Posted inଖେଳ

କରୋନା ଭାଇରସ୍‌ ଭୟ: ଚାଇନା ମାଷ୍ଟର୍ସ ବାତିଲ

ବେଜିଂ,୧।୨(ଏଏଫ୍‌ପି)- ଦେଶରେ କରୋନା ଭାଇରସ୍‌ କାୟା ବିସ୍ତାର କରିସାରିଛି। ଏହାର ପ୍ରଭାବ କ୍ରୀଡ଼ାଜଗତ ଉପରେ ମଧ୍ୟ ପଡ଼ିଛି। ୨୦୨୦ ବିଶ୍ୱ ଟୁର ସିଜନରେ ଚାଇନାର ପ୍ରଥମ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟ ଚାଇନା ମାଷ୍ଟର୍ସକୁ ବାତିଲ କରାଯାଇଛି। ଏ ନେଇ ଶନିବାର ଆୟୋଜକମାନେ ଘୋଷଣା କରିଛନ୍ତି। ୬ ଦିନ ଧରି ଚାଲିବାକୁ ଥିବା ଏହି ଇଭେଣ୍ଟ ଫେବୃୟାରୀ ୨୫ରୁ ଦେଶର ସାଉଥର୍ନ ହାଇନାନ୍‌ ଆଇସ୍‌ଲାଣ୍ଡଠାରେ ଖେଳାଯିବାର ଥିଲା। କିନ୍ତୁ ସ୍ବାସ୍ଥ୍ୟଜନିତ ଭୟ ଓ ଖେଳାଳିଙ୍କ ସୁରକ୍ଷା ଦୃଷ୍ଟିରୁ ବାତିଲ ନିଷ୍ପତ୍ତି ନିଆଯାଇଥିବା ବ୍ୟାଡ୍‌ମିଣ୍ଟନ ଓ୍ବାଲର୍‌ଡ ଫେଡେରେଶନ (ବିଡବ୍ଲ୍ୟୁଏଫ୍‌) ପକ୍ଷରୁ ଏକ ବିବୃତିରେ କୁହାଯାଇଛି। ଏଣୁ କିଛି ଖେଳାଳି ପ୍ରତିଯୋଗିତାରୁ ଓହରି ଯାଇଛନ୍ତି। ମାରାତ୍ମକ କରୋନା ଭାଇରସ୍‌ କେନ୍ଦ୍ର ଚାଇନିଜ ସହର ଉହାନ୍‌ରୁ ଆରମ୍ଭ ହୋଇଛି। ଏହି ଭାଇରସ୍‌ ଯୋଗୁ ୨୫୯ଙ୍କ ମୃତ୍ୟୁ ଘଟିଲାଣି। ଏବେ ଏହି ଭାଇରସ ୧୨ ଦେଶକୁ ମାଡ଼ି ସାରିଛି। ଉହାନଠାରେ ଆସନ୍ତା ଏପ୍ରିଲରେ ଏସିଆ ଚାମ୍ପିୟନଶିପ ବ୍ୟାଡ୍‌ମିଣ୍ଟନ ଇଭେଣ୍ଟ ହେବାର ଅଛି। ଏହା ଟୋକିଓ ଅଲିମ୍ପିକ୍‌ ଯୋଗ୍ୟତା ହାସଲ ଲକ୍ଷ୍ୟରେ ଥିବା ଖେଳାଳିଙ୍କ ପାଇଁ ଅନ୍ତିମ ଇଭେଣ୍ଟ। ତେବେ ଏ ନେଇ କିଛି ନିଷ୍ପତ୍ତି ନିଆଯାଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟି-୨୦ ଓ୍ବାଲର୍‌ଡ କପ୍‌ରୁ ଭାରତ ବାହାର, ବିଜ୍ଞାପନ ଆୟରେ ୧ ହଜାର କୋଟି କ୍ଷତି ହେବା ଆଶଙ୍କା…

ନୂଆଦିଲ୍ଲୀ,୮।୧୧: ଯାହା ଆଶଙ୍କା କରାଯାଉଥିଲା ତାହା ଘଟିଲା। ଟିମ ଇଣ୍ଡିଆ ଟି -୨୦ ବିଶ୍ୱକପ୍‌ ସେମିଫାଇନାଲରେ ପ୍ରବେଶ କରିପାରି ନାହିଁ। ଭାରତୀୟ ପ୍ରଶଂସକମାନେ ଏହା ଦ୍ୱାରା...

ଲକ୍ଷ୍ନୌକୁ ୨୧୩ ରନ୍‌ର ଟାର୍ଗେଟ ଦେଲା ଆରସିବି…

ବେଙ୍ଗାଲୁରୁ,୧୦।୪: ଏମ. ଚିନ୍ନାସ୍ବାମୀ ଷ୍ଟାଡିୟମରେ ସୋମବାର ଆଇପିଏଲ୍‌ର ୧୫ତମ ମ୍ୟାଚରେ ଲକ୍ଷ୍ନୌ ସୁପର ଜିଆଣ୍ଟସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଖେଳାଯାଉଛି। ମ୍ୟାଚରେ ଲକ୍ଷ୍ନୌ...

ପୁଣି ପଡିଆରେ ଓପନିଂ କରିବେ ସଚିନ-ସେହ୍ବାଗ!

ନୂଆଦିଲ୍ଲୀ,୧।୩: ବିଶ୍ୱର କିଛି ପ୍ରସିଦ୍ଧ କ୍ରିକେଟର୍‌ଙ୍କ ମିଳନ ହେବାକୁ ଯାଉଛି। କିଛି ବଛା ବଛା କ୍ରିକେଟ୍‌ରଙ୍କୁ ନେଇ ରୋଡ୍‌ ସେଫ୍ଟି ଓ୍ବାଲର୍‌ଡ ସିରିଜ୍‌ କ୍ରିକେଟ୍‌ ଟୁର୍ନାମେଣ୍ଟ...

କ୍ରୁନାଲଙ୍କୁ କ୍ଷମା ପ୍ରାର୍ଥନା କଲେ ହାର୍ଦ୍ଦିକ

ମୁମ୍ବାଇ,୧୧।୯: ହାର୍ଦ୍ଦିକ ପାଣ୍ଡ୍ୟା ଓ କ୍ରୁନାଲ ପାଣ୍ଡ୍ୟାଙ୍କୁ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି୨୦ ସିରିଜ୍‌ରେ ବ୍ଲୁ ଜର୍ସିରେ ଦେଖିବାକୁ ମିଳିବ। ବୁଧବାର ପାଣ୍ଡ୍ୟା ବ୍ରଦର୍ସ ଅଭ୍ୟାସ...

୨୦ ବର୍ଷରୁ କମ୍‌ ଏସିଆ ମହିଳା ରଗ୍‌ବୀ ସେଭେନ୍ସ: ଓଡ଼ିଶାର ସୁମିତ୍ରା ଭାରତୀୟ ଦଳ ଅଧିନାୟିକା

ଭୁବନେଶ୍ୱର, ୨୧।୮(କ୍ରୀଡ଼ା ପ୍ରତିନିଧି)-ଲାଓସର ଭେଣ୍ଟିଏନଠାରେ ଚଳିତମାସ ୨୪ ଓ ୨୫ ତାରିଖରେ ହେବାକୁଥିବା ୨୦ ବର୍ଷରୁ କମ୍‌ ଏସିଆ ମହିଳା ରଗ୍‌ବୀ ସେଭେନ୍ସ ଚାମ୍ପିୟନଶିପ୍‌ ପାଇଁ...

ଟୋକିଓ ଯାତ୍ରାରେ ପ୍ରଥମ ବ୍ୟାଚ୍‌ର ଆଥଲେଟ

ନୂଆଦିଲ୍ଲୀ,୧୮।୭: ଭାରତୀୟ ଅଲିମ୍ପିକ ଆଥଲେଟିକ ଦଳର ପ୍ରଥମ ବ୍ୟାଚ୍‌ ଟୋକିଓ ଯାତ୍ରା କରିଛି। ଶନିବାର ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଆଥଲେଟଙ୍କ ଏହି...

ଏନ୍‌ସିଏ ମୁଖ୍ୟ ପଦବୀ ପାଇଁ ପୁଣି ଆବେଦନ କଲେ ଦ୍ରାବିଡ

ବେଙ୍ଗାଲୁରୁ,୧୯।୮: ଭାରତୀୟ କ୍ରିକେଟଜଗତରେ ରାହୁଲ ଦ୍ରାବିଡ଼ ଅନ୍ୟତମ ସମ୍ମାନିତ ଖେଳାଳି। ସେ ଜଣେ ସକ୍ରିୟ କ୍ରିକେଟର ହିସାବରେ ତ କେବେ କୋଚିଂ କ୍ୟାରିୟରକୁ ନେଇ ଚର୍ଚ୍ଚାରେ...

ସାଥୀ ଖେଳାଳିଙ୍କୁ ଚାପୁଡା ମାରିବାରୁ ହାତ ଉଠାଇଲେ ଏହି କ୍ରିକେଟର୍‌, ଆଉ ତା’ପରେ

ଘରୋଇ ଟି-୨୦ ଟୁର୍ନାମେଣ୍ଟରେ ବାଂଲାଦେଶ ଖେଳାଳି ମୁଶଫିକୁର ରହିମ ନିଜ ସାଥୀଙ୍କୁ ପଡ଼ିଆରେ ଚାପୁଡ଼ା ମାରିବାକୁ ଚେଷ୍ଟା କରିଥିଲେ। ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ...

Advertisement
Archives

Model This Week