେଳାଳିମାନେ ଗତ ୨ ସପ୍ତାହଧରି ବେଙ୍ଗାଲୁରୁଠାରେ କଠିନ ଟ୍ରେନିଂ ନେଇଛନ୍ତି। ତେଣୁ ସେମାନଙ୍କୁ ରିଫ୍ରେଶ ହେବାପାଇଁ କିଛିଦିନ ସମୟ ଲାଗିବ। ଭୁବନେଶ୍ୱରରେ ଏବେ ଭୀଷଣ ଗରମ ହେଉଛି। ତେଣୁ ଏହାକୁ ଏଡ଼ାଇବା ପାଇଁ ଆମେ ସକାଳବେଳା ଏବଂ ରାତିରେ ଅଭ୍ୟାସ କରିବାକୁ ପସନ୍ଦ କରିବୁ। ପ୍ରକାଶ ଯୋଗ୍ୟ, କ୍ୟାମ୍ପରେ ଯୋଗ ଦେଇଥିବା ୩୨ ଖେଳାଳିଙ୍କ ବ୍ୟତୀତ ଚିଙ୍ଗଲେନସାନା ସିଂ କାଙ୍ଗୁଜାମ, ଲଳିତ କୁମାର ଉପାଧ୍ୟାୟ, ରମଣଦୀପ ସିଂ ଓ ଓଡ଼ିଶାର ଦୀପସାନ ତିର୍କୀ ଏବେ ବେଙ୍ଗାଲୁରୁସ୍ଥିତ ସାଇ ସେଣ୍ଟରରେ ରିହାବିଲିଟେଶନରେ ରହିଛନ୍ତି।
କ୍ୟାମ୍ପରେ ଯୋଗ ଦେଇଥିବା ଖେଳାଳି
ଗୋଲକିପର: ପି.ଆର. ଶ୍ରୀଜେଶ, ସୁରଜ କରକେରା, କ୍ରିଷ୍ଣନ ବାହାଦୁର ପାଠକ।
ଡିଫେଣ୍ଡର: ହରମନପ୍ରୀତ ସିଂ, ବୀରେନ୍ଦ୍ର ଲାକ୍ରା, ସୁରେନ୍ଦର କୁମାର, ଅମିତ ରୋହିଦାସ, ବରୁଣ କୁମାର, ରୂପିନ୍ଦର ପାଲ୍‌ ସିଂ, ଗୁରିନ୍ଦର ସିଂ, କୋଥାଜିତ ସିଂ ଖାଡାଙ୍ଗବାମ୍‌, ନୀଲମ ସଞ୍ଜୀପ ଖେସ୍‌, ଜରମନପ୍ରୀତ ସିଂ।
ମିଡ୍‌ଫିଲ୍ଡର: ମନପ୍ରୀତ ସିଂ, ସୁମିତ, ନୀଳକାନ୍ତ ଶର୍ମା, ଜସକରନ ସିଂ, ହାର୍ଦ୍ଦିକ ସିଂ, ବିବେକ ସାଗର ପ୍ରସାଦ, ଆଶିଷ କୁମାର ଟପ୍ନୋ, ସୟଦ ନିୟାଜ ରହିମ, ରାଜକୁମାର ପାଲ୍‌।
ଫରଓ୍ବାର୍ଡ: ମନଦୀପ ସିଂ, ଆକାଶଦୀପ ସିଂ, ଶିଳାନନ୍ଦ ଲାକ୍ରା, ଗୁରସାହିବଜିତ ସିଂ, ସମସେର ସିଂ, ଅର୍ମାନ କୁରେଶି, ସୁମିତ କୁମାର, ସିମରନଜିତ ସିଂ, ଏସ.ଭି. ସୁନୀଲ, ଗୁରଜାନ୍ତ ସିଂ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଶେଷ ଓଭରରେ ରୋହିତ ଶର୍ମାଙ୍କ ଏହି ଗୋଟିଏ ନିଷ୍ପତ୍ତି, ପଲଟାଇଦେଲା ବାଜି

ନୂଆଦିଲ୍ଲୀ,୧୯।୪: ଇଣ୍ଡିଆନ ପ୍ରିମିୟର ଲିଗ ଟି-୨୦ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଜାବ କିଙ୍ଗ୍ସକୁ ନଅ ରନ୍‌ରେ ପରାସ୍ତ କରିଛି। ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଟସ ଜିତିବା...

ଆଇପିଏଲ୍‌ରେ ଧମାଲ୍‌ କରୁଛନ୍ତି ଏହି ୫ ଅନ୍‌କ୍ୟାପ୍‌ଡ୍‌ ଖେଳାଳି: ଟି-୨୦ ବିଶ୍ୱକପ୍‌ରେ ମିଳିପାରେ ସ୍ଥାନ

ନୂଆଦିଲ୍ଲୀ,୧୯।୪:ସନରାଇଜର୍ସ ହାଇଦ୍ରାବାଦ ଓପନର୍‌ ଅଭିଷେକ ଶର୍ମାଙ୍କ ଆଇପିଏଲ୍‌ରେ ଚମତ୍କାର ପ୍ରଦର୍ଶନ କରୁଛନ୍ତି। ଚଳିତ ସିଜନରେ ଏପର୍ଯ୍ୟନ୍ତ ଅଭିଷେକ ୬ଟି ମ୍ୟାଚରେ ୨୧୧ ରନ ସଂଗ୍ରହ କରିଛନ୍ତି।...

ରୋଚକ ହେଉଛି ପର୍ପଲ-ଅରେଞ୍ଜ କ୍ୟାପ୍‌ ରେସ୍‌: ଜାଣନ୍ତୁ ଏବେ କିଏ ଅଛନ୍ତି…

ମୁମ୍ବାଇ,୧୯।୪: ପଞ୍ଜାବ କିଙ୍ଗସ ବିପକ୍ଷରେ ଜସପ୍ରୀତ ବୁମ୍‌ରା ଏକ ଚମତ୍କାର ବୋଲିଂ ପ୍ରଦର୍ଶନ କରିଥିଲେ। ଜସପ୍ରୀତ ବୁମ୍‌ରା ୩ ବ୍ୟାଟ୍ସମ୍ୟାନ ୪ ଓଭରରେ ୨୧ ରନ...

ମୁମ୍ବାଇ ଜିତିବା ସତ୍ତ୍ୱେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଲାଗିଲା ବଡ଼ ଝଟ୍‌କା

ମୁମ୍ବାଇ,୧୯।୪: ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଜାବ କିଙ୍ଗସ ବିପକ୍ଷରେ ଏକ ରୋମାଞ୍ଚକର ବିଜୟ ହାସଲ କରିଛି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱାଧୀନ ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଜାବ କିଙ୍ଗସକୁ ୯...

ଧୋନୀଙ୍କୁ ବିଶ୍ୱକପ୍‌ ଲାଗି ରାଜି କରାଇବା ପ୍ରସଙ୍ଗରେ କ’ଣ କହିଲେ ରୋହିତ? ଦଳ ଘୋଷଣା ପୂର୍ବରୁ ଆସିଲା ବଡ଼ ଖବର

ନୂଆଦିଲ୍ଲୀ,୧୮।୪: ଟି୨୦ ବିଶ୍ୱକପ୍‌ ପାଇଁ ଟିମ୍‌ ଇଣ୍ଡିଆ ଘୋଷଣା କରାଯିବା ବାକି ଅଛି। ହେଲେ କେଉଁ ଖେଳାଳିଙ୍କୁ ଚୟନ କରାଯିବ, କାହାକୁ ନୁହେଁ, ତାହାକୁ ନେଇ...

ଚେନ୍ନାଇରେ ସାମିଲ ହେଲେ ଏହି ଘାତକ ବୋଲର୍‌, ୪ ବଲ୍‌ରେ ରୋହିତ-ବିରାଟ-ପନ୍ତଙ୍କ ଉଇକେଟ ନେଇ ଥିଲେ ଚର୍ଚ୍ଚାରେ

ନୂଆଦିଲ୍ଲୀ,୧୮।୪: ଆଇପିଏଲ୍‌ ମଝିରୁ ଚେନ୍ନାଇ ସୁପର କିଙ୍ଗ୍ସ(ସିଏସ୍‌କେ)ରୁ ବାଦ୍‌ ପଡ଼ିଛନ୍ତି ଷ୍ଟାର କ୍ରିକେଟର ଡିଭନ୍‌ କନଓ୍ବେ। ସର୍ବାଧିକ ରନ୍‌ ସ୍କୋର କରିଥିବା ଏହି କ୍ରିକେଟର ପୁରା...

ପଡ଼ିଆକୁ ଓହ୍ଲାଇବା ମାତ୍ରେ ଇତିହାସ ରଚିବେ ରୋହିତ ଶର୍ମା

ରୋହିତ ଶର୍ମା ପ୍ରଥମ ସିଜିନ ଅର୍ଥାତ୍‌ ୨୦୦୮ ଠାରୁ ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ର ଏକ ଅଂଶ ରହିଆସିଛନ୍ତି। ରୋହିତ ହେଉଛନ୍ତି ଆଇପିଏଲର ଅନ୍ୟତମ...

ଆଇପିଏଲ୍‌ ମଝିରେ ଚେନ୍ନାଇ ସୁପର କିଙ୍ଗସକୁ ଲାଗିଲା ବଡ଼ ଝଟ୍‌କା

ନୂଆଦିଲ୍ଲୀ,୧୮।୪: ଚେନ୍ନାଇ ସୁପର କିଙ୍ଗସ ଆଇପିଏଲ ୨୦୨୪ରେ ଏପର୍ଯ୍ୟନ୍ତ ଭଲ ପ୍ରଦର୍ଶନ କରୁଛି, କିନ୍ତୁ ଦଳକୁ ଏକ ବଡ଼ ଝଟ୍‌କା ଲାଗିଛି। ଗତ ସିଜନରେ ସିଏସ୍‌କେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri