କରୋନା ବଢ଼ାଇବ ଦାରିଦ୍ର୍ୟ

ଭୁବନେଶ୍ୱର,୧୪। ୬(ବ୍ୟୁରୋ): କରୋନା (କୋଭିଡ୍‌-୧୯) ଭୂତାଣୁ ସ୍ବାସ୍ଥ୍ୟ ପାଇଁ ଘାତକ ସାଜିବା ସହ ଜୀବନ ଜୀବିକାକୁ ମଧ୍ୟ ବହୁଳ ଭାବେ ପ୍ରଭାବିତ କରିଛି। ସ୍ବାସ୍ଥ୍ୟଗତ ବିପତ୍ତିଠାରୁ ଜୀବିକା ହରାଇବା ଯନ୍ତ୍ରଣା ଆହୁରି ବଳିଗଲାଣି। ଏହି ମହାମାରୀ ଆସିବା ପରଠୁ ଅଦ୍ୟାବଧି ବହୁ ଲୋକ ଜୀବିକା ହରାଇ ଦାରିଦ୍ର୍ୟର କରାଳ ଚକ୍ରବୂ୍ୟହ ଭିତରକୁ ଠେଲିହୋଇ ଯାଇଛନ୍ତି। ଆଗାମୀ ଦିନରେ ଏହା ଆହୁରି ଭୟାବହ ରୂପ ଧାରଣ କରିବ ବୋଲି ଆନ୍ତର୍ଜାତିକ ଶ୍ରମ ସଙ୍ଗଠନ(ଆଇଏଲ୍‌ଓ) ଚେତାବନୀ ଦେଲାଣି। ଏହି ମହାମାରୀ ପ୍ରଭାବରେ ବିଶ୍ୱର ସମୁଦାୟ ୩.୩ ବିଲିୟନ ଶ୍ରମ ଶକ୍ତିରୁ ୧.୬ ବିଲିୟନ ଲୋକ ଜୀବିକା ହରାଇବେ ବୋଲି ଏହି ଆନ୍ତର୍ଜାତିକ ସଂସ୍ଥା ଆକଳନ କରିଛି। ଭାରତରେ କରୋନା ଭୂତାଣୁ ସଂକ୍ରମଣ ପରେ ପ୍ରତି ୧୦ ଜଣରେ ଜଣକୁ ଜୀବିକା ହରାଇବାକୁ ପଡ଼ିବ। ପ୍ରାୟ ୧୩୬ ନିୟୁତ ଲୋକ ନିଯୁକ୍ତି ହରାଇବେ ବୋଲି ସତର୍କ କରାଯାଇଛି। ଏହି ମହାମାରୀର ପ୍ରଭାବ ଓଡ଼ିଶା ଉପରେ ମଧ୍ୟ ଭୟଙ୍କର ଭାବେ ପଡିବା ଆଶଙ୍କା ସୃଷ୍ଟି ହୋଇଛି। ଓଡ଼ିଶାରେ ବେରୋଜଗାରଙ୍କ ସଂଖ୍ୟା ବଢ଼ିବା ସହିତ ଦାରିଦ୍ର୍ୟ ରାଜ୍ୟ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ହେବ। ଏପରି କି ଦାରିଦ୍ର୍ୟ ସୀମାରେଖା ତଳେ(ବିପିଏଲ୍‌) ନ ଥିବା ମଧ୍ୟବିତ୍ତ ପରିବାର ବୃତ୍ତି ହରାଇ ଦାରିଦ୍ର୍ୟ ବଳୟ ଭିତରକୁ ଚାଲିଯିବା ନେଇ ଅର୍ଥନୀତି ବିଶାରଦ ଅନୁମାନ କରୁଛନ୍ତି।

ରାଜ୍ୟରେ ଏବେ ୯୫ ଲକ୍ଷ ପରିବାରର ୩ କୋଟି ୩୫ ଲକ୍ଷ ଲୋକ ଦାରିଦ୍ର୍ୟ ସୀମାରେଖା ତଳେ ରହିଛନ୍ତି। ଏହି ଗରିବ ଲୋକଙ୍କୁ ୧ ଟଙ୍କାରେ ଖାଦ୍ୟସାମଗ୍ରୀ ଯୋଗାଇବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବାର୍ଷିକ ପ୍ରାୟ ୭୦ ହଜାର କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ଆସନ୍ତାବର୍ଷ ମଧ୍ୟରେ ରାଜ୍ୟରେ ଏଥିରେ ଆହୁରି ୧୦ ଲକ୍ଷ ପରିବାର ଯୋଡି ହେବା ସମ୍ଭାବନା ସୃଷ୍ଟି ହେଲାଣି। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ୨୦୨୦ ଜୁନ୍‌ ୧୩ ସୁଦ୍ଧା ରାଜ୍ୟର ୩୦ଟି ଜିଲାରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (ଏନ୍‌ଏଫ୍‌ଏସ୍‌ଏ)ରେ ୯୨,୮୫,୬୭୨ ପରିବାର ଦାରିଦ୍ର୍ୟ ସୀମାରେଖା ତଳେ ଅଛନ୍ତି। ଏହି ପରିବାରର ୩,୨୫,୫,୯୦୩ ଗରିବ ଲୋକଙ୍କୁ ମାସିକ ମୁଣ୍ଡପିଛା ୫ କେଜି ହିସାବରେ ଖାଦ୍ୟଶସ୍ୟ ଯୋଗାଇ ଦିଆଯାଉଛି। ଏହି ପରିବାରଗୁଡିକୁ କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବେ ୧ ଟଙ୍କାରେ ମାସକୁ ୧୬୨୯୬୭.୫୬୮୧ ମେଟ୍ରିକ ଟନ ଚାଉଳ ଏବଂ ୨୪୩୪୫.୨୮୬୯ ମେଟ୍ରିକ ଟନ ଗହମ ଯୋଗାଇ ଦେଉଛନ୍ତି । ଏ ବାବଦରେ କେନ୍ଦ୍ର ସରକାର ବାର୍ଷିକ ୬୩୭୨.୪୧ କୋଟି ଏବଂ ରାଜ୍ୟ ସରକାର ୪୪୯.୫ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ଏହା ଛଡା ରାଜ୍ୟ ସରକାର ନିଜସ୍ବ ଖାଦ୍ୟ ସୁରକ୍ଷା ଯୋଜନାରେ ୩,୧୬,୯୩୨ ପରିବାରର ୧୦,୦୮,୨୭୩ ଜଣ ଗରିବ ଲୋକଙ୍କୁ ମାସକୁ ୫୦୪୧.୩୬୫ ମେଟ୍ରିକ ଟନ ଚାଉଳ ୧ ଟଙ୍କାରେ ଯୋଗାଇ ଦେଉଛନ୍ତି । ଏ ବାବଦରେ ରାଜ୍ୟ ସରକାର ବାର୍ଷିକ ୩୯୧.୧୨ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତିି। ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଲୋକଙ୍କ ମୁହଁରେ ଦାନା ଦେବାକୁ ରାଜ୍ୟ ସରକାର ଉଭୟ ଯୋଜନାରେ ବର୍ଷକୁ ୬୩୭.୦୮କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। କରୋନା ମହାମାରୀ ପରେ ରାଜ୍ୟରେ ବେକାରି ହାର ବହୁ ମାତ୍ରରେ ବଢିବା ସହ ଦାରିଦ୍ର୍ୟ ସୀମାରେଖା ଉପରେ ଥିବା ବହୁ ପରିବାର ଏହା ତଳକୁ ଖସିଯିବା ନେଇ ଆଶଙ୍କା ପ୍ରକାଶ ପାଇଲାଣି। ସମସ୍ତଙ୍କୁ ଖାଦ୍ୟ ଯୋଗାଇ ଦେବା ରାଜ୍ୟ ସରକାରଙ୍କ ପକ୍ଷେ କାଠିକର ପାଠ ହେବ। କରୋନା ମାଡରେ ଦୁର୍ବଳ ହେବାକୁ ଯାଉଥିବା ରାଜକୋଷ ଆଗାମୀ ଦିନରେ ରାଜ୍ୟର ଦାରିଦ୍ର୍ୟକୁ କିପରି ସମ୍ଭାଳିବ ସେ ନେଇ ଏବେଠାରୁ ଚିନ୍ତା ବଢିଲାଣି। ରାଜ୍ୟର ବିକାଶ କଥା ଦୂରେ ଥାଉ ଲୋକମାନଙ୍କୁ ନିଯୁକ୍ତି ଓ ଆହାର ଯୋଗାଇବାରେ ସରକାର ନାକେଦମ୍‌ ହେବେ ବୋଲି ଅର୍ଥନୀତି ବିଶାରଦମାନେ ମତ ଦେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ ଧନୁଯାତ୍ରା ତୋରଣ ଭଙ୍ଗା ଘଟଣା: ଜନପ୍ରିୟ ସରକାରକୁ ବଦନାମ କରିବାକୁ ଚାଲିଛି ଚକ୍ରାନ୍ତ,ବରଗଡ଼ ଏମପି…

ବରଗଡ଼,୨୬।୫(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଧନୁଯାତ୍ରା ତୋରଣ ଭାଙ୍ଗିବା ଘଟଣା ସବୁଠି ଏବେ ଚର୍ଚ୍ଚାର ବିଷୟ ହୋଇଛି। ଏହି ଘଟଣାର ତୁରନ୍ତ ଭିଜିଲାନ୍ସ ତଦନ୍ତ କରିବା ପାଇଁ ବରଗଡ଼…

OAS ପରୀକ୍ଷାରେ ବରଗଡ଼ ପୁଅଙ୍କ ବାଜିମାତ୍: ଅଧ୍ୟାପକଙ୍କ ପୁଅ ରାଜ୍ୟରେ ୩ୟ, ମନ୍ଦିର ସେବକଙ୍କ ପୁଅ…

ବରଗଡ଼,୨୬।୫(ପ୍ରେମାନନ୍ଦ ଖମାରୀ)- ଓଡ଼ିଶା ଲୋକସେବା ଆୟୋଗ(ଓପିଏସି) ପରିଚାଳିତ ଓଡ଼ିଶା ପ୍ରଶାସନିକ ସେବା(ଓଏଏସ୍‌)ରେ ବରଗଡ଼ ଜିଲାର ୨ ଜଣ ସଫଳତା ଅର୍ଜନ କରିଛନ୍ତି। ବରଗଡ଼ କଲେଜ ରୋଡ୍‌ ବାସିନ୍ଦା…

କେସିଙ୍ଗା ଝିଅଙ୍କ କମାଲ: OAS ପରୀକ୍ଷାରେ ରଖିଛନ୍ତି ୪ର୍ଥ ର଼୍ୟାଙ୍କ, ଛୁଟୁଛି ଶୁଭେଚ୍ଛାର ସୁଅ

କେସିଙ୍ଗା, ୨୬।୫ (ତୁମେଶ୍ୱର ସାହୁ): ଓଡ଼ିଶା ଲୋକସେବା ଆୟୋଗ (OPSC) ଦ୍ବାରା ପରିଚାଳିତ ଓଡ଼ିଶା ସିଭିଲ ସର୍ଭିସେସ (OCS) ପରୀକ୍ଷା-୨୦୨୪ର ଚୂଡ଼ାନ୍ତ ଫଳ ପ୍ରକାଶ ପାଇଛି। ଏହି…

ସାବଧାନ! ଜୁନ୍ ୩୦ e-KYC ର ଶେଷ ତାରିଖ, ନିୟମ ନମାନିଲେ ଆସିବନି ଗ୍ୟାସ୍‌ ସିଲିଣ୍ଡର…

ନୂଆଦିଲ୍ଲୀ,୨୬।୫: ଯଦି ଆପଣ ଗ୍ୟାସ ସିଲିଣ୍ଡର ବ୍ୟବହାର କରୁଛନ୍ତି, ତେବେ ଏହି ଖବରଟି ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ, ଗ୍ୟାସ ସିଲିଣ୍ଡର ଯୋଗାଣରେ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ ବଡ଼ ଖବର: ତତ୍କାଳ ଟିକେଟ୍ ପାଇଁ ଆସିଲା ନୂଆ ‘ଟୋକନ ନିୟମ’

ନୂଆଦିଲ୍ଲୀ,୨୬।୫: ରେଳଯାତ୍ରୀମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର। ତତ୍କାଳ ଟିକେଟ୍ କାଉଣ୍ଟରରେ ହେଉଥିବା ପ୍ରବଳ ଭିଡ଼ ଅନିୟମିତତାକୁ ରୋକିବା ପାଇଁ ଭାରତୀୟ ରେଳବାଇ ଏକ ବଡ଼ ପଦକ୍ଷେପ…

ଇଞ୍ଜିନିୟରରୁ OAS ଅଫିସର: ୯୮ ର଼୍ୟାଙ୍କ ରଖି ଗଞ୍ଜାମର ଗୌରବ ବଢ଼ାଇଲେ ଖଗେଶ୍ୱର, ଛୁଟୁଛି ଶୁଭେଚ୍ଛାର ସୁଅ

ଗଞ୍ଜାମ, ୨୬।୫ (ବିଦ୍ୟାଧର ସାହୁ): ଓଡ଼ିଶା ପ୍ରଶାସନିକ ସେବା (OAS) ପରୀକ୍ଷାରେ ପୁଣି ଚମକିଛନ୍ତି ଗଞ୍ଜାମ ଜିଲାର ପୁଅ। ଓଡ଼ିଶା ଲୋକସେବା ଆୟୋଗ (OPSC) ଦ୍ବାରା ପ୍ରକାଶିତ…

ଡିଏସ୍‌ପିରୁ OAS ଟପ୍ପର, ବୁବୁନ୍‌ଙ୍କ ସଫଳତାକୁ ନେଇ ଆନନ୍ଦପୁରରେ ଖୁସିର ଲହରୀ, ଯୁବପିଢ଼ୀଙ୍କ ପାଇଁ ସାଜିଲେ ପ୍ରେରଣା

ବଞ୍ଚୋ/ଆନନ୍ଦପୁର , ୨୬।୫(ପ୍ରଦୋଷ କୁମାର ବିଶ୍ୱାଳ/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ପାଇଁ ଆସିଛି ଏକ ବଡ଼ ଗୌରବର ଖବର। ଓଡ଼ିଶା ଲୋକସେବା ଆୟୋଗ…

ଏଲପିଜି ସିଲିଣ୍ଡରକୁ ବାଏ-ବାଏ; ଏବେ ପାଣିରେ ଜଳିବ ରୋଷେଇ ଚୁଲି! ନୀତିନ ଗଡ଼କରୀଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୬।୫: ଦେଶରେ ମହଙ୍ଗା ମାଡ଼ରେ ଅତିଷ୍ଠ ହେଉଥିବା ସାଧାରଣ ଗ୍ରାହକ ଏବଂ ଗୃହିଣୀମାନଙ୍କ ପାଇଁ ଏକ ବଡ଼  ଖବର ସାମ୍ନାକୁ ଆସିଛି। ବଜାରରେ ଉପଲବ୍ଧ କମର୍ଶିଆଲ୍ ତଥା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri