Posted inଜାତୀୟ

କରୋନା ଭୟ: ବିଲେଇକୁ ଦେଶାନ୍ତର କରାଗଲା

ଚେନ୍ନାଇ,୪ା୩: ବିଶ୍ୱବ୍ୟାପୀ ଏବେ କରୋନା ଭାଇରସ୍‌ ଆତଙ୍କ। ଚାଇନାରୁ ମାଡ଼ି ଏବେ ୬୬ ଦେଶକୁ ଏହା ବ୍ୟାପିଲାଣି। ଭାରତ ବି ଏଥିରୁ ବାଦ୍‌ ପଡ଼ିନି। ଚାରିଆଡ଼େ ଏହାକୁ ଦେଇ ଭୟ ଲାଗିରହିଥିବା ବେଳେ ୨୦ ଦିନ ତଳେ ଚାଇନାରୁ ଏକ କଣ୍ଟେନର୍‌ରେ ଭୁଲବଶତଃ ଚେନ୍ନାଇ ଚାଲି ଆସିଥିବା ବିଲେଇକୁ ପୁଣି ଚେନ୍ନାଇ ବନ୍ଦରରୁ ସେଠାକୁ ପଠାଇ ଦିଆଯାଇଛି। କାରଣ ହେଉଛି, ବିଲେଇଟି କାଳେ କରୋନା ସଂକ୍ରମଣ ହୋଇଥିବ। ପେଟା ଇଣ୍ଡିଆର ଅନୁରୋଧ କ୍ରମେ ଏଭଳି କରାଯାଇଛି। ତେବେ ଗୃହପାଳିତ ଜୀବଙ୍କୁ କରୋନା କବଳିତ କରିପାରେ ନାହିଁ ବୋଲି ଆମେରିକା ପକ୍ଷରୁ ସଫେଇ ଦିଆଯାଇଛି। ତେବେ ସେ ଯାହାହେଉ, ଦୀର୍ଘ ୨୦ ଦିନର ଯାତ୍ରାରେ କିଛି ନ ଖାଇ ବିଲେଇଟି କିପରି ବଞ୍ଚିଲା, ତାକୁନେଇ ପ୍ରଶ୍ନ ଉଠିଛି। ସିଙ୍ଗାପୁର, କଲମ୍ବୋ ଆଦି ସ୍ଥାନରେ ଜାହାନରେ ଚାଲିଆସିଥିବା ଏହି ବିଲେଇ ମାଲ୍‌ ଲୋଡ୍‌, ଅନ୍‌ଲୋଡ୍‌ ବେଳେ ଆଉ କେଉଁଠାରୁ ଚାଲିଆସିନି ତ? ତାକୁନେଇ ମଧ୍ୟ ପ୍ରଶ୍ନ ଉଠିଛି। ଚାଇନାରେ ବିଲେଇକୁ ମାଂସ ଓ ଚମଡ଼ା ପାଇବା ଲାଗି ହତ୍ୟା କରାଯାଇଥାଏ। ତେଣୁ ବିଲେଇର ଦେଶାନ୍ତର କରା ନ ଯାଇ ତା’ର ଚିକିତ୍ସା କରାଯିବା ଉଚିତ୍‌ ହୋଇଥାନ୍ତା ବୋଲି କେତେକ ସଫେଇ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲକ୍ଷ୍ନୌରେ ମତଦାନ ପୂର୍ବରୁ ରାଜନୈତିକ ହଇଚଇ: ଅଖିଳେଶଙ୍କୁ ଭେଟିଲେ ଭାଜପା ଏମ୍‌ପି ରୀତା ବହୁଗୁଣାଙ୍କ ପୁଅ ମୟାଙ୍କ

ଲକ୍ଷ୍ନୌ,୨୩।୨: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନର ଚତୁର୍ଥ ପର୍ଯ୍ୟାୟରେ ବୁଧବାର ଲକ୍ଷ୍ନୌ ସମେତ ୯ଟି ଜିଲାରେ ମତଦାନ ଜାରି ରହିଛି। ୯ଟି ଜିଲାର ୫୯ଟି ବିଧାନସଭା ଆସନ...

୧୦ରୁ ୪୯ ଶଯ୍ୟା ବିଶିଷ୍ଟ ନର୍ସିଂ ହୋମରେ ହେବ କୋଭିଡ-୧୯ର ଚିକିତ୍ସା

ନୂଆଦିଲ୍ଲୀ,୧୪।୬: ରାଜଧାନୀ ଦିଲ୍ଲୀରେ ବେଳକୁ ବେଳ କରୋନା ସ୍ଥିତି ବିଗିଡିବାରେ ଲାଗିଛି। ଏହାର ମୁକାବିଲା କରିବାକୁ ଏବେ ରୋଗୀଙ୍କ ପାଇଁ ବେଡ୍‌ର ଆବଶ୍ୟକତା ଜରୁରୀ ହୋଇପଡିଛି।...

ଯୁବତୀଙ୍କୁ ନେଇ ଫେରାର ହୋଇଥିବା ବିବାହିତ ବ୍ୟକ୍ତି ଜମା କରିବେ ପୋଲିସଙ୍କ ଖୋଜିବା ଖର୍ଚ୍ଚର ଅଧା, ହାଇକୋର୍ଟଙ୍କ ନିର୍ଦ୍ଦେଶ…

ଅହମଦାବାଦ, ୨୦।୪ : ଗୁଜୁରାଟ ହାଇକୋର୍ଟ ଏକ ନିଆରା ନିର୍ଦ୍ଦେଶ ଦେଇଛନ୍ତି। ଜଣେ ବିବାହିତ ବ୍ୟକ୍ତି ଯୁବତୀଙ୍କୁ ସାଙ୍ଗରେ ନେଇ ଫେରାର ହୋଇ ଯାଇଥିଲେ। ତାଙ୍କୁ...

ଉଦ୍ଧବଙ୍କ ଘରେ କେସିଆର୍‌

ମୁମ୍ବାଇ,୨୦।୨: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ(କେସିଆର୍‌) ବିରୋଧୀ ମେଣ୍ଟକୁ ଅଧିକ ଶକ୍ତିଶାଳୀ କରିବାକୁ ପ୍ରୟାସ ଆରମ୍ଭ କରିଦେଇଛନ୍ତି। କେସିଆର୍‌ ରବିବାର ମୁମ୍ବାଇରେ ପହଞ୍ଚି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ...

କରୋନାଠାରୁ ଭୟଙ୍କର ଏହି ରୋଗ: ପ୍ରତିବର୍ଷ ସବୁଠାରୁ ଅଧିକ ଏଥିରେ ଘଟୁଛି ମୃତ୍ୟୁ

ନୂଆଦିଲ୍ଲୀ, ୫।୮: କରୋନା ସମଗ୍ର ବିଶ୍ୱରେ କାୟା ମେଲାଇ ସାରିଲାଣି। ପ୍ରତିଦିନ ଏହି ରୋଗରେ ଲକ୍ଷ ଲକ୍ଷ ଲୋକ ଆକ୍ରାନ୍ତ ହେଉଥିବା ବେଳେ ମୃତ୍ୟୁ ସଂଖ୍ୟା...

ପାକିସ୍ତାନ-ଚାଇନାରୁ ଭାରତକୁ ଆସୁଛି ଡ୍ରଗ୍ସ୍‌

ନୂଆଦିଲ୍ଲୀ, ୧୪।୯: ଦେଶରେ ଡ୍ରଗ୍ସ୍‌ କାରବାର ଯୋଗୁ ଯୁବପିଢ଼ିଙ୍କ ଉପରେ ନକରାତ୍ମକ ପ୍ରଭାବ ପଡୁଛି। ପାକିସ୍ତାନ ଏବଂ ଚାଇନାରୁ ଭାରତକୁ ଚୋରାରେ ଡ୍ରଗ୍ସ୍‌ ଆସୁଛି। ଏନେଇ...

ହିଜାବ୍‌ ପରେ ବାଇବେଲ ବିବାଦ…

ବେଙ୍ଗାଲୁରୁ, ୨୫।୪ : କର୍ନାଟକରେ ହିଜାବ ପରେ ଏବେ ବାଇବଲ ବିବାଦ ଆରମ୍ଭ ହୋଇଛି। ବେଙ୍ଗାଲୁରୁର ଏକ ବିଦ୍ୟାଳୟ ଅଭିଭାବକମାନଙ୍କୁ ପଚାରିଛି ଯେ ପିଲାମାନେ ବିଦ୍ୟାଳୟରେ...

୩ ରାଜ୍ୟରେ ସଙ୍କଟ…

ନୂଆଦିଲ୍ଲୀ, ୯।୮ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ...

Advertisement
Archives

Model This Week