କରୋନା ସହିତ ଲଢ଼େଇ କରିବା ଲାଗି ଭାରତୀୟଙ୍କ ଶରୀରରେ ରହିଛି ବିରଳ ଆର୍‌ଏନ୍‌ଏ: ସର୍ଭେ

ନୂଆଦିଲ୍ଲୀ,୨୮।୩: କରୋନା ସଂକ୍ରମଣ ନେଇ ସାରା ପୃଥିବୀରେ ହାହାକାର ସୃଷ୍ଟି ହୋଇଛି। ଏଥି ପାଇଁ ଔଷଧ ପ୍ରସ୍ତୁତି ପାଇଁ ପୃଥିବୀର ବିକାଶିତ ରାଷ୍ଟ୍ରର ବୈଜ୍ଞାନିକମାନେ ଦିନରାତି ପ୍ରୟାସ ଜାରି ରଖିଛନ୍ତି। ତେବେ ଏହାର ମୁକାବିଲା ପାଇଁ ଭାରତୀୟଙ୍କ ଶରୀରରେ ଏକ ପ୍ରକାର ବିରଳ ଆର୍‌ଏନ୍‌ଏ ରହିଛି ବୋଲି ଏକ ଗବେଷଣା ରିପୋର୍ଟରେ ପ୍ରକାଶ ପାଇଛି। ଭାରତୀୟଙ୍କ ଗୁଣସୂତ୍ରରେ ଥିବା ଏକ ବିରଳ ମାଇକ୍ରୋ ଆର୍‌ଏନ୍‌ଏ ନୋବେଲ କୋଭିଡ-୧୯ ଭୂତାଣୁକୁ ନଷ୍ଟ କରିବାର ଶକ୍ତି ରଖିଛି। ଏହି ଆର୍‌ଏନ୍‌ଏ କରୋନା ଭୂତାଣୁର ତୀବ୍ରତାକୁ ହ୍ରାସ କରିବାକୁ ସକ୍ଷମ। କରୋନା ଭୂତାଣୁ ମଧ୍ୟ ଆର୍‌ଏନ୍‌ଏରୁ ସୃଷ୍ଟି ବୋଲି ଦିଲ୍ଲୀର ଇଣ୍ଟରନ୍ୟାଶନାଲ ସେଣ୍ଟର ଫର୍‌ ଜେନେଟିକ ଇଞ୍ଜିନିୟରିଂ ଆଣ୍ଡ୍‌ ବାୟୋଟେକ୍ନୋଲୋଜି ପକ୍ଷରୁ ହୋଇଥିବା ଏହି ଗବେଷଣାର ନେତୃତ୍ୱ ନେଇଥିବା ପ୍ରଫେସର ଦିନେଶ୍‌ ଗୁପ୍ତା ସୂଚନା ଦେଇଛନ୍ତି। ଗବେଷକ ଦଳ ଚାଇନା, ଇଟାଲି, ଆମେରିକା, ନେପାଳ ଏବଂ ଭାରତରେ କରୋନା ସଂକ୍ରମିତଙ୍କ ଉପରେ ଅଧ୍ୟୟନ କରିଥିଲେ। ଜଣାପଡ଼ିଥିଲା ଭାରତୀୟଙ୍କ ଶରୀରରେ ଏଚ୍‌ଏସ୍‌ଏ-ଏମ୍‌ଆଇଆର୍‌-୨୭-ବି ଆର୍‌ଏନ୍‌ଏ ରହିଛି। ଯାହାକି କରୋନା ସଂକ୍ରମିତ ହୋଇଥିବା ଅନ୍ୟ ଦେଶର ନାଗରିକଙ୍କ ଶରୀରରେ ନାହିଁ। ଏହି ବିରଳ ଆର୍‌ଏନ୍‌ଏ ଭାରତୀୟଙ୍କୁ କରୋନା ସହିତ ଲଢ଼ିବା ପାଇଁ ଶକ୍ତି ଯୋଗାଇବ ବୋଲି ଗବେଷକ ସୂଚନା ଦେଇଛନ୍ତି। ଅନୁଧ୍ୟାନ ପାଇଁ ଅନ୍‌ଲାଇନ୍‌ରେ କରୋନା ସଂକ୍ରମିତଙ୍କ ସମ୍ପର୍କରେ ଗୁଣସୂତ୍ର ସମ୍ପର୍କିତ ତଥ୍ୟ ସଂଗ୍ରହ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ରାଜ୍ୟରୁ ୯୮୬ କରୋନା ଆକ୍ରାନ୍ତ ଚିହ୍ନଟ, ମୁଣ୍ଡବ୍ୟଥାର କାରଣ ପାଲଟିଛି ଖୋର୍ଦ୍ଧା

ଭୁବନେଶ୍ୱର,୨୦ା୮(ବ୍ୟୁରୋ): ଶୁକ୍ରବାର ରାଜ୍ୟରୁ ୯୮୬ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯,୯୯,୯୧୩ରେ ପହଞ୍ଚିଥିବା ରାଜ୍ୟ ସୂଚନା...

ସମସ୍ତଙ୍କୁ ଏକାଠି କରିବାର କାମ କରିଛି ‘ମନ କି ବାତ’: ମୋଦି

ନୂଆଦିଲ୍ଲୀ,୨୮।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଅର୍ଥାତ୍‌ ୨୮ ମେ’ରେ ରେଡିଓ କାର୍ଯ୍ୟକ୍ରମ ‘ମନ କି ବାତ’ ଜରିଆରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି। ମୋଦି କହିଛନ୍ତି,...

ମୃତ୍ୟୁ ପରେ ବି ଚିକିତ୍ସା ଜାରି

ନୂଆଦିଲ୍ଲୀ,୧୦ା୮: ଦେଶର ଅଭାବୀ ଲୋକଙ୍କ ଚିକିତ୍ସା ପାଇଁ କେନ୍ଦ୍ର ସରକାର ଆରମ୍ଭ କରିଥିବା ଆୟୁଷ୍ମାନ ଭାରତ ଯୋଜନାରେ ବଡ଼ ଧରଣର ଅନିୟମିତତା ହୋଇଥିବା ସାମ୍ନାକୁ ଆସିଛି।...

କରୋନା ଯୁଦ୍ଧରେ ଜିତିବା ପରେ କାର୍ଯ୍ୟରେ ଯୋଗଦେବେ ଶାହା

ନୂଆଦିଲ୍ଲୀ,୨୦ ।୯: ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କରୋନା ଯୁଦ୍ଧରେ ବିଜୟି ହେବା ପରେ ରବିବାର ପାର୍ଲାମେଣ୍ଟରେ ପହଞ୍ଚିବେ ବୋଲି ଜଣାପଡିଛି । ସେ ପ୍ରଥରେ ଲୋକ...

ଶହୀଦ ଘୋଷିତ ହୋଇଥିବା ଯବାନ ଜୀବିତ ହେଲେ: ଫୋନ୍‌ କରି ସ୍ତ୍ରୀଙ୍କୁ କହିଲେ ଠିକ ଅଛି

ନୂଆଦିଲ୍ଲୀ, ୧୭।୬: ଲଦାଖଠାରେ ଭାରତ ଚାଇନା ସୀମାରେ ଥିବା ଗଲଓ୍ବାନ ଘାଟିରେ ଦୁଇପକ୍ଷଙ୍କ ମଧ୍ୟରେ ହୋଇଥିବା ହିଂସକ ସଂଘର୍ଷରେ ବିହାର ସାରଣ ଜିଲାର ଯବାନ ସୁନୀଲ...

ମରିନି ଆଶା, ରହିଛି ନୂଆ ସମ୍ଭାବନା: ୧୪ ଦିନ ପର୍ଯ୍ୟନ୍ତ ନିଖୋଜ ବିକ୍ରମକୁ ଖୋଜିବ ଇସ୍ରୋ

ଶ୍ରୀହରିକୋଟା,୮।୯: ଭାରତର ବହୁ ପ୍ରତୀକ୍ଷିତ ମିଶନ ଚନ୍ଦ୍ରୟାନ-୨ ଚନ୍ଦ୍ରପୃଷ୍ଠରେ ଅବତରଣ କରିବା ପୂର୍ବରୁ ବିଫଳ ହୋଇଛି ବୋଲି କୁହାଯାଉଥିଲେ ମଧ୍ୟ ଏବେ ବି ମରିନି ଆଶା,...

ରାହୁଲଙ୍କ ସଂସଦ ସଦସ୍ୟତା ପୁନଃ ପ୍ରଦାନକୁ ଚ୍ୟାଲେଞ୍ଜ…

ନୂଆଦିଲ୍ଲୀ,୫।୯ : ରାହୁଲ ଗାନ୍ଧୀଙ୍କ ସଂସଦର ସଦସ୍ୟତା ପୁନଃ ପ୍ରଦାନକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଛି। ଆଡଭୋକେଟ ଅଶୋକ ପାଣ୍ଡେଙ୍କ ଦ୍ୱାରା ଦାଖଲ ହୋଇଥିବା ଏହି ଆବେଦନରେ...

ବଢ଼ୁଛି ପିଲାଙ୍କ ଚିନ୍ତା: ଆଜି ରାଜ୍ୟରେ ୯୫ ଛୁଆ କରୋନା ସଂକ୍ରମିତ

ଭୁବନେଶ୍ୱର,୧୯।୯(ବ୍ୟୁରୋ): ରାଜ୍ୟରେ ରବିବାର ୬୨୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୯୫ ଜଣ ଛୁଆ ଅଛନ୍ତି। ଯେଉଁମାନଙ୍କ ବୟସ ୧୮ ବର୍ଷରୁ...

Advertisement
Archives

Model This Week