କରୋନା ଭୟରେ ପାରୋଲ୍‌ କୋହଳ: ମୁକୁଳିବେ ୭ବର୍ଷ ଦଣ୍ଡ ପାଇଥିବା ଦୋଷୀ

କଟକ ଅଫିସ୍‌,୨୯ା୩: ଜେଲ୍‌ରେ ବହୁ ସଂଖ୍ୟକ ଅନ୍ତେବାସୀ ଗୋଟିଏ ସ୍ଥାନରେ ରହୁଥିବାରୁ ସେମାନେ କରୋନା ଭୂତାଣୁରେ ସଂକ୍ରମଣ ହେବାର ଆଶଙ୍କା ଦେଖାଦେଇଛି। ଏଣୁ ଜେଲ୍‌ଗୁଡ଼ିକରେ ଯଥାସମ୍ଭବ ଭିଡ଼କୁ କମାଇବା ପାଇଁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶରେ ଗଠିତ ଉଚ୍ଚକ୍ଷମତା ସମ୍ପନ୍ନ କମିଟି। ହାଇକୋର୍ଟ କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ତଥା ଓଡ଼ିଶା ରାଜ୍ୟ ଆଇନ୍‌ ସେବା ପ୍ରାଧିକରଣର କାର୍ଯ୍ୟକାରୀ ଅଧ୍ୟକ୍ଷା ଜଷ୍ଟିସ୍‌ ସଞ୍ଜୁ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏହି କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ଶନିବାର ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଅନୁଷ୍ଠିତ ହୋଇଯାଇଛି। ଗୃହ ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୀବ ଚୋପ୍ରା ଏବଂ ଡିଜି (ଜେଲ୍‌) ସନ୍ତୋଷ କୁମାର ଉପାଧ୍ୟାୟ ଏଥିରେ ଭାଗନେଇଥିଲେ। ପାରୋଲ୍‌ ପ୍ରଦାନ ବ୍ୟବସ୍ଥାକୁ ଏହି କମିଟି ଅନେକ ପରିମାଣରେ କୋହଳ କରିଛନ୍ତି।

ବୈଠକରେ ପାରୋଲ ପ୍ରଦାନ ପ୍ରସଙ୍ଗ ନେଇ ଅଧିକ ସମୟ ଆଲୋଚନା ହୋଇଥିଲା। ଯେଉଁ କଏଦୀମାନେ ୭ବର୍ଷ କିମ୍ବା ତା’ଠାରୁ କମ୍‌ ସମୟ ଲାଗି ଦଣ୍ଡ ପାଇଛନ୍ତି, ସେମାନଙ୍କୁ ପାରୋଲ୍‌ ପ୍ରଦାନ କରିବାକୁ ନିଷ୍ପତ୍ତି ନିଆଯାଇଛି। କିନ୍ତୁ ଯଦି ସମ୍ପୃକ୍ତ କଏଦୀଙ୍କ ବିରୋଧରେ ଅନ୍ୟ ମାମଲା ବିଚାରାଧୀନ ଥିବ, ତେବେ ଗତ ପାରୋଲ୍‌ର ଶୃଙ୍ଖଳାକୁ ବିଚାର କରି ନିଷ୍ପତ୍ତି ନିଆଯିବ। ଯେଉଁମାନେ ବର୍ତ୍ତମାନ ପାରୋଲ୍‌ରେ ଅଛନ୍ତି, ସେମାନଙ୍କ ଅବଧି ବଢ଼ାଇବା ସମ୍ପର୍କରେ ଅଧିକାରୀମାନେ ନିଷ୍ପତ୍ତି ନେଇପାରିବେ। ଯେଉଁ କଏଦୀଙ୍କ ବୟସ ୬୫ବର୍ଷରୁ ଅଧିକ ଏବଂ ଏକାଧିକ ମାମଲାରେ ଜଡ଼ିତ ନ ଥିବେ କିମ୍ବା ଏନ୍‌ଡିପିଏସ୍‌ ଆକ୍ଟ, ବଳାକତ୍ାର, ଏସିଡ୍‌ ଆକ୍ରମଣ କିମ୍ବା ପୋକ୍ସୋ ଆକ୍ଟରେ ଦଣ୍ଡିତ ହୋଇ ନ ଥିବେ ସେମାନଙ୍କୁ ପାରୋଲ୍‌ ଦିଆଯାଇପାରିବ। ତେବେ ଏସବୁ ଅପରାଧରେ ଦଣ୍ଡିତ ସତ୍ତ୍ବେ ବୟସ ୭୦ରୁ ଅଧିକ ହୋଇଥିଲେ କରୋନା ସଂକ୍ରମଣ ଆଶଙ୍କାକୁ ଦୃଷ୍ଟିରେ ରଖି ପାରୋଲ୍‌ ପ୍ରଦାନ ନେଇ ଅଧିକାରୀମାନେ ନିଷ୍ପତ୍ତି ନେଇପାରିବେ ବୋଲି ସ୍ଥିର ହୋଇଛି।

ସେହିଭଳି ବିଚାରାଧୀନ କଏଦୀଙ୍କୁ ପାରୋଲ୍‌ ପ୍ରଦାନ ନେଇ ମଧ୍ୟ ଏହି କମିଟି କେତେକ ନିଷ୍ପତ୍ତି ନେଇଛି। ୭ବର୍ଷ ଜେଲ୍‌ ଦଣ୍ଡ ଭଳି ଅପରାଧରେ ସାମିଲ୍‌ ଥିବା ବିଚାରାଧୀନ କଏଦୀଙ୍କୁ ଅନ୍ତରୀଣ ଜାମିନ୍‌ ଦେବା ଲାଗି ଜିଲା ସ୍ତରରେ ଅଣ୍ଡର୍‌ ଟ୍ରାଏଲ୍‌ ସମୀକ୍ଷା କମିଟି ଆବଶ୍ୟକ ଅନୁଯାୟୀ ନିଷ୍ପତ୍ତି ନେବ। ଗୁରୁତର ଅପରାଧରେ ଅଭିଯୁକ୍ତ ନ ଥିବା ବିଚାରାଧୀନ କଏଦୀଙ୍କୁ ଜାମିନ୍‌ ପ୍ରଦାନ କ୍ଷେତ୍ରରେ ଅଗ୍ରାଧିକାର ଦିଆଯିବ। ବର୍ତ୍ତମାନ ରାଜ୍ୟର ୮୭ଟି ଜେଲ୍‌ରେ ୧୭୨୭ଜଣ ଏଭଳି ବିଚାରାଧୀନ କଏଦୀ ଥିବା ଡିଜି (ଜେଲ୍‌) ଉପାଧ୍ୟାୟ ସୂଚନା ରଖିବା ସହ ଜାମିନ୍‌ ନେଇ ଆବଶ୍ୟକ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଥିଲେ। ଜିଲା ଆଇନ୍‌ ସେବା ପ୍ରାଧିକରଣ ଏ ଦିଗରେ କାର୍ଯ୍ୟ କରିବ।

ଅନ୍ୟପଟେ ଜେଲ୍‌ଗୁଡ଼ିକର ବର୍ତ୍ତମାନ ସ୍ଥିତି ସମ୍ପର୍କରେ ଆଲୋଚନା ହୋଇଥିଲା। କରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ ନିୟମିତ ଜେଲ୍‌ ଅନ୍ତେବାସୀଙ୍କୁ ଅବଗତ କରାଯିବ। ସେମାନଙ୍କ ପରିବାର ସଦସ୍ୟଙ୍କ ସହ ଭିଡିଓ କନଫରେନ୍ସିଂ, ଜେଲ ଟେଲିଫୋନ୍‌ କିମ୍ବା ଇ-ମୁଲାକାତ ମାଧ୍ୟମରେ କଥା ହେବାକୁ ଅନୁମତି ଦିଆଯିବ। ଜେଲ୍‌ରେ ଭୂତାଣୁ ସଂକ୍ରମଣ ରୋକିବା ପାଇଁ ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, ସ୍ବାସ୍ଥ୍ୟ ବିଭାଗ, ଜିଲା ପ୍ରଶାସନ ଏବଂ ଜେଲ୍‌ କର୍ତ୍ତୃପକ୍ଷ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ। ଭୂତାଣୁ ବିସ୍ତାରକୁ ରୋକିବା ପାଇଁ ୮୫୬ ଅନ୍ତେବାସୀଙ୍କୁ ସ୍ଥାନାନ୍ତର କରାଯାଇଥିବା ଡିଜି (ଜେଲ୍‌) ଉପାଧ୍ୟାୟ ସୂଚନା ଦେଇଥିଲେ। ନିୟମିତ ସମୀକ୍ଷା ପାଇଁ ଜିଲା ଏବଂ ରାଜ୍ୟ ସ୍ତରରେ ମନିଟରିଂ କମିଟି ଗଠନ କରାଯିବ। ଜିଲା ଅଣ୍ଡର ଟ୍ରାଏଲ୍‌ ସମୀକ୍ଷା କମିଟିର ସଦସ୍ୟମାନେ ଜିଲା ମନିଟରିଂ କମିଟିର ସଦସ୍ୟ ରହିବେ। ରାଜ୍ୟସ୍ତରୀୟ କମିଟିର ସଦସ୍ୟ ଭାବେ ଗୃହ ବିଭାଗ ମୁଖ୍ୟ ଶାସନ ସଚିବ, ଡିଜି(ଜେଲ୍‌) ଏବଂ ଓଡ଼ିଶା ରାଜ୍ୟ ଆଇନ୍‌ସେବା ପ୍ରାଧିକରଣ ସଦସ୍ୟ ସଚିବ ରହିବେ। ଉଚ୍ଚ କ୍ଷମତା ସମ୍ପନ୍ନ କମିଟି ଦ୍ୱାରା ନିଆଯାଇଥିବା ନିଷ୍ପତ୍ତି କାର୍ଯ୍ୟକାରୀ କରିବା ପାଇଁ ଜିଲାପାଳ, ଆରକ୍ଷୀ ଅଧୀକ୍ଷକ ଏବଂ ଜେଲ୍‌ କର୍ତ୍ତୃପକ୍ଷଙ୍କୁ ଆବଶ୍ୟକ ନିର୍ଦ୍ଦେଶାବଳୀ ଦେବେ।

