Posted inବରଗଡ଼

କଳା ଦିବସ ପାଳିଲେ ବିଦ୍ୟୁତ କର୍ମଚାରୀ

ବରଗଡ଼ ଅଫିସ୍‌/ସରଣ୍ଡା,୨।୬
ବରଗଡ଼ର ମିଳିତ ବିଦ୍ୟୁତ କର୍ମଚାରୀ ଏବଂ ଇଞ୍ଜିନିୟର୍ସ ଆସୋସିଏଶନର ଏକତା ମଞ୍ଚ ପକ୍ଷରୁ ସୋମବାର ଦିନକୁ କଳା ଦିବସ ଭାବେ ପାଳନ କରାଯାଇଛି । ବିଦ୍ୟୁତ ସଂଶୋଧନ ଆଇନ-୨୦୨୦ ଏବଂ ରାଜ୍ୟର ବିଦ୍ୟୁତ କ୍ଷେତ୍ର ଗୁଡ଼ିକର ପୁନଃ ଘରୋଇକରଣକୁ ବିରୋଧ,ା ବିଦ୍ୟୁତ କ୍ଷେତ୍ରରେ କାଯର୍‌ୟ କରୁଥିବା ଆଉଟ୍‌ସୋର୍ସ କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି ଏବଂ କରୋନା ମୁକାବିଲା ସମୟରେ କାଯର୍‌ୟ କରୁଥିବା ବିଦ୍ୟୁତ କର୍ମଚାରୀଙ୍କୁ ୫୦ଲକ୍ଷ ଟଙ୍କାର ବୀମା ଘୋଷଣା ଦାବିରେ ଏକତା ମଞ୍ଚ ଏହି ନିଷ୍ପତ୍ତି ନେଇଥିଲା । ବରଗଡ଼ ଇଲେକ୍ଟ୍ରିକାଲ ସର୍କଲର ହୀରାଖଣ୍ଡ ବିଦ୍ୟୁତ କର୍ମଚାରୀ ସଂଘ, ହୀରା ଜିଟିଡି ୱାର୍କର ସଂଘ, ଇଞ୍ଜିନିୟର୍ସ ଆସୋସିଏଶନ ପ୍ରମୁଖ ଏଥିରେ ସାମିଲ ଥିଲେ ବୋଲି ହୀରାଖଣ୍ଡ ବିଦ୍ୟୁତ କର୍ମଚାରୀ ସଂଘ ବରଗଡ଼ ଶାଖାର ସହ-ସମ୍ପାଦକ ଅତୀଶ ପଣ୍ଡା ଜଣାଇଛନ୍ତି । ସେହିପରି ଅତାବିରା ବ୍ଲକ ଲାଦେରପାଲିରେ ମଧ୍ୟ ୱେସ୍କୋ ୟୁଟିଲିଟିର ସମସ୍ତ କର୍ମଚାରୀ ପ୍ରତିବାଦ ସଭା, କଳା ଦିବସ ପାଳନ କରିଥିଲେ । ଏଠାରେ ମଧ୍ୟ ସମସ୍ତ ବିଦ୍ୟୁତ ଶ୍ରମିକ, କର୍ମଚାରୀ, ଇଞ୍ଜିନିୟର ତଥା ମିଳିତ ମଞ୍ଚର ସମସ୍ତ ସଭ୍ୟ ସକ୍ରିୟ ଅଂଶଗ୍ରହଣ କରିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ରେ ବଢ଼ିଲା ସ୍କୁଲ-କଲେଜ ଛୁଟି ଅବଧି, ଏହି ଦିନ ଖୋଲିବ

ବରଗଡ଼,୧୮।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ସ୍କୁଲ, କଲେଜର ଗ୍ରୀଷ୍ମ ଅବକାଶ(ଖରାଛୁଟି) ଅବଧିକୁ ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ପାଣିପାଗ ବିଭାଗର ରିପୋର୍ଟକୁ ନେଇ…

୫୯ ମଣ୍ଡିରେ ପଡ଼ିରହିଛି ୪ ଲକ୍ଷ ବସ୍ତା ଧାନ, ବର୍ଷା ନେଇ ଚିନ୍ତାରେ ଚାଷୀ

ପଦ୍ମପୁର,୧୮।୬(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡରେ ଧାନ କିଣାବିକା ସମସ୍ୟା ସୁଧୁରୁ ନ ଥିବା ବେଳେ ଆଗାମୀ ମୌସୁମୀ ବର୍ଷାକୁ ନେଇ ଚାଷୀ ଚିନ୍ତାରେ ପଡ଼ିଛନ୍ତି।…

ଧାନବିକ୍ରି ଟୋକନ ନ ମିଳିଲେ ଆନ୍ଦୋଳନ: ଚାଷୀଙ୍କ ଚେତାବନୀ

ବରଗଡ଼,୧୭।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଖରିଫ୍‌ ଚାଷକାର୍ଯ୍ୟ ସମୟ ଆସି ଯାଇଛି। ମାତ୍ର ଏପର୍ଯ୍ୟନ୍ତ ଟୋକନ ସମସ୍ୟା ଯୋଗୁ ଚାଷୀମାନେ ଗତ ରବିରେ ଅମଳ କରିଥିବା ଧାନ…

ଶୁଭାରମ୍ଭ ବେଳେ ଫୁଲତୋଡ଼ା, ନିଲମ୍ବନ ପରେ ଏତଲା: ଫିଟୁଛି ବକ୍ସ କଣ୍ଡୁଇଟ୍‌ ନିର୍ମାଣ ଅନିୟମିତତା ଗୁମର

ବରଗଡ଼,୧୭।୬(ପ୍ରେମାନନ୍ଦ ଖମାରୀ):ବରଗଡ଼-ଭେଡ଼େନ କେନାଲରେ ବକ୍ସ କଣ୍ଡୁଇଟ୍‌ ନିର୍ମାଣରେ ହୋଇଥିବା ଅନିୟମିତତାକୁ ନେଇ ଚର୍ଚ୍ଚା ଥମିବାର ନାଁ ନେଉ ନାହିଁ। ଏହି ଅନିୟମିତତା ଧରାପଡ଼ିବା ପରେ ଗତ ୮ତାରିଖ…

ରକ୍ଷଣାବେକ୍ଷଣ ଅଭାବ: ରାସ୍ତାପାର୍ଶ୍ୱ ଆଲୋକୀକରଣ ଠପ୍‌

ବରଗଡ଼,୧୭।୬(ପ୍ରେମାନନ୍ଦ ଖମାରୀ):ବିକଶୀତ ବରଗଡ଼ ଲକ୍ଷ୍ୟ ନେଇ ସହରର ବିଭିନ୍ନ ରାସ୍ତାପାର୍ଶ୍ୱରେ ଆଲୋକୀକରଣ ବ୍ୟବସ୍ଥା କରାଯାଇଛି। ମାତ୍ର ରକ୍ଷଣାବେକ୍ଷଣ ଅଭାବରୁ ବାରମ୍ବାର ଏହି ଆଲୋକୀକରଣ ବ୍ୟବସ୍ଥା ଠପ୍‌ ପଡ଼ି…

ରକ୍ତଦାନରେ ଉଲ୍ଲେଖନୀୟ ଅବଦାନ: ଜାତୀୟ ସ୍ତରରେ ସମ୍ମାନିତ ହେଲା ବରଗଡ଼ର ‘ନିଷ୍ଠା ପରିବାର’

ବରଗଡ଼, ୧୬ ଜୁନ୍ (ପ୍ରେମାନନ୍ଦ ଖମାରୀ): ବରଗଡ଼ର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ‘ନିଷ୍ଠା ପରିବାର’ ପାଇଁ ଏକ ଗର୍ବର ବିଷୟ । ମଙ୍ଗଳବାର ଦିନ ଗୁଜରାଟର ଅହମଦାବାଦଠାରେ…

ଭାତହାଣ୍ଡିର ଚାଷୀଙ୍କୁ ହତାଦର, ମାସେ ପରେ ବି ମିଳିପାରିନି ଟୋକନ

ବରଗଡ଼,୧୬।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରବିଧାନ ସଂଗ୍ରହ ପ୍ରକ୍ରିୟାକୁ ମାସେ ବିତି ଯାଇଛି । ଆଉ ୨ସପ୍ତାହ ପରେ ଏହି ପ୍ରକ୍ରିୟା ସରିଯିବ। ହେଲେ ଏପର୍ଯ୍ୟନ୍ତ ଜିଲାରେ…

ଠିଆ ହୋଇଥିବା ଟ୍ରକକୁ ପଛରୁ ପିଟିଲା ବାଇକ, ଘଟଣାସ୍ଥଳରେ ୨ମୃତ

ଅତାବିରା,୧୬।୬(ଯୁଧିଷ୍ଠିର ମହାପାତ୍ର): ଅତାବିରା ଥାନା ସରଣ୍ଡା ଗେଟ ପାଖ ୫୩ ନମ୍ବର ଜାତୀୟ ରାଜପଥରେ ସୋମବାର ରାତ୍ରି ୮ଟାରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୨…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri