ମାନବିକତା ଦେଖାଇଲେ ଶିଶୁରୋଗ ବିଶେଷଜ୍ଞ: ବାଟେଘାଟେ କରୁଛନ୍ତି ଶିଶୁଙ୍କ ଚିକିତ୍ସା

କେସିଙ୍ଗା, ୨୪/୮ (ତୁମେଶ୍ୱର ସାହୁ): ଶି ଶୁଙ୍କ ପ୍ରତି ଜଣେ ଡାକ୍ତରଙ୍କ ଅନାବିଳ ମାନବିକତା ଏବେ କେସିଙ୍ଗା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। କଳାହାଣ୍ଡି ଜିଲାକେସିଙ୍ଗା ସହରସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଶିଶୁରୋଗ ବିଶେଷଜ୍ଞ ଡା. ଲଳିତ କୁମାର ଅଗ୍ରୱାଲଙ୍କ ଏଭଳି ମାନବିକ ପଦକ୍ଷେପକୁ ସ୍ଥାନୀୟ ଲୋକେ ପ୍ରଶଂସା କରୁଛନ୍ତି।

ସ୍ୱାସ୍ଥ୍ୟକେନ୍ଦ୍ରରେ ଡ୍ୟୁଟି ଶେଷ କରି ଘରକୁ ଫେରିବା ସମୟରେ ଦୂରଦୂରାନ୍ତରୁ ଆସିଥିବା ଅସୁସ୍ଥ ଶିଶୁଙ୍କୁ ବାଟେଘାଟେ ଦେଖି ଡାକ୍ତର ଅଟକି ଯାଆନ୍ତି। ଶିଶୁଙ୍କୁ ମାଗଣାରେ ପରୀକ୍ଷା କରିବା ସହ ଆବଶ୍ୟକ ଔଷଧ ଲେଖି ଦେଉଥିବା ଜଣାପଡ଼ିଛି। ହସ୍ପିଟାଲରେ ଅଧିକ ଭିଡ଼ ଯୋଗୁ ସମସ୍ତ ରୋଗୀଙ୍କୁ ସମୟ ଦେଇ ଚିକିତ୍ସା କରିବା ସମ୍ଭବ ହୋଇ ନ ଥାଏ। ଏପରି ସ୍ଥିତିରେ ଗରିବ ପରିବାରର ଶିଶୁ କିମ୍ବା ଦୂରଦୂରାନ୍ତରୁ ଆସିଥିବା ଶିଶୁଙ୍କୁ ରାସ୍ତା, ଛକ, ବସ୍‌ଷ୍ଟାଣ୍ଡ କିମ୍ବା ଚା’ ଦୋକାନ ନିକଟରେ ଦେଖିଲେ ମଧ୍ୟ ସେ ଚିକିତ୍ସା କରିଥାଆନ୍ତି।

ସମ୍ପ୍ରତି ହସ୍ପିଟାଲର ନିର୍ଦ୍ଧାରିତ ସମୟ ଶେଷ ହେବା ପରେ ପରିସରରେ ଥିବା ଏସ୍‌ଆର୍‌ ମେଡିକାଲ ନିକଟସ୍ଥ ମୁଖ୍ୟ ରାସ୍ତାରେ ସ୍କୁଟି ଉପରେ ବସି ଜଣେ ଶିଶୁଙ୍କୁ ପରୀକ୍ଷା କରି ଔଷଧ ଲେଖି ଦେଉଥିବାର ଦୃଶ୍ୟ ସାମ୍ନାକୁ ଆସିଛି। ତାଙ୍କର ଏଭଳି ନିଆରା ସେବା ମନୋଭାବକୁ ଦେଖି ସ୍ଥାନୀୟ ଲୋକେ ଡାକ୍ତରଙ୍କୁ ପ୍ରଶଂସା କରୁଛନ୍ତି।

ଏ ସମ୍ପର୍କରେ ଡା. ଲଳିତ କୁମାର ଅଗ୍ରୱାଲଙ୍କୁ ପଚାରିବାରୁ ସେ କହିଥିଲେ, “ମୁଁ ଯଦି ଗୋଟିଏ ଦିନ ଛୁଟିରେ ଘରେ ରହେ, ତେବେ ମୋତେ ମନରେ ଶାନ୍ତି ମିଳେ ନାହିଁ। ଆଜି ମୁଁ ଶିଶୁଙ୍କ ଚିକିତ୍ସା କରିପାରିଲି ନାହିଁ ବୋଲି ଅନୁତାପ ହୁଏ। ସେଥିପାଇଁ ବାଟେଘାଟେ କୌଣସି ଅସୁସ୍ଥ ଶିଶୁଙ୍କୁ ଦେଖିଲେ ପ୍ରଥମେ ତାଙ୍କର ଚିକିତ୍ସା କରିବାକୁ ଚେଷ୍ଟା କରେ। ଏହାଦ୍ୱାରା ମୋତେ ମାନସିକ ଶାନ୍ତି ମିଳେ। ଡାକ୍ତରଙ୍କ ଏଭଳି ନିଷ୍ଠା, ସେବା ମନୋଭାବ ଓ ମାନବିକତା ଅନ୍ୟମାନଙ୍କ ପାଇଁ ମଧ୍ୟ ଏକ ଉଦାହରଣ ପାଲଟିଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଟ୍ରେନ୍‌ରେ ପିଟିହୋଇ ମହିଳା ଗୁରୁତର

ବଲାଙ୍ଗୀର, ୨୪।୮: ବଲାଙ୍ଗୀର ସହର ନିକଟସ୍ଥ ଝୁଜେନପାଲି ରେଳ ଫାଟକଠାରେ ଟ୍ରେନ୍‌ରେ ପିଟି ହୋଇ ଜଣେ ମହିଳା ଗୁରୁତର ହୋଇଛନ୍ତି। ମହିଳା ଜଣକ ପାଟଣାଗଡ଼ ଥାନା ଅନ୍ତର୍ଗତ…

ଝାଡ଼ଖଣ୍ଡ-ରାଉରକେଲା ପୋଲିସର ବଡ଼ ଅପରେଶନ, ଜଙ୍ଗଲରୁ ଜବତ ହେଲା ବିପୁଳ ବିସ୍ଫୋରକ

ରାଉରକେଲା,୨୪।୮: ସୁନ୍ଦରଗଡ଼ ଜିଲା କେ.ବଲାଙ୍ଗ ଥାନା ନିକଟ ଜଙ୍ଗଲରୁ ସୋମବାର ବିପୁଳ ପରିମାଣର ବିସ୍ଫୋରକ ଜବତ ହୋଇଛି। ମାଓବାଦୀମାନେ ଜଙ୍ଗଲରେ ଏହି ବିସ୍ଫୋରକ ଲୁଚାଇ ରଖିଥିବା ଜଣାପଡିଛି।…

ଗଞ୍ଜାମ ତହସିଲରେ କର୍ମଚାରୀ ଅଭାବ : ଏକାଥରକେ ୬ କର୍ମଚାରୀଙ୍କ ବଦଳି, କାର୍ଯ୍ୟ ବାଧାପ୍ରାପ୍ତ

ଗଞ୍ଜାମ, ୨୪।୮ (ବିଦ୍ୟାଧର ସାହୁ): ଗଞ୍ଜାମ ସହରର ଐତିହାସିକ ପୋତାଗଡ଼ ରାସ୍ତାରେ ଅବସ୍ଥିତ ଗଞ୍ଜାମ ତହସିଲ କାର୍ଯ୍ୟାଳୟରେ କର୍ମଚାରୀ ଅଭାବ ଯୋଗୁ ବିଭିନ୍ନ ସରକାରୀ କାର୍ଯ୍ୟ ବାଧାପ୍ରାପ୍ତ…

ଲଗାଣ ବର୍ଷାରେ ଥୁଆମୂଳ ରାମପୁର ବେହାଲ: ଭାଙ୍ଗିଲା ଘର, ସ୍ଥାନୀୟ ଲୋକଙ୍କ ଅଭିଯୋଗ ପରେ ମୁହଁ ଖୋଲିଲେ RI

ଥୁଆମୂଳ ରାମପୁର,୨୪ା୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଓ ଏହାର ଆଖପାଖ ଅଞ୍ଚଳରେ ଲଗାଣ ବର୍ଷା ଯୋଗୁ ସାଧାରଣ ଜୀବନଯାତ୍ରା ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ ହୋଇପଡ଼ିଛି।…

୨,୨୪୮ କୋଟି ତୁରନ୍ତ ଫେରାଅ, ୨୧ ବିଭାଗକୁ ଅର୍ଥ ବିଭାଗର ପତ୍ର

ଭୁବନେଶ୍ୱର,୨୪ା୮(ରବିନାରାୟଣ ଜେନା): ରାଜ୍ୟ ସରକାରଙ୍କ ୨୧ଟି ବିଭାଗ କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନା ଅର୍ଥ ଖର୍ଚ୍ଚ କରିପାରି ନ ଥିବାରୁ ଏବେ ସମସ୍ୟା ସୃଷ୍ଟି ହୋଇଛି। ୨୦୨୫-୨୬ ଆର୍ଥିକବର୍ଷର…

ମନ୍ଦିରକୁ ଯାଇଥିଲେ ମା’, ଫେରିଲା ବେଳକୁ ଝୁଲି ପଡିଥିଲେ ଝିଅ

ଉଦଳା,୨୪।୮(ସନ୍ତୋଷ ବାଛିନୀ): ଘର ଭିତରୁ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ଉଦଳା ଥାନା ଏନଏସି ୧୦ ନମ୍ବର ୱାର୍ଡରେ ଏଭଳି ଅଭାବନୀୟ ଘଟଣା ଘଟିଛି…

ଟ୍ରେନରେ ସୁଟକେସ, ରୋଷେଇ ଘରେ ମଣିଷ ଶରୀରର ଅଙ୍ଗ, ସିସିଟିଭି ଖୋଲିଦେଲା ରହସ୍ୟ

ଆଗ୍ରା,୨୪।୮: କିଛି ଦିନ ପୂର୍ବରୁ, ଆଗ୍ରାରେ ଏକ ଟ୍ରେନରେ ଏକ ସୁଟକେସ ଭିତରେ ପଚିଯାଇଥିବା ଶରୀରର ଅଂଶ ମିଳିବା ସହିତ ଏକ ମାମଲା ସାମ୍ନାକୁ ଆସିଥିଲା। ଏବେ,…

ସରକାରୀ ସେବାରେ ବିଳମ୍ବ ହେଲେ ଅଧିକାରୀଙ୍କୁ ଜରିମାନା, ଦିନକୁ କଟିବ ୨୫୦ ଟଙ୍କା

ଭୁବନେଶ୍ବର,୨୪।୮: ସରକାରୀ ସେବା ପ୍ରଦାନ ବ୍ୟବସ୍ଥାକୁ ଅଧିକ ପାରଦର୍ଶୀ ଓ ଉତ୍ତରଦାୟୀ କରିବା ପାଇଁ ଓଡ଼ିଶା ସରକାର ଏକ ଗୁରୁତ୍ୱପୂର୍ଣ୍ଣ ବ୍ୟବସ୍ଥା ଲାଗୁ କରିଛନ୍ତି । ଏଣିକି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri