କରୋନା ଭାଇରସ: ବଦଳିପାରେ ସୂର୍ଯ୍ୟବଂଶୀ ଓ ୮୩ର ରିଲିଜ୍‌ ଡେଟ୍‌

ମୁମ୍ବାଇ: କରୋନା ଭାଇରସ ଏବେ ଦେଶର ବିଭିନ୍ନ ସ୍ଥାନରେ କାୟା ବିସ୍ତାର କରି ଚାଲିଥିବା ବେଳେ ଏବେ ଏଥିରୁ ଦୂରେଇ ରହିବା ପାଇଁ ବିଭିନ୍ନ ସତର୍କତା ଅବଲମ୍ବନ କରିବାକୁ କୁହାଯାଉଛି। ଏମିତିକି କାହା ସହିତ ହାତ ନ ମିଳାଇବା, କାହାକୁ ଆଲିଙ୍ଗନ ନ କରିବା, ଗୋଟିଏ ସ୍ଥାନରେ ଗହଳି ନ କରିବା ଅବା ଜନଗହଳି ପୂର୍ଣ୍ଣ ସ୍ଥାନରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି। ଯେଉଁ ଅଞ୍ଚଳରେ କରୋନା ଭାଇରସ ସଂକ୍ରମିତଙ୍କ ସଂଖ୍ୟା ଅଧିକ ଦେଖାଯାଉଛି ସେଠାକାର ସମସ୍ତ ଶିକ୍ଷାନୁଷ୍ଠାନ,ଥିଏଟର, ଫିଲ୍ମ ହଲକୁ ମଧ୍ୟ ବନ୍ଦ କରିବାକୁ ନିର୍ଦ୍ଦେଶ ରହିଛି। ଏବେ ନିକଟରେ ଅର୍ଥାତ ମାର୍ଚ୍ଚ ୨୪ରେ ଅକ୍ଷୟ କୁମାର ଓ କ୍ୟାଟ୍ରିନା କୈଫଙ୍କ ଅଭିନୀତ ଫିଲ୍ମ ‘ସୂର୍ଯ୍ୟବଂଶୀ’ ରିଲିଜ ହେବାକୁ ଥିବା ବେଳେ ରଣବୀର ସିଂ ଓ ଦୀପିକା ପାଦୁକୋନଙ୍କ ଅଭିନୀତ ଫିଲ୍ମ ‘୮୩’ ଏପ୍ରିଲ ୧୦ରେ ରିଲିଜ୍‌ ହେବାର ଯୋଜନା ରହିଛି। ହେଲେ ଏବେଠାରୁ କରୋନାର ସ୍ଥିତିକୁ ଦେଖି ଏହି ୨ଟି ଫିଲ୍ମର ରିଲିଜ୍‌ ଡେଟରେ ପରିବର୍ତ୍ତନ କରାଯାଇପାରେ ବୋଲି ଶୁଣିବାକୁ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବ ପ୍ରେମିକାଙ୍କୁ ଟିକେ ଡେରିରେ ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ସଲମାନ୍‌: ଖାସ୍‌ ଫଟୋ ପୋଷ୍ଟ କରି ଲେଖିଲେ ଏମିତି

ବମ୍ବେ: ଶୁକ୍ରବାର ଥିଲା ବଲିଉଡ୍‌ ଅଭିନେତ୍ରୀ କଟ୍ରିନା କୈଫଙ୍କ ହାପି ବର୍ଥ ଡେ’। ଏହି ଅବସରରେ ତାଙ୍କୁ ପ୍ରଶଂସକଙ୍କଠାରୁ ଆରମ୍ଭ କରି ସେଲିବ୍ରିଟିମାନେ ଶୁଭେଚ୍ଛା ଜଣାଇଥିଲେ।...

୧୪ ବର୍ଷ ହେଲା ଏଚଆଇଭି ସଂକ୍ରମିତ ଅଛନ୍ତି ଏହି ପ୍ରସିଦ୍ଧ ଅଭିନେତା

ହଲିଉଡ ଅଭିନେତା ବିଲି ପୋର୍ଟର ୨୦୦୭ରୁ ମସିହାରୁ ଏଚ.ଆଇ.ଭି ସଂକ୍ରମିତ ଅଛନ୍ତି। ନିକଟରେ ସେ ଏକ ସାକ୍ଷାତକାରରେ କହିଥିଲେ ଯେ, ସେ ୧୪ ବର୍ଷ ଧରି...

ଫିଲ୍ମ ‘୮୩’: ପିତାଙ୍କ ଭୂମିକାରେ ନଜର ଆସିବେ ପ୍ରସିଦ୍ଧ କ୍ରିକେଟରଙ୍କ ପୁଅ

୧୯୮୩ରେ ଭାରତୀୟ କ୍ରିକେଟ ଟିମ୍‌ର ବିଶ୍ୱକପ ବିଜୟକୁ ନେଇ ତିଆରି ହୋଇଛି। ଫିଲ୍ମ ’୮୩’। ଏହି ଫିଲ୍ମରେ ରଣବୀର ଭାରତୀୟ କ୍ରିକେଟ ଟିମ୍‌ କ୍ୟାପଟେନ୍‌ କପିଲ...

ଦୁଃଖ କଷ୍ଟରେ ମୋ ଦିନ କଟୁଛି, କାହିଁକି ଏମିତି କହିଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ

କଟକ ଅଫିସ୍‌,୧୮।୩: କିଛିଦିନର ନୀରବତା ପରେ ପୁଣି ଶାଶୁଘର ଲୋକଙ୍କ ନାଁରେ ଥାନାରେ ଏତଲା ଦେଇଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ। ଶାଶୁଘର ଲୋକେ ଜାଣିଶୁଣି ତାଙ୍କୁ...

ଇଣ୍ଡଷ୍ଟ୍ରିରେ ଏମିତି ଅନେକ ଲୋକ ଅଛନ୍ତି ଯିଏ ଅନ୍ୟମାନଙ୍କର ଅସଫଳତା ପାଇଁ ଯୋଜନା କରନ୍ତି: ରବିନା

ମୁମ୍ବାଇ: ବଲିଉଡ୍‌ ନାୟକ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ଇଣ୍ଡଷ୍ଟ୍ରିରେ ନେପୋଟିଜିମ ବା ପ୍ରିୟା ପ୍ରିତି ପୋଷଣକୁ ନେଇ ଟଣା ଭିଡା ଚାଲିଛି। ସୋସିଆଲ...

୧୫ ବର୍ଷ ବୟସରେ ୮ଜଣ କରିଥିଲେ ବଳାତ୍କାର, କେବିସି ମଞ୍ଚରେ ସୁନୀତା ସଂଘର୍ଷର କାହାଣୀ ଶୁଣି ଚକିତ ହେଲେ ବିଗ୍‌ ବି

ମୁମ୍ବାଇ: ସୋନି ଚ୍ୟାନେଲରେ ପ୍ରସାରିତ ‘କୌନ ବନେଗା କରୋଡପତି’ର କର୍ମବୀର ଏପିସୋଡ୍‌ରେ ସୁନୀତା କୃଷ୍ଣମନ୍‌ ନଜର ଆସିବେ। ପଦ୍ମଶ୍ରୀ, ମଦର ଟେରେସା ପୁରସ୍କାର, ଲିମ୍‌କା ବୁକ୍‌...

ଶାଶୁଙ୍କ ସହ ଫଟୋ ଶେୟାର କରି ଟ୍ରୋଲ ହେଲେ ପ୍ରୀତି, ଦେଲେ ଏମିତି ଜବାବ

ପ୍ରାୟତଃ ଅଭିନେତା-ଅଭିନେତ୍ରୀମାନେ ସୋସିଆଲ ମିଡିଆରେ ଟ୍ରୋଲ ଆଉ ଟାର୍ଗେଟ ହୋଇଥାନ୍ତି। ୟୁଜର୍ସମାନେ କୌଣସି ନା କୌଣସି କାରଣ ଲାଗି ସେଲିବ୍ରିଟିଙ୍କୁ ଟ୍ରୋଲ କରନ୍ତି। ମାତ୍ର କେତେକ...

ବିଲରେ ଧାନ ରୋଉଛନ୍ତି ଏହି ଅଭିନେତା, ଗର୍ଲଫ୍ରେଣ୍ଡ୍‌ ଶେୟାର କଲେ ଫଟୋ

କରୋନା ଭାଇରସ ଯୋଗୁ ଚଳଚ୍ଚିତ୍ର ଶୁଟିଂ ବନ୍ଦ ରହିଛି। ତେବେ ଅନଲକ ସମୟରେ ସର୍ତ୍ତମୂଳକ ଶୁଟିଂକୁ ଅନୁମତି ଦିଆଯାଇଛି। ଅଭିନେତା ସଲମାନ ଖାନ ମଧ୍ୟ ତାଙ୍କ...

Advertisement
Seven Jackpot


Archives

Model This Week