କରୋନା ମୁକାବିଲା ଲାଗି ପ୍ରସ୍ତୁତି ବୈଠକ : ପ୍ରତି ପଞ୍ଚାୟତରେ ଖୋଲିବ ଆଇସୋଲେଶନ କେନ୍ଦ୍ର

ରାଇକିଆ,୧୬।୩(ଡି.ଏନ୍‌.ଏ.): କନ୍ଧମାଳ ଜିଲା ରାଇକିଆ ବ୍ଲକ ସଭାଗୃହଠାରେ ସୋମବାର କରୋନା ସମ୍ପର୍କିତ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଗ୍ରାମାଞ୍ଚଳ ଲୋକେ ସଚେତନ ରହିବା ସହ ବାହାର ରାଜ୍ୟ ବିଶେଷକରି କେରଳ ଓ ତାମିଲନାଡୁରୁ ଆସୁଥିବା ଲୋକଙ୍କ ଉପରେ ନଜର ରଖିବାକୁ ଆଲୋଚନା ହୋଇଛି। ଘର ଘର ବୁଲି ଅଙ୍ଗନଓ୍ବାଡି ଓ ଆଶାକର୍ମୀଙ୍କ ଦାରା ଏହି ସଂକ୍ରମଣର ଲକ୍ଷଣ ଓ ପ୍ରତିକାର ସମ୍ପର୍କରେ ବୁଝାଇବା ପାଇଁ ଆଲୋଚନା ହୋଇଥିଲା। ଏଥିସହ ପ୍ରତି ପଞ୍ଚାୟତରେ ଏକ ଆଇସୋଲେଶନ କେନ୍ଦ୍ର ଖୋଲିବା ପାଇଁ ନିଷ୍ପତ୍ତି ହୋଇଛି। ଅନ୍ୟପକ୍ଷରେ ଗୁଜବ ସୃଷ୍ଟି ନ କରି ସତର୍କତା ଅବଲମ୍ବନ ପାଇଁ କୁହାଯାଇଛି। ବିଡିଓ ପ୍ରବୀଣ ବାଣୁଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ରାଇକିଆ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର ରୋନିତ୍‌ ଯୋଗଦେଇ ଏହି ଭାଇରସ୍‌ଠାରୁ କିପରି ଦୂରେଇ ହେବ ଏବଂ ଏହାର ଲକ୍ଷଣ, ପ୍ରତିକାରର ବିଭିନ୍ନ ଦିଗ ସମ୍ବନ୍ଧରେ ସୂଚନା ଦେଇଥିଲେ। ଏହାସହ ବ୍ଲକ ଅଧ୍ୟକ୍ଷା ମାନିନୀ ପ୍ରଧାନ, ଥାନା ଅଧିକାରୀ ଅଲେଖ ଗରଡ଼ିଆ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନ ବେଳେ ମନେପଡ଼େ ମହୁଲପଦା ଗାଁ

କଳିଙ୍ଗନଗର,୧୫ା୨(ଡି.ଏନ.ଏ.):ଧାତବ ଶିଳ୍ପର ରାଜଧାନୀ ଯାଜପୁର ଜିଲାର କଳିଙ୍ଗନଗର ଶିଳ୍ପାଞ୍ଚଳ ସଂଲଗ୍ନ ପଞ୍ଚାୟତ ମଧ୍ୟରୁ ଯଖପୁରା ଅନ୍ୟତମ। ଏହି ପଞ୍ଚାୟତର ମହୁଲପଦା ଗଁାକୁ ଦେଖିଲେ ତାହା ବିକାଶ...

ଜେଲ ଓ୍ବାର୍ଡରଙ୍କୁ ଚାପିଦେଲା ହାଇଓ୍ବା

କାମାକ୍ଷାନଗର,୮।୩(ଡି.ଏନ.ଏ.) – ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ଜିରିଡ଼ାମାଳି ଛକରେ ଶନିବାର ମଧ୍ୟାହ୍ନରେ ଲୋମଟାଙ୍କୁରା ଦୁର୍ଘଟଣା ଘଟିଛି। ୫୩ନଂ. ଜାତୀୟ ରାଜପଥ ସମ୍ପ୍ରସାରଣ କାର୍ଯ୍ୟରେ ନିୟୋଜିତ...

ଦାୟିତ୍ୱ ନ ନେବାରୁ ଦୟନୀୟ

ଛେଣ୍ଡିପଦା,୪।୧୧(ସ୍ବ.ପ୍ର.) ଦୀର୍ଘବର୍ଷ ହେଲା ମରାମତି ହୋଇନି ଦୁଇ ଜିଲାର ସୀମାନ୍ତ ରାସ୍ତା। ଫଳରେ କେଉଁସ୍ଥାନରେ ଏହା ଦବି ଯାଇଛି ତ ଆଉ କେଉଁଠି ଲମ୍ବା ଫାଟ...

ପୁରୀ ସହରରେ ୨ କରୋନା ଆକ୍ରାନ୍ତ ଚିହ୍ନଟ ପରେ ରେଣୁକା ଗଳିକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କଲା ପ୍ରଶାସନ

ପୁରୀ ଅଫିସ, ୧୧।୫: ପୁରୀ ସହରରୁ ୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଜିଲା ପ୍ରଶାସନ ତତ୍ପର ହୋଇପଡ଼ିଛି। ଆକ୍ରାନ୍ତ ରହୁଥିବା ସମୂଦ୍ର...

ଯେଉଁଘରେ ପଡ଼ିଥିଲା ବିବାହ ପ୍ରସ୍ତାବ, ସେହି ଘର କୁଅରୁ ମିଳିଲା ମୃତଦେହ

ଖୋର୍ଦ୍ଧା ଅଫିସ,୩୦।୮: ଖୋର୍ଦ୍ଧା ଜିଲା ବାଣପୁର ଥାନା ଅନ୍ତର୍ଗତ ରଘୁନାଥପୁର ଗ୍ରାମରେ ସୋମବାର ଏକ ଅଭାବନୀୟ ଘଟଣା ଘଟିଛି। ଯେଉଁ ଘରେ ଯୁବକଙ୍କ ବିବାହ ପ୍ରସ୍ତାବ...

କରଜଦାତାଙ୍କ ନିର୍ଯାତନା ସହି ନ ପାରି ମହିଳାଙ୍କ ଆତ୍ମହତ୍ୟା

ସୁନାବେଡ଼ା,୨୮ା୪: ଜଣେ ବ୍ୟକ୍ତି କରିଥିବା କରଜ ତାଙ୍କ ପରିବାର ପାଇଁ ଭାରି ପଡିଛି। ଏଥିପାଇଁ ତାଙ୍କ ସ୍ତ୍ରୀଙ୍କୁ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେବାକୁ ପଡିଛି।...

କୃଷ୍ଣପ୍ରସାଦରେ ଲାଗିଲା ଆଣ୍ଡାମାନ ବୋଟ

ବ୍ରହ୍ମଗିରି/କୃଷ୍ଣପ୍ରସାଦ,୨୬।୧୦(ଡି.ଏନ୍‌.ଏ.): ଆଣ୍ଡାମାନ ଦ୍ବୀପରେ ବ୍ୟବସାୟ କରୁଥିବା ଏକ ବୋଟ ସାମୁଦ୍ରିକ ଝଡ଼ରେ ବାଟବଣା ହୋଇ ଗୁରୁବାର ରାତିରେ ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ଖିରିସାହି...

ଗଞ୍ଜାମରେ କରୋନା କଟକଣା କୋହଳ: ଜିଲାପାଳ

ଛତ୍ରପୁର,୨୪ା୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ କରୋନା କଟକଣା ସାମାନ୍ୟ କୋହଳ ହୋଇଛି। ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଟୁଇଟ୍‌ କରି ସୂଚନା ଦେଇଛନ୍ତି ଯେ, ସୋମବାରଠାରୁ ଶୁକ୍ରବାର...

Advertisement
Archives

Model This Week