Posted inଜାତୀୟ

କର୍ନାଟକରେ ହେବକି ରାଷ୍ଟ୍ରପତି ଶାସନ

ବେଙ୍ଗାଲୁରୁ,୨୫।୭: କର୍ନାଟକର ମେଣ୍ଟ ସରକାର ଭାଙ୍ଗି ଯିବା ପରେ ଏବେ ଭାଜପା ସେଠାରେ ସରକାର ଗଢିବାକୁ ଚାହିଁ ବସିଛି। ହେଲେ ଯେପର୍ଯ୍ୟନ୍ତ ବାଚସ୍ପତି ୧୬ ବିଦ୍ରୋହୀ ବିଧାୟକଙ୍କୁ ନେଇ କୌଣସି ମନ୍ତବ୍ୟ ଦେଇ ନାହାଁନ୍ତି ସେ ପର୍ଯ୍ୟନ୍ତ ଭାଜପା ସରକାର ଗଠନ ପାଇଁ ଦାବି କରିପାରିବ ନାହିଁ ବୋଲି କହିଛନ୍ତି ଦଳର ପ୍ରବକ୍ତା ଜି ମଧୁସୂଦନ। ଏପରି ସ୍ଥଳେ ରାଜ୍ୟରେ ରାଷ୍ଟ୍ରପତି ଶାାସନ ଜାରି କରାଯାଇଥାଏ ବୋଲି ସେ କହିଛନ୍ତି। ଯଦି ବିଦ୍ରୋହୀ ବିଧାୟକଙ୍କ ଇସ୍ତଫା ପତ୍ର ଗ୍ରହଣ କରିବାକୁ ବାଚସ୍ପତି ଅଧିକ ସମୟ ଲଗାନ୍ତି ତେବେ ରାଜ୍ୟପାଳ ଭାଜୁଭାଇ ଭାଲା ରାଷ୍ଟ୍ରପତି ଶାସନ ପାଇଁ ଅନୁମୋଦନ କରିପାରନ୍ତି ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ପୂର୍ବରୁ କଂଗ୍ରେସର ୧୩ ଓ ଜେଡି(ଏସ୍‌)ର ୩ ବିଦ୍ରୋହୀ ବିଧାୟକ ଚଳିତ ମାସ ପ୍ରଥମରୁ ଇସ୍ତଫା ଦେଇଥିଲେ ମଧ୍ୟ ବାଚସ୍ପତି ଏହା ଉପରେ କୌଣସି ନିଷ୍ପତ୍ତି ନେଇ ନାହାଁନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆର୍ୟନଙ୍କୁ ମିଳିଲାନି ଜାମିନ, ମା’ଙ୍କ ଜନ୍ମଦିନରେ ଗଲେ ଜେଲ୍‌

ମୁମ୍ବାଇ: ବଲିଉଡ୍‌ ବାଦ୍‌ଶାହା ଶାହାରୁଖ ଖାନ୍‌ଙ୍କ ପୁଅ ଆର୍ୟନଙ୍କୁ ଜାମିନ ମିଳିଲାନି। ଶେଷରେ ଷ୍ଟାର୍‌ କିଡ୍‌ଙ୍କୁ ଜେଲ୍‌ ଯିବାକୁ ପଡ଼ିଛି। ମୁମ୍ବାଇ ଜିଲା କୋର୍ଟରେ ଜାମିନ...

ନିର୍ବାଚନରେ ହାରିବା ପରେ ଟ୍ୟୁବଓ୍ବେଲ ଭାଙ୍ଗୁଛନ୍ତି ଟିଏମ୍‌ସି କର୍ମୀ: ଭାଜପା

କୋଲକାତା,୩୦।୫: ପଶ୍ଚିମବଙ୍ଗରେ ତ୍ରୁଣମୂଳ କଂଗ୍ରେସ(ଟିଏମ୍‌ସି)ର ପରାଜୟ ପରେ ବହୁ ନେତା ଟିଏମ୍‌ସି ଛାଡି ଭାଜପାରେ ଯୋଗ ଦେବା ପରେ ଏହା ଦଳ ପାଇଁ ଶକ୍ତ ଧକ୍କା...

ସରକାରୀ ହସ୍ପିଟାଲରୁ ଉଦ୍ଧାର ହେଲା ୩ଫୁଟର ଝିଟିପିଟି

ଫତେହବାଦ,୨୫।୬: ହରିୟାଣାର ଫତେହବାଦର ତୋହାନା ନିକଟସ୍ଥ ସରକାରୀ ହସ୍ପିଟାଲର ଏମାରଜେନ୍ସୀ ଓ୍ବାର୍ଡରୁ ଏକ ବିଶାଳକାୟ ଝିଟିପିଟିକୁ ଉଦ୍ଧାର କରାଯାଇଛି। ଏହି ଝିଟିପିଟିର ଲମ୍ବ ପ୍ରାୟ ୩ଫୁଟ...

ମିଳିବ ଡିଜିଟାଲ ଭୋଟର କାର୍ଡ: ମୋବାଇଲ୍‌ରେ ବି ରଖିହେବ

ନୂଆଦିଲ୍ଲୀ,୧୨।୧୨: ଏଣିକି ଭୋଟରଙ୍କୁ ଡିଜିଟାଲ ଭୋଟର କାର୍ଡ ମିଳିବ। ଏନେଇ ନିର୍ବାଚନ ଆୟୋଗ ପକ୍ଷରୁ ଏହି ପ୍ରସ୍ତାବ ଉପରେ ବିଚାର ବିମର୍ଷ ଜାରି ରହିଛି। ମୋବାଇଲ୍‌,...

ଲୋକ ସଭାରେ ଲତାଙ୍କୁ ଶ୍ରଦ୍ଧାଞ୍ଜଳି, ଓମ ବିରଲା କହିଲେ ଅପୂରଣୀୟ କ୍ଷତି

ନୂଆଦିଲ୍ଲୀ,୭ ।୨: ସଂସଦର ବଜେଟ ଅଧିବେଶନ ସମୟରେ ସୋମବାର ଲୋକ ସଭାରେ ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି । ସଂସଦ ପକ୍ଷରୁ ଲୋକ...

ସେନା ନିଯୁକ୍ତିରେ ନୂଆ ନିୟମ, ପ୍ରଥମ ୪ ବର୍ଷ ପରେ ପ୍ରଦର୍ଶନ ଆଧାରରେ ହେବ ଚୟନ…

ନୂଆଦିଲ୍ଲୀ, ୨୮।୫ : ଭାରତ ସରକାର ଦେଶରେ ସେନା ନିଯୁକ୍ତି ପାଇଁ ଏକ ନୂତନ ପ୍ରକ୍ରିୟା ଆଣିବାକୁ ଯାଉଛନ୍ତି। ଏହି ପ୍ରକ୍ରିୟାର ନାମ ହେଉଛି ’ଟୁର୍‌...

ଲକ୍‌ଡ଼ାଉନ୍‌ ପ୍ରଭାବ: ଆକ୍ରାନ୍ତ-ମୃତକଙ୍କ ସଂଖ୍ୟା କମୁଛି…

ନୂଆଦିଲ୍ଲୀ,୧୧।୫: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତି ଅସମ୍ଭାଳ ହେବାରେ ଲାଗିଛି। ଏହାଯୋଗୁ ଲୋକଙ୍କ ମଧ୍ୟରେ ଆତଙ୍କ ଦେଖା ଦେଇଛି। କରୋନାର ଦ୍ୱିତୀୟ ଲହର ଭୟଙ୍କର...

୧୨୫ ଦିନ ପରେ ଆଜି ଦେଶରେ ସବୁଠୁ କମ୍‌ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ,୧୭।୧୧: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଥମୁଛି। ୧୨୫ ଦିନ ପରେ ମଙ୍ଗଳବାର ଦେଶରେ ସବୁଠୁ କମ୍‌ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତ ୨୪ ଘଣ୍ଟା...

Advertisement
Archives

Model This Week