କରୋନା ସଂକ୍ରମଣରେ ସୌଦି ଆରବ ରାଜ ପରିବାରର ୧୫୦ ସଦସ୍ୟ !

ରିୟାଦ,୧୧।୪: ସୌଦି ଆରବର ରାଜ ପରିବାର ଏବେ କରୋନା କବଳରେ। ମିଳିଥିବା ଏକ ସୂଚନା ଅନୁଯାୟୀ, ଏବେ ସୌଦି ଆରବ ରାଜ ପରିବାରର ପାଖାପାଖି ୧୫୦ ଜଣ ସଦସ୍ୟ କରୋନା ଭାଇରସରେ ସଂକ୍ରମିତ ହୋଇଛନ୍ତି। ଦ ନ୍ୟୁୟର୍କ ଟାଇମ୍ସର ଏକ ରିପୋର୍ଟ ଅନୁଯାୟୀ, ସୌଦି ପ୍ରିନ୍ସ ଫୈସଲ ବିନ ଅବଦୁଲ ଅଜିଜ ଅଲ ସଉଦ ଏବେ କରୋନାରେ ସଂକ୍ରମିତ ହୋଇ ଆଇସିୟୁରେ ରହିଛନ୍ତି। ରାଜପରିବାରର ସଦସ୍ୟ ତାଙ୍କ ସଂକ୍ରମଣକୁ ନେଇ ପ୍ରଥମେ ସୂଚନା ଦେଇଥିଲେ। ସେହିପରି କିଙ୍ଗ ସଲମାନ ଓ କ୍ରାଉନ ପ୍ରିନ୍ସ ମହମ୍ମଦ ବିନ ସଲମାନ କରୋନା ଭାଇରସଠାରୁ ଦୂରେଇ ରହିବାକୁ ଆଇସୋଲେଶନରେ ଥିବା ଜଣାପଡିଛି। ରାଜ ପରିବାରଙ୍କ ବ୍ୟବହାର ପାଇଁ ଥିବା ଏକ ସ୍ବତନ୍ତ୍ର ହସ୍ପିଟାଲରେ ଅଧିକ ୫ଶହ ବେଡ୍‌ର ବ୍ୟବସ୍ଥା କରାଯାଇଛି। ଫଳରେ ଯଦି ରାଜ ପରିବାରରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ହୁଏ ତେବେ ଏହାର ଚିକିତ୍ସା କରିବାରେ କୌଣସି ଅସୁବିଧା ହେବ ନାହିଁ ବୋଲି କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ୬ ଜୀବନ ନେଲା କରୋନା, ଜାଣନ୍ତୁ କେଉଁ ଜିଲାରୁ କେତେ

ଭୁବନେଶ୍ୱର,୧୩।୭(ବ୍ୟୁରୋ): ରାଜ୍ୟରେ କରୋନା ଯୋଗୁ ଆଉ ୬ ଜଣଙ୍କ ଜୀବନ ଯାଇଛି। ଫଳରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୭୦କୁ ବୃଦ୍ଧି ପାଇଛି। ଏହି ୬ ମୃତକଙ୍କ...

କରୋନାରେ ମୃତ ୫ ଲକ୍ଷ ଲୋକଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ବାଇଡେନ୍‌

ୱାଶିଂଟନ,୨୩ ।୨: କରୋନା ମହାମାରୀରେ ପ୍ରାୟ ଗୋଟିଏ ବର୍ଷ ମଧ୍ୟରେ ଆମେରିକାରେ ପାଖାପାଖି ୫ ଲକ୍ଷରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି । ଏହା ଆମେରିକାବାସୀଙ୍କ...

