କରୋନା ଭାଇରସ: ଓଲ୍ଡ ଏଜ୍‌ ହୋମ ପାଲଟିଛି ହଟ୍‌ସ୍ପଟ୍‌

ମୋନଟ୍ରିଆଲ,୨୫।୪: କରୋନା ଭାଇରସ ସଂକ୍ରମଣରେ ପଛରେ ପଡିନି କାନାଡା। ଏଠାରେ ଏବେ ସୁଦ୍ଧା ସଂକ୍ରମିତଙ୍କ ସଂଖ୍ୟା ୪୪ ହଜାର ପାଖାପାଖି ହେଲାଣି। ଏହାସହ ୨,୩୦୦ ଲୋକଙ୍କ ମୃତ୍ୟୁ ମଧ୍ୟ ହେଲାଣି। ଏଠାରେ ମୃତ୍ୟୁ ଘଟୁଥିବା ଅଧିକାଂଶ ଲୋକଙ୍କ ବୟସ ୫୦ରୁ ଊର୍ଦ୍ଧ୍ୱ ବୋଲି ଜଣାପଡିଛି। ମୃତକଙ୍କ ମଧ୍ୟରେ ୬୩ ପ୍ରତିଶତ ଲୋକ ଓଲ୍ଡ ଏଜ୍‌ ହୋମରେ ରହୁଥିବା ଜଣାପଡିଛି। ଏଇଠି ପ୍ରଶ୍ନ ଉଠିଛି ଇଟାଲୀ, ସ୍ପେନ, ଲଣ୍ଡନ ଓ ଆମେରିକା ଭଳି କାନାଡାରେ ମଧ୍ୟ କ’ଣ ବୁଢା ଲୋକଙ୍କୁ ମରିବା ପାଇଁ ଛାଡି ଦିଆଯାଉଛି। ମିଳିଥିବା ସୂଚନାରୁ ଜଣାପଡେ କାନାଡାର ରାଜଧାନୀ ମୋନଟ୍ରିଆଲରେ ଏବେସୁଦ୍ଧା ସର୍ବାଧିକ ଲୋକଙ୍କର କରୋନା ସଂକ୍ରମଣରେ ମୃତ୍ୟୁ ହୋଇଛି। ଏଠାକାର ଓଲ୍ଡ ଏଜ୍‌ ହୋମର ଜଣେ କର୍ମଚାରୀ ନେଟଲି ଷ୍ଟେକ ଡୁଶେଟଙ୍କ ମତରେ ସେଠାରେ ଥିବା ସମସ୍ତ ୧୮୦ ଜଣ ବରିଷ୍ଠ ନାଗରିକ କରୋନାରେ ପୀଡିତ। ଅବଶ୍ୟ ଏକଥା ସେମାନେ ଜାଣିଥିଲେ ବୋଲି ସେ କୁହନ୍ତି। ହେଲେ ଏକଥା ଉପରେ କେହି ଗୁରୁତ୍ୱ ଦେଇ ନ ଥିଲେ ବୋଲି ସେ କର୍ମଚାରୀ ଜଣକ କହିଛନ୍ତି। ଅଲ ଜଜିରାକୁ ଦେଇଥିବା ଏକ ଟେଲିଫୋନ ସାକ୍ଷାତ୍‌କାରରେ ସେ କହିଛନ୍ତି ଓଲ୍ଡ ଏଜ୍‌ ହୋମରେ ହସ୍ପିଟାଲ ଭଳି କୌଣସି ସୁବିଧା ନାହିଁ। ତେଣୁ ଏଠାରେ କରୋନା ସଂକ୍ରମଣ ଜଙ୍ଗଲରେ ଲାଗିବା ନିଆଁ ଭଳି ବ୍ୟାପିଯାଇଛି। କନାଡା ଗଣମାଧ୍ୟମର ସୂଚନା ଅନୁଯାୟୀ, ଓଲ୍ଡ ଏଜ ହୋମରେ କୌଣସି ସୁବିଧା ନ ଥିବାରୁ ଏଠାରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ହେଉଛି। ସରକାର ଏ ଦିଗରେ ଧ୍ୟାନ ନ ଦେଉଥିବା ଅଭିଯୋଗ ମଧ୍ୟ ହେଲାଣି।


Enter your email to get our daily news in your inbox.

All Right Reserved By Dharitri.Com

ଏସ୍‌ପି ନେତା ଆଜମ ଖାଁ ଗୁରୁତର

ଲକ୍ଷ୍ନୌ,୨୯।୫: ସମାଜବାଦୀ ପାର୍ଟି(ଏସ୍‌ପି) ନେତା ତଥା ଏମ୍‌ପି ଆଜମ ଖାଁଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ରହିଛି। ଲକ୍ଷ୍ନୌ ମେଦାନ୍ତ ହସ୍ପିଟାଲ ସ୍ଥିତ କୋଭିଡ ଆଇସିୟୁରେ ସେ ଭର୍ତ୍ତି...

ନବଜାତକକୁ ସ୍ବାଗତକଲେ ଏଲନ୍‌ ମସ୍କ, ଗର୍ଲଫ୍ରେଣ୍ଡ ଗ୍ରୀମ୍‌ସ

ନୂଆଦିଲ୍ଲୀ,୬।୫: ଟେସ୍‌ଲା ମୁଖ୍ୟ ଏଲନ୍‌ ମସ୍କ ଏବଂ ଗର୍ଲଫ୍ରେଣ୍ଡ ଗ୍ରୀମ୍‌ସ ସେମାନଙ୍କ ପ୍ରଥମ ସନ୍ତାନକୁ ସ୍ବାଗତ କରିଛନ୍ତି। ୩୨ ବର୍ଷୀୟ ଗ୍ରୀମ୍‌ସଙ୍କ ପ୍ରକୃତ ନାମ କ୍ଲେୟାର...

ଘର ପାଲଟିଲା ସିନେମା ହଲ୍‌

ନୂଆଦିଲ୍ଲୀ: ଲକ୍‌ଡାଉନ୍‌ ପାଇଁ ଏବେ ସବୁ ସିନେମା ହଲ୍‌କୁ ବନ୍ଦ କରି ଦିଆଯାଇଛି। ସେଥିପାଇଁ ଘର ବାହାରେ ମନୋରଞ୍ଜନର କୌଣସି ସୁବିଧା ନାହିଁ। କିନ୍ତୁ ଏଭଳି...

ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ଅନ୍ତ୍ୟେଷ୍ଟିକ୍ରିୟାରେ ଯୋଗଦେବେ ମୋଦି

ଟୋକିଓ,୨୭।୯: ସେପ୍ଟେମ୍ବର ୨୭ ଅର୍ଥାତ୍‌ ଆଜି ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ରାଜକୀୟ ଅନ୍ତ୍ୟେଷ୍ଟିକ୍ରିୟା କରାଯିବ। ଏହି କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର...

କ୍ରିସ ହିପକିନ୍ସ ନ୍ୟୁଜିଲାଣ୍ଡର ନୂଆ ପ୍ରଧାନମନ୍ତ୍ରୀ…

ଓ୍ବିଲଙ୍ଗଟନ,୨୫।୧ : କ୍ରିସ ହିପକିନ୍ସ ନ୍ୟୁଜିଲାଣ୍ଡର ନୂତନ ପ୍ରଧାନମନ୍ତ୍ରୀ ହୋଇଛନ୍ତି। ବୁଧବାର ସେ ଦେଶର ୪୧ ତମ ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ନ୍ୟୁଜିଲାଣ୍ଡର...

୧୬ ହଜାର ତଳେ ସକ୍ରିୟ ମାମଲା…

ନୂଆଦିଲ୍ଲୀ, ୫।୧୧: ଥଣ୍ଡା ବଢ଼ିବା ସହିତ ଦେଶରେ କରୋନା ମହାମାରୀ ସଂକ୍ରମଣର ଆତଙ୍କ ପୁଣି ଆରମ୍ଭ ହୋଇଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା କମି...

ପ୍ରଦର୍ଶନକାରୀଙ୍କୁ ଟ୍ରମ୍ପ୍‌ଙ୍କ ଚେତାବନୀ: ଆମ ପାଖରେ ରହିଛି ଭୟଙ୍କର କୁକୁର ସହିତ ମାରଣାସ୍ତ୍ର

ଓ୍ବାଶିଂଟନ,୩୧।୫: କରୋନା ମହାମାରୀ ସଙ୍କଟ ସମୟରେ ଆମେରିକାରେ ଜଣେ ଅଣ-ଶ୍ୱେତାଙ୍ଗଙ୍କ ମୃତ୍ୟୁ ନେଇ ପ୍ରଦର୍ଶନ ଜାରି ରହିଛି। ମିନେସୋଟା ରାଜ୍ୟର ମିନେପୋଲିସ ସହରରେ ପୋଲିସ ହେପାଜତରେ...

ଟିକା: ଉତ୍ସବ ବନାମ ସଙ୍କଟ

ଭୂତାଣୁର ନୂଆ ରୂପ ଆତଙ୍କ ସୃଷ୍ଟି କରିଛି ଦେଶ ଓ ବିଶ୍ୱରେ। ସଂକ୍ରମଣର ବର୍ଷକ ପରେ ମହାମାରୀ ମୁକାବିଲା ପାଇଁ ହାତରେ ଭାକ୍ସିନ ଅଛି ବୋଲି...

Advertisement
Archives

Model This Week