Posted inଖେଳ

କର ବା ମର ସ୍ଥିତିରେ ବାଙ୍ଗାଲୋର

କୋଲକାତା,୧୯।୪(ପି.ଟି.)- ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୩୫ତମ ମୁକାବିଲାରେ ଶୁକ୍ରବାର ବିରାଟ କୋହଲିଙ୍କ ନେତୃତ୍ୱାଧୀନ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ କୋଲକାତା ନାଇଟ ରାଇଡର୍ସ ପରସ୍ପରକୁ ଭେଟିବେ। ସ୍ଥାନୀୟ ଇଡେନ ଗାର୍ଡେନ ଗ୍ରାଉଣ୍ଡରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍‌ ବାଙ୍ଗାଲୋର ପାଇଁ କର ବା ମର ପରିସ୍ଥିତି ସୃଷ୍ଟି କରିଛି। ଲିଗ୍‌ରେ ପ୍ଲେ- ଅଫ୍‌ ଆଶ ବଜାୟ ରଖିବାକୁ ହେଲେ ବାଙ୍ଗାଲୋରକୁ ଏହି ମ୍ୟାଚ୍‌ରେ ବିଜୟୀ ହେବାକୁ ପଡିବ। ବାଙ୍ଗାଲୋର ଏପର୍ଯ୍ୟନ୍ତ ୮ଟି ମ୍ୟାଚ୍‌ ଖେଳି ନିହାତି ମାମୁଲି ପ୍ରଦର୍ଶନ କରି ଗୋଟିଏ ବିଜୟ ଓ ୭ଟି ପରାଜୟ ସହ ୨ ପଏଣ୍ଟ ପାଇ ତାଲିକାର ଅନ୍ତିମ ତଥା ଅଷ୍ଟମ ସ୍ଥାନରେ ରହିଛି। ଅନ୍ୟପଟେ ଦ୍ୱିତୀୟ ସ୍ଥାନରେ ରହିଥିବା କୋଲକାତା କ୍ରମାଗତ କୋତୋଟି ପରାଜୟବରଣ କରି ପଏଣ୍ଟ ତାଲିକାର ଷଷ୍ଠ ସ୍ଥାନକୁ ଖସିଛି। ଫଳରେ କୋଲକାତାର ଆତ୍ମବିଶ୍ୱାସ ଦୋହଲିଯାଇଛି। ଏପରିସ୍ଥଳେ ସୁଯୋଗର ସଦ୍‌  ବ୍ୟବହାର କରି ବାଙ୍ଗାଲୋର ବିଜୟୀ ହେବାକୁ ପ୍ରୟାସ କରିବ। କୋଲକାତା ଷ୍ଟାର ଖେଳାଳି ତଥା ଡେଞ୍ଜରମ୍ୟାନ ଆନ୍ଦ୍ରେ ରସେଲ ଅଭ୍ୟାସ ବେଳେ ବଲ୍‌ ବାଜିବା କାରଣରୁ କାନ୍ଧରେ ଆଘାତ ପାଇଛନ୍ତି।  ସେ ମଧ୍ୟ ପୂର୍ବରୁ ଗତ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ମ୍ୟାଚ୍‌ରେ ସହଜ ଅନୁଭବ କରୁ ନ ଥିଲେ ଓ ଚଳିତ ସଂସ୍କରଣରେ ପ୍ରଥମଥର ପାଇଁ ବ୍ୟାଟିଂରେ ବିଫଳ ହୋଇଥିଲେ। ରସେଲଙ୍କ ଉପରେ କୋଲକାତା ଅତ୍ୟଧିକ ନିର୍ଭରଶୀଳ ହେବା ମଧ୍ୟ ଦଳ ପାଇଁ ସମସ୍ୟା ସୃଷ୍ଟି କରିଛି। ଏହାପୂର୍ବରୁ ରସେଲ ନିଜ ଦମ୍‌ଦାର ବ୍ୟାଟିଂ ବଳରେ କୋଲକାତାକୁ ଏକାଧିକ ମ୍ୟାଚ୍‌ ବିଜୟୀ କରାଇଛନ୍ତି। ତେବେ ସେ ଫିଟ୍‌ ହୋଇ ଖେଳିବେ କି ନା ତାହା ଦେଖିବାକୁ ବାକି ରହିଲା। ସେ ନ ଖେଳିଲେ କୋଲକାତାର ସମସ୍ୟ ଦ୍ୱିଗୁଣିତ ହେବ। ପ୍ଲେ- ଅଫ୍‌ ସ୍ଥାନ ହାସଲ କରିବାକୁ ହେଲେ କୋଲକାତାକୁ ବାକିଥିବା ୬ଟି ମ୍ୟାଚ୍‌ରୁ ଅତିକମ୍‌ରେ ୪ଟି ବିଜୟୀ ହେବା ଅପରିହାର୍ଯ୍ୟ ହୋଇପଡିଛି। ଏଥିମଧ୍ୟରୁ ୩ ମ୍ୟାଚ୍‌ ଘରୋଇ ଇଡେନ ଗାର୍ଡନ ଗ୍ରାଉଣ୍ଡରେ ଖେଳାଯିବ।

ଅପରପକ୍ଷରେ ବାଙ୍ଗାଲୋରର ଦୁଇ ତାରକା ତଥା ଅଭିଜ୍ଞ ଖେଳାଳି ଏବି ଡିଭିଲର୍ସ ଓ କୋହଲିଙ୍କ ଆନୁରୂପ ପ୍ରଦର୍ଶନ କରିପାରି ନାହାନ୍ତି। ଦଳଗତ ପ୍ରଦର୍ଶନ କରିବାରେ ବାଙ୍ଗାଲୋର ବିଫଳ ହୋଇଛି। ଦଳର ଦ୍ରୁତ ବୋଲିଂରେ ସମସ୍ୟା ସ୍ପଷ୍ଟ ଭାବେ ପ୍ରତୀୟମାନ ହେଉଛି। ଯୁବ ବୋଲର ନବଦୀପ ସଇନି ପ୍ରଭାବୀ ପ୍ରଦର୍ଶନ କରିଛନ୍ତି। ସିନିୟର ଦ୍ରୁତ ବୋଲର ଉମେଶ ଯାଦବ ୯.୨୬ ରନ ହାରରେ ମୋଟ ୨ଟି ଉଇକେଟ ହାସଲ କରି ଫ୍ଲପ୍‌ ସାବ୍ୟସ୍ତ ହୋଇଛନ୍ତି। ଦକ୍ଷିଣ ଆଫ୍ରିକା ଦ୍ରୁତ ବୋଲର ଡେଲ ଷ୍ଟେଇନ୍‌ ଆହତ ନାଥନ କଲ୍ଟର- ନିଲଙ୍କ ସ୍ଥାନରେ ସାମିଲ ହେବେ। ଏହାହେଲେ ଦଳର ଦ୍ରୁତ ବୋଲିଂ ବିଭାଗ ଶକ୍ତିଶାଳୀ ହେବ। କୋହଲି ଓ ଡିଭିଲର୍ସ ଯୋଡି ପୁଣି ଥରେ ଦମ୍‌ ଦେଖାଇବେ ବୋଲି ଆଶା କରାଯାଉଛି। ଅନ୍ୟପଟେ କୋଲକାତା ଦ୍ରୁତ ବୋଲର ଆଭରେଜ ପ୍ରଦର୍ଶନ କରିଛନ୍ତି। ସ୍ପିନରମାନେ ଉଇକେଟ ପାଇଁ ସଂଘର୍ଷ କରୁଥିବାର ଦେଖାଯାଇଛି। ବ୍ୟାଟିଂ ଫ୍ରେଣ୍ଡଲି ଇଡେନ ଗାର୍ଡେର ଉଇକେଟରେ ଏହି ମ୍ୟାଚ୍‌ ବେଶ୍‌ ରୋମାଞ୍ଚକ ହେବ ବୋଲି ଆଶା କରାଯାଉଛି। ବିଶ୍ୱକପ୍‌ ଭାରତୀୟ ଦଳରେ ସ୍ଥାନ ପାଇଥିବା କୋଲକାତା ଅଧିନାୟକ ଦୀନେଶ କାର୍ତ୍ତିକଙ୍କ ଉପରେ ଏବେ ସମସ୍ତଙ୍କ ନଜର। ଯୁବ ଉଇକେଟକିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତଙ୍କୁ ପଛରେ ପକାଇ ଚୟନକର୍ତ୍ତାମାନେ କାର୍ତ୍ତିକଙ୍କୁ ଦଳରେ ସାମିଲ କରିଥିଲେ। ଚଳିତ ଆଇପିଏଲ୍‌ରେ କାର୍ତ୍ତିକ ମାତ୍ର ଗୋଟିଏ ଅର୍ଦ୍ଧଶତକ ହାସଲ କରିଛନ୍ତି ଓ ତାଙ୍କର ହାରାହାରି ରନ ସଂଗ୍ରହ ରହିଛି ୧୮.୫୦।

କୋଲକାତା ନାଇଟ୍‌ ରାଇଡର୍ସ: ଦୀନେଶ କାର୍ତ୍ତିକ (ଅଧିନାୟକ), ରବିନ୍‌ ଉଥାପ୍ପା, କ୍ରିସ୍‌ ଲିନ୍‌, ଶୁବମନ ଗିଲ, ଆନ୍ଦ୍ରେ ରସେଲ, କାର୍ଲୋସ ବ୍ରାଥଓ୍ବେଟ୍‌, ସୁନୀଲ ନାରିନ, ପୀୟୂଷ ଚାଓ୍ବଲା, କୁଲଦୀପ ଯାଦବ, ନିଖିଲ ନାଏକ, ଜୋ ଡେନଲି, ଶ୍ରୀକାନ୍ତ ମୁଣ୍ଡେ, ନୀତୀଶ ରାଣା, ସନ୍ଦୀପ ଓ୍ବାରିୟର, ପ୍ରସିଦ୍ଧ କ୍ରିଷ୍ଣା, ଲୋକି ଫର୍ଗୁସନ, ହାରୀ ଗୁର୍ନୀ, ମ୍ୟାଟ୍‌ କେଲୀ, କେ.ସି. କାରିଆପ୍ପା ଓ ୟାରା ପୃଥ୍ବୀରାଜ।

ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର: ବିରାଟ କୋହଲି (ଅଧିନାୟକ), ପାର୍ଥିବ ପଟେଲ, ଏବି ଡିଭିଲର୍ସ, କଲିନ୍‌ ଡି ଗ୍ରାଣ୍ଡହୋମ, ଉମେଶ ଯାଦବ, ୟୁଜବେନ୍ଦ୍ର ଚହଲ, ମୋଇନ ଅଲି, ଶିମରନ ହେଟମେୟର, ଡେଲ ଷ୍ଟେଇନ୍‌, ଶିବମ ଦୁବେ, ମହମ୍ମଦ ସିରାଜ, ନବଦୀପ ସଇନୀ, ଦେବଦୁତ୍ତ ପାଡିକାଲ, ହିମତ ସିଂ, ମିଲିନ୍ଦ କୁମାର, ଗୁରକିରାତ୍‌ ସିଂ ମାନ, ହେନେରିଚ୍‌ କ୍ଲାସେନ, ପବନ ନେଗୀ, ପ୍ରୟାସ ରାୟ ବର୍ମନ, କୁଲଓ୍ବନ୍ତ ଖେଜ୍ରୋଲିୟା ଓ ଟିମ୍‌ ସାଉଦି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିଶ୍ୱକପ୍‌: କୋହଲିଙ୍କ ଲାଗି ନେତୃତ୍ୱର ପରୀକ୍ଷା

ନୂଆଦିଲ୍ଲୀ,୧୯।୫(ପି.ଟି.)- ବିରାଟ କୋହଲି ବିଶ୍ୱ କ୍ରିକେଟରେ ସୁପରଷ୍ଟାର ମାନ୍ୟତା ପାଇଛନ୍ତି। ବ୍ୟାଟିଂରେ କ୍ରମାଗତଭାବେ ସ୍ଥିର ପ୍ରଦର୍ଶନ କରି ସେ ଜଣେ ମହାନ୍‌ ବ୍ୟାଟ୍ସମ୍ୟାନର ମାନ୍ୟତା ମଧ୍ୟ...

ନୂଆ ଇନିଂସ ଆରମ୍ଭ କରିବେ ଧୋନୀ

ଚେନ୍ନାଇ,୧୨।୫: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ କ୍ରିକେଟ୍‌ ପରେ ଏବେ ଫିଲ୍ମ ଜଗତକୁ ପ୍ରବେଶ କରିବାକୁ ଯାଉଛନ୍ତି। ଧୋନୀ ତାମିଲ...

ସିରିଜ୍‌ କ୍ଲିନ ସୁଇପ ନିକଟତର ଭାରତ

କିଙ୍ଗ୍‌ଷ୍ଟନ,୨।୯: ଏଠାରେ ଚାଲିଥିବା ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଭାରତୀୟ ଦଳ ସିରିଜ୍‌ କ୍ଲିନ ସୁଇପ କରିବାର ନିକଟତର ହୋଇଛି। ପ୍ରଥମ ଇନିଂସରେ ଭାରତ ୪୧୬...

ଆମେରିକୀୟ ଓକିଲଙ୍କ ସହ ସାମିଙ୍କ ପରାମର୍ଶ

ନୂଆଦିଲ୍ଳୀ,୮।୯- ସ୍ତ୍ରୀ ହସିନ ଜାହାଁ ଘରୋଇ ହିଂସା ନେଇ ଦାଏର କରିଥିବା କେସ୍‌ର ସମ୍ମୁଖୀନ ହେବା ପାଇଁ ଭାରତୀୟ ତାରକା ଦ୍ରୁତ ବୋଲର ମହମ୍ମଦ ସାମି...

ସ୍ମିଥ, ଲାବୁଶେନଙ୍କ ଶତକ: ଅଷ୍ଟ୍ରେଲିଆ ୨୯୮/୫

ଗାଲେ,୮ା୭: ଗାଲେ ଇଣ୍ଟରନ୍ୟାଶନାଲ ଷ୍ଟାଡିୟମରେ ଖେଳା ଯାଉଥିବା ଦ୍ୱିତୀୟ ଟେଷ୍ଟରେ ଶତକ ହାସଲ କରିଛନ୍ତି ଷ୍ଟିଭେନ୍‌ ସ୍ମିଥ୍‌ ଏବଂ ମାର୍ନସ୍‌ ଲାବୁଶେନ୍‌। ଦୁଇ ବ୍ୟାଟ୍ସମ୍ୟାନଙ୍କ ଶତକ...

କାଜାଖସ୍ତାନକୁ ହରାଇଲା ଭାରତ ‘ଏ’

ମାମଲ୍ଲାପୁରମ୍‌,୯ା୮: ଚେନ୍ନାଇରେ ଆୟୋଜିତ ୪୪ତମ ଫିଡେ ଚେସ୍‌ ଅଲିମ୍ପିଆଡରେ ଭାରତୀୟ ଖେଳାଳିଙ୍କ ଦମଦାର ପ୍ରଦର୍ଶନ ଜାରି ରହିଛି। ମହିଳା ବର୍ଗରେ ଟୁର୍ନାମେଣ୍ଟ ଟପସିଡ୍‌ ଭାରତ ଏ...

ରୋହିତ ଶର୍ମାଙ୍କ ଅର୍ଦ୍ଧଶତକ: ପ୍ରଥମ ଦିନ ଖେଳ ଶେଷସୁଦ୍ଧା ଭାରତ ୭୭/୧

ନାଗପୁର,୯।୨: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ନାଗପୁରରେ ଖେଳାଯାଉଛି। ଏହି ମ୍ୟାଚ୍‌ରେ ପ୍ରଥମ ଦିନର ଖେଳ ଶେଷ ହୋଇଛି। ଟସ...

ବାରବାଟୀରେ ଭାରତ, ବାଂଲାଦେଶ ମ୍ୟାଚ

ଭୁବନେଶ୍ୱର,୧୨ା୧୨ (ସ୍ପୋଟର୍‌ସ ବ୍ୟୁରୋ) : ଭାରତରେ ଅନୁଷ୍ଠିତ ଦୃଷ୍ଟିବାଧିତ ଟି୨୦ ବିଶ୍ୱକପ୍‌ରେ ଭାରତୀୟ ଦୃଷ୍ଟିବାଧିତ ଦଳ ଏହାର ତୃତୀୟ ମ୍ୟାଚ୍‌ରେ ବାଂଲାଦେଶକୁ ଭେଟିବ। ଐତିହାସିକ ବାରବାଟୀ...

Advertisement
Archives

Model This Week