କରୋନା ସଙ୍କଟ: କାମରେ ଯୋଗ ଦେଉନାହାନ୍ତି ୨୩୪ ଡାକ୍ତର!

ପାଟନା,୧୨।୪: କରୋନା ଭାଇରସକୁ ମୁକାବିଲା କରିବାକୁ ଡାକ୍ତର, ନର୍ସଙ୍କର ବିଶେଷ ଭୂମିକା ଥିବା ବେଳେ ବିହାରରେ କିନ୍ତୁ ଏଥିରେ କିଛି ମାତ୍ରାରେ ବ୍ୟତିକ୍ରମ ଦେଖାଦେଇଛି। ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏବେ ବିହାରର ପାଖାପାଖି ୯ଟି ମେଡିକାଲ କଲେଜ ହସ୍ପିଟାଲର ପ୍ରାୟ ୨୩୪ ଡାକ୍ତର ସେମାନଙ୍କ କାର୍ଯ୍ୟରେ ଯୋଗ ନ ଦେଇ ଅନୁପସ୍ଥିତ ରହୁଛନ୍ତି। ବିହାର ସ୍ବାସ୍ଥ୍ୟ ବିଭାଗର ମୁଖ୍ୟ ସଚିବ କହିଛନ୍ତି, ଡାକ୍ତରଙ୍କ ବ୍ୟତୀତ ପିଏଚ୍‌ସି ଓ ଅନ୍ୟ ସରକାରୀ ହସ୍ପିଟାଲ ସହ ମେଡିକାଲ କଲେଜରେ କାର୍ଯ୍ୟରତ କର୍ମଚାରୀ ମଧ୍ୟ ଏହି ସମୟରେ ଅନୁପସ୍ଥିତ ରହୁଛନ୍ତି। ଏ ସମ୍ପର୍କରେ ସେମାନଙ୍କଠାରୁ ସ୍ବଷ୍ଟିକରଣ ମଗାଯାଇଥିବା କହିଛନ୍ତି ମୁଖ୍ୟ ସଚିବ। ଏମାନଙ୍କୁ ଗୋଟିଏ ମାସର ଅତିରିକ୍ତ ଦରମା ଦେବାକୁ ଘୋଷଣା କରାଯାଇଥିବା ବେଳେ ଏମାନେ ଅନୁପସ୍ଥିତ ରହିବା ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି। ସୂଚନାଯୋଗ୍ୟ, ବିହାରରେ ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା ୬୪ ହୋଇଥିବା ବେଳେ ଏମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଛି ଓ ଅନ୍ୟ ୧୮ ଜଣ ସୁସ୍ଥ ହୋଇଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

CORONAVIRUS UPDATE: ରାଜ୍ୟର ନୂଆ କରୋନା ପଜିଟିଭ୍‌ ରାଉରକେଲାର ଜଣେ ମହିଳା; ସୁନ୍ଦରଗଡ଼ରେ ଆକ୍ରାନ୍ତଙ୍କ ସଂଖ୍ୟା ୧୧ ଛୁଇଁଲା

ଭୁବନେଶ୍ୱର,୪ା୫(ବ୍ୟୁରୋ): ସୋମବାର ସକାଳେ ରାଜ୍ୟରେ ଆଉ ଜଣେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତ ଜଣକ ରାଉରକେଲା ନାଲା ରୋଡ୍‌ର ଜଣେ ୨୯ ବର୍ଷୀୟା ମହିଳା...

ପରୀକ୍ଷାରେ ଭଲ ନମ୍ବର ଆଣିବା ନୁହେଁ ଗୁରୁତ୍ୱପୂର୍ଣ୍ଣ; ବିଫଳତା ପରେ ନ ଅଟକି ଆଗେଇବା ଉଚିତ: ମୋଦି

ନୂଆଦିଲ୍ଲୀ,୨୦।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପରୀକ୍ଷାର୍ଥୀଙ୍କ ମାନସିକ ଚାପ ହ୍ରାସ ପାଇଁ ସୋମବାର ‘ପରୀକ୍ଷା ପେ ଚର୍ଚ୍ଚା-୨୦୨୦’ କାର୍ଯ୍ୟକ୍ରମରେ ଛାତ୍ରୀଛାତ୍ରଙ୍କୁ ଭେଟିଛନ୍ତି। ଏହି ଅବସରରେ ସେ...

ପର୍ଯ୍ୟାପ୍ତ ଖାଦ୍ୟଶସ୍ୟ ଉପଲବ୍ଧ ରହିଛି:ପାଶ୍ୱାନ

ନୂଆଦିଲ୍ଲୀ,୧୩।୪: ସାଧାରଣ ବଣ୍ଟନ ବ୍ୟବସ୍ଥା ଦ୍ୱାରା ସରକାର ୮୧ କୋଟିରୁ ଊର୍ଦ୍ଧ୍ୱ ଲୋକଙ୍କୁ ପ୍ରଦାନ କରୁଥିବା ଖାଦ୍ୟଶସ୍ୟର ଅଭାବ ଏବେ ନାହିଁ। ପିଡିଏସ୍‌ରେ ପ୍ରଦାନ କରାଯାଉଥିବା...

ରିଲିଫ ଫଣ୍ଡକୁ ଦାନ କଲା ମହିଳା ମଞ୍ଚ

କେନ୍ଦୁଝର, ୧୯ା୪(ସ୍ବ.ପ୍ର.): କେନ୍ଦୁଝର ଜିଲା ସଦର ବ୍ଲକ ମୈଦାନକେଲ ପଞ୍ଚାୟତ ସମିତି ମହାସଂଘ ପକ୍ଷରୁ ୧୩ ହଜାର ଟଙ୍କା ପ୍ରଧାନମନ୍ତ୍ରୀଙ୍କ ରିଲିଫ ଫଣ୍ଡ ଓ ୩...

ଅନ୍‌ଲାଇନ୍‌ ଗେମ୍‌ରେ ଝିଅଠାରୁ ବାରମ୍ବାର ହାରି ଯାଉଥିବାରୁ ପୁଅ ନେଲେ ଏମିତି ପଦକ୍ଷେପ

ଇନ୍ଦୋର,୮।୯: ମଧ୍ୟପ୍ରଦେଶର ଇନ୍ଦୋରରେ ଏକ ଅଭାବନୀୟ ଘଟଣା ଘଟିଛି। ଅନ୍‌ଲାଇନ ଗେମରେ ହାରିଯିବାରୁ ଜଣେ ୧୧ ବର୍ଷର ବାଳକ ୧୦ ବର୍ଷର ବାଳିକାକୁ ହତ୍ୟା କରିଦେଇଛନ୍ତି।...

ସ୍ବାଦ, ଘ୍ରାଣଶକ୍ତି କମିବା କରୋନାର ନୂଆ ଲକ୍ଷଣ

ନୂଆଦିଲ୍ଲୀ,୧୪ା୬: କେନ୍ଦ୍ର ସରକାର କରୋନା ରୋଗର ଲକ୍ଷଣ ମଧ୍ୟରେ ଆଉ ୨ଟିକୁ ସାମିଲ କରିଛନ୍ତି। ତାହା ହେଲା ସଂକ୍ରମିତଙ୍କଠାରେ ହଠାତ୍‌ ସ୍ବାଦ ବାରିବା ଓ ଘ୍ରାଣଶକ୍ତି...

୭୦ ବର୍ଷୀୟା ମା’ଙ୍କୁ ପର କରିଦେଲେ ପୁଅ, ଘରେ ଆଣି ରଖିଲେ ଏମ୍‌ପି

ଦିଲ୍ଲୀ,୨୬।୭: ଲକ୍‌ଡାଉନ ସମୟରେ ବେସାହାରା ହୋଇଯାଇଥିବା ୭୦ ବର୍ଷିୟା ଲୀଲାବତୀ ଦେବୀଙ୍କୁ ଶେଷରେ ସାହାରା ମିଳିଛି। ପୁଅର ଯତ୍ନ ନେବାକୁ ମୁମ୍ବାଇ ଯାଇଥିବା ଲୀଲାବତୀଙ୍କୁ ପୁଅ...

ହାତପାଣ୍ଠିରୁ ପିଏମ୍‌-କେୟାର୍ସକୁ ଦେଲେ ୩୫ ଏମ୍‌ପି

ନୂଆଦିଲ୍ଲୀ,୩୧ା୩(ପି.ଟି.): କରୋନା ମୁକାବିଲା ଲାଗି ଲୋକ ସଭା ବାଚସ୍ପତି ଓମ୍‌ ବିର୍ଲାଙ୍କ ଅନୁରୋଧକ୍ରମେ ୩୫ ଜଣ ଏମ୍‌ପି ସେମାନଙ୍କ ହାତପାଣ୍ଠି (ଏମ୍‌ପି ଲାଡ୍ସ)ରୁ ୧ କୋଟି...

Coronavirus Update


Archives

Model This Week

Why Dharitri