କରୋନା ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ସବୁ ବ୍ୟକ୍ତିଙ୍କୁ ହେବନାହିଁ ସଂକ୍ରମଣ !

ନୂଆଦିଲ୍ଲୀ,୩୦।୪: କରୋନା ଭାଇରସ ସଂକ୍ରମଣ ଏବେ ସାରା ବିଶ୍ୱରେ ଏକ ଭୟର ବାତାବରଣ ସୃଷ୍ଟି କରିଛି। ଏହି ମାହାମାରୀ କବଳରେ ଏବେ ସାରା ବିଶ୍ୱ। କରୋନା ସଂକ୍ରମିତଙ୍କୁ ଛୁଇଁଲେ ଏହା ବ୍ୟାପିଥାଏ ବୋଲି ଧାରଣ ରହିଛି। ହେଲେ ନିକଟରେ କରାଯାଇଥିବା ଏକ ଗବେଷଣାରୁ ଜଣାପଡିଛି କି କରୋନା ଭାଇରସରେ ସଂକ୍ରମିତ ଥିବା ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସୁଥିବା ସବୁ ଲୋକଙ୍କୁ କରୋନା ଭୟ ନ ଥାଏ। ଉକ୍ତ ଗବେଷଣା କହୁଛି ଜଣେ କରୋନା ସଂକ୍ରମିତଙ୍କ ସହ ଏକାଠି ରହିବା, ଏକାଠି ଖାଇବା ଓ ଏକାଠି ଯାତ୍ରା କରିବାରେ ରୋଗ ସଂକ୍ରମଣ କରିବାର ଭୟ ଅଧିକ ରହିଛି। ଲାନସେଟରେ ପ୍ରକାଶିତ ଏକ ଗବେଷଣାରେ ଏହା ଦାବି କରାଯାଇଛି। ଏହା ଚାଇନାର ସେନଜେନରେ ଥିବା ସେଣ୍ଟର ଫର୍‌ ଡିଜିଜ କଣ୍ଟ୍ରୋଲ(ସିଡିସି) ଦ୍ୱାରା ଜାନୁୟାରୀ ୧୨-୧୪ ମଧ୍ୟରେ କରାଯାଇଥିବା ଗବେଷଣା। ଯେଉଁ ସମୟରେ ସେନଜେନରେ ୩୯୧ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିଲା ସେହି ସମୟରେ ଏହି ଗବେଷଣା କରାଯାଇଥିବା କୁହାଯାଉଛି। ଏହି ସଂକ୍ରମିତଙ୍କ ସହ ମିଶିଥିବା ଲୋକଙ୍କ ଉପରେ ଅଧ୍ୟୟନ କରାଯାଇ ଏପରି ତଥ୍ୟ ଦିଆଯାଇଛି। ଏହାସହ ଆଉକିଛି କାରଣ ରହିଛି ବୋଲି ମଧ୍ୟ ଗବେଷକମାନେ କହିଛନ୍ତି। ବର୍ଦ୍ଧମାନ ମହାବୀର ମେଡିକାଲ କଲେଜର ଗବେଷକଙ୍କ ମତରେ କରୋନା ସଂକ୍ରମିତ ବ୍ୟକ୍ତି ରହୁଥିବା ଘରେ କେତେଜଣ ରହୁଛନ୍ତି। ଅର୍ଥାତ୍‌ ସ୍ଥାନ ଆକାରରେ କେତେଲୋକ ବସବାସ କରୁଛନ୍ତି। ଏମାନଙ୍କ ମଧ୍ୟରେ କେହି ବରିଷ୍ଠ ନାଗରିକ ଅଛନ୍ତି କି ନା। କେହି ଅନ୍ୟ କୌଣସି ରୋଗରେ ପୀଡ଼ିତ କି ନା ସେ ଦିଗ ପ୍ରତି ମଧ୍ୟ ଧ୍ୟାନ ଦେବା ଜରୁରୀ। କାରଣ ଏପରି ଥିଲେ କରୋନା ସଂକ୍ରମଣ ବ୍ୟାପିବାର ଆଶଙ୍କା ଅଧିକ ବୋଲି ସେମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପେହଲୁ ଖାନ୍‌ ହତ୍ୟା ମାମଲା: ପୁନଃତଦନ୍ତ ନିର୍ଦ୍ଦେଶ ଦେଲେ ଗେହଲଟ

ଜୟପୁର,୧୭ା୮: ବହୁଚର୍ଚ୍ଚିତ ପେହଲୁ ଖାନ୍‌ ଭିଡ଼ହିଂସା ମାମଲାରେ ତଳକୋର୍ଟ ସମସ୍ତ ୬ ଅଭିଯୁକ୍ତଙ୍କୁ ଦୋଷମୁକ୍ତ କରିଦେବା ଘଟଣାକୁ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇବା...

ବିଶ୍ୱ ଜନସଂଖ୍ୟା ଦିବସ: ୮ ବର୍ଷ ପରେ ଭାରତରେ ଦେଖାଯିବ ଜଳ ସଙ୍କଟ

ନୂଆଦିଲ୍ଲୀ,୧୧।୭: ସାରା ବିଶ୍ୱ ଜୁଲାଇ ୧୧କୁ ବିଶ୍ୱ ଜନସଂଖ୍ୟା ଦିବସ ଭାବେ ପାଳନ କରୁଛି। ପ୍ରଥମେ ଏହା ୧୯୮୯ରେ ଜାତିସଂଘ ବିକାଶ କାର୍ଯ୍ୟକ୍ରମର ଗର୍ଭନିଂ କାଉନସିଲ୍‌...

ଅସ୍ଥାୟୀ ଭାବେ ରାଜମହଲ ଛକକୁ ସ୍ଥାନାନ୍ତର ହେଲା ୧ ନଂ ପରିବା ହାଟ

ଭୁବନେଶ୍ୱର,୨୬।୩(ବ୍ୟୁରୋ): କରୋନା ଭୂତାଣୁକୁ ନେଇ ବର୍ତ୍ତମାନ ସାରା ବିଶ୍ୱରେ ଆତଙ୍କ ସୃଷ୍ଟି ହୋଇଛି। ତେଣୁ ସାମାଜିକ ଦୂରତା ବଜାୟ ରଖିବା ସହ କରୋନା ଭୂତାଣୁ ସଂକ୍ରମଣ...

ରାହୁଲଙ୍କ ଘରେ ପୋଲିସ…

ନୂଆଦିଲ୍ଲୀ,୧୯।୩ : ଦିଲ୍ଲୀ ପୋଲିସର ବରିଷ୍ଠ ଅଧିକାରୀମାନେ ରାହୁଲ ଗାନ୍ଧୀଙ୍କ ଘରେ ପହଞ୍ଚିଛନ୍ତି। କଶ୍ମୀରରେ ଭାରତ ଯୋଡୋ ଯାତ୍ରା ସମୟରେ ରାହୁଲଙ୍କ ସହ ତାଙ୍କ ବିବୃତ୍ତି...

ସଡ଼କ ଦୁର୍ଘଟଣାରେ ମନ୍ତ୍ରୀଙ୍କ ପୁଅ ମୃତ

ଲକ୍ଷ୍ନୌ, ୨୬।୬: ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ଉତ୍ତରାଖଣ୍ଡ ସରକାରର ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ଅରବିନ୍ଦ ପାଣ୍ଡେଙ୍କ ପୁଅ ଅଙ୍କୁର। ଏକ ବିବାହ ଭୋଜି...

ଐତିହାସିକ ଦୁର୍ଗରେ ମହୁମାଛି ଆକ୍ରମଣ

ପୁଣେ,୧୪।୩: ପୁଣେର ଜୁନାର ତାଲୁକାରେ ଅବସ୍ଥିତ ଐତିହାସିକ ଶିବନେରୀ ଦୁର୍ଗରେ ମହୁମାଛି ଆକ୍ରମଣରେ ୨୦୦ରୁ ଊଦ୍ଦର୍‌ବ ପର୍ଯ୍ୟଟକ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୫ ଜଣଙ୍କ...

ହିମାଚଳ ପ୍ରଦେଶରୁ ଚିହ୍ନଟ ‘ମଙ୍କିପକ୍ସ’ ଆକ୍ରାନ୍ତଙ୍କ ନାହିଁ ଟ୍ରାଭେଲ୍‌ ହିଷ୍ଟ୍ରି

ସିମ୍‌ଲା,୩୦।୭: ହିମାଚଳ ପ୍ରଦେଶର ସୋଲାନ ଜିଲାରେ ଜଣେ ବ୍ୟକ୍ତି ‘ମଙ୍କିପକ୍ସ’ରେ ଆକ୍ରାନ୍ତ ହୋଇଥିବା ନେଇ ଶୁକ୍ରବାର ସ୍ବାସ୍ଥ୍ୟ ଅଧିକାରୀଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ବ୍ୟକ୍ତିଙ୍କ ନମୁନା...

ଠକେଇ ଅଭିଯୋଗରେ ଭିଡିଓକନ ମାଲିକ ଗିରଫ

ମୁମ୍ବାଇ,୨୬।୧୨: ଆଇସିସିଆଇ ବ୍ୟାଙ୍କ ଠକେଇ ମାମଲାରେ ଭିଡିଓକନ ମାଲିକ ଭେନୁଗୋପାଲ ଧୁତଙ୍କୁ ଗିରଫ କରାଯାଇଛି। ତାଙ୍କୁ ସୋମବାର ମୁମ୍ବାଇରେ ସିବିଆଇ ଗିରଫ କରିଛି। ଭିଡିଓକନ ଋଣ...

Advertisement
Archives

Model This Week