Posted inଜାତୀୟ

କର୍ମସ୍ଥଳରେ ବଢ଼ୁଛି ଯୌନ ଶୋଷଣ

ମୁମ୍ବାଇ,୨୧।୬:ଦେଶରେ ‘#ମି ଟୂ’ ଆନ୍ଦୋଳନ ସତ୍ତ୍ୱେ କାର୍ଯ୍ୟସ୍ଥଳରେ ଯୌନ ଶୋଷଣ ରୋକିବା ଲାଗି ଯେଉଁ ବିଧିବ୍ୟବସ୍ଥା ରହିଛି ତାହାକୁ ନିଯୁକ୍ତିଦାତା ଅନୁସରଣ କରୁନାହାନ୍ତି ବୋଲି ୫୦ ପ୍ରତିଶତ କର୍ମଜୀବୀ ମହିଳା ମତ ଦେଇଛନ୍ତି। ନିକଟରେ କରାଯାଇଥିବା ଏକ ସର୍ବେକ୍ଷଣରୁ ଏହି ସୂଚନା ମିଳିଛି।
ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ଭାଗନେଇଥିବା ମହିଳାଙ୍କ ମଧ୍ୟରୁ ୫୦%ଙ୍କ ମତ ହେଉଛି ସେମାନଙ୍କ ନିଯୁକ୍ତିଦାତା ଏ ସଂକ୍ରାନ୍ତୀୟ ଅଭିଯୋଗର ବିଚାର ପାଇଁ ଧାର୍ଯ୍ୟ ନୀତିନିୟମକୁ ଅନୁସରଣ କରୁନାହାନ୍ତି। ୪୫ ପ୍ରତିଶତରୁ ଅଧିକ ମହିଳା କହିଥିଲେ, ସେମାନଙ୍କ ସଂସ୍ଥାର ଆଭ୍ୟନ୍ତରୀଣ ଅଭିଯୋଗ ଶୁଣାଣି କମିଟି ନୀତି ନିର୍ଦ୍ଦେଶାବଳୀ ଏବଂ ଆଇନଗତ ବ୍ୟବସ୍ଥା ସମ୍ପର୍କରେ ସମ୍ପୂର୍ଣ୍ଣ ଅବଗତ ନୁହନ୍ତି। ମହିଳାଙ୍କ ଉଦ୍ଦେଶ୍ୟରେ କ୍ୟାରିୟର ଏନହାନ୍ସମେଣ୍ଟ ଇକୋସିଷ୍ଟମ୍‌ ପାଇଁ ସହାୟତା କରୁଥିବା ସଂସ୍ଥା ‘ପିଙ୍କ୍‌ ଲ୍ୟାଡର’ ଦ୍ୱାରା କରାଯାଇଥିବା ସର୍ବେକ୍ଷଣ ରିପୋର୍ଟରୁ ଏହି ସୂଚନା ମିଳିଛି।
ଦେଶର ବେଙ୍ଗାଲୁରୁ, ମୁମ୍ବାଇ, ଚେନ୍ନାଇ ଏବଂ ଦିଲ୍ଲୀର ୮୦ଟି ସଂସ୍ଥାରେ ନିୟୋଜିତ ମହିଳା କର୍ମଜୀବୀଙ୍କ ମଧ୍ୟରୁ ୨୦୦ ମହିଳାଙ୍କୁ ନେଇ ଏକ ସର୍ବେକ୍ଷଣ ରିପୋର୍ଟ ପ୍ରସ୍ତୁତ କରାଯାଇଥିଲା। ଏହିସବୁ ସଂସ୍ଥାଗୁଡିକ ନିୟମିତ ବ୍ୟବଧାନରେ ସଚେତନତା କର୍ମଶାଳା, ବିଚାର ମଞ୍ଚ, ଆଲୋଚନା ଏବଂ ବିତର୍କ ଆଦି ମାଧ୍ୟମରେ ଯୌନ ଶୋଷଣ ଉପରେ ସଚେତନତା ସୃଷ୍ଟି କରିବା ଆବଶ୍ୟକ। ଏଥିପାଇଁ ପ୍ରଥମ ପଦକ୍ଷେପ ହେଉଛି ବର୍ତ୍ତମାନର ଆଇନ ସମ୍ପର୍କରେ ସଚେତନ ହେବା। ୫୬ ପ୍ରତିଶତ ମହିଳାଙ୍କ ମତ ହେଉଛି, ଏଇ କିଛିବର୍ଷ ହେଲା କାର୍ଯ୍ୟସ୍ଥଳରେ ଯୌନ ନିର୍ଯାତନା ଭଳି ଘଟଣା ବୃଦ୍ଧି ପାଇବାରେ ଲାଗିଛି। ୫୩ ପ୍ରତିଶତ ମହିଳା କହନ୍ତି, ସେମାନଙ୍କୁ ଅଫିସରେ ଅଯଥା କମେଣ୍ଟ ମରାଯିବା ସାଙ୍ଗକୁ ଆଲିଙ୍ଗନ ଏବଂ ଥଟ୍ଟା, ମଜା କରାଯାଉଛି। ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି କାର୍ଯ୍ୟସ୍ଥଳରେ ଯୌନ ନିର୍ଯାତନା ନିରୋଧୀ ନୀତି ବିଷୟରେ ୮୦% ମହିଳା ସଚେତନ ଅଛନ୍ତି। ଅପରପକ୍ଷରେ ପାଖାପାଖି ୩୦% ମହିଳା ଆଭ୍ୟନ୍ତରୀଣ କମିଟିରେ ଅଭିଯୋଗ କରିବାକୁ ଦ୍ୱିଧାବୋଧ କରନ୍ତି। ଏଭଳି ଘଟଣାର ସମ୍ମୁଖୀନ ହେଉଥିଲେ ହେଁ ୫୩ ପ୍ରତିଶତ ମହିଳା ଭାବନ୍ତି ସେମାନେ ବର୍ତ୍ତମାନ ସଂସ୍ଥାରେ ବେଶିଦିନ ରହିବାର ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

୫ ମାସର ପୁଅକୁ ହତ୍ୟା କରି ଲୁଚାଇଥିଲେ ପାଣି ଭର୍ତ୍ତି ଡ୍ରମ ଭିତରେ

ଥାଣେ,୨୬।୧୨: ମହାରାଷ୍ଟ୍ରର ଥାଣେ ଜିଲାର କାଲଓ୍ବା ଅଞ୍ଚଳରେ ପାଣି ଭର୍ତ୍ତି ଡ୍ରମ ଭିତରୁ ମିଳିଛି ୫ ମାସର ପୁଅର ମୃତଦେହ। ଏହି ଘଟଣାରେ ରବିବାର ଶିଶୁପୁତ୍ରର...

ଡ୍ୟାନ୍ସିଂ ଡାକ୍ତରଙ୍କ ଭିଡିଓ ଭାଇରାଲ

ବିଶାଖାପଟନମ୍‌,୨୦।୮:ପ୍ରତିଭା ଆଗରେ ହାର୍‌ ମାନିଲା ବୟସ। ପରିଣତ ବୟସରେ ପହଞ୍ଚିି ମଧ୍ୟ ଏପରି ଡ୍ୟାନ୍ସ କରିଛନ୍ତି ଜଣେ ବ୍ୟକ୍ତି, ଯେ କି ରାତାରାତି ପାଲଟିଯାଇଛନ୍ତି ସୋସିଆଲ...

ଦିଲ୍ଲୀରୁ ଖୁସି ଖବର, ୧୨ରୁ ୧୮ ବର୍ଷ ବୟସ୍କଙ୍କୁ ଭାକ୍ସିନ୍‌, ଚଳିତ ସପ୍ତାହରେ ନିଷ୍ପତ୍ତି…

ନୂଆଦିଲ୍ଲୀ,୧୨।୭: ଦେଶରେ କରୋନା ମହାମାରୀର ଦ୍ୱିତୀୟ ଲହର ଥମିବାରେ ଲାଗିଛି। ସଂକ୍ରମଣରୁ ଦୂରେଇ ରହିବା ଲାଗି ସର୍ବାଜନୀକ ଟିକାକରଣ ଅଭିଯାନ ଜାରି ରହିଛି। ସେହିପରି ତୃତୀୟ...

ପଶ୍ଚିମବଙ୍ଗରେ ପାଳନ କରାଯିବ ‘ଖେଲୋ ହୋବେ ଦିବସ’

କୋଲକାତା,୬ ।୭: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ପୂର୍ଣ୍ଣ ବହୁମତରେ ବିଜୟ ଲାଭ କରି ତୃତୀୟ ଥର ଲାଗି ଶାସନ ଭାର ସମ୍ଭାଳିଥିବା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ...

ପ୍ରଶ୍ନ କରି ଟାର୍ଗେଟ କଲେ ଓଓ୍ବାଇସି: କ’ଣ ଜିନପିଙ୍ଗଙ୍କୁ ମୋଦି ଡରୁଛନ୍ତି…

ନୂଆଦିଲ୍ଲୀ,୭।୧୦: ଜିନ୍‌ଜିଆଙ୍ଗରେ ଚାଇନା ସରକାରଙ୍କ ମାନବାଧିକାର ଉଲ୍ଲଂଘନ ମାମଲାରେ ୟୁଏନ୍‌ଏଚ୍‌ଆର୍‌ସିରେ ମତଦାନ ଅନୁଷ୍ଠିତ ହେବାର ଥିଲା। କିନ୍ତୁ ଚାଇନା ବିରୋଧରେ ଆଗତ ପ୍ରସ୍ତାବ ଉପରେ ଭୋଟ...

ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୭୩ ଛୁଇଁଲା: ୩୫ ଦିନ ପାଇଁ ବିଦେଶୀଙ୍କ ଉପରେ କଟକଣା

ନୂଆଦିଲ୍ଲୀ,୧୨।୩: ଭାରତରେ କରୋନା ସଂକ୍ରମଣଙ୍କ ସଂଖ୍ୟା ୭୩ ଛୁଇଁଛି। ସୁରକ୍ଷା ଦୃଷ୍ଟିରୁ ଭାରତରେ ପ୍ରବେଶ ପାଇଁ ବିଦେଶୀ ନାଗରିକଙ୍କ ଉପରେ ୩୫ ଦିନିଆ କଟକଣା ଜାରି...

ହନିମୁନ୍‌ରେ ଖୋଲିଲା ଡାକ୍ତର ସ୍ବାମୀଙ୍କ ରାଜ୍‌, ସ୍ତ୍ରୀ ଡାକିଲେ ପୋଲିସ

ଆଗ୍ରା,୨।୧୦:ଆଗ୍ରା ମହିଳା ଥାନାରେ ଜଣେ ଯୁବତୀ ସ୍ବାମୀଙ୍କ ନାଁରେ ଯୌତୁକ ନିର୍ଯାତନା, ମାରପିଟ୍‌ ଅଭିଯୋଗ ଆଣିଛନ୍ତି। ତାଙ୍କ ଅଭିଯୋଗ ହେଉଛି ହନିମୁନ୍‌ ଯାଇଥିବାବେଳେ ସ୍ବାମୀ ନିଜକୁ...

ରାମ ରହିମ୍‌ ଦୋଷୀ ସାବ୍ୟସ୍ତ: ଅକ୍ଟୋବର ୧୨ ଦଣ୍ଡ ଶୁଣାଣି

ନୂଆଦିଲ୍ଲୀ,୮।୧୦: ରଣଜିତ ସିଂ ହତ୍ୟା ମାମଲାରେ ଶୁକ୍ରବାର ଏକ ସ୍ବତନ୍ତ୍ର ସିବିଆଇ କୋର୍ଟ ଡେରାମୁଖୀ ରାମ ରହିମ୍‌ଙ୍କ ସମେତ ୫ ଜଣ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ...

Advertisement
Archives

Model This Week