ଖୋଲାମେଲା ରେଳ ଷ୍ଟେଶନ: କରୋନା ଧରିବ କ୍ୟାମେରା

ଭୁବନେଶ୍ୱର,୧୮ା୩ (ବ୍ୟୁରୋ): କରୋନା ଭାଇରସ୍‌କୁ ନେଇ ସବୁଠି ଭୟ ଓ ଆଶଙ୍କାର ବାତାବରଣ। ସଂକ୍ରମଣ ରୋକିବାକୁ କଡ଼ା ନିର୍ଦ୍ଦେଶ ଜାରି ପରେ ସବୁଠି କଟକଣା ଲଗାଯାଇଛି। ହେଲେ ଓଡ଼ିଶାର ଅନ୍ୟତମ ପ୍ରମୁଖ ପ୍ରବେଶ ପଥ ଭୁବନେଶ୍ୱର ରେଳ ଷ୍ଟେଶନରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ରେଳ ଷ୍ଟେଶନ ଖୋଲାମେଲା ରହିଥିବାବେଳେ ନିର୍ଦ୍ଦେଶକୁ ଖୋଲାଖୋଲି ଉଲ୍ଲଂଘନ କରାଯାଉଥିବାରୁ ସଂକ୍ରମଣ ଆଶଙ୍କା ଦେଖାଦେଇଛି। ଟିକେଟ କାଉଣ୍ଟର, ପ୍ରବେଶ ପଥ, ବସିବା ସ୍ଥାନ ଆଦି ବିଭିନ୍ନ ସ୍ଥାନରେ ଘଣ୍ଟା ଘଣ୍ଟା ଧରି ସମାଗମ ଦେଖିବାକୁ ମିଳୁଛି। ଟିକେଟ ଓ ଟଙ୍କା ଦେଣନେଣବେଳେ ସଂକ୍ରମଣ ସମ୍ଭାବନା ରହୁଛି। ପ୍ରତିଦିନ ରାଜ୍ୟ ତଥା ଦେଶର ବିଭିନ୍ନ ରାଜ୍ୟରୁ ହଜାର ହଜାର ଲୋକ ଏହି ରେଳ ଷ୍ଟେଶନ ଦେଇ ଯାତାୟାତ କରୁଥିଲେ ମଧ୍ୟ କୌଣସି ଯାଞ୍ଚ କରାଯାଉନାହିଁ। ବିମାନ ବନ୍ଦର ଭଳି ଏଠାରେ ସ୍କ୍ରିନିଂ ବ୍ୟବସ୍ଥା ନାହିଁ। ଫଳରେ ଅନ୍ୟ ରାଜ୍ୟରୁ ଖସି ଆସୁଥିବା ସନ୍ଦିଗ୍ଧ କରୋନା ଆକ୍ରାନ୍ତ ଟ୍ରେନ୍‌ ଯୋଗେ ଭୁବନେଶ୍ୱର ଚାଲି ଆସିବାର ସମ୍ଭାବନାକୁ ଏଡାଇ ଦେଇ ହେଉନି। ଏହାକୁ ନେଇ ଷ୍ଟେଶନରେ କାର୍ଯ୍ୟରତ କର୍ମଚାରୀ ଓ ଯାତାୟାତ କରୁଥିବା ଲୋକେ ଆତଙ୍କିତ ଅବସ୍ଥାରେ ରହୁଛନ୍ତି। ଅନ୍ୟପକ୍ଷରେ ଷ୍ଟେଶନ ଦେଇ ଅଧିକ ସଂଖ୍ୟକ ଲୋକ ଯାତାୟାତ କରୁଥିବାରୁ ସମସ୍ତଙ୍କୁ ଗୋଟିଗୋଟି କରି ସ୍କ୍ରିନିଂ କରିବା ସମ୍ଭବ ନୁହେଁ। ଏହାସହ ଯାଞ୍ଚବେଳେ କର୍ମଚାରୀଙ୍କୁ ମଧ୍ୟ ସଂକ୍ରମଣ ଭୟ ରହୁଛି। ଏପରିସ୍ଥଳେ ଷ୍ଟେଶନରେ କିଭଳି କରୋନା ସଂକ୍ରମଣ ରୋଗୀଙ୍କୁ ଚିହ୍ନଟ କରିହେବ ସେନେଇ ରେଳପଥ କର୍ତ୍ତୃପକ୍ଷଙ୍କ ଚିନ୍ତା ବଢ଼ିଛି। ତେଣୁ ଷ୍ଟେଶନରେ ଥର୍ମାଲ ଇମେଜିଂ କ୍ୟାମେରା ଲଗାଇବା ପାଇଁ ଷ୍ଟେଶନ ଡାଇରେକ୍ଟର ଚିତ୍ତରଞ୍ଜନ ନାୟକ ଉଚ୍ଚ ଅଧିକାରୀଙ୍କୁ ଚିଠି ଲେଖି ଜଣାଇଥିବା କହିଛନ୍ତି। ମଙ୍ଗଳବାର ବିଭାଗୀୟ ଅଧିକାରୀ ଭୁବନେଶ୍ୱର ଷ୍ଟେଶନ ପରିଦର୍ଶନ କରିବା ସହ ସ୍ଥିତି ଅନୁଧ୍ୟାନ କରିଥିବା ଜଣାପଡିଛି। ଖୁବ୍‌ଶୀଘ୍ର ଷ୍ଟେଶନରେ ଥର୍ମାଲ ଇମେଜିଂ କ୍ୟାମେରା ଲଗାଯିବ ବୋଲି ଚିତ୍ତରଞ୍ଜନ କହିଛନ୍ତି। ଗୋଟିଏ ଏକ ନମ୍ବର ପ୍ଲାଟ ଫର୍ମର ପ୍ରବେଶ ପଥ ଓ ଅନ୍ୟଟି ୬ ନମ୍ବର ପ୍ଲାଟ ଫର୍ମରେ ଲାଗିବ। ଷ୍ଟେଶନରେ ଥିବା ଅନ୍ୟସବୁ ବାଟକୁ ବନ୍ଦ କରି ଏହି ଦୁଇଟି ବାଟରେ ଯାତ୍ରୀ ଯିବା ଆସିବା କରିବେ। କୌଣସି କରୋନା ରୋଗୀ ଆସିଲେ କ୍ୟାମେରା ଚିହ୍ନଟ କରିନେବ। ୩୦ ମିଟର ରେଡିଏଶନରେ ଯେଉଁ ଯାତ୍ରୀ ଯିବେ ସେମାନଙ୍କ ଶରୀରର ତାପମାତ୍ରା ମାପିଦେବ ଏହି କ୍ୟାମେରା। କରୋନା ରୋଗୀ ଷ୍ଟେଶନ ଦେଇ ଆସିଲେ ତାପମାତ୍ରାରୁ ତୁରନ୍ତ ଚିହ୍ନଟ କରି ସୂଚନା ପ୍ରଦାନ ସହ ସତର୍କ କରାଇଦେବ। ଏହି କ୍ୟାମେରାର ଦାମ୍‌ ୯ ଲକ୍ଷ ୫୦ ହଜାର ଲେଖାଏ ପଡ଼ିବ ବୋଲି ସେ ସୂଚନା ଦେଇଛନ୍ତି।
ଅନ୍ୟପକ୍ଷରେ କରୋନା ପ୍ରଭାବ ରେଳ ଯାତ୍ରୀ ଉପରେ ପଡିଛି। କରୋନାକୁ ଦେଖି ଲୋକମାନେ ଯାତ୍ରା କରିବାକୁ ରାଜି ହେଉନାହାନ୍ତି। ଯେଉଁମାନେ ବାହାରକୁ ଯିବା ପାଇଁ ଆଗୁଆ ଟିକେଟ କରିଥିଲେ ସେମାନେ ଟିକେଟ ବାତିଲ କରୁଛନ୍ତି। ମଙ୍ଗଳବାର ଭୁବନେଶ୍ୱର ରେଳ ଷ୍ଟେଶନରେ ଟିକେଟ କରୁଥିବା ବ୍ୟକ୍ତିଙ୍କଠାରୁ ବାତିଲ କରୁଥିବା ଯାତ୍ରୀଙ୍କ ସଂଖ୍ୟା ୩ ଗୁଣା ଅଧିକ ଥିଲା। ଆଗାମୀ ଦିନରେ ଏକାଧିକ ଟ୍ରେନ ବାତିଲ ହେବ ବୋଲି ରେଲ୍‌ଓ୍ବେ କର୍ତ୍ତୃପକ୍ଷ କହିଛନ୍ତି।
ସେପଟେ ସଚେତନତା ପଦକ୍ଷେପ ସ୍ବରୂପ ସାନିଟାଇଜର ବ୍ୟବହାରକୁ ଗୁରୁତ୍ୱ ଦିଆଯାଉଥିବାବେଳେ ଏସି ବଗିରେ ଲାଗିଥିବା ଡୋର ସ୍କିନ୍‌ କାଢି ନିଆଯାଇଛି। ଏହାସହ ଶୌଚାଳୟର ହ୍ୟାଣ୍ଡେଲ ଓ ଏକାଧିକ ଯାତ୍ରୀ ସମାଗମ ହେଉଥିବା ସ୍ଥାନକୁ କେମିକାଲ ପାଣି ଦ୍ୱାରା ସଫା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଫୁଲବାଣୀ ଜେଲରେ ବିଚାରଧିନ କଏଦୀଙ୍କ ମୃତ୍ୟୁ, ଆଦର୍ଶ ଥାନା ପୋଲିସକୁ ଦାୟୀ କଲେ ପରିବାର

ଫୁଲବାଣୀ,୧୫।୪(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ଫୁଲବାଣୀ ସର୍କଲ ଜେଲରେ ଥିବା ଜଣେ ବିଚାରଧିନ କଏଦୀଙ୍କ ମୃତ୍ୟୁକୁ ନେଇ ବୁଧବାର ଉତ୍ତେଜନା ପ୍ରକାଶ ପାଇଛି । ତେବେ…

ଦଣ୍ଡନାଚ ଦେଖିବା ବେଳେ ଠେଲାପେଲାକୁ ନେଇ ମାରପିଟ; ୫ ଆହାତ, ମାମଲା ରୁଜୁ କଲା ପୋଲିସ

ଦିଗପହଣ୍ଡି,୧୫।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ରାମଚନ୍ଦ୍ରପୁର ପଞ୍ଚାୟତ ଭାଲିଆଝୋଳା ଗ୍ରାମରେ ଦଣ୍ଡନାଚ ଚାଲିଥିବା ବେଳେ ଠେଲାପେଲା । ମଙ୍ଗଳବାର ବିଳମ୍ବିତ ରାତି ପ୍ରାୟ…

ଚା’ ପିଇବାକୁ ଯାଉଥିବା ବେଳେ ବୃଦ୍ଧଙ୍କୁ ଧକ୍କା ଦେଲା ବାଇକ୍, ତାପରେ…

ଦିଗପହଣ୍ଡି,୧୫।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଲିଙ୍ଗି ପଞ୍ଚାୟତ ଗୁଣସାଗର ଗ୍ରାମରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଚାହା ପିଇବାକୁ ଘର ନିକଟ ଦୋକାନକୁ…

କାର୍ ଭିତରୁ ୮.୪୭ଲକ୍ଷର ଜାଲ ନୋଟ ଜବତ, ବରଗଡ-ଛତିଶଗଡକୁ ଲମ୍ବିଛି ଚେର

ସୋନପୁର,୧୫।୪(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ସହର ସ୍ଥିତ ଏସ୍‌ବିଆଇ ମୁଖ୍ୟ ଶାଖା ସମ୍ମୁଖରେ ପୋଲିସ ଚଢାଉ କରି ବିପୁଳ ପରିମାଣର ଜାଲ ନୋଟ ଜବତ କରିଛି । ଏଥିରେ…

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ, ସ୍ବତନ୍ତ୍ର ଅଧିବେଶନ ଡାକିବାକୁ କଲେ ଦାବି

ଭୁବନେଶ୍ବର,୧୫।୪: ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଚିଠି ଲେଖିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଡିଲିମିଟେସନ ପ୍ରସଙ୍ଗ ଉଠାଇ ବିଧାନସଭା ସ୍ବତନ୍ତ୍ର ଅଧିବେଶନ ଡାକିବାକୁ ଚିଠିରେ…

ସାମ୍ବାଦିକତା କ୍ଷେତ୍ରରେ ବଢୁଛି ନିଯୁକ୍ତି ସୁଯୋଗ, ଜଣେ ଭଲ ସାମ୍ବାଦିକ….

ଭଞ୍ଜନଗର,୧୫।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗର ଶେଷ ବର୍ଷ ଛାତ୍ରୀଛାତ୍ରଙ୍କୁ ବୁଧବାର ବିଦାୟ ସମ୍ବର୍ଦ୍ଧନା…

କ୍ଳଚ ତାରରେ ସ୍ତ୍ରୀର ତଣ୍ଟି ଚିପି ହତ୍ୟା ମାମଲା, ଆଜୀବନ କାରାଦଣ୍ଡ ଶୁଣାଇଲେ କୋର୍ଟ

ପାରଳାଖେମୁଣ୍ଡି,୧୫।୪(ଗିରିଧାରୀ ପରିଛା): ବିବାହର ମାତ୍ର ବର୍ଷେ ପରେ ଅଧିକ ଯୌତୁକ ଦାବି କରି ଥରକୁ ଥର ମାନସିକ ଓ ଶାରୀରିକ ନିର୍ଯ୍ୟାତନା ଦେଇ ଶେଷରେ କ୍ଳଚ ତାରରେ…

ଆଇନମନ୍ତ୍ରୀଙ୍କ ଘୋଷଣା, ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥାରେ ହେବ ବଡ଼ ପରିବର୍ତ୍ତନ

ଭୁବନେଶ୍ବର,୧୫।୪: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ନେଇ ବଡ଼ ଘୋଷଣା କଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ବଦଳିବ ଦର୍ଶନ ବ୍ୟବସ୍ଥା । ଖୁବଶୀଘ୍ର ସ୍ଲଟ ବୁକିଂ ମାଧ୍ୟମରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri