କରୋନା ଯୁଦ୍ଧରେ ଉଦାହରଣ ସାଜିଲେ ଜେରୁସ: କର୍ତ୍ତବ୍ୟ ସହ ତୁଲାଉଛନ୍ତି ପରିବାରର ଦାୟିତ୍ୱ, ପ୍ରଶଂସା କଲେ ପୁରୀ ଏସ୍‌ପି

ସାକ୍ଷୀଗୋପାଳ,୨୬।୪(ଡି.ଏନ.ଏ.): କରୋନା ମୁକାବିଲାକୁ ନେଇ ସମ୍ପ୍ରତି ଲକ୍‌ଡାଉନ୍‌ କଟକଣା ଜାରି ରହିଛି। ଏହାକୁ କଡ଼ାକଡ଼ି ଭାବେ ଲାଗୁ କରିବାକୁ ନେଇ ପ୍ରମୁଖ ଭୂମିକା ଗ୍ରହଣ କରିଛି ପୋଲିସ। ରାତିଦିନ ଏକ କରି କାମ କରୁଥିବା ବେଳେ ଅନେକ ବ୍ୟକ୍ତିଗତ ସ୍ବାର୍ଥକୁ ତ୍ୟାଗ କରି ସାମାଜିକ ସ୍ବାର୍ଥକୁ ଗୁରୁତ୍ୱ ଦେଉଥିବା ନଜରକୁ ଆସୁଛି। ଏଥିଯୋଗୁ ଅନେକ ଡାକ୍ତରଙ୍କ ଭଳି ପୋଲିସମାନଙ୍କୁ ‘କରୋନା ଯୋଦ୍ଧା’ ଆଖ୍ୟା ଦେଉଛନ୍ତି। ଏଭଳି ଏକ ନିଆରା ଉଦାହରଣ ହେଉଛନ୍ତି ସତ୍ୟବାଦୀ ଥାନାରେ କାର୍ଯ୍ୟରତ ମହିଳା କନଷ୍ଟେବଳ ଜେରୁସ ମିଞ୍ଜ।

ପୁରୀ ଜିଲା ସତ୍ୟବାଦୀ ଥାନାରେ କାମ କରୁଛନ୍ତି ଜେରୁସ। ତାଙ୍କ ସ୍ବାମୀ ଆଇଆରବିରେ ହାବିଲଦାର ଭାବରେ ଦେଓଘରରେ କାମ କରୁଛନ୍ତି। ରାଉରକେଲା ନିକଟବର୍ତ୍ତୀ ଝରିପାଣିରେ ବୃଦ୍ଧା ଶାଶୁଙ୍କ ପାଖରେ ରହି ପାଠ ପଢ଼ୁଥିବା ଏକମାତ୍ର ଝିଅ ଆଞ୍ଜେଲ ସିନୀ ତିର୍କୀଙ୍କ ଦ୍ୱିତୀୟ ଶ୍ରେଣୀ ପରୀକ୍ଷା ସରିବା ପରେ ସେ ଏବେ ସତ୍ୟବାଦୀରେ ମା’ ସହ ଅଛନ୍ତି । ହେଲେ ଏବେ ୮ ବର୍ଷର ଝିଅକୁ କ୍ୱାର୍ଟରରେ ଏକାକୀ ଛାଡ଼ି ଆସିବା ସମ୍ଭବ ହେଉ ନ ଥିବା ବେଳେ ସେ ମା’ଙ୍କ ସହ ଥାନାକୁ ଆସୁଛନ୍ତି। ଜେରୁସଙ୍କୁ ଥାନାରେ ଡ୍ୟୁଟି କରିବା ସହ ଝିଅର ତୃତୀୟ ଶ୍ରେଣୀ ପାଠ ପ୍ରତି ଧ୍ୟାନ ଦେବାକୁ ପଡୁଛି। କର୍ମଜୀବୀ ଦୁନିଆରେ ତାଙ୍କର ଛୋଟିଆ ପରିବାରଟି ପରସ୍ପରଠାରୁ ଦୁରେଇ ରହୁଥିବା ବେଳେ ଝିଅ ସହ ସମୟ ବିତାଇବାକୁ ଲକ୍‌ଡାଉନ୍‌ ସୁଯୋଗ ଆଣି ଦେଇଛି ବୋଲି କହିଛନ୍ତି ଜେରୁସ। ଥାନାରେ ମହିଳା କନେଷ୍ଟବଳଙ୍କ କର୍ତ୍ତବ୍ୟ ପରାୟଣତାକୁ ପ୍ରଶଂସା କରି ପୁରୀ ଏସ୍‌ପି ଟୁଇଟ୍‌ କରିଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ବଜାରରେ ସରିଯିବ ପିଆଜ! ଦର ବଢ଼ିବା ମଧ୍ୟରେ ସରକାର କହିଲେ…

ନୂଆଦିଲ୍ଲୀ,୨୪।୮: ପିଆଜ ଦର ବଢ଼ୁଥିବା ମଧ୍ୟରେ ଏହାର ଯୋଗାଣ ବଢ଼ାଇବା ପାଇଁ ସରକାର ପଦକ୍ଷେପ ତ୍ୱରାନୱିତ କରିଛନ୍ତି। ସରକାର କହିଛନ୍ତି ଯେ, ଦେଶରେ ବର୍ତ୍ତମାନ ପିଆଜର ପର୍ଯ୍ୟାପ୍ତ…

ଦିଗପହଣ୍ଡିରେ ଶ୍ରୀଗଣେଶ ପୂଜା ମହୋତ୍ସବ ପାଇଁ ଶୁଭଖୁଣ୍ଟି ସ୍ଥାପନ

ଦିଗପହଣ୍ଡି, ୨୪।୮ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ବଜାରସାହି ପୂଜା କମିଟି ପକ୍ଷରୁ ୪୬ତମ ଗଣେଶ ପୂଜା ମହୋତ୍ସବ ନିମନ୍ତେ ସୋମବାର ବଜାର…

କଲମ୍ବୋ ଟେଷ୍ଟରେ ଜୁରେଲଙ୍କ ଅପରାଜିତ ଶତକ, ଦୃଢ଼ ସ୍ଥିତିରେ ଟିମ୍‌ ଇଣ୍ଡିଆ

କଲମ୍ବୋ,୨୪ା୮: ଶ୍ରୀଲଙ୍କା ବିପକ୍ଷରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ କ୍ରିକେଟ ମ୍ୟାଚ୍‌ରେ ଦ୍ୱିତୀୟ ଦିନ ଶେଷ ସୁଦ୍ଧା ଭାରତ ଦୃଢ଼ ସ୍ଥିତିରେ ରହିଛି। ମ୍ୟାଚ୍‌ର ପ୍ରଥମ ଦିନ ଦେବଦତ୍ତ…

ମୋଦିଙ୍କୁ ପ୍ରଶଂସାରେ ପୋତିଲେ ପୁଟିନ: ଦେଲେ ସବୁ ଶ୍ରେୟ

ମସ୍କୋ,୨୪।୮: ମସ୍କୋରେ ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ସୋମବାର ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭେଟିଛନ୍ତି। ଏଠାରେ ଉଭୟ ପକ୍ଷ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ଗଭୀର…

କାନିଜ୍‌ସା ଓପନ୍‌ ଚେସ୍‌ ଟାଇଟଲ ହାସଲ କଲେ ପ୍ରଣେଶ

କାନିଜ୍‌ସା(ହଙ୍ଗେରୀ),୨୪ା୮: ଜର୍ମାନୀର ଭାଦିମ ପେତ୍ରୋଭସ୍କିଙ୍କ ବିପକ୍ଷରେ ଏକ ରୋମାଞ୍ଚକ ବିଜୟ ହାସଲ କରି ଭାରତୀୟ ଗ୍ରାଣ୍ଡମାଷ୍ଟର ପ୍ରଣେଶ ଏମ୍‌ ସମ୍ମାନଜନକ କାନିଜ୍‌ସା ଓପନ ଚେସ୍‌ ଟାଇଟଲ ହାସଲ…

Viral Video! ସେଲଫି ନେବା ବେଳେ ମଞ୍ଚ ଉପରେ ରାହୁଲଙ୍କୁ କିସ୍ କରିଦେଲେ ଯୁବତୀ, ଆଉ ତାପରେ…

ମୁମ୍ବାଇ,୨୪।୮: ମହାରାଷ୍ଟ୍ରର ପୁଣେରେ କଂଗ୍ରେସ ଏମପି ତଥା ଲୋକ ସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଏକ କାର୍ଯ୍ୟକ୍ରମର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି…

ସ୍କୁଲ ଛାତ୍ରୀଛାତ୍ରଙ୍କୁ ନେଉଥିଲେ, ମାଡ଼ି ବସିଲା ପରିବହନ ବିଭାଗ

ବାଙ୍କୀ, ୨୪/୮ (ଶୁଭେନ୍ଦୁ ମହାପାତ୍ର): ଅସୁରକ୍ଷିତ ବସ୍‌ରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ଯାତାୟାତ କରାଯାଉଥିବା ଅଭିଯୋଗରେ କଟକ ପରିବହନ ବିଭାଗ ବାଙ୍କୀ ଅଞ୍ଚଳରୁ ୩ଟି ଗାଡ଼ି ଜବତ କରିଛି।…

ମଙ୍ଗଳବାର ପନିପରିବା ମାର୍କେଟ ବନ୍ଦ ଡାକରା ଦେଲା ଉଠାଦୋକାନୀ ସଂଘ: ସମସ୍ୟା ସମାଧାନ ଦାବି

ଛତ୍ରପୁର, ୨୪।୮ (ଦିଲ୍ଲୀପ ସାମଲ) : ଛତ୍ରପୁର ସହରର ସମସ୍ତ ପନିପରିବା ଦୋକାନ ମଙ୍ଗଳବାର ବନ୍ଦ ନିମନ୍ତେ ଡାକରା ଦିଆଯାଇଛି। ଛତ୍ରପୁର ଉଠାଦୋକାନୀ ସଂଘ ପକ୍ଷରୁ ଦୋକାନୀମାନଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri