କରୋନା ସଂକ୍ରମଣ ନିରୋଧ ପାଇଁ ନିରତାରରେ ଗଠନହେଲା ସ୍ବତନ୍ତ୍ର କମିଟି

କଣ୍ଟାପଡ଼ା, ୧୪।୪(ଡି.ଏନ୍‌.ଏ.): ମହାମାରୀ କରୋନା ସମଗ୍ର ବିଶ୍ୱରେ କାୟା ବିସ୍ତାର କରିବାରେ ଲାଗିଛି। ଏଥିରୁ ରକ୍ଷା ପାଇବା ପାଇଁ କେନ୍ଦ୍ର ସରକାରଙ୍କଠାରୁ ଆରମ୍ଭ କରି ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ଏ ନେଇ କେନ୍ଦ୍ର ସରକାର ଏପ୍ରିଲ ୧୪ ତାରିଖ ପର୍ଯ୍ୟନ୍ତ ଲକ୍‌ଡାଉନ ଘୋଷଣା କରିଥିଲେ। ଏବେ ମେ’ ୩ ତାରିଖ ପର୍ଯ୍ୟନ୍ତ ଦେଶରେ ଲକ୍‌ଡାଉନ ବଳବତ୍ତର ରହିବ ବୋଲି ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଛନ୍ତି।
ତେବେ ଲକ୍‌ଡାଉନ ହଟିବାପରେ ଦିବ୍ୟାଙ୍ଗ ଚିକିତ୍ସା ଓ ଗବେଷଣା ପାଇଁ କଟକ ଜିଲା ଓଲଟପୁରସ୍ଥିତ ଏସ୍‌ଭି ନିରତାରରେ କରୋନା ସଂକ୍ରମଣ ନିରୋଧ ନିମନ୍ତେ ସୋମବାର ଏକ ସ୍ବତନ୍ତ୍ର କମିଟି ଗଠନ କରାଯାଇଛି। କମିଟିର ଚେୟାରମ୍ୟାନ ଭାବେ ଅନୁଷ୍ଠାନର ନିର୍ଦ୍ଦେଶକ ଡାକ୍ତର ଶକ୍ତିପ୍ରସାଦ ଦାସ ରହିଥିବାବେଳେ ଡ. ପବିତ୍ର ସାହୁ ସଂକ୍ରମଣ ନିୟନ୍ତ୍ରକ, ଡ. କିଶୋର ମହାପାତ୍ର ଅସ୍ତ୍ରୋପଚାର ବିଭାଗ ପରିଚାଳନା ଦାୟିତ୍ୱରେ ରହିଛନ୍ତି। ସେହିପରି ପ୍ରଶାସନିକ ଉପନିର୍ଦ୍ଦେଶକ ରଶ୍ମିରଞ୍ଜନ ସେଠୀ ପ୍ରଶାସନିକ ପରିଚାଳନା ଓ ଡ. ଦୀପକ ସିଂ, ଡ. କେ.ଏସ୍‌. ରାଓ ଓ ଇଂ. ସତ୍ୟଜିତ ପଟ୍ଟନାୟକଙ୍କୁ ଅନ୍ୟାନ୍ୟ ଦାୟିତ୍ୱ ପ୍ରଦାନ କରାଯାଇଛି। ସହକାରୀ ମାର୍ଟନ ହେମନ୍ତ ମଞ୍ଜରୀ ଦେଇଙ୍କୁ ମହିଳା ୱାର୍ଡର ସଂକ୍ରମଣ ନିରୋଧ ଦାୟିତ୍ୱ ପ୍ରଦାନ କରାଯାଇଛି। ଲକ୍‌ଡାଉନ ହଟିବାପରେ ନିରତାରରେ ଦିବ୍ୟାଙ୍ଗଙ୍କ ଚିକିତ୍ସା ପାଇଁ ଭିଡଲାଗିବା ସମ୍ଭାବନାକୁ ଦୃଷ୍ଟିରେ ରଖି ନିରତାର ପରିସରକୁ ସଂକ୍ରମଣ ମୁକ୍ତ ରଖିବା ପାଇଁ ଉକ୍ତ କମିଟି ଗୁରୁତ୍ୱ ଦେବ ବୋଲି କମିଟିର ମୁଖ୍ୟ ଡା. ଦାସ କହିଛନ୍ତି।
ସୂଚନାଯୋଗ୍ୟ, ନିରତାରରେ କେବଳ ଜରୁରୀ ଚିକିତ୍ସା ଚାଲୁଥିବାବେଳେ ଚିକିତ୍ସାଧୀନ ଅନ୍ତେବାସୀ ଦିବ୍ୟାଙ୍ଗଙ୍କୁ ଘରକୁ ପଠାଇ ଦିଆଯାଇଛି। ସେହିପରି ୫୦ଭାଗ କର୍ମଚାରୀଙ୍କୁ ଛୁଟି ଦିଆଯାଇଥିବାବେଳେ ନିରତାର ଶିକ୍ଷାନୁଷ୍ଠାନ, ଛାତ୍ରୀ ଓ ଛାତ୍ରାବାସ ଖାଲି କରି ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପଞ୍ଚାୟତ କାର୍ଯ୍ୟାଳୟରୁ ୫ ଲକ୍ଷ ଟଙ୍କାର କୋଭିଡ୍‌ ସାମଗ୍ରୀ ଚୋରି

ପରଜଙ୍ଗ,୩।୧୦(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ମହାବିରୋଡ଼ ଫାଣ୍ଡି ଅନ୍ତର୍ଗତ ପଙ୍ଗାତିରା ପଞ୍ଚାୟତ କାର୍ଯ୍ୟାଳୟରୁ ବିପୁଳ ପରିମାଣର କୋଭିଡ ସାମଗ୍ରୀ ଚୋରି ହୋଇଛି। ଏନେଇ ଥାନାରେ...

ଭାଜପା ପକ୍ଷରୁ ବାଙ୍ଗିରିପୋଷି ବ୍ଲକ କାର୍ଯ୍ୟାଳୟ ଘେରାଉ

ବାଙ୍ଗିରିପୋଷି,୧୦ା୨(ଡି.ଏନ.ଏ.): ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତାକୁ ନେଇ ବାଙ୍ଗିରିପୋଷି ବ୍ଲକ କାର୍ଯ୍ୟାଳୟ ଘେରାଉ କରାଯାଇଛିା ଭାଜପା ରାଷ୍ଟ୍ରୀୟ ପରିଷଦ ସଭ୍ୟ ସୁଗଦା ମୁର୍ମୁଙ୍କ ନେତୃତ୍ୱରେ ଏହି...

ପରଲୋକରେ ପଦ୍ମଶ୍ରୀ ଡି. ପ୍ରକାଶ ରାଓ

କଟକ ଅଫିସ,୧୩।୧: ବିଶିଷ୍ଟ ସମାଜସେବୀ ତଥା ପଦ୍ମଶ୍ରୀ ଡି. ପ୍ରକାଶ ରାଓଙ୍କ ବୁଧବାର ପରଲୋକ ଘଟିଛି। ସେ କରୋନାରେ ଆକ୍ରାନ୍ତ ହୋଇ ଏସ୍‌ସିବି କୋଭିଡ୍‌ ହସ୍ପିଟାଲ୍‌ରେ...

ବିଜେଡିରେ ଯୋଗଦେଲେ ଉତ୍ତରପ୍ରତାପ ସରପଞ୍ଚ, ଯୁବ ସଂଗଠକ

ଧର୍ମଶାଳା,୫।୯(ଡି.ଏନ୍‌.ଏ.)- ଧର୍ମଶାଳା ବ୍ଲକ ଉତ୍ତରପ୍ରତାପ ପଞ୍ଚାୟତର ଭାଜପା ସମର୍ଥତ୍ତ ସରପଞ୍ଚ ବୁଧବାର ବିଜେଡିରେ ଯୋଗଦେଇଛନ୍ତି। ଏ ନେଇ ଜାରକାସ୍ଥିତ ବିଜେଡି କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ...

ଓଏଫ୍‌ଡିସି ସବ୍‌ଡିଭିଜନାଲ ମ୍ୟାନେଜରଙ୍କ ସନ୍ଦେହଜନକ ମୃତ୍ୟୁ

ଲଖନପୁର,୨୬ା୧୧(ଡି.ଏନ୍‌.ଏ.):ଓଡିଶା ବନ ଉନ୍ନୟନ ନିଗମ(ଓଏଫ୍‌ଡିସି)ର ଝାରସୁଗୁଡ଼ା ଜିଲା ବନ ଉନ୍ନୟନ ନିଗମ ସବ୍‌ ଡିଭିଜନାଲ ମ୍ୟାନେଜର ବାସୁଦେବ ପାଲଙ୍କ ଗତ ମଙ୍ଗଳବାର ସନ୍ଦେହଜନକ ମୃତ୍ୟୁ ଘଟିଛି।...

ପହଣ୍ଡିବିଜେରେ ଆକର୍ଷଣ ଟାହିଆ

ରଥଯାତ୍ରାର ଅନ୍ୟତମ ଆକର୍ଷଣ ହେଲା ପହଣ୍ଡିବିଜେ। ପହଣ୍ଡିରେ ଦିଅଁ ଆସନ୍ତି ଝୁଲି ଝୁଲି। ବଡ ଠାକୁର ବଳଭଦ୍ର, ମହାପ୍ରଭୁଙ୍କ ଜଗନ୍ନାଥଙ୍କ ପହଣ୍ଡିବିଜେ ଦେଖିବା ପାଇଁ ଭକ୍ତ...

ପୂର୍ବତନ ବିଧାୟକଙ୍କ ଘରେ ଆୟକର ଚଢ଼ାଉ

ଯୋଡ଼ା,୧ା୬(ଡି.ଏନ୍‌.ଏ.): ଖଣି ମାଲିକ ତଥା ପୂର୍ବତନ ଚମ୍ପୁଆ ବିଧାୟକ ଜିତୁ ପଟ୍ଟନାୟକଙ୍କ ଘରେ ଆୟକର ବିଭାଗ ପକ୍ଷରୁ ଗୁରୁବାର ଚଢ଼ାଉ କରାଯାଇଛି। ଆୟକର ବିଭାଗ ପକ୍ଷରୁ...

ରାସ୍ତାରେ ହାତଧୋଇ ସଚେତନତା

ସୋରଡା,୨୭ା୩(ଡି.ଏନ୍‌.ଏ.)- ସୋରଡାରେ ସ୍ବାସ୍ଥ୍ୟବିଭାଗ, ପୋଲିସ ଓ ଏନ୍‌ଏସି ପ୍ରଶାସନ ତରଫରୁ କରୋନା ଭୂତାଣୁରୁ ରକ୍ଷା ପାଇବାକୁ ବ୍ୟାପକ ପ୍ରସ୍ତୁତି ଚାଲିଛି। ଶୁକ୍ରବାର ଥାନା ଅଧିକାରୀ ରମେଶ...

Advertisement
Archives

Model This Week