Posted inଖେଳ

କରୋନା ଭାଇରସ ଭୟ: ପିଏସ୍‌ଏଲରୁ ଓହରିଲେ ୯ ବିଦେଶୀ ଖେଳାଳି

କରାଚୀ,୧୩।୩(ପି.ଟି.)- ତିନି ଇଂଲଣ୍ଡ ଖେଳାଳି ଜାସନ ରୟ, ଆଲେକ୍ସ ହେଲ୍ସ ଓ ଜେମ୍ସ ଭିନ୍ସଙ୍କ ସମେତ ୯ ଜଣ ବିଦେଶୀ ଖେଳାଳି ଚଳିତ ପାକିସ୍ତାନ ସୁପର ଲିଗ୍‌ (ପିଏସ୍‌ଏଲ) ଛାଡ଼ି ଘରକୁ ଫେରିବାକୁ ନିଷ୍ପତ୍ତି ନେଇଛନ୍ତି। କରୋନା ଭାଇରସ ବ୍ୟାପୁ ଥିବାରୁ ସେମାନେ ଏଭଳି କରୁଛନ୍ତି। କିନ୍ତୁ ପିଏସ୍‌ଏଲ ଜାରି ରହିବ ବୋଲି ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ପକ୍ଷରୁ କୁହାଯାଇଛି। ପିଏସ୍‌ଏଲ ଓହରିଥିବା ଖେଳାଳିଙ୍କ ତାଲିକାରେ ଲିଆମ ଡାଓ୍ବସନ, ଲିଆମ ଲିଭଙ୍ଗଷ୍ଟୋନ, ଲଓ୍ବେିସ ଗ୍ରେଗୋରି, ଜେମ୍ସ ଭିନ୍ସ, ଓ୍ବେଷ୍ଟଇଣ୍ଡିଜର କାର୍ଲୋସ ବ୍ରାଥଓ୍ବେଟ, ଦକ୍ଷିଣ ଆଫ୍ରିକାର ରିଲେ ରୁସୋ ଓ କୋଚ୍‌ ଜେମ୍ସ ଫୋଷ୍ଟର ରହିଛନ୍ତି। ତେବେ ଏପର୍ଯ୍ୟନ୍ତ କୌଣସି ଖେଳାଳି କିମ୍ବା ଅଫିସିଆଲଙ୍କ ରିପୋର୍ଟ ପଜେଟିଭ ଆସିନାହିଁ। ବୋର୍ଡ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛି। ପିଏସ୍‌ଏଲର ମ୍ୟାଚ୍‌ଗୁଡ଼ିକ ଏବେ ରୁଦ୍ଧ ଷ୍ଟାଡିୟମରେ ଖେଳାଯିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଗାଙ୍ଗୁଲିଙ୍କୁ ହକି ଇଣ୍ଡିଆର ଜର୍ସି ଉପହାର ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୨।୫(ବ୍ୟୁରୋ): ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ରବିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କୁ ଭେଟିଛନ୍ତି। ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି-୨୦ ଦେଖିବାକୁ ଆସିଥିବା ଗାଙ୍ଗୁଲି ମ୍ୟାଚ୍‌...

ସ୍ବାମୀ ଜଣେ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌, ସ୍ତ୍ରୀ କିନ୍ତୁ ବିରାଟ କୋହଲିଙ୍କ ଖେଳ ଦେଖିବାକୁ କରନ୍ତି ପସନ୍ଦ

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କ ପ୍ରଶଂସକ କେବଳ ଭାରତରେ ନୁହେଁ ସାରା ବିଶ୍ୱରେ ଅଛନ୍ତି। ସେ ଯେଉଁଠିକୁ ଖେଲିବାକୁ ଯାଆନ୍ତି ତାଙ୍କୁ ଚିୟର...

ଅମନ ଗୁପ୍ତା କ୍ୱାର୍ଟରଫାଇନାଲରେ

ଓରେଗନ୍‌ (ୟୁଏସ୍‌ଏ), ୧୫ା୮ (ପି.ଟି.)-ୟୁଏସ୍‌ ଆମେଚର ଗଲ୍ଫ ଟୁର୍ନାମେଣ୍ଟରେ ଭାରତୀୟ ବଂଶୋଦ୍ଭବ ଆମେରିକୀୟ ଅମନ ଗୁପ୍ତା ତାଙ୍କର ଉଭୟ ମ୍ୟାଚ ଜିତି କ୍ୱାର୍ଟରଫାଇନାଲରେ ପ୍ରବେଶ କରିଛନ୍ତି।...

ପାକିସ୍ତାନ ଷ୍ଟାଡିୟମରେ ହେଉଛି ପରିବା ଚାଷ

ଇସଲାମାବାଦ,୧୭।୮ : ଭାରତ ଭଳି ପାକିସ୍ତାନରେ ମଧ୍ୟ କ୍ରିକେଟ ପ୍ରେମୀଙ୍କ ଅଭାବ ନାହିଁ। ୨୦୦୯ରେ ଶ୍ରୀଲଙ୍କା ଦଳ ଉପରେ ଆକ୍ରମଣ ପରେ ଦେଶରେ କୌଣସି ଅନ୍ତର୍ଜାତୀୟ...

୭-୮ ଯୁବତୀଙ୍କ ସହ ଆଫେୟାର୍‌ ରଖି ଫଶିଲେ ଏହି ଖେଳାଳି

ଇସଲମାବାଦ୍‌, ୨୫।୭: ପାକିସ୍ତାନର ଉଦୀୟମାନ ଖେଳାଳି ଇମାମ ଉଲ ହକ୍‌ ୭-୮ ଯୁବତୀଙ୍କ ସହ ଆଫେୟାର୍‌ ରଖି ଫଶିଯାଇଛନ୍ତି। ଯୁବତୀଙ୍କ ସହ ତାଙ୍କ କଥିତ ହ୍ବାଟସଆପ୍‌...

ଭାରତୀୟ କ୍ରିକେଟ ପାଇଁ ଆଜି ଏକ ଅଭୁଲା ଦିନ, ଜାଣନ୍ତୁ କାହିଁକି

ଆଜିର ଦିନ ଭାରତୀୟ କ୍ରିକେଟ ପାଇଁ ଏକ ଐତିହାସିକ ଦିନ। ବିଶେଷ କରି ଭାରତର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଯୁବରାଜ ସିଂଙ୍କ ପାଇଁ ଆଜିର ଦିନ ଏକ...

ବିଶ୍ୱକପ୍‌: କରୁଣାରତ୍ନେ ଶ୍ରୀଲଙ୍କା ଅଧିନାୟକ

କଲମ୍ବୋ,୧୮।୪(ପି.ଟି.)- ଆଗାମୀ ବିଶ୍ୱକପ୍‌ ପାଇଁ ଗୁରୁବାର ଶ୍ରୀଲଙ୍କା ଦଳ ଘୋଷଣା କରାଯାଇଛି। ତେବେ ଦଳ ଘୋଷଣା ହେବା ପୂର୍ବରୁ ଅଭିଜ୍ଞ ଦ୍ରୁତ ବୋଲର ଲସିଥ ମାଲିଙ୍ଗାଙ୍କଠାରୁ...

ଅନ୍ଧାରରେ ଭାରତ-ଓ୍ବେଷ୍ଟଇଣ୍ଡିଜ ସିରିଜ୍‌

ଅହମ୍ମଦାବାଦ୍‌,୨।୨: ଆସନ୍ତା ୬ ତାରିଖରୁ ଭାରତ ଓ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଆରମ୍ଭ ହେବାକୁ ଯାଉଥିବା ସୀମିତ ଓଭର ସିରିଜ୍‌ ଉପରେ କଳାବାଦଲ ଦେଖା ଦେଇଛି। ୩...

Advertisement
Archives

Model This Week