Posted inଜାତୀୟ

କର୍‌ତାରପୁର କରିଡର ଉଦ୍‌ଘାଟନ: ମନମୋହନଙ୍କୁ ଆମନ୍ତ୍ରଣ କରିବ ପାକିସ୍ତାନ

ଇସ୍‌ଲାମାବାଦ,୧ା୧୦(ପି.ଟି.): ପଞ୍ଜାବ ଗୁର୍‌ଦାସପୁର ଜିଲାର ଡେରା ବାବା ନାନକଙ୍କ ପୀଠକୁ ପାକିସ୍ତାନ କର୍‌ତାରପୁରର ଦରବାର ସାହିବ ସହ ଯୋଡ଼ିବା ଲାଗି ନିର୍ମିତ କର୍‌ତାରପୁର କରିଡର ନଭେମ୍ବରରେ ଉଦ୍‌ଘାଟନ ହେବାକୁ ଯାଉଛି। ଏହି ଉଦ୍‌ଘାଟନୀ ଉତ୍ସବରେ ଯୋଗଦେବା ଲାଗି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କୁ ଆମନ୍ତ୍ରଣ କରିବା ଲାଗି ପାକିସ୍ତାନ ନିଷ୍ପତ୍ତି ନେଇଛି। ପାକ୍‌ ବହିର୍ବ୍ୟାପାର ମନ୍ତ୍ରୀ ଶାହ ମହମ୍ମଦ କୁରେଶୀ ସୋମବାର ଏହି ସୂଚନା ଦେଇଛନ୍ତି। ଏହି କରିଡର କାର୍ଯ୍ୟକାରୀ ହେଲେ ଭାରତୀୟ ତୀର୍ଥଯାତ୍ରୀମାନଙ୍କୁ ବିନା ଭିଜାରେ କର୍‌ତାରପୁର ସାହିବ୍‌ ଯିବାର ସୁଯୋଗ ମିଳିବ। ଭାରତୀୟ ଶିଖ୍‌ ତୀର୍ଥଯାତ୍ରୀଙ୍କ ଲାଗି ନଭେମ୍ବର ୯ରେ ପାକିସ୍ତାନ ଏହି କରିଡର ଖୋଲିବାକୁ ନିଷ୍ପତ୍ତି ନେଇଛି। ଏହା ଏକ ବଡ଼ କାର୍ଯ୍ୟକ୍ରମ ହୋଇଥିବାରୁ ମନମୋହନଙ୍କୁ ଉତ୍ସବରେ ଅତିଥି କରିବାକୁ ନିଷ୍ପତ୍ତି ନେଇଛୁ। ଖୁବ୍‌ ଶୀଘ୍ର ତାଙ୍କ ପାଖକୁ ଆନୁଷ୍ଠାନିକ ଭାବେ ନିମନ୍ତ୍ରଣପତ୍ର ପଠାଯିବ ବୋଲି କୁରେଶୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଦେଶରେ ବାସ କରିବା ନିଶା, ୩୬୦୦ ଯୁବକଙ୍କୁ ଠକିଲେଣି କନ୍ୟା…

ଚଣ୍ଡିଗଡ଼,୧।୭: ବିଦେଶରେ ବାସ କରିବା ନିଶାରେ ପଞ୍ଜାବର ୩୬୦୦ ଯୁବକ ଠକାମୀର ଶିକାର ହୋଇଛନ୍ତି। ସେମାନଙ୍କୁ ବିବାହ କରିବାର ଆଶା ଦେଇ କନ୍ୟାମାନେ ଟଙ୍କା ନେଇ...

ମନ୍ଦିରରୁ ମହିଳାଙ୍କୁ ଟେକିନେଇ ବଳାତ୍କାର

ଥିରୁଭାନନ୍ତପୁରମ୍‌, ୧୧।୭: ତାମିଲନାଡୁର ପାଲାନିସ୍ଥିତ ଏକ ମନ୍ଦିର ପରିସରରେ ଜଣେ ୪୦ ବର୍ଷୀୟା ମହିଳାଙ୍କୁ ନିର୍ଯାତନା ଦେବା ସହ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଏ...

ଭାରତରେ ବିଏଫ୍‌.୭ ଭାରିଆଣ୍ଟର ୪ ମାମଲା ଚିହ୍ନଟ…

ନୂଆଦିଲ୍ଲୀ,୨୨।୧୨ : ସମଗ୍ର ବିଶ୍ୱରେ କରୋନା ମହାମାରୀ ସଂକ୍ରମଣ ପୁଣି ଫେରିଛି। ଚାଇନାରେ ବଢୁଥିବା କରୋନା ଓମିକ୍ରନର ସବ-ଭାରିଆଣ୍ଟ ବିଏଫ୍‌.୭ ଏବଂ ବିଏଫ୍‌.୧୨ ମାମଲା କାୟା...

ଦିଲ୍ଲୀ ଗାନ୍ଧିନଗର ମାର୍କେଟରେ ନିଆଁ

ନୂଆଦିଲ୍ଲୀ,୧୩।୮: ମଙ୍ଗଳବାର ସକାଳେ ଦିଲ୍ଲୀର ଗାନ୍ଧିନଗର ମାର୍କେଟରେ ଭିଷଣ ନିଆଁ ଲାଗିଛି। ଏହାକୁ ଲିଭାଇବା ପାଇଁ ୨୧ଟି ଦମକଳ ନିୟୋଜିତ ଥିବା ସୂଚନା ମିଳିଛି। ଏପର୍ଯ୍ୟନ୍ତ...

ଲାଲ ରଙ୍ଗର ଅତି ଦୁର୍ଲଭ ସାପ ଉଦ୍ଧାର

ଡେରାଡୁନ, ୮।୮: ଉତ୍ତରାଖଣ୍ଡର ନୈନିତାଲ ଜିଲାରୁ ଜଙ୍ଗଲ ବିଭାଗ ପକ୍ଷରୁ ଏକ ଅତି ଦୁର୍ଲଭ ଲାଲ ରଙ୍ଗର କୋରାଲ୍‌ କୁକ୍‌ରି ସାପ ଉଦ୍ଧାର କରାଯାଇଛି। ନୈନିତାଲର...

ଅତିକ୍‌-ଅଶ୍ରଫ୍‌ଙ୍କ ହତ୍ୟା ମାମଲାରେ ଯାଞ୍ଚ ପାଇଁ ଆଜି ପ୍ରୟାଗରାଜରେ ପହଞ୍ଚିବେ ନ୍ୟାୟିକ ଆୟୋଗ

ପ୍ରୟାଗରାଜ,୧୬।୫: ମାଫିଆ ଅତିକ୍‌ ଅହମ୍ମଦ ଏବଂ ଅଶ୍ରଫ୍‌ ଅହମ୍ମଦଙ୍କ ହତ୍ୟାକାଣ୍ଡ ମାମଲାର ଯାଞ୍ଚ କରୁଥିବା ଏଜେନ୍ସିଗୁଡିକ ଏକ ମାସ ପରେ ମଧ୍ୟ କୌଣସି ଠୋସ ପ୍ରମାଣୂ...

ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାୱତଙ୍କୁ କରୋନା

ନୂଆଦିଲ୍ଲୀ,୧୮।୧୨-ମହାମାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାୱତ। ଏ ନେଇ ଶୁକ୍ରବାର ସେ ନିଜେ ଟୁଇଟ କରି ସୂଚନା ଦେଇଛନ୍ତି। ସେ...

ବିଶ୍ୱର ସବୁଠାରୁ ଦାୟିତ୍ୱବାନ ପିତା!

ନୂଆଦିଲ୍ଲୀ,୧୦।୨: ଟୁଇଟରରେ ଏବେ ଏକ ଫଟୋ ଭାଇରାଲ ହେବାରେ ଲାଗିଛି। ଏହା କୌଣସି ସେଲିବ୍ରିଟିଙ୍କର ନୁହେଁ ବରଂ ଏକ ଘଡିଆଲ କୁମ୍ଭୀରର। ଏହି ଫଟୋରେ ଦେଖାଯାଇଛି...

Advertisement
Archives

Model This Week