ଉପରାଷ୍ଟ୍ରପତିଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ

କାବୁଲ, ୯।୯: ଆଫଗାନିସ୍ତାନ ଉପରାଷ୍ଟ୍ରପତି ଅମରୁଲ୍ଲା ସାଲେହଙ୍କ ଉପରେ ବୁଧବାର ସକାଳ ୭ଟା ୩୦ରେ ଆତଙ୍କବାଦୀ ଆକ୍ରମଣ ହୋଇଛି। ଅମରୁଲ୍ଲା ରାଜଧାନୀ କାବୁଲରେ ସୁରକ୍ଷାକର୍ମୀଙ୍କ ସହିତ...

ସାଂସଦ ପାଣ୍ଠିରୁ ସବୁ ଭାଜପା ଏମ୍‌ପି କୋଟିଏ ଦେବେ

ନୂଆଦିଲ୍ଲୀ,୨୯ା୩: କରୋନା ଭାଇରସ୍‌ର ମୁକାବିଲା କରିବା ଲାଗି ସମସ୍ତ ଭାଜପା ଏମ୍‌ପି ସେମାନଙ୍କ ଅଞ୍ଚଳର ବିକାଶ ଲାଗି ଉଦ୍ଦିଷ୍ଟ ବାର୍ଷିକ ବିକାଶ ପାଣ୍ଠି(ଏମ୍‌ପି ଲ୍ୟାଡ୍‌)ରୁ କୋଟିଏ...

ଭାରତରେ ପ୍ରଚଣ୍ଡ

କାଠମାଣ୍ଡୁ, ୫ା୧: ନେପାଳର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଶାସକ କମ୍ୟୁନିଷ୍ଟ ପାର୍ଟିର ବିିଦ୍ରୋହୀ ପୁଷ୍ପ କମଳ ଦହଲ ପ୍ରଚଣ୍ଡ ତାଙ୍କ ସ୍ତ୍ରୀଙ୍କ ଚିକିତ୍ସା ପାଇଁ ସୋମବାର...

ଚାଇନାର ନିରାପତ୍ତା ଆଇନକୁ ବିରୋଧ

ହଂକଂ,୨୫।୫: ହଂକଂରେ ଚାଇନାର ଜାତୀୟ ନିରାପତ୍ତା ଆଇନକୁ ବିରୋଧ କରି ରବିବାର ବହୁସଂଖ୍ୟକ ବିକ୍ଷୋଭକାରୀ ରାସ୍ତାକୁ ଓହ୍ଲାଇଛନ୍ତି। ଏହି ପ୍ରସ୍ତାବିତ ଆଇନ ସହରର ସ୍ବାଧୀନତା ପ୍ରତି...

କ୍ୱାରାଣ୍ଟାଇନ୍‌ରେ ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାନି

ଅହମଦାବାଦ୍‌,୧୫।୪: ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାନି କ୍ୱାରାଣ୍ଟାଇନ୍‌ରେ ରହିବାକୁ ନିଷ୍ପତ୍ତି ନେଇଛନ୍ତି। ସ୍ଥାନୀୟ କଂଗ୍ରେସ ବିଧାୟକ ଇମରାନ୍‌ ଖୋଡଓ୍ବୋଲାଙ୍କ ନମୁନା ରିପୋର୍ଟ କରୋନା ପଜେଟିଭ୍‌ ଆସିବା...

ପଶ୍ଚିମବଙ୍ଗରେ ୩୦ ଯାଏ ଲକ୍‌ଡାଉନ

କୋଲକାତା, ୧।୯(ପି.ଟି.): ପଶ୍ଚିମବଙ୍ଗ ସରକାର କରୋନାଜନିତ ଲକ୍‌ଡାଉନ୍‌କୁ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ବଢ଼ାଇଛନ୍ତି। ସେପ୍ଟେମ୍ବର ୭, ୧୧ ଏବଂ ୧୨ରେ ପଶ୍ଚିମବଙ୍ଗ ସମ୍ପୂର୍ଣ୍ଣ ଲକ୍‌ଡାଉନ ରହିବ...

Advertisement


Archives

Model This Week

Why Dharitri