କରୋନା ଯୋଦ୍ଧାଙ୍କ ପିପିଇ ଅସୁରକ୍ଷିତ

ବେଜିଂ,୩।୫: ମହାମାରୀ କରୋନା ସଂକ୍ରମିତଙ୍କୁ ଚିକିତ୍ସା କରୁଥିବା ଡାକ୍ତର ଓ ପାରା ମେଡିକାଲ ଷ୍ଟାଫ୍‌ଙ୍କ ପାଇଁ ବ୍ୟକ୍ତିଗତ ସୁରକ୍ଷା ଉପକରଣ (ପିପିଇ) ଅନିବାର୍ଯ୍ୟ। ଏହାଦ୍ୱାରା ସେମାନେ ଚିକିତ୍ସା କରିବାବେଳେ ନିଜେ କରୋନା ସଂକ୍ରମଣରୁ ରକ୍ଷା ପାଇବେ। ହେଲେ ଏକ ନୂତନ ଅଧ୍ୟୟନ ଅନୁଯାୟୀ, ପିପିଇ ୧୦୦% ସୁରକ୍ଷିତ ନୁହେଁ। ମାସ୍କ, ଗଗଲ୍ସ, ଫେସ୍‌ ସିଲ୍ଡ, ପ୍ରୋଟେକ୍ଟିଭ ଗାଉନ୍‌ ଆଦି ପିପିଇ ଦ୍ୱାରା ଗୁରୁତର ଚର୍ମରୋଗ ସୃଷ୍ଟି ହୋଇପାରେ। ୪୨.୮% ମେଡିକାଲ ଷ୍ଟାଫଙ୍କ ଚର୍ମରେ ପିପିଇ ଦ୍ୱାରା ଗମ୍ଭୀର କ୍ଷତ ହୋଇଥିବା ଉକ୍ତ ଅଧ୍ୟୟନରୁ ଜଣାପଡ଼ିଛି। ଚାଇନା ଗବେଷକମାନଙ୍କ ଦ୍ୱାରା ଉକ୍ତ ଅଧ୍ୟୟନ ରିପୋର୍ଟ ଏକ ପତ୍ରିକା ‘ଆଡ୍‌ଭାନ୍ସେସ୍‌ ଇନ୍‌ ଓ୍ବାଉଣ୍ଡ କେୟାର’ରେ ପ୍ରକାଶ ପାଇଛି। ସେଥିରେ ଗବେଷକମାନେ କହିଛନ୍ତି ଯେ, ଚର୍ମରେ ଯେଉଁ କ୍ଷତ ସୃଷ୍ଟି ହେଉଛି ତାହାଦ୍ୱାରା ମେଡିକାଲ ଷ୍ଟାଫଙ୍କୁ କରୋନା ସଂକ୍ରମଣ ହେବା ଆଶଙ୍କା ବଢ଼ାଉଛି। କାରଣ ଏହାକୁ ଏଡାଇବା ପାଇଁ ପର୍ଯ୍ୟାପ୍ତ ପଦକ୍ଷେପ ଏବଂ ଚିକିତ୍ସାର ଅଭାବ ରହିଛି। ଆମେ ମେଡିକାଲ ଷ୍ଟାଫ୍‌ ବ୍ୟବହାର କରୁଥିବା ପିପିଇର ବିଶେଷତା, ନିବାରକ ସ୍ଥିତି ଓ ଚର୍ମରେ କେତେମାତ୍ରାରେ କ୍ଷତ ସୃଷ୍ଟି ହେଉଛି ତାହା ଯାଞ୍ଚ କରିଥିଲୁ। ଏଥିପାଇଁ ଫେବୃୟାରୀ ୮ରୁ ୨୨ ମଧ୍ୟରେ କରୋନା ଯୋଦ୍ଧା ସାଜିଥିବା ମେଡିକାଲ ଷ୍ଟାଫ୍‌ମାନଙ୍କୁ ନେଇ ଏକ ଅନ୍‌ଲାଇନ ସର୍ଭେ କରିଥିଲୁ। ସେମାନେ ଫୋନ ମାଧ୍ୟମରେ ସ୍ବେଚ୍ଛାକୃତ ଭାବେ ଆମ ପ୍ରଶ୍ନଗୁଡ଼ିକର ଉତ୍ତର ଦେଇଥିଲେ। ସେମାନଙ୍କ ମଧ୍ୟରୁ ୪୨.୮% ଜଣଙ୍କ ଚର୍ମରେ ପିପିଇ ଦ୍ୱାରା ଚାପ ପଡ଼ିବା, ଆର୍ଦ୍ରତା ସୃଷ୍ଟି ହେବା ଏବଂ କଟି କ୍ଷତ ହେବା ଭଳି ୩ ପ୍ରକାରର ଆଘାତ ଲାଗିଛି ବୋଲି ଗବେଷକମାନେ କହିଛନ୍ତି। ଚର୍ମରେ ଆଘାତ ଲାଗିବାର ଏକାଧିକ କାରଣ ରହିଛି। ବିଶେଷକରି ପିପିଇକୁ ଅଧିକ ସମୟ ପିନ୍ଧିବା, ଅତ୍ୟଧିକ ଝାଳ ବାହାରିବା ଏବଂ ଗ୍ରେଡ୍‌-୨ ବଦଳରେ ଗ୍ରେଡ୍‌-୩ ପିପିଇ ବ୍ୟବହାର ଦ୍ୱାରା ଚର୍ମ ନଷ୍ଟ ହେବାର ଆଶଙ୍କା ବଢ଼ିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ପିଏମ୍‌ କେୟାର୍ସ ଫଣ୍ଡ୍‌ରୁ କିଣା ଯାଇଥିବା ୮୦ ଭେଣ୍ଟିଲେଟର ମଧ୍ୟରୁ ୭୧ ଅକାମି…

ନୂଆଦିଲ୍ଲୀ,୧୨।୫: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଯୋଗୁ ସ୍ଥିତି ଅସମ୍ଭାଳ ହେବାରେ ଲାଗିଛି। ଏପରିସ୍ଥଳେ ପିଏମ୍‌ କେୟାର୍ସ ଫଣ୍ଡ୍‌ର କାର୍ଯ୍ୟକାରିତା ଉପରେ ବିରୋଧୀ...

ରାଜ୍ୟରେ ୩୭୪ କରୋନା ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର,୩୦।୧୦(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩୭୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୬୫ ଜଣ ଛୁଆ ଅଛନ୍ତି। ଯେଉଁମାନଙ୍କ...

ସାଂସଦ ପାଣ୍ଠିରୁ ସବୁ ଭାଜପା ଏମ୍‌ପି କୋଟିଏ ଦେବେ

ନୂଆଦିଲ୍ଲୀ,୨୯ା୩: କରୋନା ଭାଇରସ୍‌ର ମୁକାବିଲା କରିବା ଲାଗି ସମସ୍ତ ଭାଜପା ଏମ୍‌ପି ସେମାନଙ୍କ ଅଞ୍ଚଳର ବିକାଶ ଲାଗି ଉଦ୍ଦିଷ୍ଟ ବାର୍ଷିକ ବିକାଶ ପାଣ୍ଠି(ଏମ୍‌ପି ଲ୍ୟାଡ୍‌)ରୁ କୋଟିଏ...

ରୁଷିଆର ବଡ଼ ପରାଜୟ

କ୍ୱିଭ୍‌,୨୪।୩: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ହେବାର ଆଜିକୁ ଏକ ମାସ ବିତିଗଲାଣି। ଫେବୃଆରୀ ୨୪ରେ ଆଜିର ଦିନରେ ରୁଷିଆ ଆର୍ମି ୟୁକ୍ରେନରେ ପ୍ରବେଶ...

ରୁଷିଆ କହୁଛି ଭାକ୍ସିନ ଆଣିଲା

ମସ୍କୋ/ଜେନେଭା,୧୨ା୮ (ଆଇଏଏନ୍‌ଏସ୍‌): ସାରା ବିଶ୍ୱରେ ଲୋକଙ୍କ ଜୀବନ ନେଇଚାଲିଥିବା ଆତଙ୍କ ସୃଷ୍ଟିକାରୀ ମହାମାରୀ କରୋନାର ପ୍ରଥମ ଟିକା ରୁଷିଆ ଉଦ୍ଭାବନ କରିଛି। ମଙ୍ଗଳବାର ସକାଳେ ‘ସ୍ପୁଟନିକ୍‌...

ଦେଶର ପ୍ରଥମ କରୋନା ସଂକ୍ରମିତ ପୁଣିଥରେ କରୋନା କବଳରେ

ଥିରୁଭାନନ୍ତପୁରମ,୧୩ ।୭: ଦେଶରେ କରୋନାର ଦ୍ୱିତୀୟ ଲହର ଚାଲିଥିବା ବେଳେ ସମୟ କ୍ରମେ ଏହା କମ୍ ହେବାରେ ଲାଗିଛି । ହେଲେ କିଛି ରାଜ୍ୟରେ ଏବେବି...

କାର୍‌ରେ ଏକା ଥିଲେ ବି ମାସ୍କ୍‌ ପିନ୍ଧିବା ବାଧ୍ୟତାମୂଳକ

ନୂଆଦିଲ୍ଲୀ,୭।୪: ଦେଶରେ କରୋନାର ସଂକ୍ରମଣ ନେଇ ଆତଙ୍କ ସୃଷ୍ଟି ହୋଇଛି। ଏପରିସ୍ଥଳେ ରାଜଧାନୀ ଦିଲ୍ଲୀର ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ଦିଲ୍ଲୀ...

କରୋନା ଟିକାର ଦ୍ୱିତୀୟ ମାତ୍ରା ନେଲେ ପ୍ରଧାନମନ୍ତ୍ରୀ

ଜେରୁଜେଲମ୍‌,୧୦।୧: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ କରୋନା ଟିକାର ଦ୍ୱିତୀୟ ମାତ୍ରା ନେଇଛନ୍ତି। ଏହା ମଧ୍ୟ ଜାତୀୟ ଟେଲିଭିଜନରେ ସିଧା ପ୍ରସାରଣ କରାଯାଇଥିଲା। ଏହା ବ୍ୟତୀତ...

Advertisement
Archives

Model This Week