ଏତଦ୍‌ବ୍ୟତୀତ ଅସୁସ୍ଥ କଏଦୀଙ୍କୁ ଚିକିତ୍ସା ସହାୟତା ସହ ନୋଡାଲ୍‌ ମେଡିିକାଲ୍‌ରେ ଭର୍ତ୍ତି କରିବା, କଏଦୀଙ୍କୁ ସ୍ଥାନାନ୍ତର, ପ୍ରତି ବୁଧବାର ଜିଲାସ୍ତରୀୟ ଅଣ୍ଡର ଟ୍ରାଏଲ୍‌ ସମୀକ୍ଷା କମିଟି ବୈଠକ, ପାରୋଲ୍‌ରେ ମୁକୁଳିବାକୁଥିବା କଏଦୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା ସହ ସେମାନଙ୍କୁ ଗନ୍ତବ୍ୟସ୍ଥଳରେ ପହଞ୍ଚାଇବା ପାଇଁ ବ୍ୟବସ୍ଥା କରିବା ଆଦି ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଏହି ବୈଠକରେ ନିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ-ଆମେରିକା ଯୁଦ୍ଧବିରତି ଉପରେ ଆଲୋଚନା ଦୂରର କଥା: ବୈଠକ ପୂର୍ବରୁ ୨ଟି ବଡ଼ ସର୍ତ୍ତ ରଖିଦେଲେ…

ନୂଆଦିଲ୍ଲୀ,୧୧।୪: ଇରାନ ଏବଂ ଆମେରିକା ମଧ୍ୟରେ ଯୁଦ୍ଧବିରତି ଘୋଷଣା ପରେ, ଏକ ଇରାନୀ ପ୍ରତିନିଧି ଦଳ ଶାନ୍ତି ଆଲୋଚନା ପାଇଁ ଇସଲାମାବାଦରେ ପହଞ୍ଚିଛି। ଏହି ପ୍ରତିନିଧି ଦଳ…

ଯାତ୍ରୀବାହୀ ବସ୍‌କୁ ପଛପଟୁ ପିଟିଲା ଟ୍ରକ: ବିଦ୍ୟୁତ ଟ୍ରାନ୍ସଫର୍ମରରେ ବାଜି…

ସୋହେଲା,୧୧।୪(ଅଶ୍ବିନୀ ପାତ୍ର):ବରଗଡ଼ ଜିଲା ସୋହେଲାଠାରେ ବରଗଡ଼ ରାୟପୁର ଜାତୀୟ ରାଜପଥ ରେ ଏକ ବଡ଼ ଧରଣର ସଡକ ଦୁର୍ଘଟଣା ଘଟିଯାଇଛି। ଶୁକ୍ରବାର ବିଳମ୍ବିତ ରାତିରେ ରାଉରକେଲାରୁ ରାୟପୁର…

କ୍ରୀଡ଼ା ସାମଗ୍ରୀ କିଣାରେ ଦୁର୍ନୀତି ଘଟଣା: ଅଭିଯୋଗ ପରେ ବି ହେଉନି କାର୍ଯ୍ୟାନୁଷ୍ଠାନ

ଭବାନୀପାଟଣା,୧୧ା୪(ଉତ୍ତମ କୁମାର ଦାଶ):ପୂର୍ବ ସରକାର ପ୍ରତି ବ୍ଲକକୁ କ୍ରୀଡ଼ା ସାମଗ୍ରୀ କିଣିବା ପାଇଁ ଆର୍ଥିକ ସହାୟତା ଯୋଗାଇଥିଲେ। ଗ୍ରାମାଞ୍ଚଳରେ କ୍ରୀଡ଼ା କ୍ଷେତ୍ରରେ ଆଗ୍ରହ ସୃଷ୍ଟି ଏହାର ମୂଳ…

୪୦ ଫୁଟ୍‌ ତଳକୁ ଖସିଲା OSRTC ବସ୍‌: ୨୪ଯାତ୍ରୀ ଆହତ, ଜଣେ ମୃତ

ପଟ୍ଟାଙ୍ଗି , ୧୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ସୁଙ୍କି ଘାଟିରେ OSRTC ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି । ଫଳରେ ଯାତ୍ରୀ ଆହତ…

କେମୋଥେରାପିରେ ସୀମିତ କ୍ୟାନ୍‌ସର ଚିକିତ୍ସା: ୧୩୮କୋଟିର ହସ୍ପିଟାଲରେ ମିଳୁନି ସ୍ବାସ୍ଥ୍ୟସେବା

ବରଗଡ଼,୧୧।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା କ୍ୟାନସର ରୋଗୀଙ୍କ ହବ୍‌ ପାଲଟିଛି। ଏଠାରେ କ୍ୟାନସର ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ବଢ଼ି ଚାଲିଛି। ଅନ୍ୟପଟେ ଏଠାରେ ଥିବା କ୍ୟାନସର ହସ୍ପିଟାଲରୁ…

ଭାଉଜଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ ଦିଅର, ଗର୍ଭବତୀ ହେବାରୁ…

ପାଟଣା,୧୧ା୪(ବୀରକିଶୋର ଦାଶ):କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ପୋଲିସ ସମ୍ପର୍କୀୟ ବିଧବା ଭାଉଜଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ଓ ଭାଉଜ ଗର୍ଭବତୀ ହେବା ପରେ…

ମୁଣ୍ଡିଆ ମାରିଲେ, ମନ୍ଦିରରୁ ସବୁ ଲୁଟିନେଲେ: ମାଷ୍ଟରମାଇଣ୍ଡ୍‌ ଜଣେ ମହିଳା

ଭୁବନେଶ୍ୱର,୧୧।୪(ତ୍ରିନାଥ ମହାନ୍ତି):ଗୋଟିଏ ରାତିରେ ଦୁର୍ବୃତ୍ତମାନେ ୩ ମନ୍ଦିରରେ ପଶି ପୋଛି ନେଇଛନ୍ତି ଲକ୍ଷାଧିକ ଟଙ୍କାର ସୁନା ଗହଣା ଏବଂ ଟଙ୍କା। ଚନ୍ଦ୍ରଶେଖରପୁର ଥାନା ପଟିଆ ଗଁାରେ ଥିବା…

୩୧୮ ସ୍ଥାନରେ ‘ଅଟଳ ବସ୍‌ଷ୍ଟାଣ୍ଡ’:୬ ଜିଲାରେ…

ଭୁବନେଶ୍ୱର,୧୧।୪(ରବିନାରାୟଣ ଜେନା): ରାଜ୍ୟର ୩୧୮ ବସ୍‌ଷ୍ଟାଣ୍ଡିକୁ ‘ଅଟଳ ବସ୍‌ଷ୍ଟାଣ୍ଡ’ରେ ପରିଣତ କରାଯିବ। ଏହାଦ୍ୱାରା ସମନ୍ବିତ ସାର୍ବଜନୀନ ସେବା ଲୋକଙ୍କୁ ମିଳିପାରିବ। ଏହି ଲକ୍ଷ୍ୟ ନେଇ ଶୁକ୍ରବାର ମୁଖ୍ୟମନ୍ତ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri