କରୋନା ଡ୍ୟୁଟିକୁ ମନା କଲେ ଜେଲ

ଛତ୍ରପୁର,୨ା୬(ଡି.ଏନ.ଏ.)-କରୋନା ସଂକ୍ରମଣକୁ ସମ୍ପୂର୍ଣ୍ଣ ପ୍ରତିହତ କରାଯିବ। ଜୁନ ମାସରେ କଟକଣା ବଳବତ୍ତର ରହିବ। ବିନା ମାସ୍କରେ ବାହାରେ ବୁଲିଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ । ସବୁ ଦୋକାନୀ ଗ୍ରାହକଙ୍କର ବିବରଣୀ ଲିପିବଦ୍ଧ କରିବେ। ଦୋକାନରେ ସାମାଜିକ ଦୂରତ୍ୱ ରକ୍ଷା ସହ ବାହାରେ ଗୋଲେଇ ଚିହ୍ନରେ ଗ୍ରାହକ ରହିବେ। ଦୋକାନୀ ହ୍ୟାଣ୍ଡ ଗ୍ଳୋବ, ସାନିଟାଇଜର୍‌ ବ୍ୟବହାର କରିବେ। ଏସବୁ ଅବମାନନା କଲେ ଜୁନ ମାସସାରା ଦୋକାନକୁ ତାଲାପକାଇ ଦିଆଯିବ। ସେହିପରି କୌଣସି ସରକାରୀ କର୍ମଚାରୀ କରୋନା ମୁକାବିଲା ପାଇଁ କାର୍ଯ୍ୟ କରିବାକୁ ମନା କଲେ ସ୍ବତନ୍ତ୍ର କ୍ଷମତାବଳରେ ତାଙ୍କୁ ଜେଲ ହାଜତକୁ ପଠାଇବେ ବୋଲି ସମୀକ୍ଷା ବୈଠକ ଅବସରରେ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ସମସ୍ତଙ୍କୁ ଦୃଢ ନିଷ୍ପତ୍ତି ଶୁଣାଇଛନ୍ତି ।
ଗଞ୍ଜାମ ପାଇଁ ଜୁନ ମାସ ଘଡିସନ୍ଧିର ସମୟ । ସା ୭ରୁ ସକାଳ ୭ ପର୍ଯ୍ୟନ୍ତ ବାହାରକୁ ବାହାରିବା ନିଷେଧ। ଶନିବାର, ରବିବାର ଜରୁରୀ ସ୍ବାସ୍ଥ୍ୟସେବା ବ୍ୟତୀତ କେହି ବି ବାହାରକୁ ବାହାରିବେ ନାହିଁ। ବାହାରିଲେ ବନ୍ଧା ହେବେ । ଏହି ସମୟରେ ଗାଡିମୋଟର ରାସ୍ତାରେ ଗଡିବ ନାହିଁ । ଏହା ପୂର୍ବରୁ ସମସ୍ତ ଆବଶ୍ୟକୀୟ ସାମଗ୍ରୀ ସଂଗ୍ରହ କରି ରଖିବାକୁ ଜିଲାପାଳ ଜିଲାବାସୀଙ୍କୁ ଅନୁରୋଧ କରିଛନ୍ତି। ନିଜ ଘରେ ସଫଳତାର ସହିତ କ୍ବାରାଣ୍ଟାଇନ୍‌ କଲେ ନିର୍ଦ୍ଧାରିତ ଅର୍ଥ ମିଳିବା ସହିତ ସାବାସୀ ପ୍ରଦାନ କରାଯିବ । ଅମାନ୍ୟ କଲେ କାର୍ଯ୍ୟାନୁଷ୍ଠାନ। ଆଗାମୀ ଦିନରେ ଜିଲାରେ ୧ ଲକ୍ଷରୁ ଅଧିକ ଲୋକ ହୋମ କ୍ବାରାଣ୍ଟାଇନରେ ରହିବାକୁ ଥିବାରୁ ସେଥିପ୍ରତି କର୍ମଚାରୀମାନେ ଅଧିକ ସଜାଗ ରହିବାକୁ ଜିଲାପାଳ କହିଛନ୍ତି । ଯେଉଁ ଅଞ୍ଚଳରେ ଅଧିକ ଲୋକ କ୍ବାରାଣ୍ଟାଇନରେ ଥିବେ ସେମାନଙ୍କ ସହିତ କୌଣସି ବାହାର ଲୋକ ମିଶି ପାରିବେ ନାହିଁ । ସେହି ଅଞ୍ଚଳର ଲୋକଙ୍କୁ ସଚେତନ କରିବାପାଇଁ ଡାକବାଜି ଯନ୍ତ୍ର ଯୋଗେ ପ୍ରଚାର କରାଯିବ । ୬୦ ବର୍ଷରୁ ଉଦ୍ଧର୍‌ବ ବୟସର ବ୍ୟକ୍ତିମାନଙ୍କୁ ବାହାରେ ବୁଲିବା ନିଷେଧ କରାଯାଇଛି । ଅମାନ୍ୟ କଲେ କ୍ବାରାଣ୍ଟାଇନରେ ରଖାଯିବ। ସେହିପରି ମନ୍ଦିର, ମସଜିଦ, ଗୀର୍ଜାକୁ ଯିବା ବାରଣ କରାଯାଇଛି। ଯେଉଁଠାରେ ଅଧିକ ଗହଳି ହେଉଥିବ ସେଠାରୁ ସନ୍ଦେହ ହେଉଥିବା ଲୋକଙ୍କ ସ୍ବାବ ପରୀକ୍ଷା ପାଇଁ ପଠାଯିବ । ସମସ୍ତ କଟକଣାରୁ କୃଷିକାର୍ଯ୍ୟକୁ ବାଦ ଦିଆଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାମୀଙ୍କ ସହ ବାଇକ୍‌ରେ ଯିବାବେଳେ ଓଢ଼ଣୀ ନେଲା ସ୍ତ୍ରୀଙ୍କ ଜୀବନ

ଝରିଗାଁ,୨୨ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ଏକ ଦୁଃଖଦ ଘଟଣା ଘଟିଛି। ବାଇକ୍‌ ଚକାରେ ଓଢ଼ଣୀ ଫସିଯିବା ଯୋଗୁ ତଳେ ପଡ଼ି ଜଣେ ମହିଳାଙ୍କ…

ବ୍ରହ୍ମପୁରରେ ଚାଞ୍ଚଲ୍ୟ, ରେଳଧାରଣରୁ ମିଳିଲା ୨ ମୃତଦେହ

ବ୍ରହ୍ମପୁର,୨୧।୮( ସୁବାସ ଚନ୍ଦ୍ର ପାଢ଼ୀ ): ଜିଆର୍‌ପି ପୋଲିସ ଗୋଶାଣିନୂଆଗାଁ ବ୍ରିଜ ତଳ ଦେଇ ଯାଇଥିବା ରେଳଧାରଣ ନିକଟରୁ ଶନିବାର ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି।…

ଲଭ୍‌-ସେକ୍ସ-ଧୋକା ଅଭିଯୋଗ; ବାରିପଦା ଟାଉନ୍‌ ଥାନାର SI ଅଟକ

ବାରିପଦା,୨୨।୮: ବାରିପଦା ଟାଉନ୍‌ ଥାନାର ଜଣେ ସବ୍‌-ଇନ୍ସପେକ୍ଟରଙ୍କ ବିରୋଧରେ ଜଣେ ମହିଳା ଲଭ୍‌-ସେକ୍ସ-ଧୋକା ଅଭିଯୋଗ ଆଣିଛନ୍ତି। ଅଭିଯୋଗ ପରେ ଟାଉନ୍‌ ଥାନାର SI ପ୍ରଭାତ ନାୟକଙ୍କୁ ପୋଲିସ…

ଗରିମା ଦିବସ: ସଫେଇ କର୍ମୀ ପ୍ରତାପ ଦଳେଇଙ୍କ ପତ୍ନୀଙ୍କୁ ୧୦ ଲକ୍ଷ ଟଙ୍କାର ବୀମା ରାଶି

ଭୁବନେଶ୍ୱର, ୨୨।୮: ସଫେଇ କର୍ମୀଙ୍କ ସୁରକ୍ଷା, ସାମାଜିକ ସୁରକ୍ଷା ଓ ମର୍ଯ୍ୟାଦା ବୃଦ୍ଧି ଲକ୍ଷ୍ୟରେ ଆଜି ଗରିମା ଦିବସ ୨୦୨୬ ପାଳିତ ହୋଇଛି। ଏହି ଅବସରରେ ଲୋକସେବା…

କାମ କରୁଥିବାବେଳେ ଶ୍ରମିକଙ୍କୁ ଶୁଭିଲା ସାପର ଗର୍ଜନ, ପାଖକୁ ଯାଇ ଦେଖିବା ପରେ…

ଦିଗପହଣ୍ଡି,୨୨ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ଉପକଣ୍ଠ ୧ ନଂ ଓ୍ବାର୍ଡ ଘୋଡ଼ାହାଡ଼ ଡ଼୍ୟାମ ରାସ୍ତାକଡ଼ରେ ନିର୍ମାଣାଧୀନ ମେଡିକାଲ କୋଠା ପରିସରରୁ ପ୍ରାୟ ୭…

ଗଞ୍ଜାମରେ ୯୦ ଦିନ ପାଇଁ ଧାରା ୩୦ ଲାଗୁ, ଜାଣନ୍ତୁ ଏହା କ’ଣ, କାହିଁକି ହୁଏ…

ଗଞ୍ଜାମ,୨୨ା୮(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ପୋଲିସ ଆଇନ ୧୯୬୧ର ଧାରା-୩୦ ଲାଗୁ କରାଯାଇଛି। ୯୦ ଦିନ ପାଇଁ କଟକଣା ଲଗାଇଛି ଗଞ୍ଜାମ ପୋଲିସ। ସଭା, ସମିତି ଓ…

ପୁଣି ଏକ ମାଈ ହାତୀର ମୃତଦେହ ଠାବ: ବଚ୍ଛେଦ ରିପୋର୍ଟ ଆସିବା ପରେ ହିଁ….

ରିଆମାଳ, ୨୨/୮ (ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ବନାଞ୍ଚଳ କୁଣ୍ଢେଇଗୋଳା ସେକ୍ସନ ଅନ୍ତର୍ଗତ ଚେଢ଼ଇମରା ଗ୍ରାମ ପଞ୍ଚାୟତର ଝରାବେରେଣୀ ଗ୍ରାମ ନିକଟସ୍ଥ ସଂରକ୍ଷିତ ଜଙ୍ଗଲରୁ ବନ…

ଜୁଆ ଆଡ୍ଡାରେ ଚଢାଉ: ପୋଲିସ କର୍ମଚାରୀଙ୍କୁ ହତ୍ୟା ଉଦ୍ୟମ କରି ଗଲେ ଜେଲ୍

ଦିଗପହଣ୍ଡି,୨୨|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା କେ.ନୂଆଗାଁ ଥାନା ଡ଼ଭାର ଗ୍ରାମ ମା ‘ କାଳୀ ମନ୍ଦିର ନିକଟ ଆମ୍ବ ତୋଟାରେ ଚାଲିଥିବା ଜୁଆଆଡ୍ଡାରେ ପୋଲିସ ଟିମ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri