Posted inଖେଳ

ପାକିସ୍ତାନ ବିଶ୍ୱକପ୍‌ ଦଳରେ ଆମୀରଙ୍କ ସ୍ଥାନ ନାହିଁ

କରାଚୀ, ୧୯।୪(ପି.ଟି.)- ମେ ୩୦ ତାରିଖରୁ ଇଂଲଣ୍ଡରେ ଆରମ୍ଭ ହେବାକୁ ଥିବା ଆନ୍ତର୍ଜାତିକ କ୍ରିକେଟ କାଉନସିଲ (ଆଇସିସି) ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ପାକିସ୍ତାନ ଦଳ ଘୋଷିତ ହୋଇଛି। ଆଉଟ୍‌ ଅଫ୍‌ ଫର୍ମ ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ଆମୀରଙ୍କୁ ଘୋଷିତ ୧୫ଜଣିଆ ଦଳରୁ ବାଦ୍‌ ଦିଆଯାଇଛି। ବ୍ୟାଟ୍ସମ୍ୟାନ ଅବିଦ୍‌ ଅଲିଙ୍କୁ ଦଳରେ ସାମିଲ କରାଯାଇଛି। ମୁଖ୍ୟ ଚୟନକର୍ତ୍ତା ଇଞ୍ଜାମାମା-ଉଲ-ହକ ଏହି ଦଳ ଘୋଷଣା କରିଥିଲେ। ଦୁଇଜଣ ରିଜର୍ଭ ଖେଳାଳିଙ୍କ ନାମ ମଧ୍ୟ ସେ ଘୋଷଣା କରିଥିଲେ। ୨୦୧୭ ଚାମ୍ପିୟନ୍ସ ଟ୍ରଫି ଦଳରେ ୧୧ଜଣ ଖେଳାଳିଙ୍କୁ ଏହି ଦଳରେ ବଜାୟ ରଖାଯାଇଛି ବୋଲି ସେ କହିଛନ୍ତି। ଏହି ଦଳ ବିଶ୍ୱକପ୍‌ରେ ଭଲ ପ୍ରଦର୍ଶନ କରିବ ବୋଲି ସେ ଆଶାପ୍ରକାଶ କରି କହିଛନ୍ତି। ଚାମ୍ପିୟନ୍ସ ଟ୍ରଫି ପରେ ଆମୀର ୧୪ଟି ଦିନିକିଆ ଖେଳି ମାତ୍ର ୫ଟି ଉଇକେଟ ହାସଲ କରିଛନ୍ତି। ଫଳରେ ଚୟନକର୍ତ୍ତା ଆମୀରଙ୍କୁ ଅଣଦେଖା କରିଛନ୍ତି। ଅନ୍ୟପଟେ ଅଭିଜ୍ଞ ସୋଏବ ମଲିକ ଓ ମହମ୍ମଦ ହାଫିଜଙ୍କ ଉପରେ ଚୟନକର୍ତ୍ତା ଭରସା କରିଛନ୍ତି। ହାର୍ଡ ହିଟିଂ ବ୍ୟାଟ୍ସମ୍ୟାନ ଆସିଫ୍‌ ଅଲି ଓ ଅମାର ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ ଓ ବିଶ୍ୱକପ୍‌ ପୂର୍ବରୁ ଖେଳାଯିବାକୁ ଥିବା ସାଇଡ ମ୍ୟାଚ୍‌ ପାଇଁ ରିଜର୍ଭ ଖେଳାଳିଭାବେ ଦଳରେ ସାମିଲ ହୋଇଛନ୍ତି ଇଞ୍ଜାମାମ ଘୋଷଣା କରିଛନ୍ତି।

ପାକିସ୍ତାନ ବିଶ୍ୱକପ ଦଳ: ସର୍ଫରାଜ ଅହମ୍ମଦ (ଅଧିନାୟକ), ଫଖାର ଜମାନ, ଇମାମ-ଉଲ-ହକ, ଅବିଦ ଅଲି, ବାବର ଆଜମ, ସୋଏବ ମଲିକ, ହାରିସ୍‌ ସୋହେଲ, ମହମ୍ମଦ ହାଫିଜ୍‌, ସଦାବ ଖାଁ, ଇମାଦ ଓ୍ବାସିମ, ହାସନ ଅଲି, ଫହିମ ଆଶ୍ରଫ୍‌, ଶାହିନ ଶାହ ଆଫ୍ରିଦି, ଜୁନେଦ୍‌ ଖାଁ ଓ ମହମ୍ମଦ ହାସନେନ।

ରିଜର୍ଭ ଖେଳାଳି: ଆସିଫ ଅଲି ଓ ମହମ୍ମଦ ଆମୀର


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟିମ ଇଣ୍ଡିଆରେ ଫାଟ! ପରସ୍ପର ସହିତ କଥା ହେଉନାହାଁନ୍ତି ଗୌତମ ଗମ୍ଭୀର-ବିରାଟ କୋହଲି? ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ,୧୪।୭: ଭାରତୀୟ କ୍ରିକେଟ ଦଳ ଆଜି ଇଂଲଣ୍ଡ ବିପକ୍ଷରେ ତିନି ମ୍ୟାଚ ବିଶିଷ୍ଟ ଏକଦିବସୀୟ ସିରିଜ ଆରମ୍ଭ କରିବାକୁ ଯାଉଛି। ତଥାପି, ଏହି ମ୍ୟାଚ ପୂର୍ବରୁ ଟିମ…

ରୋହିତ ଶର୍ମାଙ୍କ ଆଖିରେ ଲୁହ: ଜାଣନ୍ତୁ ପୂରା ଘଟଣା…

ନୂଆଦିଲ୍ଲୀ,୧୪।୭: ଆଜିଠାରୁ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଦିନିକିଆ ସିରିଜ ଆରମ୍ଭ ହେବ। ଟି-୨୦ ସିରିଜ୍‌ ହାରିବା ପରେ ଦିନିକିଆ ସିରିଜ୍‌ ହାତେଇବାକୁ ପଡ଼ିଆକୁ ଓହ୍ଲାଇବ ଭାରତ।…

୩୮ ବର୍ଷୀୟ ରେଫରିଙ୍କ ମୃତ୍ୟୁକୁ ନେଇ ଉଠିଛି ପ୍ରଶ୍ନ, ୨୦୨୬ ଫିଫା ବିଶ୍ୱକପରୁ ବାଦ ପଡିଥିଲେ

ମାୟାମି,୧୪।୭: ଫୁଟବଲ ଜଗତରୁ ଏକ ଦୁଃଖଦ ଖବର ଆସିଛି: ଡଚ ରେଫରି ରବ ଡାଏପେରିଙ୍କ ମୃତ ଅବସ୍ଥାରେ ଉଦ୍ଧାର ହୋଇଛନ୍ତି। ତାଙ୍କୁ ପୂର୍ବରୁ 2026 FIFA ବିଶ୍ୱକପ…

ବୈଭବ ସୂର୍ଯ୍ୟବଂଶୀଙ୍କ ଟ୍ରେନର ସାଜିବେ ଯୁବରାଜ ସିଂହ? ନିଜେ ଦେଲେ ବଡ଼ ବୟାନ

ନୂଆଦିଲ୍ଲୀ,୧୪।୭: ବୈଭବ ସୂର୍ଯ୍ୟବଂଶୀଙ୍କ ଅନ୍ତର୍ଜାତୀୟ କ୍ୟାରିୟରର ଆରମ୍ଭ ଭଲ ନଥିଲା; ସେ ସଦ୍ୟ ସମାପ୍ତ ଇଂଲଣ୍ଡ ବିପକ୍ଷରେ T20 ସିରିଜରେ ଡେବ୍ୟୁ କରିଥିଲେ କିନ୍ତୁ ପରେ ତାଙ୍କୁ…

ଫ୍ରାନ୍ସ ଦଳ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ: ସ୍ପେନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ କଡ଼ା ସମାଲୋଚନା

ମାଡ୍ରିଡ୍‌,୧୩ା୭: ନିକଟରେ ଫ୍ରାନ୍ସ ବିଶ୍ୱକପ୍‌ ଦଳରେ କୌଣସି ଫ୍ରେଞ୍ଚ ଖେଳାଳି ନାହାନ୍ତି ବୋଲି ମନ୍ତବ୍ୟ ଦେଇଥିବା ସ୍ପେନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା କନ୍‌ଜରଭେଟିଭ ପପୁଲାର ପାର୍ଟିର ମାରିଆନୋ…

ଲର୍ଡସରେ ଇତିହାସ ରଚିଲା ଟିମ୍‌ଇଣ୍ଡିଆ: ୧୪୨ ବର୍ଷ ପରେ…

ଲର୍ଡସ,୧୩।୭: ଲର୍ଡସରେ ଭାରତ ଇଂଲଣ୍ଡକୁ ୨୭୦ ରନରେ ପରାସ୍ତ କରି ଐତିହାସିକ ବିଜୟ ହାସଲ କରିଛି। ୧୪୨ ବର୍ଷର ଇତିହାସରେ ଲର୍ଡସରେ ଖେଳାଯାଇଥିବା ଏହା ପ୍ରଥମ ମହିଳା…

ଟିମ ଇଣ୍ଡିଆକୁ ଫେରିବେ ସୂର୍ଯ୍ୟକୁମାର! ସାମ୍ନାରେ ବଡ଼ ସର୍ତ୍ତ ରଖିଲା BCCI

ନୂଆଦିଲ୍ଲୀ, ୧୩।୭: ୨୦୨୬ ଟି-୨୦ ୱାଲର୍‌ଡ କପ ଟ୍ରଫି ଜିତିବା ସତ୍ତ୍ୱେ ଭାରତୀୟ ଟି-୨୦ ଦଳରୁ ବାଦ୍‌ ପଡ଼ିଥିବା ଷ୍ଟାର୍‌ ବ୍ୟାଟ୍ସମ୍ୟାନ ସୂର୍ଯ୍ୟକୁମାର ଯାଦବଙ୍କୁ ନେଇ ଏକ…

ICC ପ୍ଲେୟାର ଅଫ ଦ ମନ୍ଥ ପାଇଁ ମନୋନୀତ ହେଲେ ୨ ଭାରତୀୟ ଖେଳାଳି, ଜାଣନ୍ତୁ ସେମାନେ କିଏ…

ନୂଆଦିଲ୍ଲୀ, ୧୩।୭: ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ICC) ପକ୍ଷରୁ ଜୁନ ମାସ ପାଇଁ ‘ପ୍ଲେୟାର ଅଫ ଦ ମନ୍ଥ’ (Player of the Month) ମନୋନୟନ ତାଲିକା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri