କରୋନା ଭୟ: ଫିକା ପଡ଼ିଲା ରଙ୍ଗ ବେପାର

ଦଶରଥପୁର,୯।୩(ଡିଏନ୍‌ଏ): ଭୟଙ୍କର ସଂକ୍ରମିତ କରୋନା ରୋଗ ଏବେ ପୃଥିବୀର ସମସ୍ତ ଦେଶକୁ ଧୀରେଧୀରେ କରାୟତ କରିଚାଲିଛି। ଫଳରେ ସବୁ ଦେଶର ଲୋକଙ୍କ ମନରେ ଏକ ଭୟର ବାତାବରଣ ସୃଷ୍ଟି ହୋଇଛି। ପ୍ରତ୍ୟେକ ଦିନ ଏହି ରୋଗରେ ଆକ୍ରାନ୍ତ ରୋଗୀଙ୍କ ସଂଖ୍ୟା ବଢ଼ି ଚାଲିଥିବାବେଳେ ରୋଗାଗ୍ରସ୍ତ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିଚାଲିଛି। ଏହି ରୋଗକୁ ୱାଲ୍ଡ ହେଲ୍‌ଥ ଅର୍ଗାନାଇଜେଶନ୍‌ (ଡବ୍ଲ୍ୟୁଏଚ୍‌ଓ) ଜାତୀୟ ମହାମାରୀ ରୋଗଭାବେ ଘୋଷଣା କରିବା ସହ ବିଶ୍ୱ ସମୁଦାୟ ଏହି ରୋଗକୁ ରୋକାଯିବା ଉପରେ ବିଭିନ୍ନ ପଦକ୍ଷେପ ଆରମ୍ଭ କରିଦେଇଛନ୍ତି। ତେବେ ଏହି କରୋନା ପାଇଁ ଏଥର ହୋଲି ଫିକା ପଡ଼ିବାର ଆଶଙ୍କା ଦେଖାଦେଇଛି। ଫଳରେ ରଙ୍ଗ ବେପାର ଉପରେ ଏହାର ଖୁବ୍‌ ପ୍ରଭାବ ପଡ଼ିଛି। ଦଶରଥପୁର ବ୍ଲକ ଅଞ୍ଚଳର ବଡ଼ ବ୍ୟବସାୟିକ ପେଣ୍ଠସ୍ଥଳ କୁହାଯାଉଥିବା ମଙ୍ଗଳପୁର ଓ ଝୁମ୍ପୁରୀ ବଜାରରେ ପ୍ରତ୍ୟେକ ବର୍ଷ ହୋଲିରେ ବ୍ୟବସାୟୀମାନେ ବିଭିନ୍ନ ରଙ୍ଗର ପସରା ମେଲାଇ ବିକ୍ରି କରିଥାନ୍ତି। ମାତ୍ର କରୋନା ସଂକ୍ରମଣ ଯୋଗୁ ସଚେତନତା ପୂର୍ବକ ହାତ ସଫା କରିବା, ମୁହଁରେ ମାସ୍କ ପିନ୍ଧିବା, ଜନସମାଗମ ସ୍ଥାନକୁ ନ ଯିବା, ଏପରି ଅନେକ ସତର୍କତା ଅବଲମ୍ବନ ପାଇଁ ସମଗ୍ର ସ୍ବାସ୍ଥ୍ୟବିଭାଗ ପକ୍ଷରୁ ସୂଚନା ଦିଆଯାଉଛି। ଯଦ୍ଦ୍ବାରା ରଙ୍ଗ ବେପାର ଏଥର ପୁରା ମାନ୍ଦା ହୋଇଛି ବୋଲି ଦଶରଥପୁର ବ୍ଲକର ମଙ୍ଗଳପୁର ଓ ଝୁମ୍ପୁରୀ ବଜାରରେ ରଙ୍ଗ ଦୋକାନ ଖୋଲିଥିବା କେତେଜଣ ବ୍ୟବସାୟୀ ଏହି ସୂଚନା ଦେଇଛନ୍ତି। ବଜାରକୁ ଆସିଥିବା ରଙ୍ଗରେ କରୋନା ଭୂତାଣୁ ଥିବା ଆଶଙ୍କା କରି ଅଧିକାଂଶ ଗ୍ରାହକ ରଙ୍ଗ କିଣୁ ନ ଥିବା ଦୋକାନୀମାନେ କହିଛନ୍ତି। ରଙ୍ଗଖେଳ ପର୍ବ ହୋଲିକୁ ମାତ୍ର ଦିନଟିଏ ବାକିଥିବାବେଳେ ପ୍ରତ୍ୟେକ ବର୍ଷର ରଙ୍ଗ ବେପାର ଅନୁଯାୟୀ ଏଥର ଶତକଡା ୭୦ ଭାଗ ବ୍ୟବସାୟ କମିଥିବା ବ୍ଲକ ଅଞ୍ଚଳର କେତେଜଣ ରଙ୍ଗ ବ୍ୟବସାୟୀ ପ୍ରକାଶ କରିଛନ୍ତି। କରୋନା ସତର୍କତା ଓ ରଙ୍ଗଖେଳ ପ୍ରଭାବ ସମ୍ପର୍କରେ ମଙ୍ଗଳପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଉମାକାନ୍ତ ମଲ୍ଲିକଙ୍କୁ ପଚାରିବାରେ, ରଙ୍ଗଖେଳ ସହ କରୋନା ସଂକ୍ରମଣର ସେପରି ଯଦିଓ କୌଣସି ସମ୍ପର୍କ ନାହଁି, ତଥାପି ସ୍ବାସ୍ଥ୍ୟବସ୍ଥା ଠିକ୍‌ ନ ଥିବା ଲୋକ କେମିକାଲ୍‌ଯୁକ୍ତ ରଙ୍ଗ ନ ଖେଳିବା ଉଚିତ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଥର ଭରସାରେ ୫ବର୍ଷ

ବଇଣ୍ଡା,୧୯ା୮(ଡି.ଏନ.ଏ.): ବର୍ଷା ହେଲେ ବ୍ରିଜ୍‌ ଉପରେ ପ୍ରବାହିତ ହେଉଛି ପାଣି। କ୍ଷତିଗ୍ରସ୍ତ ହେଉଛି ୨୭ ବର୍ଷର ପୁରୁଣା ପୋଲ। ବର୍ତ୍ତମାନ ସ୍ଥିତି ଏପରି ଯେ ଅତ୍ୟନ୍ତ...

ଭୟାବହ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ

ଖଇରା,୨୫।୩(ଡି.ଏନ.ଏ): ବାଲେଶ୍ବର ଜିଲା ଖଇରା ବ୍ଲକ ଗଡପୋଖରୀ ଗ୍ରାମ ପଞ୍ଚାୟତ ଅଧୀନ ଗୁଆପାଳ ଗ୍ରାମରେ ବୁଧବାର ରାତିରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ କାହ୍ନୁ ନାଇକଙ୍କର ୩...

ଭରତପୁର କୋଇଲା ଖଣି ଦୁର୍ଘଟଣା: ଏମ୍‌ସିଏଲ୍‌ର କାର୍ଯ୍ୟାନୁଷ୍ଠାନକୁ ନେଇ ପ୍ରଶ୍ନବାଚୀ

ତାଳଚେର,୨୯ା୭(ନି.ପ୍ର.) ଅନୁଗୋଳ ଜିଲା ତାଳଚେରସ୍ଥିତ ମହାନଦୀ କୋଲ୍‌ ଫିଲ୍‌ଡସ ଲିମିଟେଡ (ଏମ୍‌ସିଏଲ୍‌)ର ଭରତପୁର କୋଇଲା ଖଣିରେ ଗତ ୨୩ ତାରିଖ ରାତିରେ ଘଟିଥିବା ଦୁର୍ଘଟଣାରେ ଏଯାଏ ୩ଜଣଙ୍କ...

ଜାତୀୟ ବେସାମରିକ ପ୍ରତିରକ୍ଷା ଦିବସ: ମାନବସେବା ହିଁ ମାଧବ ସେବା: ଜିଲାପାଳ

ତାଳଚେର,୬।୧୨(ନି.ପ୍ର.): ଅନୁଗୋଳ ଜିଲା ଉପଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଶୁକ୍ରବାର ୫୭ତମ ଜାତୀୟ ବେସାମରିକ ପ୍ରତିରକ୍ଷା ଦିବସ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ ଜିଲାପାଳ ମନୋଜ...

ଆଣ୍ଠୁଏ ପାଣିରେ ପଶି ସ୍କୁଲ ଯାଉଛନ୍ତି କୁନିକୁନି ପିଲା

କେନ୍ଦୁଝର, ୨୫।୯(ସ୍ବ.ପ୍ର.): କେନ୍ଦୁଝର ଜିଲା ଗ୍ରାମାଞ୍ଚଳରେ ରାସ୍ତାଘାଟ ସମସ୍ୟା ଯୋଗୁ କୁନିକୁନି ପିଲା ପାଣିରେ ପଶି ବିପଦପୂର୍ଣ୍ଣ ଅବସ୍ଥାରେ ସ୍କୁଲ ଯିବାଆସିବା କରୁଥିବା ଦେଖିବାକୁ ମିଳୁଛି।...

ଅମାନିଆଙ୍କଠାରୁ ୧ଲକ୍ଷ ୩୪ହଜାର ଜୋରିମାନା ସଂଗ୍ରହ

ଭଦ୍ରକ ଅଫିସ,୭।୫: ଭଦ୍ରକ ଜିଲାର ସମସ୍ତ ଥାନା ଅଞ୍ଚଳରୁ ଗୋଟିଏ ଦିନରେ ଅମାନିଆଙ୍କଠାରୁ ୧ଲକ୍ଷ ୩୪ ହଜାର ଟଙ୍କା ଜରିମାନା ସଂଗ୍ରହ କରାଯାଇଛି। ସେଥିମଧ୍ୟରେ ୫୧ଜଣଙ୍କଠାରୁ...

କେସିଙ୍ଗା ଅନ୍ନପୂର୍ଣ୍ଣା ରାଇସ୍‌ମିଲରେ ୪୦ ଫୁଟ୍‌ ଉପରୁ ଖସିପଡ଼ି ଶ୍ରମିକ ମୃତ

କେସିଙ୍ଗା,୧୭।୩: କଳାହାଣ୍ଡି ଜିଲା କେସିଙ୍ଗା ଥାନା ଉତକେଲା ଫାଣ୍ଡି ଅନ୍ତର୍ଗତ ଅନ୍ନପୂର୍ଣ୍ଣା ରାଇସ୍‌ ମିଲ୍‌ରେ ଦୁର୍ଘଟଣା ଘଟି ସୋମବାର ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ...

ପୁରୀ ଜିଲାରେ କୋହଳ ହେଲା କର୍ଫ୍ୟୁ

ପୁରୀ ଅଫିସ,୨୩।୬: ମହାମାରୀ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଘୋଷଯାତ୍ରାକୁ ଶୃଙ୍ଖଳିତ ଭାବେ କରିବା ନେଇ ପୁରୀ ଜିଲାରେ ଏକ ପ୍ରକାର କର୍ଫ୍ୟୁ ଲଗାଯାଇଥିଲା। ଏହାକୁ...

Advertisement
Archives

Model This Week