କରୋନା ମୁକାବିଲା ଲାଗି ଜୀଉରା ଗ୍ରାମରେ ସଚେତନତା ବୈଠକ

ପାଟପୁର,୨୫।୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଜୀଉରା ଗ୍ରାମ ହାଇସ୍କୁଲ ପରିସରରେ କରୋନା ମୁକାବିଲା ଲାଗି ବୁଧବାର ଏକ ସଚେତନତା ବୈଠକ ଅନୁଷ୍ଠିତ ହୋଇଯାଇଛି l ପ୍ରତ୍ୟେକ ଦିନ ବାହାର ରାଜ୍ୟ ଫେରନ୍ତାମାନେ ବହୁ ସଂଖ୍ୟାରେ ଆସୁଛନ୍ତି। ବିଶେଷକରି ଜୀଉରା ଅଞ୍ଚଳରୁ ଯାଇ କେରଳ, ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ରର ବିଭିନ୍ନ କମ୍ପାନୀରେ କାମ କରୁଥିବା ଶ୍ରମିକମାନେ ଘରକୁ ଫେରୁଛନ୍ତି । ଏହାକୁ ନେଇ ପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସେମାନଙ୍କ ସମ୍ପୂର୍ଣ୍ଣ ତଥ୍ୟ ରଖାଯିବା ସହ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ କରାଯାଉଛି। ସେମାନଙ୍କୁ ବାହାରକୁ ନ ବାହାରି ଘରେ ରହିବାକୁ ପରାମର୍ଶ ଦିଆଯାଇଛି। ଗ୍ରାମାଞ୍ଚଳରେ କରୋନା ସମ୍ପର୍କିତ ସଚେତନତାକୁ ତ୍ୱରାନ୍ବିତ କରାଯାଇଛି। ଜୀଉରା ପଞ୍ଚାୟତରେ ଅସ୍ଥାୟୀ ସ୍ବାସ୍ଥ୍ୟ ଶିବିର ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି । ଏହି ବୈଠକରେ ଶ୍ରୀଚନ୍ଦନପୁର ଆର୍‌ଆଇ ରତ୍ନାକର ସ୍ବାଇଁ, ନୋଡାଲ ଅଫିସର ଜିଆର୍‌ଏସ୍‌ ବଳରାମ ତ୍ରିପାଠୀ ଓ ସାନଖେମୁଣ୍ଡି ପୂର୍ବତନ ବ୍ଲକ ଅଧ୍ୟକ୍ଷ ଲକ୍ଷ୍ମୀ ଚରଣ ପାତ୍ର, ସମିତି ସଭ୍ୟ ରଘୁନାଥ ସାହୁ ଏବଂ ଅଙ୍ଗନଓ୍ବାଡି, ଆଶା କର୍ମୀ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅବକାରୀ ଚଢାଉ: ୭ ଗିରଫ

ବଇଣ୍ଡା,୨୮।୬(ଡି.ଏନ.ଏ.)-ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ଥାନା ବିଭିନ୍ନ ଗ୍ରାମରେ ଶୁକ୍ରବାର ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ ୬୫ ଲିଟର ଦେଶୀ ମଦ କରାଯାଇଛି। ଏହି ଘଟଣାରେ...

ବୌଦ୍ଧ ଜିଲାର କୋଭିଡ୍‌-୧୯ ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା

ବୌଦ୍ଧ, ୯ା୪(ସ୍ବ.ପ୍ର) କରୋନା ଭାଇରସ ସଂକ୍ରମଣର ମୁକାବିଲା ପାଇଁ ବୌଦ୍ଧ ଜିଲାର ପ୍ରଶାସନିକ ଅଧିକାରୀ, ଡାକ୍ତର ଓ ସ୍ବାସ୍ଥ୍ୟ ବିଭାଗୀୟ କର୍ମଚାରୀ, ପୋଲିସ, ଗଣମାଧ୍ୟମ ଏବଂ...

ପୁରୁଣା ଜିଲା ମୁଖ୍ୟ ଡାକ୍ତରଖାନାରେ ପୂର୍ଣ୍ଣାଙ୍ଗ ସ୍ବାସ୍ଥ୍ୟସେବା ଦାବି: ସପ୍ତାହବ୍ୟାପୀ ଧାରଣାରେ ବସିବ ବରଗଡ଼ ଏକତା ମଞ୍ଚ

ବରଗଡ଼ ଅଫିସ,୧୭।୨: ବରଗଡ଼ ସହରରେ ରହିଥିବା ପୁରୁଣା ଜିଲା ମୁଖ୍ୟ ଡାକ୍ତରଖାନାରେ ପୂର୍ଣ୍ଣାଙ୍ଗ ସ୍ବାସ୍ଥ୍ୟସେବା ଯୋଗାଇଦେବା ଦାବିରେ ପୁଣି ଅସନ୍ତୋଷ ପରିଲକ୍ଷିତ ହୋଇଛି। ରବିବାର ସନ୍ଧ୍ୟାରେ...

୫୨ କି.ମି. ଦୂରତାରେ ପାଣିକୋଇଲି-ମଙ୍ଗୁଳି ଟୋଲଗେଟ୍‌ : ବେଆଇନ ଭାବେ କୋଟି କୋଟି ଟଙ୍କା ଆଦାୟ

ଯାଜପୁର ଅଫିସ,୩୦ା୯: ସମ୍ପ୍ରତି କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ପାଳନ କରିବାକୁ ଯାଇ ରାଜ୍ୟ ସରକାର ନୂଆ ପରିବହନ ଆଇନକୁ କଡାକଡ଼ି କରିଛନ୍ତି। ଆରଟିଓରେ ନିୟୋଜିତ ଦଲାଲଙ୍କୁ...

ରେଢ଼ାଖୋଲ ବନଖଣ୍ଡରେ ଦନ୍ତା ହାତୀର ଗଳିତ ମୃତଦେହ ଉଦ୍ଧାର

ରେଢ଼ାଖୋଲ,୨୩।୧୦(ଡି.ଏନ୍‌.ଏ.): ସମ୍ବଲପୁର ଜିଲା ରେଢ଼ାଖୋଲ ବନଖଣ୍ଡର ବଡ଼ମାଳ ରେଞ୍ଜ ଅଧୀନ ଭାଲିଆକଟା ପଞ୍ଚାୟତର ବଡ଼ବପାଟି ଗ୍ରାମ୍ୟ ଜଙ୍ଗଲରେ ଏକ ଦନ୍ତାହାତୀର ମୃତ୍ୟୁ ଘଟିଛି। ବନବିଭାଗ ଉକ୍ତ...

ମାନବିକତା ଦେଖାଇଲେ ଆମ୍ବୁଲାନ୍ସ କର୍ମଚାରୀ: ୬୧ ହଜାରୁ ଊର୍ଦ୍ଧ୍ୱ ଟଙ୍କା ଫେରାଇଦେଲେ

ରାୟଗଡା ଅଫିସ,୩୧।୩: ଜଣେ ଦୁର୍ଘଟଣା ଗ୍ରସ୍ତ ବାଇକ ଆରୋହୀଙ୍କୁ ୬୧ହଜାର ୧୬୦ ଫେରାଇ ନିଜର ମାନବିକତା ଦେଖାଇଛନ୍ତି ୧୦୮ ଆମ୍ବୁଲାନ୍ସ କର୍ମଚାରୀ। ଏଭଳି ଏକ ଘଟଣା...

୫୭ ଶ୍ରମିକଙ୍କୁ ନିଜ ରାଜ୍ୟକୁ ପଠାଇଲା ପ୍ରଶାସନ

ମାଲକାନଗିରି,୧୭ା୫(ଡି.ଏନ୍‌.ଏ.)-ଝାଡ଼ଖଣ୍ଡ,ପଶ୍ଚିମବଙ୍ଗ ଓ ବିହାରକୁ ୫୭ଜଣ ଶ୍ରମିକ ସାଇକେଲ ଯୋଗେ ଯାଉଥିବା ଜିଲା ପ୍ରଶାସନ ନଜରକୁ ଆସିବା ପରେ ସେମାନଙ୍କୁ ରବିବାର ଏକ ସ୍ବତନ୍ତ୍ର ବସ୍‌ ଯୋଗେ...

ବାର୍‌ହା ଆକ୍ରମଣରେ ୨ ଚାଷୀ ଗୁରୁତର

ମହାକାଳପଡ଼ା,୬ା୧୨(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବରକନ୍ଧା ପଞ୍ଚାୟତର ଷାଠିଏବାଟି ଗ୍ରାମର ପ୍ରମୋଦ ସାମଲ (୫୮), କୌଳାସ ବେହେରା(୫୫) ଆଖଡ଼ାଶାଳୀ ଯୋର ନିକଟ ଖେଣ୍ଟା ଜମିରୁ...

Advertisement
Archives

Model This Week