‘କଳା, ସାହିତ୍ୟର ପ୍ରଭାବ ଆଣେ ପରିବର୍ତ୍ତନ’ ବିଶିଷ୍ଟ ସାରସ୍ବତ ପ୍ରତିଭା ଗୋବିନ୍ଦ ଚନ୍ଦ୍ର

ହାଟଡିହୀ, ୧।୭(ଡି.ଏନ୍‌.ଏ.)-କଳା, ସଂସ୍କୃତି ଓ ସାହିତ୍ୟ ମାଧ୍ୟମରେ ସାମାଜିକ ପରିବର୍ତ୍ତନ ସମ୍ଭବ । ଏଭଳି ବିଶ୍ୱାସ ରଖି କଳା ଓ ସାହିତ୍ୟର ପ୍ରଚାର ପ୍ରସାର ଲାଗି ସେ କାର୍ଯ୍ୟ କରି ଆସୁଛନ୍ତି। ଶିକ୍ଷକତା ବୃତ୍ତି ନିଭାଇବା ପରେ ପାଲା ଗାୟନ, ପ୍ରବଚନ ଦେବା ଓ ସାହିତ୍ୟ ସାଧନା ଜାରି ରଖି ସେ ଅନେକ ପ୍ରଶଂସା ଓ ପୁରସ୍କାର ସାଉଣ୍ଟିଛନ୍ତି। ବର୍ତ୍ତମାନର ଯୁବ ପିଢି ଅପଚିନ୍ତାରୁ ଦୂରେଇ ରହି କଳାସଂସ୍କୃତି ପ୍ରତି ଅନୁରକ୍ତି ରଖି ସମାଜ କଲ୍ୟାଣ ଲାଗି କାର୍ଯ୍ୟ କଲେ ସ୍ଥିତି ବଦଳିଯିବ ବୋଲି ବିଶିଷ୍ଟ ସାରସ୍ବତ ପ୍ରତିଭା ଗୋବିନ୍ଦଚନ୍ଦ୍ର ପାଣିଗ୍ରାହୀ ମତବ୍ୟକ୍ତ କରିଛନ୍ତି।
ଜଣେ ସାଦାସିଧା ମଣିଷ ଭାବେ ଜୀବନ ଯାପନ କରି ଗୋବିନ୍ଦଚନ୍ଦ୍ର ନିଜର ଏକ ଭିନ୍ନ ପରିଚୟ ସୃଷ୍ଟି କରିଛନ୍ତି। କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଡଅଁର ସତ୍ୟ ନଗରରେ ସେ ରହୁଛନ୍ତି। ପୈତୃକ ଘର ସୋସୋ ଥାନା ଅଧୀନ ମୌଦା ଗ୍ରାମରେ। ମାତା କ୍ଷେତ୍ରମଣୀ ଓ ପିତା ନବକିଶୋର । ଗୋବିନ୍ଦଚନ୍ଦ୍ର କହନ୍ତି, ପିଲାଦିନେ କଳା ଓ ସାହିତ୍ୟ ତାଙ୍କ ଜୀବନକୁ ପ୍ରଭାବିତ କରିଥିଲା। ଉଚ୍ଚଶିକ୍ଷା ଲାଭ ପରେ ୧୯୭୫ରେ ସେ ଡଅଁର ହାଇସ୍କୁଲରେ ହିନ୍ଦୀ ଶିକ୍ଷକ ଭାବେ ଚାକିରି ଜୀବନ ଆରମ୍ଭ କରିଥିଲେ। ସାହିତ୍ୟ ସାଧନା ଜାରି ରଖିବା ସହ ପାଲା ସଂସ୍କୃତିର ପ୍ରସାର ଲାଗି ୧୯୭୦ରୁ ସେ ପାଲା ଗାୟନ ଆରମ୍ଭ କରିଥିଲେ। ପରେ ବିଭିନ୍ନ ସ୍ଥାନରେ ପାଲା ପରିବେଷଣ କରିବା ସହ ରେଡିଓ ଓ ଟିଭି ଚ୍ୟାନେଲରେ ମଧ୍ୟ ପାଲା ପରିବେଷଣ କରିଛନ୍ତି। ଏଥି ସକାଶେ ଗାୟକ ବାଗୀଣ, ଗାୟକ କୋକିଳ, ଗାୟକ ରତ୍ନ, ଗାୟକ ବିଦ୍ୟା ବାଚସ୍ପତି ଭଳି ବିଭିନ୍ନ ଉପାଧି ଏବଂ ଶ୍ରୀ ନୀଳାଚଳ ନିଖିଳ ଉତ୍କଳ ପାଲା ଗାୟକ ପରିଷଦ, କଟକ ଭଞ୍ଜ ପ୍ରତିଭା ସମ୍ମାନ, କୋଣାର୍କ ନାଟ୍ୟ ମଣ୍ଡପ, ସେଣ୍ଟର ଫର୍‌ ଡ୍ରାମା, ନୂଆଦିଲ୍ଲୀ ସମ୍ମାନ, ଭଞ୍ଜ ସାହିତ୍ୟ ସମ୍ମାନ ଲାଭ କରିଛନ୍ତି। ଓଡିଶା ସଙ୍ଗୀତ ନାଟକ ଏକାଡେମୀ, କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ଓ ଶ୍ରୀ ସତ୍ୟସାଇ ସେବା ସମିତି ପକ୍ଷରୁ ମଧ୍ୟ ମାନପତ୍ର ପାଇଛନ୍ତି। ୨୦୦୦ରେ ଦିଲ୍ଲୀ ଓ ୨୦୦୯ ଆନ୍ଧ୍ରରେ ହିନ୍ଦୀ ଓ ଇଂରାଜୀରେ ପାଲା ଗାଇ ସ୍ବର୍ଣ୍ଣ ପଦକ ଲାଭ କରିଛନ୍ତି। ତାଙ୍କ ରଚିତ ତ୍ରିଧାରା,ଏମାନେ ବିଚିତ୍ର ପିଲା, ମିଠାକଥା, ଗପ ସିନ୍ଦୁକ ଆଦି ପୁସ୍ତକ ପ୍ରକାଶିତ ହୋଇଛି। ମିଠା କଥା ଓ ଗପ ସିନ୍ଦୁକ ରାଜ୍ୟ ଶ୍ରୀ ରାମକୃଷ୍ଣ ଲାଇବ୍ରେରୀ ଦ୍ୱାରା ସଂଗୃହୀତ ହୋଇଛି। ଉତ୍ତରପ୍ରଦେଶ ଗୋରଖପୁରରୁ ଇଂରାଜୀରେ ପ୍ରକାଶିତ ଆନ୍ତର୍ଜାତିକ ପତ୍ରିକା ‘ଦି କଲ୍ୟାଣ କଳ୍ପତରୁ’ରେ ତାଙ୍କ କବିତା ପ୍ରକାଶ ପାଇଛି। ଏହାଛଡା ବିଭିନ୍ନ ସାହିତ୍ୟ ଅନୁଷ୍ଠାନ ସହ ଜଡିତ ରହି ସାଙ୍ଗଠନିକ ଦକ୍ଷତାର ପରିଚୟ ଦେଇଛନ୍ତି। ୩ ପୁଅ, ୨ ବୋହୂ, ନାତି , ନାତୁଣୀ ଓ ପତ୍ନୀଙ୍କୁ ନେଇ ଗୋବିନ୍ଦଙ୍କ ପରିବାର। ସେମାନେ ସମସ୍ତେ ତାଙ୍କୁ ସୃଜନଶୀଳ କାର୍ଯ୍ୟ ଲାଗି ଉତ୍ସାହିତ କରୁଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀରେ ୧୬ ମେଟ୍ରୋ ଷ୍ଟେଶନ ବନ୍ଦ, ସୂଚନା ଜାରି କରି ବିଭାଗ କହିଲା ଏହି…

ନୂଆଦିଲ୍ଲୀ,୨୨ା୭: ଦିଲ୍ଲୀ ମେଟ୍ରୋ ରେଳ ନିଗମ (DMRC) ସୂଚନା ଦେଇଛି ଯେ, ଜାତୀୟ ରାଜଧାନୀରେ ସୁରକ୍ଷା କାରଣରୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ୧୬ଟି ମେଟ୍ରୋ ଷ୍ଟେଶନକୁ ବନ୍ଦ…

ଗୋଟିଏ ରାତିରେ ଏକାଧିକ ସ୍ଥାନରେ ଚୋରି: ଅଞ୍ଚଳରେ ଖେଳିଗଲା ଆତଙ୍କ

ଦାରିଙ୍ଗବାଡି, ୨୨।୭ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅଞ୍ଚଳରେ ଗୋଟିଏ ରାତିରେ ଏକାଧିକ ଚୋରି ହୋଇଥିବା ଥାନାରେ ଅଭିଯୋଗ ହୋଇଛି। ଦାରିଙ୍ଗବାଡି ବଜାର ଉପରେ…

ସାକ୍ଷୀଗୋପାଳଙ୍କ ଚନ୍ଦନ ପୋଖରୀ ଜଳ ପ୍ରଦୂଷିତ: ଅତିଷ୍ଠ ହେଉଛି ପଚାମାଛ ଦୁର୍ଗନ୍ଧ

ସାକ୍ଷୀଗୋପାଳ,୨୨ା୭(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ଶ୍ରୀ ସାକ୍ଷୀଗୋପାଳ ଠାକୁରଙ୍କ ଚନ୍ଦନ ପୋଖରୀ ଜଳ ଅତିମାତ୍ରାରେ ପ୍ରଦୂଷିତ ହୋଇଛି। ଫଳରେ ବୁଧବାର ସକାଳୁ ଶହଶହ ସଂଖ୍ୟାରେ ରୋହି, ଭାକୁର,…

ଲଗାଣ ବର୍ଷାରେ ଭାଙ୍ଗିଲା ଦୁଇ ପୋଲ: ୩୦ ଏକର ଚାଷଜମିରେ ମାଡ଼ିଗଲା ବାଲିଚର, ଉପବାଚସ୍ପତି ଘଟଣାସ୍ଥଳ ପରିଦର୍ଶନ କରି…

ବଡ଼ଗାଁ,୨୨ା୭(ଅଶୋକ ଷଡ଼ଙ୍ଗୀ): ସୁନ୍ଦରଗଡ଼ ଜିଲା ବଡ଼ଗାଁ ବ୍ଲକ ଅନ୍ତର୍ଗତ ଏକମା, ପାମରା, ବାମଡେରା ଓ ରୁନଗାଁ ପଞ୍ଚାୟତ ଅଞ୍ଚଳରେ ସୋମବାର ରାତିସାରା ହୋଇଥିବା ପ୍ରବଳ ବର୍ଷା ଯୋଗୁ…

ଦାରିଙ୍ଗବାଡିରେ ସପ୍ତାହେ ଲାଗି ରହିଛି ବର୍ଷା: ହସୁଛି ଧାନ-ହଳଦୀ କ୍ଷେତ

ଦାରିଙ୍ଗବାଡି, ୨୨।୭ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲଜ ଅଞ୍ଚଳରେ ରଥଯାତ୍ରା ପୂର୍ବ ରାତିଠାରୁ ଲାଗିରହିଛି। ବର୍ଷା ମଝିରେ ମଝିରେ ବର୍ଷା କମିଲେ ମଧ୍ୟ ପାଗ…

ଶପିଂ ମଲରେ ଭୟାବହ ଅଗ୍ନିକାଣ୍ଡ: ଲକ୍ଷାଧିକ ଟଙ୍କାର ଜିନିଷ ଜଳିପୋଡ଼ି ଛାରଖାର

ଝାରସୁଗୁଡା, ୨୨।୭(ଆଶିଷ ରଞ୍ଜନ ଦାଶ):ଝାରସୁଗୁଡା ସରବାହାଲ ରୋଡ଼ସ୍ଥିତ ଭି ଆର୍ଟ ଶପିଂ ମଲ ଏବଂ ଶଙ୍କର ଅଳଙ୍କାର ଦୋକାନରେ ବୁଧୁବାର ଭୋରରୁ ଭୟାବହ ଅଗ୍ନିକାଣ୍ଡ ଘଟିଛି I…

ଭଟାପଲାକୁ ନୂତନ ଗ୍ରାମ ପଞ୍ଚାୟତ ମାନ୍ୟତା ଦାବି ଜୋରଦାର: ଲିଖିତ ଦାବିପତ୍ର ଦାଖଲ

କର୍ଲାମୁଣ୍ଡା,୨୨।୭(ପ୍ରଦୀପ କୁମାର ସାହୁ):କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଭଟାପଲାକୁ ସୱତନ୍ତ୍ର ଗ୍ରାମ ପଞ୍ଚାୟତର ମାନ୍ୟତା ପ୍ରଦାନ କରିବା ଦାବିରେ ଅଞ୍ଚଳବାସୀଙ୍କ ସୱର ଦିନକୁ ଦିନ ଜୋରଦାର ହେଉଛି। ଦୀର୍ଘଦିନ…

ଅଧରାତିରେ ହଠାତ୍‌ ୱାଙ୍ଗଚୁକଙ୍କୁ ଭେଟିବାକୁ ଗଲେ ଜେପି ନଡ୍ଡା: ବଢିଲା…

ନୂଆଦିଲ୍ଲୀ,୨୨।୭: ଜଳବାୟୁ କର୍ମୀ ଏବଂ ବୈଜ୍ଞାନିକ ସୋନମ ୱାଙ୍ଗଚୁକଙ୍କୁ ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରୁ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି। କେନ୍ଦ୍ର ମନ୍ତ୍ରୀ ଜେପି ନଡ୍ଡା ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri