କରୋନା ଭାଇରସ: ଚିକିତ୍ସା ସମୟରେ ସହଯୋଗ କରୁ ନାହାନ୍ତି କନିକା!

ଲକ୍ଷ୍ନୌ,୨୨।୩: ବଲିଉଡ୍‌ ଗାୟିକା କନିକା କପୁରଙ୍କ ନିକଟରେ କରୋନା ପଜିଟିଭ୍‌ ମିଳିବା ପରେ ସବୁଠି ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା। କାରଣ ଲଣ୍ଡନରୁ ଫେରିବା ପରେ କନିକା ଉତ୍ତରପ୍ରଦେଶର ଲକ୍ଷ୍ନୌରେ ଏକ ପାର୍ଟିରେ ଯୋଗ ଦେଇଥିବା ବେଳେ ସେଠାରେ ବହୁ ରାଜନେତା ଓ ଭିଭିଆଇପିଙ୍କ ସଂସ୍ପର୍ଶରେ ଆସିଥିଲେ। ଆଉ ସେ କରୋନାରେ ପୀଡିତ ଥିବା ଜଣାପଡିବା ପରେ କେତେଜଣ ରାଜନେତା ନିଜକୁ ସେଲ୍ଫ ଆଇସୋଲେଶନରେ ରଖିଦେଇଥିଲେ। ଏବେ କନିକାଙ୍କର ଲକ୍ଷ୍ନୌ ସ୍ଥିତ ସଞ୍ଜୟ ଗାନ୍ଧୀ ପୋଷ୍ଟ ଗ୍ରାଜୁଏଟ ଇନଷ୍ଟିଚ୍ୟୁଟ ଅଫ୍‌ ମେଡିକାଲ ସାଇନସେସ୍‌(ଏସ୍‌ଜିପିଜିଆଇ)ରେ ଚିକିତ୍ସା ଚାଲୁଛି। ହେଲେ ଚିକିତ୍ସା ସମୟରେ ସେ ହସ୍ପିଟାଲ ଷ୍ଟାଫଙ୍କୁ ସହଯୋଗ କରୁ ନ ଥିବା ଜଣାପଡିଛି। ଏମିତିକି ହସ୍ପିଟାଲ କର୍ତ୍ତୃପକ୍ଷ ଏହାକୁ ନେଇ ଅଭିଯୋଗ କରିଥିବା ଶୁଣିବାକୁ ମିଳିଛି। ହସ୍ପିଟାଲରେ କନିକା ଭିଆଇପି ସୁବିଧା ଖୋଜୁଥିବା କୁହାଯାଉଛି। ଅନ୍ୟପଟେ ତାଙ୍କ ଦ୍ୱାରା କରୋନା ସଂକ୍ରମଣ ଅଧିକ ହୋଇଥିବା ଅଭିଯୋଗରେ ତାଙ୍କ ନାଁରେ ଏଫ୍‌ଆଇଆର୍‌ ମଧ୍ୟ କରାଯାଇଛି। ବଲିଉଡ୍‌ର କେତେଜଣ ସେଲିବ୍ରିଟି କନିକାଙ୍କର ଏଭଳି କାର୍ଯ୍ୟକୁ ଖୁବ୍‌ ନିନ୍ଦା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋଭିଡ-୧୯: ଲିଭରପୁଲ ଲିଜେଣ୍ଡ ଡାଲଗ୍ଲିଶ ପଜିଟିଭ୍‌

ଲଣ୍ଡନ,୧୧।୪(ଏଏଫ୍‌ପି)- ସ୍କଟଲାଣ୍ଡ ଷ୍ଟ୍ରାଇକର ତଥା ଲିଭରପୁଲ କିମ୍ବଦନ୍ତୀ ଫୁଟବଲର କେନ୍ନି ଡାଲଗ୍ଲିଶ୍‌ କରୋନ ଭାଇରସ ସଂକ୍ରମଣ କାରଣରୁ ପଜିଟିଭ ବୋଲି ଜଣାପଡିଛି। ତାଙ୍କ ପରିବାର ସୂତ୍ରର...

ଶ୍ରୀଲଙ୍କାରେ ହେବ ସୀତାଙ୍କ ମନ୍ଦିର

ଭୋପାଳ,୨୮।୧: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥ ଘୋଷଣା କରିଛନ୍ତି ଶ୍ରୀଲଙ୍କାରେ ମାତା ସୀତାଙ୍କର ଏକ ସୁନ୍ଦର ମନ୍ଦିର ନିର୍ମାଣ କରାଯିବ। ଏହାକୁ ମଧ୍ୟପ୍ରଦେଶ ସରକାର ନିର୍ମାଣ କରିବେ।...

ସମସ୍ତଙ୍କୁ ମିଳିବ ନ୍ୟାୟ: ମୋଦି

ନୂଆଦିଲ୍ଲୀ,୨୯।୨: ଦେଶରେ ଭାଜପା ସରକାର ସବ୍‌କା ସାଥ୍‌, ସବ୍‌କା ବିକାଶ, ସବ୍‌କା ବିଶ୍ୱାସ ଆଧାରରେ ଶାସନ ଜାରି ରଖିଛି। ଏହା ଅନ୍ତର୍ଗତ ସମାଜର ସମସ୍ତ ଜନସାଧାରଣଙ୍କୁ...

ବନ୍ଦ ହେବ ୨ହଜାର ଟଙ୍କିଆ ନୋଟ୍‌ !

ନୂଆଦିଲ୍ଲୀ,୨୯।୧୧: ବିମୁଦ୍ରିକରଣ ପରେ ବଜାରକୁ ଆସିଥିବା ୨ହଜାର ଟଙ୍କିଆକୁ ନେଇ ଏବେ ଲୋକଙ୍କ ମନରେ ପୁଣି ଛନକା ପଶିଲାଣି। କାରଣ ଶୁକ୍ରବାର ପୂର୍ବତନ ଅର୍ଥ ସଚିବ...

ପ୍ରିୟଙ୍କାଙ୍କୁ କଂଗ୍ରେସ ଅଧ୍ୟକ୍ଷ ଭାବେ ଦେଖିବାକୁ ଚାହୁଁ ନାହାଁନ୍ତି ରାହୁଲ

ନୂଆଦିଲ୍ଲୀ,୩୦।୭: ଏବେ କଂଗ୍ରେସର ଅଧ୍ୟକ୍ଷ ପଦ ଖାଲି ପଡିଥିବା ବେଳେ ଏହାକୁ ନେଇ ଚାଲିଛି ଅଙ୍କକଷା। ହେଲେ ଏହା ଛିଡି ପାରୁ ନାହିଁ। ଗୋଟିଏ ଦିନ...

୧୪ ରାଜ୍ୟରୁ ୧୨୭ ସନ୍ଦିଗ୍ଧ ଆଇଏସ୍‌ ଗିରଫ: ଜାକିର ନାଇକଙ୍କ ଭାଷଣ ଶୁଣି ଆତଙ୍କବାଦୀ ସଂଗଠନ ଯୋଗାଯୋଗରେ ଥିଲେ

ନୂଆଦିଲ୍ଲୀ,୧୪।୧୦: ଇସଲାମିକ୍‌ ଧର୍ମ ଉପଦେଶକାରୀ ଜାକିର ନାଇକଙ୍କ ଭାଷଣ ଦ୍ୱାରା ପ୍ରେରିତ ହୋଇ ଆଇଏସ୍‌ ସହିତ ଯୋଗାଯୋଗରେ ଥିବା ୧୨୭ ସନ୍ଦିଗ୍ଧଙ୍କୁ ୧୪ ରାଜ୍ୟରୁ ଗିରଫ...

ଉନ୍ନାଓ ପୀଡ଼ିତା ବାପାଙ୍କ ଚିକିତ୍ସା କରୁଥିବା ଡାକ୍ତରଙ୍କ ସନ୍ଦେହଜନକ ମୃତ୍ୟୁ

ଉନ୍ନାଓ,୧୩।୧: ଉତ୍ତରପ୍ରଦେଶ ଉନ୍ନାଓର ବଳାତ୍କାରୀ ପୀଡ଼ିତାଙ୍କ ବାପାଙ୍କ ଚିକିତ୍ସା କରିଥିବା ଡାକ୍ତର ପ୍ରଶାନ୍ତ ଉପାଧ୍ୟାୟଙ୍କ ସୋମବାର ସନ୍ଦେହଜନକ ମୃତ୍ୟୁ ହୋଇଛି। ମଙ୍ଗଳବାର ତିସ୍‌ ହଜାରି କୋର୍ଟରେ...

କୋଟ, ଗାଉନ୍‌ ପିନ୍ଧିବେନି ଆଇନଜୀବୀ

ନୂଆଦିଲ୍ଲୀ,୧୪ା୫(ପି.ଟି.): କରୋନାଜନିତ ସ୍ବାସ୍ଥ୍ୟ ସଙ୍କଟ ଦୂର ନ ହେବା ପର୍ଯ୍ୟନ୍ତ କିମ୍ବା ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସୁପ୍ରିମକୋର୍ଟର ଆଇନଜୀବୀମାନେ ଶୁଣାଣି ବେଳେ କୋଟ ଓ ଲମ୍ବା...

Coronavirus Update

UTI
Archives

Model This Week

Why Dharitri

Leave a comment

Your email address will not be published. Required fields are marked *