କରୋନା ପାଇଁ ଖୋଲିଲା ସ୍ବତନ୍ତ୍ର ୱାର୍ଡ଼

ବାରିପଦା ଅଫିସ,୧୪ା୩: କରୋନା ଭାଇରସ୍‌ ଯେଭଳି ନ ବ୍ୟାପିବ ସେଥିଲାଗି ବିଭିନ୍ନ ସ୍ତରରେ ସଚେତନତା ସୃଷ୍ଟି କରାଯାଉଛି । ଏହି ରୋଗ ବିଶ୍ୱବ୍ୟାପୀ ଆତଙ୍କ ଖେଳାଇଥିବାରୁ ଏ ଦିଗରେ ସଚେତନା ସୃଷ୍ଟି ଲାଗି ,ଠାକାର ପ୍ରଶାସନ ତତ୍ପର ହୋଇ ଉଠିଛି। ଏହି ପରିପ୍ରେକ୍ଷୀରେ ବାରିପଦା ପିଆରଏମ୍‌ ମେଡ଼ିକାଲ୍‌ରେ କରୋନା ରୋଗୀଙ୍କ ପାଇଁ ଖୋଲା ଯାଇଛି ସ୍ବତନ୍ତ୍ର ଆଇସୋଲେସନ ୱାର୍ଡ଼, ଯେଉଁଥିରେ ୬ଟି ଶଯ୍ୟା ବ୍ୟବସ୍ଥା ରହିଛି। ଯଦି କେହି ସଦିଗ୍ଧ ରୋଗୀ ଆସନ୍ତି ତାଙ୍କୁ ସେଠାରେ ରଖି ସ୍ବତନ୍ତ୍ର ଭାବେ ଚିକିତ୍ସା କରାଯାଇପାରିବ । ମାସ୍କ, କ୍ଲୋଭସ୍‌ , ସାନିଟାଇଜର, ପିପିୟୁ ଯଥେଷ୍ଟ ମହଜୁଦ୍‌ ରଖାଯାଇଛି ବୋଲି ପିଆରଏମ୍‌ ମେଡ଼ିକାଲ୍‌ ପକ୍ଷରୁ ଏଠାରେ ସୂଚନା ଦିଆଯାଇଛି।
ଅନ୍ୟପକ୍ଷେ ଜିଲା ପ୍ରଶାସନ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନକୁ ବନ୍ଦ କରି ଦେଇଛନ୍ତିି। ସେହଭିଳି ଜିଲାରେ ଥିବା ସମସ୍ତ ଜିମ୍‌, ସିନେମା ହଲ୍‌ ଓ ସୁଇମିଂ ପୁଲ୍‌କୁ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛିି। ବାହାଘର ଭୋଜି, ସାମାଜିକ କାର୍ଯ୍ୟକ୍ରମ, ଧାର୍ମିକ ଉତ୍ସବ, ସେମିନାର, ଓ୍ବାର୍କଶପ୍‌ ଉପରେ ମଧ୍ୟ କଟକଣା ଜାରି କରାଯାଇଛିି। ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ସୋମବାରରେ ହେବାକୁ ଥିବା ଜିଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରକୁ ବାତିଲ କରାଯାଇଛି। ଯେଉଁମାନେ ରାଜ୍ୟ ବାହାରକୁ ଯାଇଥିଲେ ଯଦି ସ୍ବାସ୍ଥ୍ୟବସ୍ଥାରେ ସେମାନଙ୍କଠାରେ କୌଣସି ଥଣ୍ଡା ରୋଗ ଜନିତ ଲକ୍ଷଣ ଦେଖା ଦେଉଛି ତାହା ହେଲେ ସେମାନେ ଭୟଭୀତ ନ ହୋଇ ସ୍ବ ଇଚ୍ଛାରେ ମେଡ଼ିକାଲ୍‌କୁ ଆସି ଚିକିତ୍ସିତ ହେବା ଲାଗି ପରାମର୍ଶ ଦିଆଯାଇଛି। ଜିଲା ପ୍ରଶାସନ ପକ୍ଷରୁ ନିୟନ୍ତ୍ରଣ କକ୍ଷ ଫୋନ୍‌ ନମ୍ବର ୯୪୩୯୯୯୭୯୩୩ ଓ ୦୬୭୯୨ ୨୫୨୭୦୨ ସହ ଯୋଗାଯୋଗ କରିବା ପାଇଁ ବାରିପଦା ମେଡ଼ିକାଲ୍‌ ପକ୍ଷରୁ ମଧ୍ୟ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପାହାଡ଼ ଖୋଲରେ ଲୁଚିଥିଲେ ଛତିଶଗଡ ଯୁବକ: ଧରାପଡ଼ି ସଙ୍ଗରୋଧ କେନ୍ଦ୍ରକୁ ଗଲେ

କେନ୍ଦୁଝର,୯ା୪(ସ୍ବ.ପ୍ର.)-ଛତିଶଗଡରୁ ପୁରୀ ଦେଇ କେନ୍ଦୁଝର ଜିଲାକୁ ଆସି ସଦର ବ୍ଲକ ପଳାଶପଙ୍ଗା ନିକଟ ସନ୍ଥେଭଞ୍ଜ ପାହାଡ଼ ଖୋଲରେ ଆମତ୍ଗୋପନ କରିଥିବା ଜଣେ ଯୁବକଙ୍କୁ ପୋଲିସ ଉଦ୍ଧାର...

କୋକସରା ଭାଜପା ପକ୍ଷରୁ ସମ୍ବିଧାନ ଦିବସ ପାଳିତ

କୋକସରା, ୨୭।୧୧ (ଡି.ଏନ.ଏ.)  – କଳାହାଣ୍ଡି ଜିଲା କୋକସରା ବ୍ଲକ ଭାରତୀୟ ଜନତା ଦଳ ଓ ଆମପାଣି ଜୋନ ପକ୍ଷରୁ ସମ୍ବିଧାନ ଦିବସ ଟେମରା ଓ...

୭ ମାସ ପରେ ଭିଜିଲାନ୍ସ କୋର୍ଟରେ ହାଜର ହେଲେ ମହିଳା ଆଇଆଇସି

ବାଲେଶ୍ୱର ଅଫିସ, ୨।୨: ବାଲେଶ୍ୱର ଟାଉନ ଥାନାର ପୂର୍ବତନ ଆଇଆଇସି ସରୋଜିନୀ ନାୟକ ମଙ୍ଗଳବାର ଭିଜିଲାନ୍ସ କୋର୍ଟରେ ଆତ୍ମସମର୍ପଣ କରିଛନ୍ତି। ଥାନା ଅଧିକାରୀ ଭାବେ ଦାୟିତ୍ୱରେ...

‘ଶ୍ରୀମନ୍ଦିର ଢାଞ୍ଚାରେ ନୃସିଂହନାଥର ବିକାଶ କରାଯିବ’

ବରଗଡ଼ ଅଫିସ୍‌/ପାଇକମାଲ,୩।୨: ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଅସିତ କୁମାର ତ୍ରିପାଠୀ, ଜଳସମ୍ପଦ ବିଭାଗ ସଚିବ ଅନୁ...

କଟକଣାରେ ଚାଲିଛି ହୋଲି ଖେଳ

ଖୋର୍ଦ୍ଧା ଅଫିସ,୨୯।୩: ରଙ୍ଗର ପର୍ବ ହୋଲି। ସହରଠୁ ପୁରପଲ୍ଲୀ ଯାଏ ସବୁଠି ଉତ୍ସବର ମାହୋଲ। କୋଭିଡ କଟକଣା ହୋଲିକୁ ରଙ୍ଗହୀନ କରଦେଇଛି। ସହରଠୁ ଗାଁ ସବୁଠି...

ରଜରେ ଭିଡ ଜମିବା ଆଶଙ୍କା: ଖୋର୍ଦ୍ଧା ବରୁଣେଇ, ମା’ ଉଗ୍ରତାରା ପୀଠରେ ସପ୍ତାହେ ଯାଏ ୧୪୪ ଧାରା ଜାରି

ଖୋର୍ଦ୍ଧା ଅଫିସ,୧୧।୬: ଖୋର୍ଦ୍ଧା ଜିଲାରେ ବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଏହାକୁ ନିୟନ୍ତ୍ରଣ ସହ ଗୋଷ୍ଠୀ ସଂକ୍ରମଣକୁ ଏଡାଇବା ଲାଗି ଜିଲା ପ୍ରଶାସନ ପକ୍ଷରୁ...

ମୃତ୍ୟୁଞ୍ଜୟଙ୍କ ଶିକ୍ଷାଦାନ ନିଶା

ହାଟଡିହୀ,୨୬ା୨(ଡି.ଏନ.ଏ.)-ମୃତ୍ୟୁଞ୍ଜୟଙ୍କ ବୟସ ୪୦ ବର୍ଷ। ପେସାରେ ଜଣେ ସରକାରୀ ଶିକ୍ଷକ। କିନ୍ତୁ ଛାତ୍ରୀଛାତ୍ରଙ୍କୁ ଶିକ୍ଷାଦାନ କରିବା ତାଙ୍କର ନିଶା। ଏଥିଲାଗି ସେ କୌଣସି ଅର୍ଥ ନିଅନ୍ତି...

ଛାର୍‌ରି ଝି’ର ଚିନ୍‌ତାରେ ବୁରୁଧ୍‌ ମା’ବାପ୍‌

ଲାଠୋର, ୨୨।୧୦(ଡି.ଏନ୍‌.ଏ.)- ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଲାଠୋର ପଁଚେତ୍‌ ସଦର କର୍ତ୍ତିଆପଡ଼ାର ବାସିନ୍‌ଦା ବୁରୁଧ୍‌ ଦମ୍ପତି ବଂଶୀଧର ସାହୁ(୬୮) ଆର ସପୁର ସାହୁ(୬୨)। ଇ...

Advertisement


Archives

Model This Week