କରୋନା ମୁକାବିଲା ପ୍ରସ୍ତୁତିର ସମୀକ୍ଷା କଲେ ଜିଲାପାଳ

ପୁରୀ ଅଫିସ/କୋଣାର୍କ (ଡି.ଏନ୍‌.ଏ.),୧୦ା୪: କରୋନା ମୁକାବିଲା ନେଇ ଜିଲାର ବିଭିନ୍ନ ଅଞ୍ଚଳରେ ପ୍ରସ୍ତୁତି କେମିତି ରହିଛି ତାହାର ସମୀକ୍ଷା କରିଛନ୍ତି ପୁରୀ ଜିଲାପାଳ ବଲୱନ୍ତ ସିଂ। ଗୁରୁବାର ଜିଲାପାଳ କରୋନା ସଚେତନତା ସମ୍ପର୍କିତ ପ୍ରସ୍ତୁତିର ସମୀକ୍ଷା ନିମନ୍ତେ ଅସ୍ତରଙ୍ଗ ଓ କାକଟପୁର ବ୍ଲକ ଗସ୍ତ କରିଥିଲେ। ପ୍ରଥମେ ଜିଲାପାଳ କାକଟପୁର ବାଙ୍ଗୁରିଙ୍ଗାସ୍ଥିତ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରିଥିଲେ। ସେଠାରେ କରୋନା ୱାର୍ଡ ବୁଲିଥିଲେ। ସେଠାରେ ଥିବା ବ୍ୟବସ୍ଥା ଓ କର୍ମଚାରୀଙ୍କ ସମ୍ପର୍କରେ ମଧ୍ୟ ପଚାରି ବୁଝିଥିଲେ। ପ୍ରତ୍ୟେକ ସ୍ଥାନରେ ସାମାଜିକ ଦୂରତା ବଜାୟ ରଖିବା ଏବଂ ମାସ୍କ ବ୍ୟବହାର ବାଧ୍ୟତାମୂଳକ ସମ୍ପର୍କିତ ପରାମର୍ଶ ଦେଇଥିଲେ। ଅଧିକ ଗହଳି ହେଉଥିବା ହାଟ ବଜାରରେ ସାମାଜିକ ଦୂରତା ଏବଂ ସ୍ବଚ୍ଛତାକୁ ସୁନିଶ୍ଚିତ କରିବା ନିମନ୍ତେ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ପରେ ପୁରୀ ଏବଂ ଜଗତ୍‌ସିଂହପୁର ମଧ୍ୟ ଜିଲା ସୀମା ସିଲ୍‌ ହୋଇଥିବା ଅଞ୍ଚଳ ଶିଖରଘାଟ ବୁଲି ଦେଖିଥିଲେ। ଏହାପରେ ଜିଲାପାଳ ଅସ୍ତରଙ୍ଗ ଯାଇଥିଲେ। ସେଠାରେ କରୋନା ମୁକାବିଲା ନିମନ୍ତେ ହୋଇଥିବା ବିଭିନ୍ନ ପ୍ରସ୍ତୁତିର ସମୀକ୍ଷା କରିଥିଲେ। ଲୋକମାନେ ଯେପରି ଠିକ୍‌ ଭାବେ ଲକ୍‌ଡାଉନ ନିୟମ ମାନିବେ ସେ ନେଇ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ପରେ କୋଣାର୍କ ସ୍ବାସ୍ଥ୍ୟକେନ୍ଦ୍ର ଯାଇ କରୋନା ମୁକାବିଲା ନିମନ୍ତେ ସେଠାକାର ବିଭିନ୍ନ ପ୍ରସ୍ତୁତି ସମ୍ପର୍କରେ ଡାକ୍ତର ଓ କର୍ମଚାରୀଙ୍କ ସହ ଆଲୋଚନା କରିଥିଲେ। ସେହିପରି ଜିଲାପାଳ କୋଣାର୍କ ଶିଶୁ ଓ ମାତୃ ମଙ୍ଗଳ ହସ୍ପିଟାଲରେ ଖୋଲା ଯାଇଥିବା ଆଇସୋଲେଶନ ସେଣ୍ଟର ବୁଲି କାର୍ଯ୍ୟ ଅନୁଧ୍ୟାନ କରିବା ସହ କରୋନା ନେଇ ସ୍ଥାନୀୟ ପ୍ରଶାସନ ପକ୍ଷରୁ ନିଆଯାଇଥିବା ପଦକ୍ଷେପର ସମୀକ୍ଷା କରିଥିଲେ। କୋଣାର୍କ ମାଛ ମାର୍କେଟ ସିଲ ସମ୍ପର୍କରେ ଅବଗତ ହୋଇଥିଲେ। ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିବା ପାଇଁ ସେ କହିଥିଲେ। ଜିଲାପାଳଙ୍କ ଏହି ଗସ୍ତ ସମୟରେ ଉପଜିଲାପାଳ ଭବତାରଣ ସାହୁ, ଜିଲାପରିଷଦ ଅଧ୍ୟକ୍ଷ ଜ୍ୟୋର୍ତିମୟ ଦଳାଇ, ସମ୍ପୃକ୍ତ ବିଡିଓ, ତହସିଲଦାର, ଥାନା ଅଧିକାରୀ, ମେଡିକାଲ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦେଶରେ ଅକ୍ସିଜେନ ଅଭାବରୁ ୧୫୦ ଲୋକଙ୍କ ମୃତ୍ୟୁ

ନୂଆଦିଲ୍ଲୀ,୧୩।୫: ଦେଶରେ କରୋନା ଭାଇରସ୍‌ ସଂକ୍ରମଣର ଦ୍ୱିତୀୟ ଲହର ଜାରି ରହିଛି। କରୋନାର ଏହି ନୂଆ ଷ୍ଟ୍ରେନ୍‌ ସାଂଘାତିକ ହୋଇଥିବା ବେଳେ ଇତିମଧ୍ୟରେ ଦେଶରେ ଅକ୍ସିଜେନର...

ଜୟପୁରରେ ଭାଜପାର ସିଏଏକୁ ସମର୍ଥନ ରାଲି: ଯୋଗ ଦେଲେ ରୂପା ଗାଙ୍ଗୁଲୀ

ଜୟପୁର,୨୨।୧(ଡି.ଏନ୍‌.ଏ.): ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ରାଜ୍ୟ ସଭା ଏମ୍‌ପି ରୂପା ଗାଙ୍ଗୁଲୀ ବୁଧବାର କୋରାପୁଟ ଜିଲା ଜୟପୁର ଯାତ୍ରା କରିଛନ୍ତି। ସେଠାରେ ନାଗରିକତ୍ୱ...

ବିଭିନ୍ନ ଶିକ୍ଷାନୁଷ୍ଠାନରେ ଗୁରୁଦିବସ

ଦିଗପହଣ୍ଡି,୫ା୯(ଡି.ଏନ୍‌.ଏ.): ଦିଗପହଣ୍ଡି ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ସମେତ ବିଭିନ୍ନ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନରେ ପ୍ରତିବର୍ଷ ଭଳି ଚଳିତବର୍ଷ କୋଭିଡ୍‌ କଟକଣା ମଧ୍ୟରେ ଗୁରୁଦିବସ ପାଳନ...

ଭାଇଙ୍କୁ ହାଣିଲେ ଭାଇ

ଭୁବନେଶ୍ୱର,୧୨ା୫(ବ୍ୟୁରୋ): ବାଲିପାଟଣା ଥାନା ସରାଟ ଗ୍ରାମରେ ଏକ ଅଭାବନୀୟ କାଣ୍ଡ ଘଟିଛି। ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଭାଇଙ୍କୁ ହାଣିଛନ୍ତି ଆଉ ଜଣେ ଭାଇ। ଫଳରେ...

ବାଇପାସ୍‌ ଛକରେ ଘଣ୍ଟାଏ ରାସ୍ତାରୋକ

ଡେଙ୍କାନାଳ ଅଫିସ୍‌,୧୮।୪: ଢେଙ୍କାନାଳ ସଂସଦୀୟ କ୍ଷେତ୍ର ମଧ୍ୟଦେଇ ଯାଇଥିବା ୫୫ ଓ ୧୪୯ ନମ୍ବର ଜାତୀୟ ରାଜପଥ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବାରେ ଅହେତୁକ ବିଳମ୍ବ...

କେନ୍ଦୁଝରରେ ଡବଲ ମର୍ଡର

କେନ୍ଦୁଝର,୧୧ା୧୨(ସ୍ବ.ପ୍ର.): ଦୈତାରୀ ଥାନା ଅନ୍ତର୍ଗତ ରାସୋଳ ଗ୍ରାମରେ ଶନିବାର ରାତିରେ ଦମ୍ପତିଙ୍କୁ ହାଣି ହତ୍ୟା କରାଯିବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ସେମାନେ ଘର...

୪ ପୁଅ ଥାଇ ବି ବେସାହାରା

ବାଲେଶ୍ୱର ଅଫିସ,୧୬।୧- ବାଲେଶ୍ୱର ଜିଲା ଖଇରା ବ୍ଲକ ନନ୍ଦୁର ପଞ୍ଚାୟତ ରୁଡ଼ିଙ୍ଗିଆ ଗ୍ରାମର ହରେକୃଷ୍ଣ ନାୟକ(୮୭)। ୪ ପୁଅ ଥିବା ସତ୍ତ୍ୱେ ଭରଣପୋଷଣ ପାଇବା ତ...

ମନୋଜ ଜେନା ହତ୍ୟା ମାମଲା: ମୁଖ୍ୟ ଅଭିଯୁକ୍ତ ଭାଲୁ ଗିରଫ

ବ୍ରହ୍ମପୁର ଅଫିସ,୨୯ା୬: ଆସିକା ବିଧାନସଭା ଆସନର କଂଗ୍ରେସ ପ୍ରାର୍ଥୀ ତଥା ମଦ ବ୍ୟବସାୟୀ ମନୋଜ ଜେନାଙ୍କୁ ଗୁଳିକରି ହତ୍ୟା ଘଟଣାରେ ବ୍ରହ୍ମପୁର ପୋଲିସ ଶୁକ୍ରବାର ମୁଖ୍ୟ...

Advertisement
Archives

Model This Week