କରୋନା ସେବା ପାଇଁ ନିଜ ବିବାହ ରୋକିଲେ ପିଇଓ

ନିମାପଡ଼ା,୧୧ା୫(ଡି.ଏନ.ଏ): ବିଶ୍ୱରେ ଏବେ ମହାମାରୀ କରୋନା ସଂକ୍ରମଣର ଘୋର ବିଭୀଷିକା ଦେଖାଦେଇଛି। କରୋନା ଯୁଦ୍ଧର ମୁକାବିଲା ପାଇଁ ପୋଲିସ, ସ୍ବାସ୍ଥ୍ୟକର୍ମୀ, ଡାକ୍ତର, ନର୍ସ, ଅଙ୍ଗନଓ୍ବାଡି କର୍ମୀ, ଆଶାକର୍ମୀ, ସରକାରୀ ଅଫିସରମାନେ ନିଜ ଜୀବନକୁ ବାଜି ଲଗାଇ ଜନସାଧାରଣଙ୍କ ସେବା କରୁଛନ୍ତି। ଏଭଳି ବିପତ୍ତି ସମୟରେ ଏହି କରୋନା ଯୋଦ୍ଧାମାନେ ନିଜ ବ୍ୟକ୍ତିଗତ କାର୍ଯ୍ୟକୁ ମଧ୍ୟ ପଛରେ ପକାଇ ଦେଇ କର୍ତ୍ତବ୍ୟକୁ ଆଗେ ଦେଖୁଛନ୍ତି। ଏହି କ୍ଷେତ୍ରରେ ନିମାପଡ଼ାର ବ୍ଳକର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ (ପିଇଓ) ସରୋଜ କୁମାର ଦାସ ନିଜ ବିବାହ କାର୍ଯ୍ୟକୁ ରୋକି ରାଜ୍ୟ ବାହାର ଫେରନ୍ତା ପ୍ରବାସୀଙ୍କ ସେବାରେ ନିଜକୁ ନିୟୋଜିତ ରଖିଛନ୍ତି। ପିଇଓ ଦାସଙ୍କ ଚଳିତ ମାସ ୨୦ତାରିଖରେ ଜଣେ ଶିକ୍ଷୟିତ୍ରୀଙ୍କ ସହ ବିବାହ ପାଇଁ ଦିନଧାର୍ଯ୍ୟ ହୋଇଥିଲା। ତେବେ ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା ବଢ଼ୁଥିବା ସ୍ଥିତିକୁ ଦେଖି କର୍ତ୍ତବ୍ୟ, ଲୋକଙ୍କ ସେବା ମୋ ପାଇଁ ବଡ ବୋଲି କହି ପିଇଓ ବିବାହକୁ ରୋକି ଦେଇଛନ୍ତି। ସେ ଏବେ ନିମାପଡ଼ା ବ୍ଳକ ବାମନାଳ ପଞ୍ଚାୟତର କ୍ୱାରାଣ୍ଟାଇନ ସେଣ୍ଟରରେ ପିଇଓ ଭାବେ କାର୍ଯ୍ୟରତ ଅଛନ୍ତି। ଏପରିକି ତାଙ୍କ ଭାବିପତ୍ନୀ ମଧ୍ୟ ଏବେ କରୋନା କାର୍ଯ୍ୟରେ ନିୟୋଜିତ ଥିବାରୁ ପିଇଓଙ୍କ କଥାରେ ସହମତ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Odisha Floods: ବନ୍ୟାଜଳ ହ୍ରାସ ପରେ ଶହ ଶହ ଏକର ଜମିରେ ବାଲିଚର, କ୍ଷତିପୂରଣ ଦାବି କଲେ ଚାଷୀ

କେସିଙ୍ଗା,୩୧।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକରେ ଲଗାଣ ଲଘୁଚାପଜନିତ ବର୍ଷାରେ ଶହ ଶହ ଏକର ଜମିରେ ଜଳମଗ୍ନ ହୋଇଥିଲା। ଗତ ରାତ୍ରିରୁ ପାଣି କମି ଯିବାରୁ…

ବୈଭବ ସୂର୍ଯ୍ୟବଂଶୀଙ୍କୁ ଉପ-ଅଧିନାୟକ ଭାବରେ ନିଯୁକ୍ତି ଉପରେ ପ୍ରଶ୍ନ ଉଠାଇଲେ ଭୋଗଲେ

ନୂଆଦିଲ୍ଲୀ,୩୧।୭: ଆଗାମୀ ଦୁଲୀପ ଟ୍ରଫି 2026-27 ଘରୋଇ ସିଜିନ ପାଇଁ ବୈଭବ ସୂର୍ଯ୍ୟବଂଶୀଙ୍କୁ ଉପ-ଅଧିନାୟକ ଭାବରେ ନିଯୁକ୍ତ କରି ପୂର୍ବ ଜୋନ ଚୟନକର୍ତ୍ତାମାନେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି।…

odisha floods: ପାଣି ଘେରରେ କେନ୍ଦ୍ରାପଡ଼ାର ୭ ବ୍ଲକ

କେନ୍ଦ୍ରାପଡ଼ା,୩୧।୭: କେନ୍ଦ୍ରାପଡ଼ା ଜିଲାପାଳ ରଘୁରାମ ଆର ଆୟର ଶୁକ୍ରବାର ଏକ ବଡ଼ ସୂଚନା ଦେଇଛନ୍ତି। ଜିଲାର ୭ଟି ବ୍ଲକ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଥିବା ଜିଲାପାଳ ଗଣମାଧ୍ୟମ…

ଆସନ୍ତାକାଲି ଖୋଲିବ ଭିତରକନିକା, ଭ୍ରମଣର ମଜା ନେଇପାରିବେ ପର୍ଯ୍ୟଟକ

କେନ୍ଦ୍ରାପଡ଼ା,୩୧ା୭: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର। ଆସନ୍ତାକାଲି ଅର୍ଥାତ୍‌ ଶନିବାର ଖୋଲିବ କେନ୍ଦ୍ରାପଡ଼ା ଜିଲାର ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ। ପ୍ରକୃତିପ୍ରେମୀ ତଥା ପର୍ଯ୍ୟଟକମାନେ ପୁଣି ଥରେ…

ଟ୍ରେନ୍‌ରେ ଅଧିକ ସାମଗ୍ରୀ ନେବା ହେଲା ସହଜ! କନ୍‌ଫର୍ମ ଟିକେଟ୍‌ରେ ଆରମ୍ଭ ହେଲା ଅନ୍‌ଲାଇନ୍ ଲଗେଜ୍ ବୁକିଂ

ନୂଆଦିଲ୍ଲୀ,୩୧।୭: ଭାରତୀୟ ରେଳ ୩୧ ଜୁଲାଇରୁ କନ୍‌ଫର୍ମ ଟ୍ରେନ୍ ଟିକେଟ୍ ଥିବା ଯାତ୍ରୀଙ୍କ ପାଇଁ ବ୍ୟକ୍ତିଗତ ଜିନିଷପତ୍ର (ପର୍ସନାଲ ଲଗେଜ୍)ର ଅନ୍‌ଲାଇନ୍ ବୁକିଂ ଆରମ୍ଭ କରିବାକୁ ଯାଉଛି।…

ବଡ଼ ଘୋଷଣା କଲେ ଅଭିଜିତ ଦୀପକେ! ରାଜନୀତିକୁ ଆସିବା ନେଇ… ପଡିଗଲା ଚହଳ

ନୂଆଦିଲ୍ଲୀ,୩୧।୭: ‘କକ୍ରୋଚ ଜନତା ପାର୍ଟି’ (CJP) ର ପ୍ରତିଷ୍ଠାତା ଅଭିଜିତ ଦୀପକେ ଏକ ସାକ୍ଷାତକାରରେ ନିଟ (NEET) ପ୍ରଶ୍ନପତ୍ରଲିକ ସଂଶୋଧନ ବିଲ, ଛାତ୍ର ଆନ୍ଦୋଳନ ଏବଂ ସରକାରଙ୍କ…

‘ଭଞ୍ଜ ସାହିତ୍ୟର ସୃଜନଶୀଳତାକୁ ନେଇ ଚିନ୍ତନର ଆବଶ୍ୟକତା ରହିଛି’

ଭଞ୍ଜନଗର,୩୧ା୭(ବାବୁଲା ପ୍ରଧାନ): ଓଡ଼ିଆ ସାହିତ୍ୟ ଜଗତର ଅମର ସ୍ରଷ୍ଟା କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ସାହିତ୍ୟ ଓ ସୃଜନଶୀଳତାକୁ ନେଇ ଗଭୀର ଆଲୋଚନା ଓ ଚିନ୍ତନର ଆବଶ୍ୟକତା ରହିଛି।…

Odisha Floods: ଆଉ ୧୨ ଗେଟ୍‌ ଖୋଲିଲା ହୀରାକୁଦ

ସମ୍ବଲପୁର,୩୧।୭ (ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ବୃଦ୍ଧି ସାଙ୍ଗକୁ ଜଳସ୍ତର ମଧ୍ୟ ବଢ଼ିବାରେ ଲାଗିଛି। ଫଳରେ ଶୁକ୍ରବାର ଜଳଭଣ୍ଡାରରୁ ପୁଣିଥରେ ଦୁଇଟି ପର୍ଯ୍ୟାୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri